କନକ ବ୍ୟୁରୋ: ବିଧାନସଭା ଅଧିବେଶନ ଚାଲିଛି । ଏପେଟେ ବିଧାନସଭାକୁ ଲାଗିଥିବା ଲୋୟର ପିଏମଜି କମ୍ପୁଛି । ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଲୋୟର ପିଏମଜିରେ ଆନ୍ଦୋଳନ ଓ ଧାରଣା ଜାରି ରଖିଛନ୍ତି ବିଭିନ୍ନ ସଙ୍ଗଠନ । ଆଶାକର୍ମୀଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ପେସା ଆଇନ ଲାଗୁ ଦାବିରେ ଆଦିବାସୀମାନେ ଭିନ୍ନ ଢଙ୍ଗରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚି ପ୍ରତିବାଦ ଜଣାଇଛନ୍ତି । ଭୁବନେଶ୍ୱର ଲୋୟର ପିଏମଜିରେ ଚାଲିଛି ବିଭିନ୍ନ ସଙ୍ଗଠନର ଧାରଣା ।Continue reading “ଧାରଣା, ପ୍ରତିବାଦରେ କମ୍ପୁଛି ଲୋୟର ପିଏମଜି: ନିଆରା ପ୍ରତିବାଦ କରି ସଙ୍ଗଠନ ଦେଖାଉଛନ୍ତି ଦମ୍”
Tag Archives: News
କୋର୍ଟଙ୍କ ନିର୍ଦ୍ଦେଶ ପରେ ମାହାଙ୍ଗାରେ ହଙ୍ଗାମା: ପ୍ରତାପ ଜେନାଙ୍କ ସମର୍ଥକ ଓ ବିରୋଧୀ ମୁହାଁମୁହିଁ
କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ତେଜିଛି ରାଜନୀତି । ମାହାଙ୍ଗାରେ ଆଜି ହଙ୍ଗାମା ହୋଇଛି ଜେଏମ୍ଏଫସି କୋର୍ଟଙ୍କ ରାୟ ପ୍ରକାଶ ପରେ ମୁହାଁମୁହିଁ ହୋଇଛନ୍ତି ବିଧାୟକ ପ୍ରତାପ ଜେନାଙ୍କ ସମର୍ଥକ ଓ ବିରୋଧୀ । ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମୃତକ କୁଳମଣି ବରାଳଙ୍କ ପରିବାର ପ୍ରତାପ ଜେନାଙ୍କ କୁଶ ପୁତଳିକା ଦାହ କରିବାକୁ ଆସୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ପୋଲିସ ଆହତଙ୍କୁ ଉଦ୍ଧାର କରି ବିଧାୟକଙ୍କ ସମର୍ଥକଙ୍କୁ ବୁଝାସୁଝା କରିଛିContinue reading “କୋର୍ଟଙ୍କ ନିର୍ଦ୍ଦେଶ ପରେ ମାହାଙ୍ଗାରେ ହଙ୍ଗାମା: ପ୍ରତାପ ଜେନାଙ୍କ ସମର୍ଥକ ଓ ବିରୋଧୀ ମୁହାଁମୁହିଁ”
ତୃତୀୟ ଦିନରେ ବି ହଙ୍ଗାମା: କଳାବ୍ୟାଜ୍ ପିନ୍ଧି ପ୍ରତିବାଦ
