ବଢ଼ୁନି ଓଡି଼ଶା ଚାଷୀଙ୍କ ଆୟ । ଝାରଖଣ୍ଡ ପରେ ଓଡି଼ଶା ଚାଷୀ ସବୁଠୁ ଗରିବ, ବିଧାନସଭାରେ ଚିନ୍ତାଜନକ ତଥ୍ୟ ଦେଲେ କୃଷିମନ୍ତ୍ରୀ

କନକ ବ୍ୟୁରୋ : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଉତରରେ ଏଭଳି ଏକ ଚିନ୍ତାଜନକ ତଥ୍ୟ ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଉ ଏଥିରୁ ସ୍ପଷ୍ଟ ହୋଇଛି, ଦେଶର ୨୮ଟି ଯାକ ରାଜ୍ୟ ମଧ୍ୟରୁ ଓଡିଶା ଚାଷୀଙ୍କ ଆୟ ତଳ ଆଡୁ ଦ୍ୱିତୀୟରେ ରହିଛି ବା ୨୭ତମ ସ୍ଥାନରେ ରହିଛି । ଅର୍ଥାତ କେବଳ ଝାରଖଣ୍ଡର କୃଷକ ପରିବାରର ମାସିକ ଆୟ ଓଡିଶାଠାରୁ କମ୍ ରହିଛି । ମନ୍ତ୍ରୀContinue reading “ବଢ଼ୁନି ଓଡି଼ଶା ଚାଷୀଙ୍କ ଆୟ । ଝାରଖଣ୍ଡ ପରେ ଓଡି଼ଶା ଚାଷୀ ସବୁଠୁ ଗରିବ, ବିଧାନସଭାରେ ଚିନ୍ତାଜନକ ତଥ୍ୟ ଦେଲେ କୃଷିମନ୍ତ୍ରୀ”

‘ଲକ୍ଷ୍ମୀ’ ଯୋଜନା ପୂର୍ବରୁ ବିରୋଧ ଜୋରଦାର । ୧୦ରୁ ଗଡିବନି ଘରୋଇ ବସ

କନକ ବ୍ୟୁରୋ : ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଲକ୍ଷ୍ମୀ ବସ ଯୋଜନା । ଆଉ ମାଲକାନଗିରିରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବସ ବି ପଂହଚିସାରିଲାଣି । କିନ୍ତୁ ରାଜ୍ୟର ଘରୋଇ ବସ ମାଲିକ ସଂଘ ଏଥିରେ ଅସନ୍ତୋଷ ପ୍ରକାଶ କରି ସିଧାସଳଖ ୧୦ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ୍ ଧର୍ମଘଟ ଡାକରା ଦେଇଛି । ୨ ତାରିଖ ଶୁଭାରମ୍ଭ ଦିନ ମାଲକାନଗିରି ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଘରୋଇContinue reading “‘ଲକ୍ଷ୍ମୀ’ ଯୋଜନା ପୂର୍ବରୁ ବିରୋଧ ଜୋରଦାର । ୧୦ରୁ ଗଡିବନି ଘରୋଇ ବସ”

ବିକ୍ଷୋଭକାରୀଙ୍କ ଗର୍ଜନରେ କମ୍ପୁଛି ଭୁବନେଶ୍ୱରର ଲୋୟର ପିଏମଜି, ଆନ୍ଦୋଳନ ସ୍ଥଳରେ ପହଂଚିଲେ ବିରୋଧୀଦଳର ପ୍ରମୁଖ ନେତା

