ଭାରତ କବଜାରେ ଦିନିକିଆ ସିରିଜ । ଇନ୍ଦୋରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଟିମ ଇଣ୍ଡିଆ ।

କନକ ବ୍ୟୁରୋ: ଦ୍ୱିତୀୟ ଦିନିକିଆରେ ଅଷ୍ଟେଲିଆକୁ ବଡ଼ ବ୍ୟବଧାନରେ ହରାଇ ଦେଇଛି ଭାରତ । ବର୍ଷା ପ୍ରଭାବିତ ମ୍ୟାଚରେ ୯୯ ରନରେ ବିଜୟୀ ହେବା ସହ ସିରିଜକୁ ବି କବଜା କରି ନେଇଛି ଟିମ୍ ଇଣ୍ଡିଆ । ଇନ୍ଦୋରରେ ଆଜି ଯେମିତି ବର୍ଷା ହୋଇଥିଲା, ସେହିପରି ଭାରତୀୟ ବ୍ୟାଟରଙ୍କ ରନ୍ ବର୍ଷା ମଧ୍ୟ ଦେଖିବାକୁ ମିଳିଥିଲା । ଧୁଆଁଧାର ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୪୦୦ ରନ୍ର ବିଶାଳ ଟାର୍ଗେଟ ଦେଇଥିଲା ଭାରତ । ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବାContinue reading “ଭାରତ କବଜାରେ ଦିନିକିଆ ସିରିଜ । ଇନ୍ଦୋରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଟିମ ଇଣ୍ଡିଆ ।”

ଜାରି ରହିବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆନ୍ଦୋଳନ । ୩ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିବାକୁ ସୂଚନା ଦେଲେ ସଂଘ ସଭାପତି ।

କନକ ବ୍ୟୁରୋ: ପୂର୍ବଭଳି ଜାରି ରହିବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆନ୍ଦୋଳନ । ବିଧାନସଭା ଥିବାରୁ ଆନ୍ଦୋଳନ ପାଇଁ ଅନୁମତି ନମିଳିବାରୁ ବିଇଓ ଅଫିସ୍ ଆଗରରେ ଧାରଣ ଦେବାକୁ ନିଷ୍ପତି ନେଇଛି ସଂଘ । ଏନେଇ ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା । ସରକାର ଜାଣିଶୁଣି ଆମ ସଂଘକୁ ଭାଙ୍ଗିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସଂଘର ଏକତା ଭାଙ୍ଗିବାକୁ ଯେତେ ଉଦ୍ୟମ କଲେ ମଧ୍ୟ ଆନ୍ଦୋଳନରୁContinue reading “ଜାରି ରହିବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆନ୍ଦୋଳନ । ୩ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିବାକୁ ସୂଚନା ଦେଲେ ସଂଘ ସଭାପତି ।”

ଆତ୍ମନିର୍ଭର କରିଛି ଧୂପକାଠି ବ୍ୟବସାୟ । ବାର୍ଷିକ ମିଳୁଛି ଲକ୍ଷାଧିକ ଟଙ୍କାର ରୋଜଗାର

କନକ ବ୍ୟୁରୋ : ଧୂପକାଠି ବ୍ୟବସାୟ ଦେଇଛି ପରିଚୟ । ଏହି ବ୍ୟବସାୟ କରି ଆତ୍ମନିର୍ଭର ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ନଇନ୍ଦିପୁର ଗାଁର ଝୁଲଣା ସ୍ୱାଇଁ । ନିଜର ବଳକା ସମୟକୁ ସଦୁପଯୋଗ କରି ଧୂପକାଠି ତିଆରି ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରି କରୁଛନ୍ତି । ଯାହା ତାଙ୍କୁ ବାର୍ଷିକ ଲକ୍ଷାଧିକ ଟଙ୍କାର ରୋଜଗାର ଦେଉଛି । ଏହି ୟୁନିଟ୍ରେ ସେ ୮ଜଣ ମହିଳାଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି । ଝୁଲଣା ଜଣେContinue reading “ଆତ୍ମନିର୍ଭର କରିଛି ଧୂପକାଠି ବ୍ୟବସାୟ । ବାର୍ଷିକ ମିଳୁଛି ଲକ୍ଷାଧିକ ଟଙ୍କାର ରୋଜଗାର”

କନକ ବ୍ୟୁରୋ : ବଳଦ ସାହାଯ୍ୟରେ ବୁଲୁଛି ଘଣା । କାଠ ଘଣାରେ ପେଡ଼ା ହେଉଛି ତୈଳବୀଜ, ପାରମ୍ପରିକ ପ୍ରଣାଳୀରେ ପ୍ରସ୍ତୁତ ହେଉଛି ତେଲ

