ମୀନାବଜାର ବନ୍ଦ କରିବାକୁ ଆସିଥିବା ପୋଲିସ ସହ ସ୍ଥାନୀୟ ଲୋକଙ୍କ ଧସ୍ତାଧସ୍ତି : ପୋଲିସ ଗାଡିକୁ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଗ୍ରାମବାସୀ

କନକ ବ୍ୟୁରୋ : ମୀନାବଜାର ବନ୍ଦ କରିବାକୁ ଆସିଥିବା ପୋଲିସ ସହ ସ୍ଥାନୀୟ ଲୋକଙ୍କ ଧସ୍ତାଧସ୍ତି । ପୋଲିସ ଗାଡିକୁ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଗ୍ରାମବାସୀ । ଗତକାଲି ରାତିରେ ଆଠଗଡ ତିଗିରିଆ ଥାନା ପାଂଚଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପାଂଚଗାଁଠାରେ ଚାଲିଥିବା ମୀନା ବଜାର ବନ୍ଦ କରିବାକୁ ତିଗିରିଆ ପୋଲିସ ପହଞ୍ଚିଥିଲା । ମୀନା ବଜାର ବନ୍ଦ କରିବାକୁ ପୋଲିସ ଅଧିକାରୀ କହିବାରୁ ଲୋକେ ବିରୋଧ କରିଥିଲେ । ଏହାକୁ ନେଇ କଥାContinue reading “ମୀନାବଜାର ବନ୍ଦ କରିବାକୁ ଆସିଥିବା ପୋଲିସ ସହ ସ୍ଥାନୀୟ ଲୋକଙ୍କ ଧସ୍ତାଧସ୍ତି : ପୋଲିସ ଗାଡିକୁ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଗ୍ରାମବାସୀ”

ଶିରିଡି ସାଇବାବା ମୁଭିଜର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ଶ୍ରୀମାନ୍ ଶ୍ରୀଯୁକ୍ତ” ଚଳଚ୍ଚିତ୍ରର ଶୁଭ ମହୁରତ

କନକ ବ୍ୟୁରୋ : ପ୍ରଣୟ ଜେଠୀ ପ୍ରଯୋଜିତ ତଥା ଶିରିଡି ସାଇବାବା ମୁଭିଜ୍ ବ୍ୟାନରର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ଶ୍ରୀମାନ ଶ୍ରୀଯୁକ୍ତ” ର ଶୁଭ ମହୁରତ ଏକାମ୍ର ପାର୍କ ସମ୍ମୁଖ ଶିରିଡି ସାଇବାବା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଭ ମହୁରତ ଅବସରରେ ସିନେ ପ୍ରଯୋଜକ ପ୍ରଣୟ ଜେଠୀ, ଚଳଚ୍ଚିତ୍ର ର ନିର୍ଦ୍ଦେଶକ ନିରଞ୍ଜନ ବେହେରା, ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାସ, ରବି ମିଶ୍ର ଅଭିନେତ୍ରୀ ଲିପ୍ସା ମହାରଣାଙ୍କ ସମେତ ଅତିଥି ଭାବେContinue reading “ଶିରିଡି ସାଇବାବା ମୁଭିଜର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ଶ୍ରୀମାନ୍ ଶ୍ରୀଯୁକ୍ତ” ଚଳଚ୍ଚିତ୍ରର ଶୁଭ ମହୁରତ”

ଲୋୟର ପିଏମଜିରେ ଗର୍ଜିଲେ ଆଶାକର୍ମୀ : ସରକାର ପ୍ରତିଶ୍ରୁତି ପୂରଣ କରିନଥିବା ଅଭିଯୋଗ

କନକ ବ୍ୟୁରୋ : ଭୁବନେଶ୍ୱର ଲୋୟର ପିଏମଜିରେ ୭ ଦଫା ଦାବିରେ ଧାରଣାରେ ବସିଛି ଓଡିଶା ଆଶାକର୍ମୀ ସଂଘ । ପୂର୍ବରୁ ସରକାର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନେଇନଥିବାରୁ ପୁଣି ରାସ୍ତାକୁ ଆଶାକର୍ମୀମାନେ ଓହ୍ଲାଇଛନ୍ତି । ସରକାର ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ନନେଲେ ଆଗକୁ ବଡ ଧରଣର ଆନ୍ଦୋଳନ ହେବ ବୋଲି ସଂଘ ଚେତେଇ ଦେଇଛି । ସଂଘର ଦାବିContinue reading “ଲୋୟର ପିଏମଜିରେ ଗର୍ଜିଲେ ଆଶାକର୍ମୀ : ସରକାର ପ୍ରତିଶ୍ରୁତି ପୂରଣ କରିନଥିବା ଅଭିଯୋଗ”

ଦଶମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା : ରବିବାର ଗଣେଶ ପୂଜା ଦେଖିବାକୁ ଯାଇ ହୋଇଥିଲେ ନିଖୋଜ; ଆଜି ସକାଳେ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ରାଉରକେଲାରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା । ସାରନା ଛକରୁ ଦେଓଗାଁ ଯିବା ରାସ୍ତାର ନିଛାଟିଆ ସ୍ଥାନରେ ହତ୍ୟା କରି ନାବାଳକର ମୃତଦେହକୁ ଫୋପାଡି ଦିଆଯାଇଛି । ମୃତ ନାବାଳକ ରାଉରକେଲା ବାଲୁଘାଟ ଅଞ୍ଚଳର ରୁଦ୍ର ନାରାୟଣ ପାଢୀ ବୋଲି ଚିହ୍ନଟ ହୋଇଛି । ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ହତ୍ୟା ସନ୍ଦେହରେ ପୋଲିସContinue reading “ଦଶମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା : ରବିବାର ଗଣେଶ ପୂଜା ଦେଖିବାକୁ ଯାଇ ହୋଇଥିଲେ ନିଖୋଜ; ଆଜି ସକାଳେ ମୃତଦେହ ଉଦ୍ଧାର”

ରୋବୋଟ୍ କଲା ସୂର୍ଯ୍ୟ ନମସ୍କାର ଓ ଯୋଗ । ଭିଡିଓ ସେୟାର କଲେ ଏଲନ୍ ମସ୍କ

କନକ ବ୍ୟୁରୋ: ଏଲନ୍ ମସ୍କଙ୍କ କମ୍ପାନୀ ଟେସଲା ଏହାର ହ୍ୟୁମାନୋଇଡ୍ ରୋବଟ୍ ଅପ୍ଟିମସର ଏକ ଭିଡିଓ ସେୟାର କରିିଛି । ଯେଉଁଥିରେ ରୋବଟକୁ ଘର କାମଠାରୁ ଆରମ୍ଭ କରି ସୂର୍ଯ୍ୟ ନମସ୍କାର ଓ ଯୋଗ କରୁଥିବାର ଦେଖିବାକୁ ମିଳୁଛି । ଭିଡିଓର କିଛି ମିନିଟ୍ ଯାଏଁ ରୋବଟ୍ ଘରର କିଛି କାମ କରୁଥିବା ଦେଖିବାକୁ ମିଳୁଛି । ଏବଂ ପରେ ସନ୍ତୁଳନ ରକ୍ଷା କରି ଯୋଗ କରୁଥିବା ଦେଖାଯାଉଛି । ଟେସଲା ଅପ୍ଟିମସ୍ ଦ୍ୱାରା ପ୍ରସ୍ତୁତ ଭିଡିଓContinue reading “ରୋବୋଟ୍ କଲା ସୂର୍ଯ୍ୟ ନମସ୍କାର ଓ ଯୋଗ । ଭିଡିଓ ସେୟାର କଲେ ଏଲନ୍ ମସ୍କ”

ମୌସୁମୀ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ଗୃହକୁ ଦିନ ୧୨ଟା ଯାଏଁ ମୁଲତବି କଲେ ବାଚସ୍ପତି ।

କନକ ବ୍ୟୁରୋ : ମୌସୁମୀ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋ ହଲ୍ଲା । ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ବିଜେପି ବିଧାୟକ । ବିଭିନ୍ନ ପ୍ରସଙ୍ଗକୁ ନେଇ ହାତରେ କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡିୟମ ତଳେ ହଟ୍ଟଗୋଳ କରିଥିଲେ ବିରୋଧୀ । ବିଜେଡି ବିଧାୟକ ମଧ୍ୟ ଏମଏସପି ପ୍ରସଙ୍ଗ ଉଠାଇ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ଫଳରେ ଗୃହକୁ ଦିନ ୧୨ଟା ଯାଏଁ ମୁଲତବିContinue reading “ମୌସୁମୀ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ଗୃହକୁ ଦିନ ୧୨ଟା ଯାଏଁ ମୁଲତବି କଲେ ବାଚସ୍ପତି ।”

ବଲାଙ୍ଗୀର ପୌର ପରିଷଦର ବେଆଇନ ଉଚ୍ଛେଦ ଉପରେ ରହିତାଦେଶ : କୋର୍ଟ କହିଲେ, ପରବର୍ତ୍ତୀ ଶୁଣାଣି ପୂର୍ବରୁ ହୋଇପାରିବନି ଉଚ୍ଛେଦ