କନକ ବ୍ୟୁରୋ : ଗତ କିଛି ଦିନ ହେବ ବିକ୍ଷୋଭକାରୀଙ୍କ ଗର୍ଜନରେ ଏମିତି କମ୍ପୁଛି ଭୁବନେଶ୍ୱରର ଲୋୟର ପିଏମଜି । କିଏ ସ୍ଥାୟୀ ଚାକିରୀ ପାଇଁ ସ୍ୱର ଉଠାଉଛି ତ ଆଉ କିଏ ଦରମା ବୃଦ୍ଧି ପାଇଁ ଗର୍ଜୁଛି । ବିଧାନସଭା ଭିତରେ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରୁଥିବାବେଳେ, ବିକ୍ଷୋଭକାରୀଙ୍କୁ ସମର୍ଥନ ଦେବା ପାଇଁ ଧାରଣାସ୍ଥଳକୁ ଆସିଛନ୍ତି ବିରୋଧୀ ନେତା । ବିଧାନସଭାରୁ ସିଧା ଆସିଛନ୍ତି ଧାରଣାସ୍ଥଳକୁ । ମୌଳିକ ଅଧିକାର ସମେତContinue reading “ବିକ୍ଷୋଭକାରୀଙ୍କ ଗର୍ଜନରେ କମ୍ପୁଛି ଭୁବନେଶ୍ୱରର ଲୋୟର ପିଏମଜି, ଆନ୍ଦୋଳନ ସ୍ଥଳରେ ପହଂଚିଲେ ବିରୋଧୀଦଳର ପ୍ରମୁଖ ନେତା”

ଚାଲିପାରୁନି ବିଧାନସଭା । ହଟ୍ଟଗୋଳରେ କମ୍ପୁଛି ଗୃହ

କନକ ବ୍ୟୁରୋ : ହଟ୍ଟଗୋଳ ଯୋଗୁଁ ପଞ୍ଚମ ଦିନରେ ବି ଚାଲିପାରିନି ଗୃହ କାର୍ଯ୍ୟ । ଅପରାହ୍ନ ୪ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ଆସନରୁ ଠିଆ ହୋଇ ନାରାବାଜି କରିଛନ୍ତି । ବିଜେପି ବିଧାୟକମାନେ ପୋଡିୟମ ତଳକୁ ଚାଲିଆସି ବିରୋଧ ପ୍ରଦର୍ଶନ କରିବାରୁ ଗୃହକକାର୍ଯ୍ୟ ଚାଲିପାରିନି । ଏହାପରେ ବାଚସ୍ପତି ସନ୍ଧ୍ୟା ୫ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଶାସକ ଦଳ ବିଧାୟକମାନେContinue reading “ଚାଲିପାରୁନି ବିଧାନସଭା । ହଟ୍ଟଗୋଳରେ କମ୍ପୁଛି ଗୃହ”

ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ପ୍ରତିବାଦ: ନିଲମ୍ବିତ ହେଲେ ୨ ବିଜେପି ବିଧାୟକ

କନକ ବ୍ୟୁରୋ: ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ପ୍ରତିବାଦ । ପୋଡିୟମକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ । ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରିଥିଲେ । ପଲିଥିନରେ ଆଣିଥିବା ଡାଲି ଦେଖାଇଲେ ବିଜେପି ବିଧାୟକ । ଡାଲି ଫିଙ୍ଗିବାରୁ ଦୁଇ ବିଜେପି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ମୋହନ ମାଝି ଓ ମୁକେଶ ମହାଲିଙ୍ଗ ନିଲମ୍ବିତ ହୋଇଛନ୍ତି । ବିଜେପି ବିଧାୟକଙ୍କୁ କହିବାକୁ ସୁଯୋଗ ନଦେବାରୁ, ମେଣ୍ଟାଲ ହେଲଥ ଡିସଅର୍ଡର ଶବ୍ଦକୁ ବାଦ ଦାବି କରିContinue reading “ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ପ୍ରତିବାଦ: ନିଲମ୍ବିତ ହେଲେ ୨ ବିଜେପି ବିଧାୟକ”

ବଢିଲା ବିଜେପି ସାଂସଦ ରମେଶ ବିଧୂଡୀଙ୍କ ପାଇଁ ଅଡୁଆ । ସଂସଦର ବିଶେଷାଧିକାର କମିଟିକୁ ଯାଂଚ ପାଇଁ ନିର୍ଦ୍ଦେଶ ଦେଲେ ଲୋକସଭା ବାଚସ୍ପତି

