କନକ ବ୍ୟୁରୋ: ରାଜ୍ୟରେ ଚାଲିଛି ଆନ୍ଦୋଳନର ଋତୁ । ଶିକ୍ଷକ, ସରପଞ୍ଚ, ସମିତି ସଭ୍ୟ, ଜିଆରଏସଙ୍କ ଆନ୍ଦୋଳନ ପରେ ଏବେ ୫ ଦଫା ଦାବି ନେଇ ଆମରଣ ଅନଶନକୁ ଓହ୍ଲାଇଛନ୍ତି ରାଜ୍ୟ ଜେଲ କର୍ମଚାରୀ ସଂଘ । ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘ ଡାକରାରେ ନିଜ କାର୍ଯ୍ୟ ଓ ଦାୟିତ୍ୱକୁ ସ୍ୱାଭାବିକ ଭାବେ ଜାରି ରଖି ଜେଲ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି କାରାରକ୍ଷୀ । ଆମରଣ ଅନଶନ ବେଳେ କର୍ମଚାରୀଙ୍କ କୌଣସି ଅସୁବିଧାContinue reading “୫ ଦଫା ଦାବି ନେଇ ରାଜ୍ୟ ଜେଲ କର୍ମଚାରୀ ସଂଘର ଆନ୍ଦୋଳନ । କାର୍ଯ୍ୟ କରିବା ସହ ଜେଲ ସମ୍ମୁଖରେ ଆମରଣ ଅନଶନ”
Tag Archives: News
ପୋଲ ନଥିବାରୁ ରୋଗୀଙ୍କ ପାଖରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଭରା ନଈର ପ୍ରଖର ସ୍ରୋତରେ ଖଟିଆରେ ବୁହା ହେଲେ ରୋଗୀ
କନକ ବ୍ୟୁରୋ: ଭରା ନଦୀ । ପାଣିର ପ୍ରଖର ସ୍ରୋତ । ଆଉ ତା ଭିତରେ ଖଟିଆରେ ନଦୀ ପାରି ହେଉଛନ୍ତି ରୋଗୀ । ଆକାକ୍ଷାଂ ଜିଲ୍ଲା କଳାହାଣ୍ଡିରୁ ଆସିଛି ସରକାରଙ୍କ ବିକାଶର ବିକଳ ଚିତ୍ର । ବ୍ରିଜ ନଥିବାରୁ ରୋଗୀଙ୍କ ପାଖକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଭରା ନଈରେ ବିପଦ ସଙ୍କୁଳ ଅବସ୍ଥାରେ ଖଟିଆରେ ବୁହା ହେଲେ ଝାଡ଼ାବାନ୍ତୀ ଆକ୍ରାନ୍ତ ରୋଗୀ । ରାମପୁର ବ୍ଲକର ତଳଝାପି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ରାଣୀ ପଦରContinue reading “ପୋଲ ନଥିବାରୁ ରୋଗୀଙ୍କ ପାଖରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଭରା ନଈର ପ୍ରଖର ସ୍ରୋତରେ ଖଟିଆରେ ବୁହା ହେଲେ ରୋଗୀ “
ମାହାଙ୍ଗା ଡବଲ ମର୍ଡର ମାମଲା । ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ।
କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ତେବେ ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦଫା ମାମଲାକୁ ଚାଲୁ ରହିବ, ବିଶେଷ କରି ଏହା ଏକ ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତାପ ଜେନା ବିଧାୟକ ହୋଇଥିବାରୁ ଏହିContinue reading “ମାହାଙ୍ଗା ଡବଲ ମର୍ଡର ମାମଲା । ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ।”
ଅପରାଧୀଙ୍କ ତାଲିକା ପ୍ରସ୍ତୁତ କଲା କମିଶନରେଟ୍ ପୋଲିସ । ଅଣ ସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବାକୁ ସବୁ ଥାନାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ: ଏଥର ପୂଜାରେ ସାବାଡ଼ ହେବେ ଅପରାଧୀ । ପୂଜାରେ ଅପରାଧୀଙ୍କ ଅଣସାମାଜିକ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ଥିବାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଅପରାଧୀଙ୍କ କଳା ତାଲିକାଭୁକ୍ତ ଜାରି କରିଛି