କନକ ବ୍ୟୁରୋ: ଏସିଆ କପରୁ ଆହତ ହୋଇଥିବା ଟିମ୍ ଇଣ୍ଡିଆର ସ୍ପିନର ଅକ୍ଷର ପଟେଲ ବିଶ୍ୱକପରେ ସାମିଲ ହୋଇପାରିବେ କି ନାହିଁ ଜାରି ରହିଛି ସସପେନ୍ସ । କୋଚ ରାହୁଲ ଦ୍ରାବିଡ କିମ୍ବା ଅଧିନାୟକ ରୋହିତ ଶର୍ମା ଅକ୍ଷରଙ୍କ ଫିଟନେସ ବାବଦରେ କିଛି ସ୍ପଷ୍ଟ କରିନାହାନ୍ତି । ଏପରି ସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଆର ଅଶ୍ୱୀନ ଦଳରେ ସାମିଲ ହେବା ନେଇ ଚର୍ଚ୍ଚା ବଢିଛି । ଅଶ୍ୱିନଙ୍କ ବାବଦରେ ମୁଖ୍ୟ କୋଚ କହିଛନ୍ତି,Continue reading “ଅଷ୍ଟ୍ରେଲିଆ ସହିତ ଜବରଦସ୍ତ ପ୍ରଦର୍ଶନ ପରେ ବିଶ୍ୱକପ ଟିମରେ ସାମିଲ ହୋଇପାରନ୍ତି ଆର ଅଶ୍ୱୀନ: ଅକ୍ଷର ପଟେଲଙ୍କ ଫିଟନେସକୁ ନେଇ ସସପେନ୍ସ ଜାରି”
Tag Archives: News
ହାଇଦ୍ରାବାଦରେ ପହଞ୍ଚିଲା ପାକିସ୍ତାନ୍ ଟିମ୍: ଗେରୁଆ ଉତରୀୟ ଦେଇ କରାଗଲା ଭବ୍ୟ ସ୍ୱାଗତ
କନକ ବ୍ୟୁରୋ: ଦୀର୍ଘ ୭ ବର୍ଷ ପରେ ପାକିସ୍ତାନ କ୍ରିକେଟ ଟିମ୍ ଭାରତ ଆସିଛି । ଆସନ୍ତା ମାସରୁ ଭାରତରେ ହେବାକୁ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଗତକାଲି ରାତିରେ ହାଇଦ୍ରାବାଦ ପହଂଚିଛି । ଅଧିନାୟକ ବାବର ଆଜମ ଏବଂ ପୁରା ଟିମକୁ ଗେରୁଆ ଉତରୀୟ ଦେଇ ଭାରତ ତରଫରୁ ଭବ୍ୟ ସ୍ୱାଗତ କରାଯାଇଛି । ଭିସା ମିଳିବାରେ ବିଳମ୍ବ ଯୋଗୁ ପାକିସ୍ତାନ ଟିମ ବିଳମ୍ବରେ ଭାରତ ପହଂଚିଛି । ଶୁକ୍ରବାର ପାକିସ୍ତାନ ଟିମ ହାଇଦ୍ରାବାଦରେContinue reading “ହାଇଦ୍ରାବାଦରେ ପହଞ୍ଚିଲା ପାକିସ୍ତାନ୍ ଟିମ୍: ଗେରୁଆ ଉତରୀୟ ଦେଇ କରାଗଲା ଭବ୍ୟ ସ୍ୱାଗତ”
