କନକ ବ୍ୟୁରୋ : ବର୍ଷିଆନ୍ ବଲିଉଡ ଅଭିନେତ୍ରୀ ୱାହୀଦା ରେହମାନଙ୍କୁ ମିଳିବ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍ କରି ଏହି ସୂଚନା ପ୍ରଦାନ କରିଛନ୍ତି । ନିଜ ପୋଷ୍ଟରେ ଅନୁରାଗ ଠାକୁର ଲେଖିଛନ୍ତି ‘ୱାହୀଦା ରେହମାନଜୀଙ୍କୁ ଭାରତୀୟ ସିନେମାରେ ତାଙ୍କ ଅବଦାନ ପାଇଁ ଚଳିତବର୍ଷ ସମ୍ମାନଜନକ ଦାଦା ସାହେବ ଫାଲକେ ଲାଇଫ ଟାଇମ୍ ଆଚିଭମେଂଟ୍ ଆୱାର୍ଡ ପ୍ରଦାନ କରାଯିବ ।Continue reading “ବର୍ଷିଆନ୍ ବଲିଉଡ୍ ଅଭିନେତ୍ରୀ ୱାହୀଦା ରେହମାନଙ୍କୁ ମିଳିବ ସିନେ ଜଗତର ସର୍ବୋଚ୍ଚ ସମ୍ମାନ । ଚଳିତ ବର୍ଷ ମିଳିବ ଦାଦା ସାହେବ ଫାଲକେ ସମ୍ମାନ”
Tag Archives: News
ରାଜଧାନୀ ଦିଲ୍ଲୀରେ ବଡ ଡକୈତି । କାନ୍ଥରେ କଣା କରି ୨୫ କୋଟି ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ
କନକ ବ୍ୟୁରୋ : ଇଲେକ୍ଟ୍ରିକ କଟରରେ କାନ୍ଥ ଓ କବାଟ କାଟିଲେ ଆଉ ଗହଣା ଦୋକାନରୁ କୋଟିଏ କି ଦୁଇ କୋଟି ନୁହେଁ ପୂରା ୨୫କୋଟି ଟଙ୍କାର ଅଳଙ୍କାର ଲୁଟି ନେଲେ ଚୋର । ଘଟଣା ଦିଲ୍ଲୀ ଜଙ୍ଗପୁରାର । ଏଠାରେ ଥିବା ଏକ ଗହଣା ଦୋକାନରେ କଳାକନା ବୁଲାଇ ଫେରାର ହୋଇଛନ୍ତି ଚୋର । କୋଠାର ଛାତ କବାଟ ଭାଙ୍ଗି ଚୋରମାନେ ପଶିଥିବା ସୂଚନା ମିଳିଛି । ପରେ କଟରରେ କାନ୍ଥ ଓ କବାଟ କାଟିContinue reading “ରାଜଧାନୀ ଦିଲ୍ଲୀରେ ବଡ ଡକୈତି । କାନ୍ଥରେ କଣା କରି ୨୫ କୋଟି ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ”
କାବେରୀ ନଦୀ ଜଳକୁ ନେଇ କର୍ଣ୍ଣାଟକରେ ହଙ୍ଗାମା । ବେଙ୍ଗାଲୁରୁରେ ଚାଷୀଙ୍କ ଜୋରଦାର ପ୍ରଦର୍ଶନ
କନକ ବ୍ୟୁରୋ : କାବେରୀ ନଦୀ ଜଳ ବଂଟାକୁ ନେଇ କର୍ଣ୍ଣାଟକ ସରକାରଙ୍କ ନିଷ୍ପକୁ ବିରୋଧ କରି ମଙ୍ଗଳବାର ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଚାଷୀ ସଙ୍ଗଠନ । ରାଜଧାନୀ ବେଙ୍ଗାଲୁରୁ ବନ୍ଦ ଡାକରା ଦେବା ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ ଓ ବିଭିନ୍ନ ବିରୋଧୀ ଦଳ । ରାଜଧାନୀ ବେଙ୍ଗାଲୁରୁରେ ଦୋକାନ-ବଜାର, ମଲ, ରେସ୍ତୁରାଁ ସବୁକିଛି ବନ୍ଦ । ଗାଡି ଚଳାଚଳ ବନ୍ଦ ସହ, ବସ୍ ଓ ଟ୍ରେନ୍ ଚଳାଚଳ ବି ବନ୍ଦ ରହିଛିContinue reading “କାବେରୀ ନଦୀ ଜଳକୁ ନେଇ କର୍ଣ୍ଣାଟକରେ ହଙ୍ଗାମା । ବେଙ୍ଗାଲୁରୁରେ ଚାଷୀଙ୍କ ଜୋରଦାର ପ୍ରଦର୍ଶନ”
କାନାଡାରେ ତେଜୁଛି ଖଲିସ୍ତାନୀ ନିଆଁ । ଭାରତୀୟ ଦୂତବାସ ବାହାରେ ବିରୋଧ, ବଢୁଛି ଭାରତ-କାନାଡା ସମ୍ପର୍କରେ ତିକ୍ତତା