କମିଶନରେଟ୍ ପୋଲିସ । ଅଣ ସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବାକୁ ସବୁ ଥାନାକୁ ନିର୍ଦ୍ଦେଶ । ସବୁଠାରୁ ବଡ଼କଥା ହେଲା ପୂଜା ସମୟରେ ଏମାନଙ୍କ ଉପରେ ଟିକନିକ ନଜର ରଖିବ ପୋଲିସ । ଏନେଇContinue reading “ଅପରାଧୀଙ୍କ ତାଲିକା ପ୍ରସ୍ତୁତ କଲା କମିଶନରେଟ୍ ପୋଲିସ । ଅଣ ସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବାକୁ ସବୁ ଥାନାକୁ ନିର୍ଦ୍ଦେଶ ।”
ବିଦେଶ ମାଟିରେ ନୂଆଁଖାଇ । ଆମେରିକାରେ ନୂଆଁଖାଇ ପାଳିଲେ ପଶ୍ଚିମ ଓଡିଶା ଲୋକ ।
କନକ ବ୍ୟୁରୋ: ବିଦେଶ ମାଟିରେ ନୂଆଁଖାଇ ପାଳନ । ଘରଠାରୁ ଦୂରରେ ଥିବା ପଶ୍ଚିମ ଓଡିଶା ବାସିନ୍ଦା ଆମେରିକାରେ ନୂଆଁଖାଇ ପାଳନ କରିଛନ୍ତି । ପଦ୍ମପୁର ଉପଖଣ୍ଡ ଝାରବନ୍ଧର ଲଲିତ ଗର୍ଗଙ୍କ ନେତୃତ୍ୱରେ ଆମେରିକାର ଆଟଲାଂଟା ସହରରେ ଧୁମଧାମରେ ନୂଆଁଖାଇ ପାଳନ କରାଯାଇଛି । ଏହି ସହରରେ ବସବାସ କରୁଥିବା ପଶ୍ଚିମ ଓଡିଶାର ୧୫ଟି ପରିବାର ଏକତ୍ରିତ ହୋଇ ନୂଆଁଖାଇ ପାଳନ କରିଛନ୍ତି । ଏହି ଅବସରରେ ସମ୍ବଲପୁରୀ ଗୀତର ତାଳେ ତାଳେ ମସଗୁଲ ହୋଇଥିଲେ ସମସ୍ତେContinue reading “ବିଦେଶ ମାଟିରେ ନୂଆଁଖାଇ । ଆମେରିକାରେ ନୂଆଁଖାଇ ପାଳିଲେ ପଶ୍ଚିମ ଓଡିଶା ଲୋକ ।”
କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣା ସ୍ଥଳରେ ପହଞ୍ଚି ପୋଲିସର ଛାନଭିନ୍ ।
କନକ ବ୍ୟୁରୋ: ବୈତରଣୀ ନଦୀ କୂଳରୁ ଚମ୍ପୁଆ ବ୍ଲକ ପରିମଳ ଓ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଜୟନ୍ତିନାପୁର ଗାଁର ବୈତରଣୀ ନଦୀ କୂଳରେ ଏକ ଜାମୁ ଗଛରେ ଝୁଲନ୍ତା ଅବସ୍ଥାରେ କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିକଟରେ ତାଙ୍କ ବାଇକ ଓ ହେଲମେଟ୍ ରହିଥିବା ବେଳେ ଏକ ନୂଆ ପ୍ଲାଷ୍ଟିକ ଦଉଡିରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେContinue reading “କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣା ସ୍ଥଳରେ ପହଞ୍ଚି ପୋଲିସର ଛାନଭିନ୍ ।”
ଲୋୟର ପିଏମଜିରେ ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ । ପାଟିରେ କୁଟା କାମୁଡ଼ି, ଫୁଟପାଥରେ ଅଧିଆ ପଡ଼ିଲେ ଗାଁ ସାଥୀ ।
କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ । ପାଟିରେ କୁଟା କାମୁଡ଼ି, ଫୁଟପାଥରେ ଅଧିଆ ପଡ଼ିଲେ ଗାଁ ସାଥୀ । ସଠିକ୍ କାର୍ଯ୍ୟ ସହିତ ମାସିକ ୧୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ଦାବି କରିଛି ସଂଘ । ରାଜ୍ୟ ସରକାର ସମସ୍ୟା ସମାଧାନର ବାଟ ନବାହାର କଲେ ଆସନ୍ତା ୩୦ତାରିଖରେ ଭୁବନେଶ୍ୱରରେ ବିଶାଳ ସମାବେଶରେ ସରକାରଙ୍କୁ କରି ସରକାରଙ୍କୁ ଘେରିବାକୁ ଚେତାବନୀ ଦେଇଛନ୍ତି ଗାଁ ସାଥୀ । The postContinue reading “ଲୋୟର ପିଏମଜିରେ ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ । ପାଟିରେ କୁଟା କାମୁଡ଼ି, ଫୁଟପାଥରେ ଅଧିଆ ପଡ଼ିଲେ ଗାଁ ସାଥୀ ।”
ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ଚେତିଲା କମିଶନରେଟ୍ ପୋଲିସ । ବିପଦପୂର୍ଣ୍ଣ ସ୍ଥାନରେ ଲଗାଇଲା ସତର୍କ ଫଳକ ।
କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ପୋଖରୀରେ ବୁଡ଼ି ଯାଇ ଦୁଇଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟଣା ପରେ ଚେତିଛି କମିଶନରେଟ୍ ପୋଲିସ । ଏପରି କିଛି ବିପଦପୂର୍ଣ୍ଣ ସ୍ଥାନରେ ଲାଗିଛି ସତର୍କ ଫଳକ । ଭୁବନେଶ୍ୱରର ସମସ୍ତ ନଦୀ, ଘାଟ ଓ କେନାଲ ଗୁଡ଼ିକର ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ କରାଯାଇ ସେଠାରେ ସୂଚନାଫଳକ ଲଗାଯାଇଛି । ବିଶେଷକରି ବାଲିପାଟଣା, ଧଉଳି, ବାଲିଅନ୍ତା, ଜଟଣୀ ଓ ମଞ୍ଚେଶ୍ୱର ଥାନା ଅଧିକାରୀଙ୍କୁ ବୋର୍ଡ ଲଗାଇବା ପାଇଁ ଏହି ଦାୟିତ୍ୱ ଦେଇଛନ୍ତିContinue reading “ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ଚେତିଲା କମିଶନରେଟ୍ ପୋଲିସ । ବିପଦପୂର୍ଣ୍ଣ ସ୍ଥାନରେ ଲଗାଇଲା ସତର୍କ ଫଳକ ।”
ଧାରଣାରେ ବସିଲେ ଆୟୁଷ ଡାକ୍ତର । କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଧାରଣା ।
କନକ ବ୍ୟୁରୋ: ଧାରଣାରେ ବସିଲେ ଆୟୁଷ ଡାକ୍ତର । ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଆୟୁଷ ଡାକ୍ତର । କାର୍ଯ୍ୟ ବନ୍ଦ କରି ଧାରଣା ଦେଇଛନ୍ତି ଆୟୁଷ ଡାକ୍ତର । ୨୧ ବର୍ଷ ଭିତରେ ଜଣେ ହେଲେ ଆୟୁଷ ଚିକିତ୍ସା ପଦାଧିକାରୀ ରାଜ୍ୟରେ ନିଯୁକ୍ତ ହୋଇନାହାଁନ୍ତି । ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ରାଜ୍ୟରେ ୮ ହଜାର ଆୟୁଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୮ଶହ ହସ୍ପିଟାଲ ଖୋଲଯିବାContinue reading “ଧାରଣାରେ ବସିଲେ ଆୟୁଷ ଡାକ୍ତର । କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଧାରଣା ।”
ପ୍ରଥମ ଥର ପାଇଁ ଭୋଟ ଦେବେ ୯୩ ବର୍ଷୀୟ ବୃଦ୍ଧ । ଏଯାଏଁ ପାଇନଥିଲେ ଭୋଟର ପରିଚୟପତ୍ର ।
କନକ ବ୍ୟୁରୋ: ବୟସ ୯୩ ହେଲାଣି, ହେଲେ ପ୍ରଥମ ଥର ପାଇଁ ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିବେ ଛତିଶଗଡର ଏହି ବୃଦ୍ଧ ।ଆଗାମୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ନକ୍ସଲ୍ ଉପଦ୍ରୁତ କାଙ୍କେର୍ ଅଞ୍ଚଳର ଜଣେ ୯୩ ବର୍ଷିୟ ବୃଦ୍ଧ ଜୀବନରେ ପ୍ରଥମ କରି ଭୋଟ୍ ଦେବେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଇଏ ହେଉଛନ୍ତି ଭାନୁପ୍ରତାପପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୈଁସାକାହ୍ନର୍ ଗାଁର ଶେର୍ ସିଂହ ହେଡ୍କୋ। ଜିଲ୍ଲାପାଳ ପ୍ରିୟଙ୍କା ଶୁକ୍ଳାଙ୍କContinue reading “ପ୍ରଥମ ଥର ପାଇଁ ଭୋଟ ଦେବେ ୯୩ ବର୍ଷୀୟ ବୃଦ୍ଧ । ଏଯାଏଁ ପାଇନଥିଲେ ଭୋଟର ପରିଚୟପତ୍ର ।”