କନକ ବ୍ୟୁରୋ: ବିଧାନସଭାର ତୃତୀୟ ଦିନରେ ବି ଗୃହରେ ହଙ୍ଗାମା ହୋଇଛି । ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବିଧାସଭାରେ ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ମୂଲତବି ଆଲୋଚନା ହୋଇପାରିନି । ଆଉ ଗୃହ ନ ଚାଲିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ବିଜେପି ବିଧାୟକ ଅଭିଯୋଗ ଆଣି କହିଛନ୍ତି, ବିଜେଡି ଓ କଂଗ୍ରେସ ଏକ ହୋଇ ଗୃହକୁ ଚଳାଇ ଦେଉ ନାହାନ୍ତି । ସେଟିଂ ଯୋଗୁଁ କଂଗ୍ରେସContinue reading “ତୃତୀୟ ଦିନରେ ବି ହଙ୍ଗାମା: କଳାବ୍ୟାଜ୍ ପିନ୍ଧି ପ୍ରତିବାଦ”
ପାରିତ ହେଲା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ । ଜାଣନ୍ତୁ କ’ଣ ରହିଛି ନୂଆ ନିୟମ
କନକ ବ୍ୟୁରୋ : ଏକ ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମ ତା ୦୧.୦୫.୧୯୮୪ ରିଖ ରେ ଲାଗୁ ହେଲା ଏବଂ ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୧୯୯୨ ବିଜ୍ଞାପିତ ହୋଇଥିଲା ।ଅଧିନିୟମ ଏବଂ ନିୟମକୁ କାର୍ଯ୍ୟକାରୀ କରିବା ସମୟରେ ଅନୁଭୂତ ହେଲା ଯେ ଏଗୁଡିକରେ କିଛି ବ୍ୟବସ୍ଥାଗତ ତ୍ରୁଟି ରହିଛି। ଉପରୋକ୍ତ ଅଧିନିୟମ ଏବଂ ନିୟମରେ ଦକ୍ଷ ପ୍ରାଧିକାରୀଙ୍କରContinue reading “ପାରିତ ହେଲା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ । ଜାଣନ୍ତୁ କ’ଣ ରହିଛି ନୂଆ ନିୟମ”
ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବାବରଙ୍କ ବଡ ବୟାନ । କହିଲେ, ଅହମ୍ମଦାବାଦରେ ଚୁପ୍ ରହିବେନି ପାକିସ୍ତାନୀ ଫ୍ୟାନ୍ ।
କନକ ବ୍ୟୁରୋ: ବିଶ୍ୱକପକୁ ଆଉ ମାତ୍ର ଦିନ କେଇଟା ବାକି । ଭାରତରେ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟର ମହାକୁମ୍ଭ । ତେବେ ବିଶ୍ୱକପ୍ ଭିତରେ ଏବେ ସମସ୍ତଙ୍କର ଅପେକ୍ଷା ଭାରତ-ପାକିସ୍ତାନ ମ୍ୟାଚକୁ । କେବେ ଅକ୍ଟୋବର ୧୪ ଆସିବ ଆଉ ଅହମ୍ମଦାବାଦରେ ଭାରତ-ପାକିସ୍ତାନ ଲଢେଇ ହେବ, ତାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ । ଆଉ ତାରି ଭିତରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନ ଟିମର କ୍ୟାପଟେନ୍ ବାବର ଆଜମ୍Continue reading “ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବାବରଙ୍କ ବଡ ବୟାନ । କହିଲେ, ଅହମ୍ମଦାବାଦରେ ଚୁପ୍ ରହିବେନି ପାକିସ୍ତାନୀ ଫ୍ୟାନ୍ ।”
