ମୋହନାରେ ଡବଲ ମର୍ଡର : ଘରେ ପଶି ସ୍ୱାମୀ ଓ ସ୍ତ୍ରୀଙ୍କୁ ନିର୍ମମ ହତ୍ୟା; ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

କନକ ବ୍ୟୁରୋ : ଘରେ ପଶି ସ୍ୱାମୀ ସ୍ତ୍ରୀକୁ ବିଭତ୍ସ ହତ୍ୟା । ଗଜପତି ଜିଲ୍ଲା ମୋହନା ଘୋଡାପଙ୍କା ଗାଁରେ ଡବଲ ମର୍ଡରକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ଘୋଡାପଙ୍କା ଗାଁର କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଶଶି ମଲିକଙ୍କୁ ରାତିରେ ଧାରୁଆ ଅସ୍ତ୍ରରେ ହାଣି ଦୁର୍ବୃତମାନେ ହତ୍ୟା କରିଥିବା ଅନୁମାନ କରାଯାଉଛି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ପ୍ରଥମେ ସ୍ୱାମୀକୁ ହତ୍ୟା କରିବା ପରେ ସ୍ତ୍ରୀକୁ ହତ୍ୟା କରାଯାଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାରୁContinue reading “ମୋହନାରେ ଡବଲ ମର୍ଡର : ଘରେ ପଶି ସ୍ୱାମୀ ଓ ସ୍ତ୍ରୀଙ୍କୁ ନିର୍ମମ ହତ୍ୟା; ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ”

ପ୍ରଥମେ ଠାକୁରଙ୍କୁ ଭୋଗ ଲଗାଇ କ୍ଷମା ପ୍ରାର୍ଥନା କଲା, ତା’ପରେ ମନ୍ଦିରରୁ ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି ନେଇ ଚମ୍ପଟ ମାରିଲା ଚୋର, ସିସିଟିଭି କ୍ୟାମେରାରେ କଏଦ୍ ଭିଡିଓ

କନକ ବ୍ୟୁରୋ: ପ୍ରଥମେ କ୍ଷମା ପ୍ରାର୍ଥନା ତା’ ପରେ ଚୋରୀ । ଏମିତି ଚୋର କେଉଁଠି ଦେଖିଛନ୍ତି? ଉତ୍ତରପ୍ରଦେଶ ମେରଠରେ ଘଟିଛି ଏଭଳି ଘଟଣା । ଚୋର ପ୍ରଥମେ ସାଧାରଣ ଭକ୍ତଙ୍କ ଭଳି ମନ୍ଦିରକୁ ଆସିଲା । ପୂଜାର୍ଚ୍ଚନା କଲା । ଠାକୁରଙ୍କୁ ମୁଣ୍ଡିଆ ମାରି କ୍ଷମା ଭିକ୍ଷା କଲା । ଏହାପରେ ଚାରି ଆଡକୁ ଚାହିଁ ଆଣ୍ଠୁଆଗୋପାଳଙ୍କ ମୂର୍ତ୍ତି ନେଇ ଚମ୍ପଟ ମାରିଲା । ଚୋରର ଏସବୁ କାର୍ଯ୍ୟକଳାପ ସିସିଟିଭି ଫୁଟେଜରୁ ଜଣାପଡିବା ପରେ ମୂର୍ତ୍ତିକୁContinue reading “ପ୍ରଥମେ ଠାକୁରଙ୍କୁ ଭୋଗ ଲଗାଇ କ୍ଷମା ପ୍ରାର୍ଥନା କଲା, ତା’ପରେ ମନ୍ଦିରରୁ ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି ନେଇ ଚମ୍ପଟ ମାରିଲା ଚୋର, ସିସିଟିଭି କ୍ୟାମେରାରେ କଏଦ୍ ଭିଡିଓ”

