କନକ ବ୍ୟୁରୋ: ଓଡିଶା ଚାଷୀଙ୍କ ମାସିକ ଆୟ ୫୧୧୨ ଟଙ୍କା । ଓଡିଶାର ଜଣେ ଚାଷୀ ମାସକୁ ୫୧୧୨ ଟଙ୍କା ରୋଜଗାର କରିଥାନ୍ତି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସୂଚନାଯୋଗ୍ୟ ଯେ, ଆଜି ବିଧାନସଭାରେ ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ ପଚାରିଥିଲେ ଯେ, ରାଜ୍ୟର ଚାଷୀମାନଙ୍କର ମାସିକ ଆୟ କେତେ ?Continue reading “ଓଡିଶା ଚାଷୀଙ୍କ ମାସିକ ଆୟ କେତେ? ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଚାଷୀଙ୍କ ଆୟରେ ବହୁ ପଛରେ ଓଡିଶା”
Tag Archives: News
ମୌସୁମୀ ଅଧିବେଶନର ପଞ୍ଚମ ଦିନ । ସ୍ୱାଭାବିକ ଭାବେ ଚାଲିଛି ପ୍ରଶ୍ନକାଳ ।
କନକ ବ୍ୟୁରୋ : ସ୍ୱାଭାବିକ ଭାବେ ଚାଲିଛି ଗୃହ । ମୌସୁମୀ ଅଧିବେଶନର ୫ମ ଦିନରେ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି । ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିବା ବେଳେ ଗୃହରେ ଉତ୍ତର ରଖୁଛନ୍ତି ମନ୍ତ୍ରୀ । ଆଜି ଗୃହରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଜଳସମ୍ପଦ, କ୍ରୀଡା ଓ ଯୁବ କଲ୍ୟାଣ, ଯୋଜନା ଓ ସଂଯୋଜନା, ବାଣିଜ୍ୟ, ପରିବହନ ବିଭାଗକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟ ରହିଛି । ଗତକାଲି ଚତୁର୍ଥ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ଥିବାContinue reading “ମୌସୁମୀ ଅଧିବେଶନର ପଞ୍ଚମ ଦିନ । ସ୍ୱାଭାବିକ ଭାବେ ଚାଲିଛି ପ୍ରଶ୍ନକାଳ ।”
ସମ୍ପତ୍ତି ୧୦୦ କୋଟିରୁ ଅଧିକ । ହେଲେ ଜୀବନ ଅତି ସରଳ
କନକ ବ୍ୟୁରୋ: ଏ ବୟସ୍କ ବ୍ୟକ୍ତି ଜଣଙ୍କୁ ଦେଖିଲେ ଜାଣି ହେବନି ଯେ ୟାଙ୍କ ପାଖରେ ଧନସମ୍ପତ୍ତି ଥିବ ବୋଲି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏ ବୃଦ୍ଧ ବ୍ୟକ୍ତିଙ୍କ ସମ୍ପତ୍ତି ୧୦୦ କୋଟିରୁ ଅଧିକ । ହେଲେ ୟାଙ୍କ ଅତି ସରଳ ନିରାଡମ୍ବର ଜୀବନ ଶୈଳୀ ଦେଖି କେହିବି ଏକଥା ବିଶ୍ୱାସ କରିପାରନ୍ତିନି । ତାଙ୍କ ପରିଚୟ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ। ‘ଏକ୍ସ’ର ଜଣେ ବ୍ୟବହାରକାରୀ ତାଙ୍କ ସହ ହୋଇଥିବା ବାର୍ତ୍ତାଳାପର ଭିଡିଓ ସେୟାର କରିବାContinue reading “ସମ୍ପତ୍ତି ୧୦୦ କୋଟିରୁ ଅଧିକ । ହେଲେ ଜୀବନ ଅତି ସରଳ”
ବାପା-ଝିଅ ନଦୀକୁ ଡେଇଁବା ଘଟଣା । ଏବେ ବି ଚାଲିଛି ଖୋଜାଖୋଜି । ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।
କନକ ବ୍ୟୁରୋ : ଭଦ୍ରକ ଆଖୁଆପଦା ନିକଟ ବୈତରଣୀ ନଦୀକୁ ଡେଇଁ ପଡ଼ିଥିବା ବାପା-ଝିଅଙ୍କୁ ଖୋଜାଖୋଜି ଚାଲିଛି । ଆଜି ସକାଳୁ ଦମକଳ ବାହିନୀ ପକ୍ଷରୁ ନଦୀରେ ଖୋଜାଖୋଜି କରାଯାଉଛି । ଗତକାଲି ରାତିରେ ବୈତରଣୀ ନଦୀକୁ ଡେଇଁପଡ଼ିଥିଲେ ବାଲିପୋଖରୀ ଗାଁର ଚନ୍ଦନ ସାହୁ ଓ ତାଙ୍କ ଅଢେଇ ବର୍ଷର ଝିଅ । ରାତି ସହ ନଦୀର ପାଣି ଅଧିକ ଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଇପାରିନଥିଲା । ଆଜି ସକାଳୁ ଦୁଇ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମContinue reading “ବାପା-ଝିଅ ନଦୀକୁ ଡେଇଁବା ଘଟଣା । ଏବେ ବି ଚାଲିଛି ଖୋଜାଖୋଜି । ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।”