ଯୁବ ଭାରତ ହେଉଛି କି ବୟସ୍କ? ଚିନ୍ତା ବଢ଼ାଇଲା ୟୁଏନଏଫପିଏ ରିପୋର୍ଟ
କନକ ବ୍ୟୁରୋ: ଦେଶର ଭବିଷ୍ୟତ ନିର୍ଭର କରେ ଯୁବ ବର୍ଗଙ୍କ ଉପରେ । ମୋଟ୍ ଆର୍ଥିକ ବୋଝର ଗୋଟିଏ ବଡ ଅଂଶ ଯୁବ ବର୍ଗଙ୍କ କାନ୍ଧରେ ଥାଏ । ତେଣୁ ଦେଶ ଯୁବ ବର୍ଗଙ୍କୁ ଅଧିକ ଗୁରୁତ୍ୱ ଦେଉଛି । ଯୁବ ବର୍ଗଙ୍କୁ ନେଇ ବିଶ୍ୱରେ ନିଜର ପତିଆରା ଜାହିର କରିବାକୁ ଚେଷ୍ଟା କରୁଛି ନ୍ୟୁ ଇଣ୍ଡିଆ । ଆଉ ଯୁବବର୍ଗଙ୍କୁ ସୁହାଇଲା ଭଳି ସରକାର ବିିଭିନ୍ନ ପ୍ରକାର ଯୋଜନା ଏବଂ ଦକ୍ଷତା ବିକାଶ କରୁଛନ୍ତି ।Continue reading “ଯୁବ ଭାରତ ହେଉଛି କି ବୟସ୍କ? ଚିନ୍ତା ବଢ଼ାଇଲା ୟୁଏନଏଫପିଏ ରିପୋର୍ଟ”
ଡେଙ୍ଗୁ ମଶାର ନୂଆ ପ୍ରଜାତି ଆଲବୋପିକ୍ଟସ । ମଶାଙ୍କ ବଂଶବିସ୍ତାର ପଛରେ ଜଳବାୟୁ !
କନକ ବ୍ୟୁରୋ : ରାଜ୍ୟରେ ଡେଙ୍ଗୁ ବଢିବା ପଛରେ ମଶାର ନୂଆ ପ୍ରଜାତି । ଏଥର କେବଳ ଦିନରେ ନୁହେଁ ସନ୍ଧ୍ୟାରେ ବି ଡେଙ୍ଗୁ ମଶା କାମୁଡିଲେ ଆପଣଙ୍କୁ ହୋଇପାରେ ଡେଙ୍ଗୁ । ଭୁବନେଶ୍ୱର ସମେତ ରାଜ୍ୟରେ ଡେଙ୍ଗୁ ଜ୍ୱର ବଢୁଥିବାବେଳେ ଏବେ ଏହି ଡେଙ୍ଗୁ ମଶାର ନୂଆ ପ୍ରଜାତି ସମସ୍ତଙ୍କ ଚିନ୍ତା ବଢାଇଦେଇଛି ପୂର୍ବରୁ ଏଡିଶ ମଶା ଡେଙ୍ଗୁର ରୋଗର କାରଣ ଥିଲା । ଏବେ ଆଲବୋପିକ୍ଟସ ପ୍ରଜାତିର ମଶା ଡେଙ୍ଗୁ ଜ୍ୱର ସୃଷ୍ଟି କରିପାରୁଛିContinue reading “ଡେଙ୍ଗୁ ମଶାର ନୂଆ ପ୍ରଜାତି ଆଲବୋପିକ୍ଟସ । ମଶାଙ୍କ ବଂଶବିସ୍ତାର ପଛରେ ଜଳବାୟୁ !”