କନକ ବ୍ୟୁରୋ : ବଲାଙ୍ଗୀର ପୌର ପରିଷଦର ବେଆଇନ ଉଚ୍ଛେଦ ପଦକ୍ଷେପ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପୂର୍ବରୁ କୌଣସି ପ୍ରକାର ଉଚ୍ଛେଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ଅନ୍ତରୀଣ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଗତ ସେପ୍ଟେମ୍ବର ୨୨ରେ ଉଚ୍ଛେଦ ପାଇଁ ଦିଆଯାଇଥିବା ନୋଟିସକୁ ଚ୍ୟାଲେଞ୍ଜ କରି ଦାୟର ରିଟ୍ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି । ଏହାସହ ବଲାଙ୍ଗୀର ପୌର ପରିଷଦ ନିର୍ବାହୀ ଅଧିକାରୀ,Continue reading “ବଲାଙ୍ଗୀର ପୌର ପରିଷଦର ବେଆଇନ ଉଚ୍ଛେଦ ଉପରେ ରହିତାଦେଶ : କୋର୍ଟ କହିଲେ, ପରବର୍ତ୍ତୀ ଶୁଣାଣି ପୂର୍ବରୁ ହୋଇପାରିବନି ଉଚ୍ଛେଦ”

କାନାଡା ବ୍ୟାଙ୍କର ବଡମ୍ବା ଶାଖା ପରିଚାଳକ ନିଖୋଜ : ବାଙ୍କୀ କଳାପଥର କାର୍ଯ୍ୟାଳୟକୁ ଆସିଥିଲେ ତପନ

କନକ ବ୍ୟୁରୋ : କାନାଡା ବ୍ୟାଙ୍କର ବଡମ୍ବା ଶାଖା ପରିଚାଳକ ତପନ କୁମାର ସାହୁ ନିଖୋଜ ହୋଇଯାଇଛନ୍ତି । କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ ନାଟେରୀ ଛକ ନିକଟରୁ ସେ ଗତକାଲି ନିଖୋଜ ହୋଇଯାଇଥିବା ସୂଚନା ରହିଛି । ଗତକାଲି ସେ ବାଇକ ଯୋଗେ ଶ୍ୱଶୁର ଘର ବ୍ରହ୍ମପୁରରୁ ଫେରୁଥିଲେ । ବାଟରେ ଥିବା କଳାପଥର କାର୍ଯ୍ୟାଳୟରେ ଅଫିସ କାମ ପାଇଁ ଅଟକିଥିଲେ । ଏହା ପରେ ବଡମ୍ବା କାର୍ଯ୍ୟାଳୟ ମୁହଁ ହୋଇଥିଲେ କିନ୍ତୁ ଅଧାContinue reading “କାନାଡା ବ୍ୟାଙ୍କର ବଡମ୍ବା ଶାଖା ପରିଚାଳକ ନିଖୋଜ : ବାଙ୍କୀ କଳାପଥର କାର୍ଯ୍ୟାଳୟକୁ ଆସିଥିଲେ ତପନ”

ଏଥର ଖ୍ରୀଷ୍ଟମାସରେ ଶାହାରୁଖ୍ VS ପ୍ରଭାସ୍ । ‘ଡୁଙ୍କି’କୁ ଟକ୍କର ଦେବ ‘ସାଲାର୍’

କନକ ବ୍ୟୁରୋ: ଖୁବଶୀଘ୍ର ପରଦାକୁ ଆସିବ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ମୁଭି ‘ସାଲାର’ । ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା ସରିଛି । ଡିସେମ୍ବର ୨୨ ତାରିଖରେ ଏହାକୁ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ । ଠିକ୍ ସେହିଦିନ ରିଲିଜ ହେବ ଶାହାରୁଖଙ୍କ ‘ଡୁଙ୍କି’ । ତେବେ ଏ ଦୁଇଟି ମଧ୍ୟରେ କିଏ ଭାରି ପଡିବ ତା ଦର୍ଶକେ କହିବେ । ପୂର୍ବରୁ ପ୍ରଭାସଙ୍କ ଅଭିନୀତ ମୁଭି ସାଲାର ସେପ୍ଟେମ୍ବର ମାସରେ ରିଲିଜ୍ ହେବାକୁ ଥିବାବେଳେ କୌଣସିContinue reading “ଏଥର ଖ୍ରୀଷ୍ଟମାସରେ ଶାହାରୁଖ୍ VS ପ୍ରଭାସ୍ । ‘ଡୁଙ୍କି’କୁ ଟକ୍କର ଦେବ ‘ସାଲାର୍’”

ଆଜି ରତ୍ନଭଣ୍ଡାର ମାମଲାର ଶୁଣାଣି : ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ

କନକ ବ୍ୟୁରୋ : ରତ୍ନଭଣ୍ଡାର ପ୍ରସଙ୍ଗରେ ଆଜି ହାଇକୋର୍ଟରେ ହେବ ଶୁଣାଣି । ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତିକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାର ଅଛି । ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ସୋମବାର ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା । କିନ୍ତୁ ସମୟ ଅଭାବ ଯୋଗୁଁ ମାମଲାର ଶୁଣାଣିକୁ ଗୋଟିଏ ଦିନ ଟାଳି ଦେଇଥିଲେ ଖଣ୍ଡପୀଠ । ଶୁଣାଣି ସମୟରେ ଆଇନଜୀବୀContinue reading “ଆଜି ରତ୍ନଭଣ୍ଡାର ମାମଲାର ଶୁଣାଣି : ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ”

Design a site like this with WordPress.com
Get started