ଅନୁଗୁଳରେ ପୁଣି ଜଣଙ୍କ ଜୀବନ ନେଲା ହାତୀ : ପ୍ଲାଣ୍ଟରୁ ଫେରିବା ସମୟରେ ଦଳିଦେଲା ଦନ୍ତା

କନକ ବ୍ୟୁରୋ : ଅନୁଗୁଳରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର । ବଡସନ୍ତ୍ରି ପଞ୍ଚାୟତ ବାଇଝାଲିଆ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ବାଇଝାଲିଆ ସାହିର ପ୍ରଫୁଲ୍ଲ ଭୋଇ । ଆଜି ସକାଳୁ ପ୍ଲାଣ୍ଟକୁ କାମ କରିବାକୁ ଯାଉଥିବା ବେଳେ ଜଙ୍ଗଲି ହାତୀ ହାବୁଡରେ ପଡିଯାଇଥିଲେ । ନଳଚନ୍ଦ୍ରରପୁର ଶ୍ମଶାନ ପାଖରେ ଦନ୍ତା ହାତୀ ପ୍ରଫୁଲ୍ଲକୁ ଧରି କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କିଛିContinue reading “ଅନୁଗୁଳରେ ପୁଣି ଜଣଙ୍କ ଜୀବନ ନେଲା ହାତୀ : ପ୍ଲାଣ୍ଟରୁ ଫେରିବା ସମୟରେ ଦଳିଦେଲା ଦନ୍ତା”

ଚୀନର ବ୍ୟାଟ୍ ଓମ୍ୟାନଙ୍କର ଭୟଙ୍କର ଭବିଷ୍ୟବାଣୀ । କହିଲେ ଆସିବ କରୋନାଠାରୁ ବି ଘାତକ ଭାଇରସ୍

କନକ ବ୍ୟୁରୋ: ଆଗକୁ କରୋନାଠାରୁ ବି ଆହୁରି ଘାତକ ଭାଇରସ୍ ଆସିବା ନେଇ ଚେତାବନୀ ଦେଲେ ଚୀନର ବ୍ୟାଟଓମ୍ୟାନ୍ ଭାବେ ଜଣାଶୁଣା ବିଶେଷଜ୍ଞ ସି ଝେଙ୍ଗଲି ।ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ପଶୁମାନଙ୍କ ଠାରୁ, ବି‌ଶେଷ କରି ବାଦୁଡ଼ିଙ୍କଠାରୁ ଉତ୍ପନ୍ନ ହେଉଥିବା ଭୂତାଣୁ ଉପରେ ନିଜ ଗବେଷଣା କାର୍ୟ୍ୟ ପାଇଁ ସି ଝେଙ୍ଗଲି ତାଙ୍କର ଏକ ରିପୋର୍ଟରେ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ଆଉ ଏକ କୋରୋନା ଭୂତାଣୁ ସୃଷ୍ଟି ହେବାରContinue reading “ଚୀନର ବ୍ୟାଟ୍ ଓମ୍ୟାନଙ୍କର ଭୟଙ୍କର ଭବିଷ୍ୟବାଣୀ । କହିଲେ ଆସିବ କରୋନାଠାରୁ ବି ଘାତକ ଭାଇରସ୍”

କେମିତି କଟୁଛି ଆନ୍ଦୋଳନକାରୀଙ୍କ ରାତି ? କିଏ ଚାକିରି ସ୍ଥାୟୀ ପାଇଁ ତ ଆଉ କିଏ ଦରମା ବୃଦ୍ଧି ପାଇଁ କରୁଛନ୍ତି ପ୍ରତିବାଦ

କନକ ବ୍ୟୁରୋ : ଗୋଟିଏ ପରେ ବିଧାନସଭା ଚାଲିଛି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଏପଟେ ବିଧାନସଭା ବାହାରେ ମଧ୍ୟ ଚାଲିଛି ଆନ୍ଦୋଳନ । କିଏ ଚାକିରି ସ୍ଥାୟୀ ପାଇଁ ଦାବି କରୁଛି ତ ଆଉ କିଏ ଦରମା ବଢାଇବା ପାଇଁ ସ୍ୱର ଉଠାଉଛି । ଦିନତମାମ ଆନ୍ଦୋଳନକାରୀଙ୍କ ଚିକ୍ରାରରେ ଫାଟି ପଡୁଛି ମହାତ୍ମାଗାନ୍ଧୀ ମାର୍ଗ । ହେଲେ ରାତି ହେଲେ ବଦଳିଯାଏ ସବୁ ଚିତ୍ର । ରାତି ହେଲେ କ’ଣ କରନ୍ତିContinue reading “କେମିତି କଟୁଛି ଆନ୍ଦୋଳନକାରୀଙ୍କ ରାତି ? କିଏ ଚାକିରି ସ୍ଥାୟୀ ପାଇଁ ତ ଆଉ କିଏ ଦରମା ବୃଦ୍ଧି ପାଇଁ କରୁଛନ୍ତି ପ୍ରତିବାଦ”