କନକ ବ୍ୟୁରୋ : ଯୁଗ ବଦଳିବା ସହ ବଦଳିଛି ଟେକ୍ନୋଲୋଜି ହେଲେ ପୂର୍ବ ପରମ୍ପରାକୁ ବଂଚାଇ ରଖିଛନ୍ତି ବୌଦ୍ଧ ବଡ଼ମାଳ ଗାଁର ତେଲି ସମ୍ପ୍ରଦାୟର ଲୋକେ । ସମ୍ପୂର୍ଣ୍ଣ ଦେଶୀ ଷ୍ଟାଇଲରେ ପାରମ୍ପରିକ ଉପାୟରେ ତେଲ ପେଡ଼ୁଛନ୍ତି ବଡ଼ମାଳ ଗାଁର ରାମ ସାହୁଙ୍କ ପରିବାର । ସୋରିଷ, ରାଶି, ଜଡ଼ା, ସୂର୍ଯ୍ୟମୁଖୀ, ଟୋଲ ଭଳି ତୈଳବୀଜ ପେଡ଼ି ତେଲ ବାହାର କରୁଛନ୍ତି । ଏହାକୁ ସ୍ଥାନୀୟ ବଜାର ସହ ଲୋକଙ୍କୁ ବିକ୍ରି କରି କିଛି ରୋଜଗାର କରୁଛନ୍ତି  Continue reading “କନକ ବ୍ୟୁରୋ : ବଳଦ ସାହାଯ୍ୟରେ ବୁଲୁଛି ଘଣା । କାଠ ଘଣାରେ ପେଡ଼ା ହେଉଛି ତୈଳବୀଜ, ପାରମ୍ପରିକ ପ୍ରଣାଳୀରେ ପ୍ରସ୍ତୁତ ହେଉଛି ତେଲ”

ଜୀବିକା ଯୋଗାଇଛି ସମୁଦ୍ରକୂଳିଆ ଘାସ । ଦୁଇ ଶହରୁ ଅଧିକ ମହିଳା ହେଲେ ସ୍ୱାବଲମ୍ବୀ, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

କନକ ବ୍ୟୁରୋ : କୌଣସି ସହାୟତା କିମ୍ବା ତାଲିମ ନନେଇ ଏହି ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ସାମଗ୍ରୀ । ଭୋଗରାଇ ରଣସିଂହପୁର ଗାଁର ମହିଳା ମାନେ ସମୁଦ୍ର ଘାସରୁ ଆକର୍ଷଣୀୟ ଗୃହ ଉପକରଣ ତିଆରି କରୁଛନ୍ତି । ଘର କାମରୁ ଟିକିଏ ଫୁରସତ ପାଇଲେ ଏମାନେ ସମୁଦ୍ର କୂଳିଆ ଅଂଚଳରୁ ଘାସ ସଂଗ୍ରହରେ ଲାଗିପଡ଼ନ୍ତି । ଘାସ ସଂଗ୍ରହ କରିବା ପରେ ତାକୁ ଶୁଖାଇ ରଖନ୍ତି । ଏହା ପରେ ସେଥିରେ ନଡ଼ିଆContinue reading “ଜୀବିକା ଯୋଗାଇଛି ସମୁଦ୍ରକୂଳିଆ ଘାସ । ଦୁଇ ଶହରୁ ଅଧିକ ମହିଳା ହେଲେ ସ୍ୱାବଲମ୍ବୀ, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା”

କଳାହାଣ୍ଡି ଇନ୍ଦ୍ରାବତୀ ଜଳଭଣ୍ଡାରରେ କେଜ୍ କଲଚର ଫିସ୍ ଫାର୍ମିଂ । ଭାସମାନ ଜେଟି ଓ ଜାଲରେ ଫିସିଙ୍ଗ କେଜ୍ ସ୍ଥାପନ

କନକ ବ୍ୟୁରୋ : ପଞ୍ଜୁରୀ ଭିତରେ ମାଛ ଚାଷ କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ତେବେ ଆଦିବାସୀ ଅଧ୍ୟୁଷୀତ କଳାହାଣ୍ଡି ଜିଲ୍ଲାରେ ଏବେ ପଂଜୁରୀ ଭିତରେ ମାଛ ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ ଚାଷୀ । ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ତଥା ମତ୍ସ୍ୟ ସମବାୟ ସମିତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଆୟ ବୃଦ୍ଧି ଓ ଜୀବନ ଜୀବିକା ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏଭଳି ପ୍ରୟାସ ଆରମ୍ଭ ହୋଇଛି ।Continue reading “କଳାହାଣ୍ଡି ଇନ୍ଦ୍ରାବତୀ ଜଳଭଣ୍ଡାରରେ କେଜ୍ କଲଚର ଫିସ୍ ଫାର୍ମିଂ । ଭାସମାନ ଜେଟି ଓ ଜାଲରେ ଫିସିଙ୍ଗ କେଜ୍ ସ୍ଥାପନ”

୪୦ତମ ସ୍ୱନକ୍ଷତ୍ର ଅବ୍ୟବହିତ ପୂର୍ବରୁ ସମ୍ବାଦର ବାର୍ଷିକ ବିତର୍କ ଓ ସାରେଗାମା ପ୍ରତିଯୋଗିତା । ୯ଟି ଜୋନ୍ରେ ପ୍ରତିଯୋଗିତା ଆୟୋଜନ