କଂଗ୍ରେସ ବିଧାୟକଙ୍କୁ ଘରୁ ଉଠାଇନେଲା ପୁଲିସ । ୮ ବର୍ଷ ତଳର ଡ୍ରଗ୍ସ ମାମଲାରେ ହେଲେ ଗିରଫ ।
କନକ ବ୍ୟୁରୋ: ଆଜି ଭୋର ୬ଟାରେ କଂଗ୍ରେସ ନେତା ସୁଖପାଲ ସିଂ ଖୈରାଙ୍କୁ ଘରୁ ଉଠାଇନେଲା ପୁଲିସ । ଫାଜିଲ୍ଲା ଜଲାଲାବାଦଠାରେ ନାର୍କେଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସସପେନ୍ସ ଆକ୍ଟ ଅନୁଯାୟୀ ୮ ବର୍ଷ ତଳର ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଛି । Congress leader Sukhpal Singh Khaira detained by Punjab Police in connection with a 2015 case registered under the NDPS Act (Video source –Continue reading “କଂଗ୍ରେସ ବିଧାୟକଙ୍କୁ ଘରୁ ଉଠାଇନେଲା ପୁଲିସ । ୮ ବର୍ଷ ତଳର ଡ୍ରଗ୍ସ ମାମଲାରେ ହେଲେ ଗିରଫ ।”
କଣ୍ଟାବାଞ୍ଝିରେ କାଠ ମାଫିଆ ଘରେ ବନ ବିଭାଗର ରେଡ୍ । ଘର ଭିତରୁ ଲକ୍ଷାଧିକ ଟଙ୍କାର ବେଆଇନ ଆସବାବପତ୍ର ଜବତ ।
କନକ ବ୍ୟୁରୋ: କଣ୍ଟାବାଞ୍ଝିରେ କାଠ ମାଫିଆ ଘରେ ବନ ବିଭାଗର ରେଡ୍ । ଧୂବାପଡ଼ାର ମୋହନ ଟାଙ୍ଗଙ୍କ ଘର ଓ ଭଡା ଘରେ ପହଞ୍ଚିଥିଲା ବଲାଙ୍ଗୀର ବନ ବିଭାଗର ସ୍ୱତନ୍ତ୍ର ଟିମ୍ । ବନ ବିଭାଗ ପହଞ୍ଚିବା ପୂର୍ବରୁ ଘରେ ତାଲା ପକାଇ ଦେଇଥିଲେ ମୋହନ ଟାଙ୍ଗ । ଶେଷରେ ବନ ବିଭାଗ କର୍ମଚାରୀ କାନ୍ଥ ଚଢି ଭିତରକୁ ଯାଇଥିଲେ । ଘର ଭିତରୁ ଲକ୍ଷାଧିକ ଟଙ୍କାର ଅନେକ ବେଆଇନ ଆସବାବପତ୍ର ଜବତ କରାଯାଇଛି । କଂଟାବାଞ୍ଜିContinue reading “କଣ୍ଟାବାଞ୍ଝିରେ କାଠ ମାଫିଆ ଘରେ ବନ ବିଭାଗର ରେଡ୍ । ଘର ଭିତରୁ ଲକ୍ଷାଧିକ ଟଙ୍କାର ବେଆଇନ ଆସବାବପତ୍ର ଜବତ ।”
ଏସିଆନ୍ ଗେମ୍ସର ପଞ୍ଚମ ଦିନରେ ଭାରତକୁ ସଫଳତା । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ । ଉସୁରେ ରୋଶିବିନା ଦେବୀ ଆଣିଲେ ରୌପ୍ୟ
କନକ ବ୍ୟୁରୋ: ଏସିଆନ୍ କ୍ରୀଡ଼ାର ପଞ୍ଚମ ଦିନ ଆରମ୍ଭରୁ ଭାରତ ଖାତାକୁ ଆସିିଛି ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ । ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ମିିଳିଛି ଦଳଗତ ସଫଳତା । ଚୀନକୁ ପରାସ୍ତ କରି ଦଳ ଶେଷ ମୁହୂର୍ତରେ ଜିତିଛି ସ୍ୱର୍ଣ୍ଣ । ଭାରତ ପକ୍ଷରୁ ସରବଜୋତ ସିଂ, ଅର୍ଜୁନ୍ ସିଂ ଚିମା ଓ ସିବା ନରୱଲ ଆଣିଛନ୍ତି ଏହି ସଫଳତା । ସେହିପରି ମହିଳା ୬୦ କେଜି ଉଷୁ ପ୍ରତିଯୋଗିତାରେ ଭାରତContinue reading “ଏସିଆନ୍ ଗେମ୍ସର ପଞ୍ଚମ ଦିନରେ ଭାରତକୁ ସଫଳତା । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ । ଉସୁରେ ରୋଶିବିନା ଦେବୀ ଆଣିଲେ ରୌପ୍ୟ”
ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଲାଗିଲା ନିଆଁ: ଜୀବନ୍ତ ଜଳିଗଲେ ୨ଜଣ, ଜଣେ ଗୁରୁତର ।
କନକ ବ୍ୟୁରୋ: ଝାନ୍ସି ଚୀରଗାଓଁରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଭୀଷଣ ନିଆଁ ଲାଗି ୨ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଡ୍ରାଇଭରକୁ ନିଦ ଲାଗିବାରୁ ଟ୍ରକଟି ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ଟ୍ରକରେ ଧକ୍କା ହୋଇଥିଲା । ଫଳରେ ଦୁଇଟିଯାକ ଟ୍ରକରେ ନିଆଁ ଲାଗିଯାଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡିଛି । ନିଆଁ ଲାଗିବା କ୍ଷଣି ଗୋଟିଏ ଟ୍ରକର ଡ୍ରାଇଭର ଓ କ୍ଲିନର ଡେଇପଡିଥିବା ବେଳେ ଅନ୍ୟ ଟ୍ରକରେContinue reading “ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଲାଗିଲା ନିଆଁ: ଜୀବନ୍ତ ଜଳିଗଲେ ୨ଜଣ, ଜଣେ ଗୁରୁତର ।”
କାମାକ୍ଷାନଗରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୁଳିମାଡ଼ରେ ବ୍ୟବସାୟୀ ନିରାକାର ସାହୁଙ୍କ ମୃତ୍ୟୁ
କନକ ବ୍ୟୁରୋ: କାମାକ୍ଷାନଗରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୁଳିମାଡ଼ରେ ବ୍ୟବସାୟୀ ନିରାକାର ସାହୁଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ ଘଟିଛି ଏହି ଗୁଳିମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ କରାଯାଇଥିବା ଜଣାଯାଇଛି । କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ୨୦୨୧ ମସିହା ବାରୁଆଁ ସମିିତିସଭ୍ୟ ଦୀପକ ମାହୁନ୍ତ ହତ୍ୟାକାଣ୍ଡରେ ନିରାକାର ସାହୁ ସଂପୃକ୍ତି ଥିବା ସାମ୍ନାକୁ ଆସିଥିଲାContinue reading “କାମାକ୍ଷାନଗରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୁଳିମାଡ଼ରେ ବ୍ୟବସାୟୀ ନିରାକାର ସାହୁଙ୍କ ମୃତ୍ୟୁ”
ଘରଡିହ ବିବାଦ ନେଲା ଉଗ୍ରରୂପ । ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର । ଦୁଇ ଗୋଷ୍ଠୀ ହେଲେ ମୁହାଁମୁହିଁ ।
କନକ ବ୍ୟୁରୋ: ଘରଡିହ ବିବାଦ ନେଲା ଉଗ୍ରରୂପ । ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର । ଦୁଇ ଗୋଷ୍ଠୀ ହେଲେ ମୁହାଁମୁହିଁ । ପିପିଲି ଚନ୍ଦାଦେଇପୁରରେ ଏହାକୁ ନେଇ ଘଟିଛି ରକ୍ତାକ୍ତ ସଂଘର୍ଷ । ଦୁଇଗୋଷ୍ଠୀ ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରିବାରୁ ଉଭୟ ପକ୍ଷର ୭ଜଣ ଗୁରୁତର ଆହତ ହୋଇ ପୁରୀ ମେଡିକାଲରେ ଚିକିତ୍ସା ହେଉଛନ୍ତି । ବଳଙ୍ଗା ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।Continue reading “ଘରଡିହ ବିବାଦ ନେଲା ଉଗ୍ରରୂପ । ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର । ଦୁଇ ଗୋଷ୍ଠୀ ହେଲେ ମୁହାଁମୁହିଁ ।”