କନକ ବ୍ୟୁରୋ : ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଏସପି ସାଂସଦ ଦାନିଶ ଅଲ୍ଲୀ ଓ ବିଜେପି ସାଂସଦ ରମେଶ ବିଧୂଡୀଙ୍କ ମାମଲାରେ ସାଂସଦଙ୍କ ଅଭିଯୋଗକୁ ବିଶେଷାଧିକାର କମିଟି ନିକଟକୁ ପଠାଇ ଦେଇଛନ୍ତି । ଏନେଇ ଗୁରୁବାର ଦିନ ଅଧିକାରୀ ସ୍ତରରେ ସୂଚନା ଦିଆଯାଇଛି । ଚନ୍ଦ୍ରଯାନ-୩ ସଫଳତା ଉପରେ ଲୋକସଭାରେ ଚର୍ଚ୍ଚା ଚାଲିଥିବା ବେଳେ ସେପ୍ଟେମ୍ବର ୨୧ ତାରିଖରେ ରମେଶ ବିଧୂଡୀ ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ ।Continue reading “ବଢିଲା ବିଜେପି ସାଂସଦ ରମେଶ ବିଧୂଡୀଙ୍କ ପାଇଁ ଅଡୁଆ । ସଂସଦର ବିଶେଷାଧିକାର କମିଟିକୁ ଯାଂଚ ପାଇଁ ନିର୍ଦ୍ଦେଶ ଦେଲେ ଲୋକସଭା ବାଚସ୍ପତି”

ଚନ୍ଦାହାଣ୍ଡି ଘାଟି ଦୁର୍ଘଟଣାରେ ଶିକ୍ଷକଙ୍କୁ ହରାଇଛି ବିଦ୍ୟାଳୟ: ଖେଳ ଶିକ୍ଷକ ପ୍ରଭାସ ଜେନାଙ୍କୁ ବିଦାୟ ଦେବା ବେଳେ ବିଦ୍ୟାଳୟରେ ଅସମ୍ଭବ ନୀରବତା

କନକ ବ୍ୟୁରୋ: ଭାରି ମନେ ପଡୁଛନ୍ତି ସାର୍ । ସାରଙ୍କ ଅଭୁଲା ସ୍ମୃତିକୁ ଦେଖି ଲୁହରେ ଭିଜୁଛି ସମସ୍ତଙ୍କ ଆଖି । ମୋବାଇଲରୁ ମୋବାଇଲ ଘରି ବୁଲଛି ନବରଙ୍ଗପୁର ଖେଳ ଶିକ୍ଷକଙ୍କ ଅଭିନୟ ମାଧ୍ୟମରେ ଶିକ୍ଷାଦାନର ଅଭୁଲା ସ୍ମୁତି । ଚନ୍ଦାହାଣ୍ଡି ଘାଟିରେ ବସ୍ ଦୁର୍ଘଟଣାରେ ଚାଲି ଯାଇଛନ୍ତି ଖେଳ ଶିକ୍ଷକ, ହେଲେ ସତେଜ ରହିଛି ତାଙ୍କ ସ୍ମୃତି । ଶିକ୍ଷକଙ୍କ ମରଶରୀର ତାଙ୍କ ଗାଁକୁ ଯିବା ପୂର୍ବରୁ ବିଦ୍ୟାଳୟରେ ତାଙ୍କ ଶେଷ ଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ,Continue reading “ଚନ୍ଦାହାଣ୍ଡି ଘାଟି ଦୁର୍ଘଟଣାରେ ଶିକ୍ଷକଙ୍କୁ ହରାଇଛି ବିଦ୍ୟାଳୟ: ଖେଳ ଶିକ୍ଷକ ପ୍ରଭାସ ଜେନାଙ୍କୁ ବିଦାୟ ଦେବା ବେଳେ ବିଦ୍ୟାଳୟରେ ଅସମ୍ଭବ ନୀରବତା”