ମାଟି ମାଆର ପୂଜା ପାଇଁ କରମା ଯାତ୍ରା: ସୁବର୍ଣ୍ଣପୁରରେ ଭାଦ୍ରବ ମାସରେ ହୁଏ ମା କରମାସନିଙ୍କ ପୂଜାର୍ଚ୍ଚନା
କନକ ବ୍ୟୁରୋ: ପ୍ରକୃତି ପୂଜା, ମାଟି ମାଁ ସହିତ ବୃକ୍ଷ ଉପାସନା । କେଉଁ ଆବହାମାନ କାଳରୁ ପଶ୍ଚିମ ଓଡିଶାର ଆଦିବାସି ସଂମ୍ପ୍ରଦାୟର ଲୋକେ ପାଳନ କରୁଛନ୍ତି ମାଁ କରମସାନି ପୂଜାରେ । କୃଷି ଭିତିକ ଏହି ପର୍ବ ପାଳନ କଲେ ବର୍ଷର ଫସଲ ଭଲ ହେବା ସହ ଧନ, ଜନ , ଗୋପ ଲକ୍ଷ୍ମୀ ଚର୍ତୁବର୍ଗ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏଥିପାଇଁ ଭାଦ୍ରବ ମାସରେ ଆଦିବାସୀ ସଂସ୍କୃତିର ଏହି ମହାନ ପର୍ବ ସୁବର୍ଣ୍ଣପୁରContinue reading “ମାଟି ମାଆର ପୂଜା ପାଇଁ କରମା ଯାତ୍ରା: ସୁବର୍ଣ୍ଣପୁରରେ ଭାଦ୍ରବ ମାସରେ ହୁଏ ମା କରମାସନିଙ୍କ ପୂଜାର୍ଚ୍ଚନା”
ଶୁଭାରମ୍ଭ ପୂର୍ବରୁ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ: ସରକାରୀ ବସ ଚଳାଚଳକୁ ନେଇ ମୁଣ୍ଡ ଟେକିଛି ବିବାଦ
କନକ ବ୍ୟୁରୋ: କୋରାପୁଟରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ । ପଂଚାୟତରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ସୁଲଭ ମୁଲ୍ୟରେ ପରିବହନ ସେବା ଯୋଗାଇବା ଉଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନା ଆଣିଛନ୍ତି । ଏହି ଯୋଜନା ଅଧିନରେ ପ୍ରଥମ ପର୍ଯ୍ୟାୟରେ ହଜାରେରୁ ଅଧିକ ବସ ଚଳାଚଳ କରିବ । ହେଲେ ଏହାର ସରକାରୀ ବସ ଚଳାଚଳକୁ ନେଇ ବିବାଦ ମୁଣ୍ଡ ଟେକିଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ୪ଟି ଘରୋଇ ବସ ମାଲିକ ସଂଘର ସମ୍ମିଳନୀContinue reading “ଶୁଭାରମ୍ଭ ପୂର୍ବରୁ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ: ସରକାରୀ ବସ ଚଳାଚଳକୁ ନେଇ ମୁଣ୍ଡ ଟେକିଛି ବିବାଦ”
ନଦୀରେ କୁମ୍ଭୀର, ମତ୍ସ୍ୟଜୀବୀଙ୍କ ପେଟରେ ଭୋକ: ବିରୁପା ନଦୀରେ ମହିଳାଙ୍କୁ କୁମ୍ଭୀର ଆକ୍ରମଣ ପରଠୁ ମତ୍ସ୍ୟଜୀବୀଙ୍କୁ ନଦୀକୁ ଯିବା ମନା