ଦୁର୍ଦ୍ଦିନରେ ଚନ୍ଦ୍ରଯାନ-୩ ଇଞ୍ଜିନିୟର୍ସ । ୨୦ ମାସ ହେଲା ଦରମା ନପାଇ ମଜୁରୀ କଟୁଛନ୍ତି ଏଚଇସି କର୍ମଚାରୀ

କନକ ବ୍ୟୁରୋ: ଜୁନ୍ ୨ରେ ଭାରତ ସୃଷ୍ଟି କଲା ଇତିହାସ । ଚନ୍ଦ୍ର ଅଭିମୁଖେ ବାହାରିଲାଚନ୍ଦ୍ରଯାନ-୩ । ଇସ୍ରୋ ବୈଜ୍ଞାନିକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାହାବା କଲା ସାରା ବିଶ୍ୱ । ହେଲେ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଇଞ୍ଜିନିୟର୍ସଙ୍କ ଦୂରାବସ୍ଥା ପ୍ରତି କାହାରି ନିଘା ନାହିଁ । ଚନ୍ଦ୍ରଯାନର ଉତକ୍ଷେପଣ ହେଉଥିବା ଲଞ୍ଚପ୍ୟାଡର ନିର୍ମାଣ ପାଇଁ ଯେଉଁ ଇଞ୍ଜିନିୟର ଓ ଟେକ୍ନିଆନ୍ ମାନେ ଉପକରଣ ଯୋଗାଇଲେ ସେମାନେ ଏବେ ଦୁର୍ଦ୍ଦିନରେ ।ନାContinue reading “ଦୁର୍ଦ୍ଦିନରେ ଚନ୍ଦ୍ରଯାନ-୩ ଇଞ୍ଜିନିୟର୍ସ । ୨୦ ମାସ ହେଲା ଦରମା ନପାଇ ମଜୁରୀ କଟୁଛନ୍ତି ଏଚଇସି କର୍ମଚାରୀ”

ଟାଟା ପାୱାର କର୍ମଚାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

କନକ ବ୍ୟୁରୋ : ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ଟାଟା ପାୱାର କର୍ମଚାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ । ଅଧିକ ବିଲ ଆସିଥିବା ନେଇ ଏସଭିଏମ୍ କଲୋନୀର ବାସିନ୍ଦା ରାଜ କୁମାର ଅଫିସକୁ ଯାଇଥିଲେ । ସେ ହିନ୍ଦୀରେ ପଚାରିବାରୁ ଜୁନିୟର ଇଞ୍ଜିନିୟର ଅଜିତ କୁମାର ଉତକ୍ଷିପ୍ତ ହୋଇ ପଡ଼ିଥିଲେ । ଓଡ଼ିଆ କିମ୍ବା ଇଂରାଜୀରେ କଥା ହେବାକୁ କହି ଅଫିସରୁ ବାହାରି ଯିବା ପାଇଁ କହିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।Continue reading “ଟାଟା ପାୱାର କର୍ମଚାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍”

ହଜିଗଲା ରାଇସ ମିଲ କର୍ତ୍ତୃପକ୍ଷଙ୍କ ମାନବିକତା : ଆହତ କର୍ମଚାରୀଙ୍କୁ ମେଡିକାଲ ନେବା ବେଳେ ଜଙ୍ଗଲରେ ଫିଙ୍ଗିଦେଲେ 