ମଧ୍ୟପ୍ରଦେଶ ଉଜ୍ଜେନ ନାବାଳିକା ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତକୁ ଶେଷରେ ଗିରଫ କଲା ପୋଲିସ
କନକ ବ୍ୟୁରୋ: ଗିରଫ ହେଲା ଅଭିଯୁକ୍ତ । ମଧ୍ୟପ୍ରଦେଶର ଉଜ୍ଜେନର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭାରତ ସୋନି ଗିରଫ । ପୋଲିସ ହେପାଜତରୁ ଖସି ଯିବାକୁ ଉଦ୍ୟମ କରୁଥିଲା । ହେଲେ ଏବେ ସେ ଆହତ ହୋଇଛି । ନାବାଳିକା ଝିଅଟି ଦୁଷ୍କର୍ମର ଶିକାର ପରେ ଅସହାୟ ଅବସ୍ଥାରେ ସହାୟତା ପାଇଁ ଘର ଘର ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି । ସିସିଟିଭି ଫୁଟେଜରୁ ପୁଲିସ ଅଭିଯୁକ୍ତଙ୍କୁContinue reading “ମଧ୍ୟପ୍ରଦେଶ ଉଜ୍ଜେନ ନାବାଳିକା ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତକୁ ଶେଷରେ ଗିରଫ କଲା ପୋଲିସ”
ଦୁର୍ଭିକ୍ଷ ଦେଖି ମନ ବଦଳାଇଥିଲେ ସ୍ୱାମୀନାଥନ: ପୋଲିସ ଚାକିରି ଛାଡି଼ ହୋଇଥିଲେ କୃଷି ବୈଜ୍ଞାନିକ
କନକ ବ୍ୟୁରୋ: ମାଟିର ମଣିଷର ମୃତ୍ୟୁ । ପରଲୋକରେ ବିଶିଷ୍ଟ କୃଷି ବୈଜ୍ଞାନିକ ଏମ୍ ଏସ ସ୍ୱାମୀନାଥନ । ଏହି ବିଶିଷ୍ଟ ବୈଜ୍ଞାନିକ ଦେଶର ସବୁଜ କ୍ରାନ୍ତିର ପୁରୋଧା ଥିଲେ । ତାଙ୍କ ଅବର୍ତମାନରେ ରାଷ୍ଟ୍ରୁପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗୁରୁବାର ମନକୋମ୍ବୁ ସମ୍ବାସିଭନ ସ୍ୱାମୀନାଥନ ବା ଏମ ଏସ ସ୍ୱାମୀନାଥନଙ୍କର ୯୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପରାଧୀନ ଭାରତରେ ଜନ୍ମିତ ଏହି ଯୁଗଜନ୍ମା ଦେଶର ସବୁଜContinue reading “ଦୁର୍ଭିକ୍ଷ ଦେଖି ମନ ବଦଳାଇଥିଲେ ସ୍ୱାମୀନାଥନ: ପୋଲିସ ଚାକିରି ଛାଡି଼ ହୋଇଥିଲେ କୃଷି ବୈଜ୍ଞାନିକ”
ବିଜେପି ସାଂସଦଙ୍କୁ ଘାରିଛି ବିଧାନସଭା ନିର୍ବାଚନ ହାରିବା ଭୟ: ରାଜନୈତିକ କ୍ୟାରିୟରରେ ପଡି଼ବ କି ତାଲା?
କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ନଜର ରଖିଛି ବିଜେପି । କର୍ଣ୍ଣାଟକ ନିର୍ବାଚନର ଫଳାଫଳ ଯେପରି ପୁନରାବୃତି ନହୁଏ ତାଉପରେ ନଜର ରଖିଛି କେନ୍ଦ୍ରର ଶାସକ ଦଳ । ଆଉ ନିର୍ବାଚନ ଜିତିବାକୁ କାହାକୁ ଦଳ ପ୍ରାର୍ଥୀ କରିବ ତାକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜୁଛି । କାରଣ ଏହି ନେତାଙ୍କ ଚେହେରା ଦେଖି ଲୋକେ ଭୋଟ୍ ଦେବେ ଯାହା ଦଳକୁContinue reading “ବିଜେପି ସାଂସଦଙ୍କୁ ଘାରିଛି ବିଧାନସଭା ନିର୍ବାଚନ ହାରିବା ଭୟ: ରାଜନୈତିକ କ୍ୟାରିୟରରେ ପଡି଼ବ କି ତାଲା?”
କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଘଟଣା, ଥାନାରେ ପହଂଚିଲା ମାମଲା
କନକ ବ୍ୟୁରୋ : କ୍ୟାପିଟାଲ୍ ହସପିଟାଲରେ ଛୁଆ ଅଦଳବଦଳ ଘଟଣାରେ ନୂଆ ମୋଡ଼ । ସନ୍ତାନ ଚିହ୍ନଟ ପ୍ରକ୍ରିୟା ଯେତିକି ବିଳମ୍ବ ହେଉଛି, ଘଟଣାକ୍ରମ ସେତିକି ବିବାଦୀୟ ହୋଇପଡ଼ୁଛି । ଗୋଟିଏ ପଟେ କେନ୍ଦ୍ରାପଡ଼ାର ପ୍ରାଣକୃଷ୍ଣ ବିଶ୍ୱାଳ ପୁଅ ପାଇଁ ନଛୋଡ଼ବନ୍ଧା ଥିବା ବେଳେ ହସ୍ପିଟାଲ ସଫାସଫା କହିଛି ତାଙ୍କର କନ୍ୟା ସନ୍ତାନ ହୋଇଛି । ମାମଲା ଆଉ ଏବେ ହସ୍ପିଟାଲ ଭିିତରେ ସୀମିତ ହୋଇ ରହି ନାହିଁ, ବରଂ ଥାନାରେ ପହଂଚିଲାଣି । କ୍ୟାପିଟାଲ ଥାନାContinue reading “କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଘଟଣା, ଥାନାରେ ପହଂଚିଲା ମାମଲା”
ବର୍ଷ ଶେଷ ସୁଦ୍ଧା ଚକାଚକ ହେବ ଜାତୀୟ ରାଜପଥ: ଘୋଷଣା କଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ
କନକ ବ୍ୟୁରୋ: ଡିସେମ୍ବର ସୁଦ୍ଧା ଚକାଚକ ହେବ ଦେଶର ସମସ୍ତ ଜାତୀୟ ରାଜପଥ । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଏହି ଘୋଷଣା କରିଛନ୍ତି । ଜାତୀୟ ରାଜପଥର ଅନେକ ସ୍ଥାନରେ ଖାଲଢିପ ସହିତ ଅନେକ ସମସ୍ୟା ରହିଛି । ଯେଉଁଥିପାଇଁ ଦୁର୍ଘଟଣା ମଧ୍ୟ ଘଟୁଛି । ଏପରି ସ୍ଥିତିରେ ଜାତୀୟ ରାଜପଥ ମରାମତି ପାଇଁ ଦାବି ହୋଇଆସୁଥିଲା । ଗଡକରୀ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ମରାମତି କାମ ଶେଷContinue reading “ବର୍ଷ ଶେଷ ସୁଦ୍ଧା ଚକାଚକ ହେବ ଜାତୀୟ ରାଜପଥ: ଘୋଷଣା କଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ”
ଉଜୁଡି ଗଲା ଖୁସିର ସଂସାର । ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡେଇଁପଡ଼ିଲେ ଚନ୍ଦନ ସାହୁ
କନକ ବ୍ୟୁରୋ : ମାସକ ତଳେ ସୁରଟରେ ପତ୍ନୀ ଓ କୁନିଝିଅ ସହ ବେଶ ହସଖୁସିରେ ଦିନ କାଟୁଥିଲେ ଭଦ୍ରକ ପରମାନନ୍ଦପୁର ଗାଁର ଚନ୍ଦନ ସାହୁଙ୍କ ପରିବାର । କିନ୍ତୁ ମାସକ ପରେ ଉଜୁଡି ଯାଇଛି ଏହି ସୁନାର ସଂସାର । ଏହି ଦୁଃଖ କାହାଣୀ ଯିଏ ଶୁଣିବ, ତା’ ଆଖିରୁ ଲୁହ ଆପଣା ଛାଏଁ ଖସି ପଡିବ । ଭଦ୍ରକ ଆଖୁଆପଦା ନିକଟ ବୈତରଣୀ ନଦୀକୁ ଅଢ଼େଇ ବର୍ଷର ଝିଅକୁ ଧରି ଡେଇଁ ପଡ଼ିଲେ ଚନ୍ଦନContinue reading “ଉଜୁଡି ଗଲା ଖୁସିର ସଂସାର । ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡେଇଁପଡ଼ିଲେ ଚନ୍ଦନ ସାହୁ”