ସାବଧାନ ସାଇବର ଠକ: ଠକେଇ ରୋକିବା ପାଇଁ ଅଣ୍ଟା ଭିଡିଛି ଓଡିଶା ପୁଲିସ

କନକ ବ୍ୟୁରୋ: ସାଇବର ଲୁଟେରା ସାବଧାନ । ସାଇବରଲୁଟେରାଙ୍କୁ ଧରିବା ସହ ସାଇବର ଠକେଇ ରୋକିବା ଲାଗି ଅଂଟା ଭିଡିଛି ଓଡିଶା ପୁଲିସ । ରାଜ୍ୟରେ ସାଇବର ଅପରାଧ ରୋକିବା ଲାଗି ଓଡିଶା ପୁଲିସ, ବିଭିନ୍ନ ସରାକାରୀ ବିଭାଗ ଓ ୧୫ଟି ବ୍ୟାଙ୍କ କର୍ତୃପକ୍ଷଙ୍କୁ ନେଇ ଆରମ୍ଭ ହୋଇଛି ସାଇବର ସୁରକ୍ଷା ଅଭିଯାନ ୨୦୨୩ । ଆକ୍ଟୋବର ୧୫ ତାରିଖ ଯାଏଁ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବେ ପୁଲିସ । ବିଶେଷContinue reading “ସାବଧାନ ସାଇବର ଠକ: ଠକେଇ ରୋକିବା ପାଇଁ ଅଣ୍ଟା ଭିଡିଛି ଓଡିଶା ପୁଲିସ”

ପୂରା ଗାଁକୁ ମିଳିନି ଆବାସ ଘର: ଆଜି ବି ଚାଳ ଛପର ଘରେ ବଂଚିବାକୁ ସଂଘର୍ଷ କରୁଛନ୍ତି ଗ୍ରାମାଂଚଳର ଲୋକ

କନକ ବ୍ୟୁରୋ: ଯୋଜନା ମାଳମାଳ ହେଲେ କାର୍ଯ୍ୟକାରୀ କିପରି ହେଉଛି ପଙ୍ଗାତିରା ପଂଚାୟତ ନାରଦମୁଣ୍ଡା ଗାଁକୁ ଦେଖିଲେ ଅନୁମାନ ହେବ ଏକାଧିକ ଲୋକଙ୍କର ମାଟି ଚାଳ ଛପର ଘର ଭଙ୍ଗା ଅବସ୍ଥାରେ ନାହିଁ ଆବାସ ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ନାରଦମୁଣ୍ଡା ଗାଁରେ ରହୁଛନ୍ତି ୩୦ଟି ପରିବାର । ଏହି ପରିବାର ପାଖରେ ପହଂଚି ପାରିନାହିଁ କୌଣସି ସୁଖସୁବିଧା । ଗାଁର ଏକାଧିକ ପରିବାର ଆଜି ବି ଚାଳ ଛପର ଘରେ ରହୁଛନ୍ତି । ଅନେକContinue reading “ପୂରା ଗାଁକୁ ମିଳିନି ଆବାସ ଘର: ଆଜି ବି ଚାଳ ଛପର ଘରେ ବଂଚିବାକୁ ସଂଘର୍ଷ କରୁଛନ୍ତି ଗ୍ରାମାଂଚଳର ଲୋକ”

ଘୂର୍ଣ୍ଣିବଳୟ ସୃଷ୍ଟି; ୨୪ ଘଣ୍ଟାରେ ଲଘୁଚାପ !

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁଣି ଏକ ଲଘୁଚାପର ସୂଚନା ଦେଇଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ସାମ୍ଭାବ୍ୟ ଲଘୁଚାପ ଫଳରେ ୩୦ ତାରିଖ ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହାର ପ୍ରଭାବରେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଲଘୁଚାପ ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାରେ ମଧ୍ୟମରୁContinue reading “ଘୂର୍ଣ୍ଣିବଳୟ ସୃଷ୍ଟି; ୨୪ ଘଣ୍ଟାରେ ଲଘୁଚାପ !”

Design a site like this with WordPress.com
Get started