କନକ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଭାରତ-କାନାଡା ସମ୍ପର୍କରେ ଦେଖାଦେଇଥିବା ତିକ୍ତତା ଥମିବାର ନାଁ ନେଉନାହିଁ । ଖଲିସ୍ତାନୀ ସଂଘ ଶିଖ ଫର ଜଷ୍ଟିସ୍ (ଏସ୍ଏଫଜେ) ପକ୍ଷରୁ କାନାଡାର ଓଟୱା ଓ ଟୋରଂଟୋ ସ୍ଥିତ ଭାରତୀୟ ଦୂତବାସ ବାହାରେ ବିରୋଧ ପ୍ରଦର୍ଶନ କରାଯାଇଛି । ଭାରତ ସରକାର ବିରୋଧରେ ନାରାବାଜି କରିଛନ୍ତି ଖଲିସ୍ତାନୀ ସଂଘ ଏସଏଫଜେ ସଦସ୍ୟ । ଖଲିସ୍ତାନୀ ଅମର ରହେ ନାରା ସହ ବିରୋଧ ପ୍ରଦର୍ଶନ କରିଛନ୍ତିContinue reading “କାନାଡାରେ ତେଜୁଛି ଖଲିସ୍ତାନୀ ନିଆଁ । ଭାରତୀୟ ଦୂତବାସ ବାହାରେ ବିରୋଧ, ବଢୁଛି ଭାରତ-କାନାଡା ସମ୍ପର୍କରେ ତିକ୍ତତା”
ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଯୋଜନାରେ ମୋଦୀ ବାଂଟିଲେ ନିଯୁକ୍ତି ପତ୍ର । ନବମ ପର୍ଯ୍ୟାୟରେ ୫୧ ହଜାର ଯୁବକ, ଯୁବତୀଙ୍କୁ ମିଳିଲା ନିଯୁକ୍ତି
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଅନ୍ତର୍ଗତ ନବମ ପର୍ଯ୍ୟାୟରେ ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଂଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୪୬ଟି ସ୍ଥାନରେ ରୋଜଗାର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭିଡିଓ କନଫରେନସିଂରେ ସାମିଲ ହୋଇ ନିଯୁକ୍ତି ପତ୍ର ବାଂଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦେଶର ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦେବା ପାଇଁ ରୋଜଗାର ମେଳା କରାଯାଉଛି । ଭାରତ ସରକାର ଓ ସହଯୋଗୀContinue reading “ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଯୋଜନାରେ ମୋଦୀ ବାଂଟିଲେ ନିଯୁକ୍ତି ପତ୍ର । ନବମ ପର୍ଯ୍ୟାୟରେ ୫୧ ହଜାର ଯୁବକ, ଯୁବତୀଙ୍କୁ ମିଳିଲା ନିଯୁକ୍ତି”
ରହସ୍ୟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ଏଡିଏମ୍ ଅଫିସ ଘେରିଲେ ଶତାଧିକ ଆଦିବାସୀ
କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଜଟିଳ ରୁପ ନେଉଛି । ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ଏଡିଏମ ଅଫିସ ଘେରାଉ କରିଛନ୍ତି ଶତାଧିକ ଆଦିବାସୀ ମହିଳା । ଜଷ୍ଟିସ ଫର ସୁସ୍ମିତା ମିଞ୍ଜ ଲେଖାଥିବା ପ୍ଲାକାର୍ଡ ଧରି ନ୍ୟାୟ ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣାର ୭ ଦିନ ପରେ ବି ପୋଲିସ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟାଇContinue reading “ରହସ୍ୟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ଏଡିଏମ୍ ଅଫିସ ଘେରିଲେ ଶତାଧିକ ଆଦିବାସୀ”
ଜାତି ଭିତିକ ଜନଗଣନା ନେଇ ରାହୁଲଙ୍କ ବୟାନକୁ ଉପରେ ରାଜନୀତି । ବିଜେପି କହିଲା, କଂଗ୍ରେସର ନାହିଁ ଅସ୍ତିତ୍ୱ, କ୍ଷମତାକୁ ଆସିବାକୁ ଉଠୁନି ପ୍ରଶ୍ନ
କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ତେଜୁଛି ରାଜନୀତି । ଜାତି ଭିତିକ ଜନଗଣନା ପାଇଁ ରାହୁଲଙ୍କ ବୟାନ ଉପରେ ବିଜେପି କରିଛି କଟାକ୍ଷ । ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସମ୍ବିତ ପାତ୍ର କହିଛନ୍ତି ଛତିଶଗଡରେ କଂଗ୍ରେସ ଗତ ନିର୍ବାଚନରେ ୩୧୬ଟି ଏଭଳି ପ୍ରତିଶ୍ରୁତି ଦେଇଥିଲା ଯାହାକୁ ପୂରଣ କରି ପାରି ନାହାଁନ୍ତି କଂଗ୍ରେସ ପାର୍ଟି । ଆଉ ରାହୁଲ ଜାତିContinue reading “ଜାତି ଭିତିକ ଜନଗଣନା ନେଇ ରାହୁଲଙ୍କ ବୟାନକୁ ଉପରେ ରାଜନୀତି । ବିଜେପି କହିଲା, କଂଗ୍ରେସର ନାହିଁ ଅସ୍ତିତ୍ୱ, କ୍ଷମତାକୁ ଆସିବାକୁ ଉଠୁନି ପ୍ରଶ୍ନ”
ଗାନ୍ଧୀ ଜୟନ୍ତୀରୁ ଗ୍ରାମାଞ୍ଚଳକୁ ଲକ୍ଷ୍ମୀ ଯୋଜନାରେ ଗଡିବ ବସ୍: ଆପତ୍ତି ଉଠାଇଲେ ଘରୋଇ ବସ୍ ମାଲିକ ସଂଘ
କନକ ବ୍ୟୁରୋ: ଗାଁ ଗଣ୍ଡାରେ ପରିବହନ ସେବାକୁ ପଂହଚାଇବା ପାଇଁ ଆରମ୍ଭ ହେବାକୁ ଯାଉଛି ‘ଲକ୍ଷ୍ମୀ’ ଯୋଜନା । ହେଲେ ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଛି । ବସ ସେବାକୁ ନେଇ ଆପତ୍ତି ଉଠାଇଛନ୍ତି ଘରୋଇ ବସ ମାଲିକ ସଂଘ । କୋରାପୁଟରେ ଘରୋଇ ବସ ମାଲିକ ଏକାଠି ହୋଇ ଅନେକ ଦାବି ରଖିଛନ୍ତି । ନୂଆ ବସ ନ କିଣି ଘରୋଇ ବସକୁ ଲିଜ୍ ଓ ଭଡା ସୁତ୍ରରେ ନେଇ ଚଳାଇବାକୁ ସେମାନେContinue reading “ଗାନ୍ଧୀ ଜୟନ୍ତୀରୁ ଗ୍ରାମାଞ୍ଚଳକୁ ଲକ୍ଷ୍ମୀ ଯୋଜନାରେ ଗଡିବ ବସ୍: ଆପତ୍ତି ଉଠାଇଲେ ଘରୋଇ ବସ୍ ମାଲିକ ସଂଘ”
ବଦନାମ କ୍ୟାପିଟାଲ ହସ୍ପିଟାଲ! ପୁଅ ଗାଏବ, ଧରାଇ ଦେଲେ ଝିଅ!
କନକ ବ୍ୟୁରୋ: ପୁଣି ଶିଶୁ ଅଦବଦଳ ଅଭିଯୋଗ । ତାହା ପୁଣି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ । ଅଭିଯୋଗ ଅନୁସାରେ ଭୁବନେଶ୍ୱରର ଜଣେ ମହିଳାଙ୍କ ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ । ହେଲେ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା । ଆଉ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ପରିବାର ଲୋକେ ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଆଉ ଡିଏନଏ ଟେଷ୍ଟ କରାଯିବContinue reading “ବଦନାମ କ୍ୟାପିଟାଲ ହସ୍ପିଟାଲ! ପୁଅ ଗାଏବ, ଧରାଇ ଦେଲେ ଝିଅ!”
କାଶୀପୁରର ବକ୍ସାଇଟ ଖଣି ଉପରେ ବେଦାନ୍ତର ନଜର: ଖଣି ଖନନକୁ ନେଇ ବଢୁଛି ବିରୋଧ
କନକ ବ୍ୟୁରୋ: ରାୟଗଡା କାଶୀପୁରରେ ବେଦାନ୍ତର ସିଜିମାଳି ବକ୍ସାଇଟ ଖଣି ଉତୋଳନକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ଲୋକଙ୍କ ଦାବି ହେଉଛିଷ କମ୍ପାନୀ ପ୍ରଥମେ ଏଠାରେ କାରଖାନା କରୁ, ପରେ ଖଣି ଖୋଳିବ । ନ ହେଲେ ଜଙ୍ଗଲ ଜମି ଓ ଜୀବନ ଜୀବିକା ଉପରେ ପ୍ରଭାବ ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଆସନ୍ତା ମାସରେ ଜନଶୁଣାଣି ଥିବାବେଳେ ଲୋକଙ୍କ ବିରୋଧ ବଢୁଛି । ବକ୍ସାଇଟ ଖଣିରେ ଭରପୂର କାଶୀପୁର ଅଂଚଳContinue reading “କାଶୀପୁରର ବକ୍ସାଇଟ ଖଣି ଉପରେ ବେଦାନ୍ତର ନଜର: ଖଣି ଖନନକୁ ନେଇ ବଢୁଛି ବିରୋଧ”