କନକ ବ୍ୟୁରୋ: ଜୀବିକା ଉଜାଡି ଦେଇଛି କୁମ୍ଭୀର ଭୟ । ମାଛ ମରାକୁ ବୃତି କରି ପେଟ ପୋଶୁଥିବା ୫୦ ମତ୍ସଜୀବୀ ପରିବାର ଏବେ କୂଳରେ ଡଙ୍ଗା ବାନ୍ଧି ହାତ ଟେକି ବସିଛନ୍ତି । ନିକଟରେ ଏକ ମହିଳାଙ୍କୁ କୁମ୍ଭୀର ନଦୀକୁ ଟାଣି ନେଇ ଝୁଣିଝୁଣି ଖାଇଥିବା ବେଳେ ସେହି ଭୟରେ ଏବେ ମତ୍ସଜୀବୀ ପରିବାରଙ୍କ ବୃତି ମରିଯିବାକୁ ବସିଛି । ଘରେ ଖାଇବାକୁ ଅର୍ଥ ନଥିବା ବେଳେ ମାଛ ମରା ସେମାନଙ୍କ ଅର୍ଥ ଉପାର୍ଜନର ମୁଖ୍ୟContinue reading “ନଦୀରେ କୁମ୍ଭୀର, ମତ୍ସ୍ୟଜୀବୀଙ୍କ ପେଟରେ ଭୋକ: ବିରୁପା ନଦୀରେ ମହିଳାଙ୍କୁ କୁମ୍ଭୀର ଆକ୍ରମଣ ପରଠୁ ମତ୍ସ୍ୟଜୀବୀଙ୍କୁ ନଦୀକୁ ଯିବା ମନା”
ବେଦାନ୍ତ ଖଣି ଖନନକୁ ନେଇ ବଢୁଛି ବିବାଦ: ଅକ୍ଟୋବର ୧୬ ପରିବେଶ ମଂଜୁରୀ ଜନଶୁଣାଣିକୁ ବିରୋଧ ପାଇଁ ବିରୋଧୀଙ୍କ ସଜବାଜ
କନକ ବ୍ୟୁରୋ: ବେଦାନ୍ତ ବିରୋଧରେ ବଢୁଛି ଜନ ଅସନ୍ତୋଷ । ମେଳି ବାନ୍ଧୁଛନ୍ତି କମ୍ପାନୀ ବିରୋଧୀ ଗ୍ରାମବାସୀ । କମ୍ପାନୀ ପାଇଁ ଖଣି ଖନନକୁ କରାଯାଉଛି ବିରୋଧ । ଖଣି ଖନନ ଯୋଗୁ ପ୍ରଭାବିତ ହେଉଥିବା ଗାଁର ଲୋକମାନଙ୍କ ବିରୋଧ କରି ଆସୁଛନ୍ତି । ଆଗକୁ ଏହି ବିରୋଧ ଧାରା ଜାରି ରଖିବାକୁ ଯୋଜନା କରୁଛନ୍ତି । ପ୍ରକୃତିକୁ ପୂଜା କରୁଥିବା ଆଦିବାସୀ ନିଜର ଜୀବନ ଜୀବିକା ପାଇଁ ପାହାଡ଼ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି ।Continue reading “ବେଦାନ୍ତ ଖଣି ଖନନକୁ ନେଇ ବଢୁଛି ବିବାଦ: ଅକ୍ଟୋବର ୧୬ ପରିବେଶ ମଂଜୁରୀ ଜନଶୁଣାଣିକୁ ବିରୋଧ ପାଇଁ ବିରୋଧୀଙ୍କ ସଜବାଜ”
ଅନୁଗୁଳର ବିଭିନ୍ନ ଗାଁରେ ଡରାଉଛନ୍ତି ହାତୀପଲ: ଦନ୍ତା ଆକ୍ରମଣରେ ବାଇଝାଲିଆ ସାହିରେ ଜଣେ ମୃତ, ଦୁଇ ଗୁରୁତର
କନକ ବ୍ୟୁରୋ: ଅନୁଗୁଳରେ ହାତୀ ଆତଙ୍କ ଥମିବାର ନାଁ ଧରୁନି । ପ୍ରତ୍ୟେକ ଦିନ ଫସଲ ନଚେତ ଗଡି ପଡୁଛି ମୂଲ୍ୟବାନ ଜୀବନ । ଦିନ ହେଇକି ରାତି ଗାଁ ମଝିରେ ବୁଲୁଛି ହାତୀ । ଗାଁ ପଡ଼ିଯାଇଛି ଲକଡାଉନ । ବନ ବିଭାଗ ବିଫଳ । ଚଳିତବର୍ଷ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୩୧ ଟପିଲାଣି । ଗତ ଏପ୍ରିଲରୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ । ଜଙ୍ଗଲ ଓContinue reading “ଅନୁଗୁଳର ବିଭିନ୍ନ ଗାଁରେ ଡରାଉଛନ୍ତି ହାତୀପଲ: ଦନ୍ତା ଆକ୍ରମଣରେ ବାଇଝାଲିଆ ସାହିରେ ଜଣେ ମୃତ, ଦୁଇ ଗୁରୁତର”