କନକ ବ୍ୟୁରୋ : ଆଜି ସମ୍ବାଦ ପକ୍ଷରୁ ୯ଟି ଜୋନରେ ଆୟୋଜିତ ହୋଇଯାଇଛି ବିତର୍କ ଓ ସାରେଗାମା ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ  । ପୂର୍ବରୁ ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ହସ୍ତାକ୍ଷର ଓ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଭାଷାଜ୍ଞାନ ପରୀକ୍ଷା ହୋଇଥିଲା । ଆସନ୍ତା ଅକ୍ଟୋବର ୪Continue reading “୪୦ତମ ସ୍ୱନକ୍ଷତ୍ର ଅବ୍ୟବହିତ ପୂର୍ବରୁ ସମ୍ବାଦର ବାର୍ଷିକ ବିତର୍କ ଓ ସାରେଗାମା ପ୍ରତିଯୋଗିତା । ୯ଟି ଜୋନ୍ରେ ପ୍ରତିଯୋଗିତା ଆୟୋଜନ”

ପୋଖରୀରେ ଗାଧୋଇବା ବେଳେ ପିଲାଙ୍କ ଖେଳ ପାଲଟିଲା କାଳ । ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କଲେ ଦୁଇପିଲା

କନକ ବ୍ୟୁରୋ : କିଶୋର ବୟସର ପିଲା । ପିଲାଟି ବେଳରୁ ଭୁବନେଶ୍ୱରରେ ବଢ଼ିଥିଲେ । ନା’ ପହଂରା ଜାଣିଥିଲେ । ନା’ ପାଣିରେ ଫସିଗଲେ ମୁକୁଳିବା ଜାଣିଥିଲେ । କେଉଁ ବିପଦ ବେଳାରେ ପୋଖରୀକୁ ଯାଇଥିଲେ କେଜାଣି, ବଢ଼ିଲା ବୟସରେ ଆଖିବୁଜି ଦେଲେ ଦୁଇ ଛାତ୍ର । ଅସମୟରେ ଲିଭିଗଲା ଦୁଇ ଜୀବନ । ଶୁଭମ ଜେନା । ବୟସ ମାତ୍ର ୧୪ ବର୍ଷ । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ । ସାଙ୍ଗସାଥୀଙ୍କ ମେଳରେContinue reading “ପୋଖରୀରେ ଗାଧୋଇବା ବେଳେ ପିଲାଙ୍କ ଖେଳ ପାଲଟିଲା କାଳ । ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କଲେ ଦୁଇପିଲା”

ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ସ୍କ୍ରବ ଟାଇଫସ୍ ଆତଙ୍କ । ପ୍ରତିଦିନ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ : କରୋନା ସମୟରେ ଲୋକଙ୍କୁ ଯେମିତି ସଚେତନ କରାଯାଉଥିଲା, ଏବେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ସୁନ୍ଦରଗଡରେ ବଢ଼ିଚାଲିଥିବାରୁ ଲୋକଙ୍କୁ, ପ୍ରଶାସନ ପକ୍ଷରୁ ସେମିତି ସଚେତନ କରାଯାଉଛି । ଆଶାକର୍ମୀମାନେ ଡାକବାଜି ଯନ୍ତ୍ର ସହାୟତାରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ସୁନ୍ଦରଗଡ ଜିଲ୍ଲାରେ, ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ୍ । ବର୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ ଟପିଲାଣି । ଗ୍ରାମାଂଚଳ ପରେ ଏବେ ସହରାଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟାContinue reading “ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ସ୍କ୍ରବ ଟାଇଫସ୍ ଆତଙ୍କ । ପ୍ରତିଦିନ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା”

କିଏ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ସରଳା ଦେବୀ ନା ପ୍ରମିଳା ମଲ୍ଲିକ, ଜାରି ରହିଛି ବିତର୍କ

କନକ ବ୍ୟୁରୋ : ପ୍ରମିଳା ମଲ୍ଳିକ ଓଡ଼ିଶା ବିଧାନସଭାର ବାଚସ୍ପତି ହେବା ପରେ ଏ ନେଇ ବିତର୍କ ଆରମ୍ଭ ହୋଇଛି । ବିଶେଷ କରି ସୋସିଆଲ୍ ମିଡିଆ ଏହାକୁ ନେଇ ଦୁଇ ଭାଗ ହୋଇଯାଇଛି । କିଛି ପ୍ରମିଳା ମଲ୍ଲିକଙ୍କ ସପକ୍ଷରେ ମତ ରଖୁଥିବା ବେଳେ ଆଉ କିଛି ସରଳା ଦେବୀଙ୍କ ସପକ୍ଷରେ ମତ ଦେଉଛନ୍ତି । ତେଣୁ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି । ଏହାକୁ ଭଲ ଭାବେ ବୁଝିବାକୁ ହେଲେ ସରଳା ଦେବୀଙ୍କ ସଂପର୍କରେContinue reading “କିଏ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ସରଳା ଦେବୀ ନା ପ୍ରମିଳା ମଲ୍ଲିକ, ଜାରି ରହିଛି ବିତର୍କ”

Design a site like this with WordPress.com
Get started