କନକ ବ୍ୟୁରୋ : ହଜିଗଲା ମାନବିକତା । ରାଇସ୍ ମିଲରେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ କର୍ମଚାରୀ ଆହତ ହୋଇଥିଲେ । ହେଲେ ତାଙ୍କୁ ହସ୍ପିଟାଲ ନେବା ବଦଳରେ ଜଙ୍ଗଲରେ ଫିଙ୍ଗି ଦେଲେ ରାଇସ୍ ମିଲ କର୍ତ୍ତୃପକ୍ଷ । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ଘଟଣା ଘଟିଛି ଝାରସୁଗୁଡ଼ା ବାଦିମାଲରେ ଥିବା ସଙ୍ଖଲିଆ ରାଇସ୍ ମିଲରେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭContinue reading “ହଜିଗଲା ରାଇସ ମିଲ କର୍ତ୍ତୃପକ୍ଷଙ୍କ ମାନବିକତା : ଆହତ କର୍ମଚାରୀଙ୍କୁ ମେଡିକାଲ ନେବା ବେଳେ ଜଙ୍ଗଲରେ ଫିଙ୍ଗିଦେଲେ “

ଟ୍ରେନରେ ଗଲେ ରାହୁଲ ଗାନ୍ଧୀ : ସାଧାରଣ ବଗିରେ ବସି ଯାତ୍ରୀଙ୍କ ସହ କଲେ ଆଲୋଚନା

କନକ ବ୍ୟୁରୋ : ଟ୍ରେନରେ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଛତିଶଗଡ଼ ବିଳାସପୁରରେ ଉଦବୋଧନ ଦେବା ପରେ ଟ୍ରେନରେ ରାୟପୁରକୁ ଯାତ୍ରା କରିଥିଲେ । ବିଳାସପୁରରୁ ରାୟପୁର ୧୧୭ କିଲୋମିଟର ଯାତ୍ରା କରିଥିଲେ ରାହୁଲ ଗାନ୍ଧୀ । ଏହି ସମୟରେ ଯାତ୍ରୀଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ଟ୍ରେନରେ ଥିବା ମହିଳା ହକି ଖେଳାଳିଙ୍କ ସହ ମଧ୍ୟ କଥା ହୋଇଥିଲେ ରାହୁଲ ଗାନ୍ଧୀ । ଟ୍ରେନ୍ରେContinue reading “ଟ୍ରେନରେ ଗଲେ ରାହୁଲ ଗାନ୍ଧୀ : ସାଧାରଣ ବଗିରେ ବସି ଯାତ୍ରୀଙ୍କ ସହ କଲେ ଆଲୋଚନା”

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ : ସାଙ୍କେତିକ ଭାଷାରେ ଯୁକ୍ତି ବାଢିଲେ ଦିବ୍ୟାଙ୍ଗ ଆଇନଜୀବୀ ସାରା ସନ୍ନି

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ । ସାଙ୍କେତିକ ଭାଷାରେ ଯୁକ୍ତି ବାଢିଲେ ଦିବ୍ୟାଙ୍ଗ ଆଇନଜୀବୀ । ଜଣେ ଭାଷ୍ୟକାରଙ୍କ ସହଯୋଗରେ ଯୁକ୍ତି ବାଢିଥିଲେ ଆଇନଜୀବୀ ସାରା ସନ୍ନି । ତାଙ୍କ ଭାଷ୍ୟକାର ଥିଲେ ସୌରଭ ରାୟ ଚୌଧୁରୀ । ଭର୍ଚୁଆଲ ମୋଡରେ ଶୁଣାଣି ବେଳେ ନିୟନ୍ତ୍ରଣ କକ୍ଷ ପ୍ରଥମେ ସାରା ସନ୍ନିଙ୍କୁ ସ୍କ୍ରିନରେ ସ୍ଥାନ ଦେବାକୁ ମନା କରିଥିଲା । ଏହା ପରେ ସ୍କ୍ରିନକୁ ଆସିଥିଲେ ସୌରଭ । ସୁପ୍ରମିକୋର୍ଟ ପ୍ରଧାନ ବିଚାରପତି ଡିୱାଇContinue reading “ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ : ସାଙ୍କେତିକ ଭାଷାରେ ଯୁକ୍ତି ବାଢିଲେ ଦିବ୍ୟାଙ୍ଗ ଆଇନଜୀବୀ ସାରା ସନ୍ନି”

Design a site like this with WordPress.com
Get started