କନକ ବ୍ୟୁରୋ: ପୋଖରୀରେ ବୁଡ଼ି ୨ ଛାତ୍ର ମୃତ । ଭୁବନେଶ୍ୱର ପୋଖରୀପୁଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ମୃତ ଛାତ୍ର ହେଲେ ଅଷ୍ଟମ ଶ୍ରେଣୀର ଶୁଭମ ଜେନା ଓ ଦଶମ ଶ୍ରେଣୀର ରାକେଶ ମହାରଣା । ଦୁହେଁ ଟ୍ୟୁସନ ସାରି ଘରକୁ ଫେରିବା ପରେ ସ୍ଥାନୀୟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ସହ ଆଉ ଦୁଇ-ତିନି ଜଣ ମଧ୍ୟ ଥିଲେ । ତେବେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ଶୁଭମ ଓContinue reading “ପୋଖରୀରେ ବୁଡ଼ି ୨ ଛାତ୍ର ମୃତ । ପୋଖରୀପୁଟରୁ ଆସିଛି ଏଭଳି ଅଭାବନୀୟ ଘଟଣା ।”
Tag Archives: News
ତିଆରି ହୋଇଥିବା ପେଣ୍ଡାଲ ଓ ଦୋକାନ ପାଇଁ ଅସ୍ଥାୟୀ ସଂଯୋଗ ନେବାକୁ ଆହ୍ୱାନ, ସୁରକ୍ଷା ନିୟମ ପାଳନ କରି ସୁରକ୍ଷିତ ରହିବାକୁ ପରାମର୍ଶ
କନକ ବ୍ୟୁରୋ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ଆଗାମୀ ଉତ୍ସବ ଋତୁରେ ନିରବଚ୍ଛିନ୍ନ ଓ ଅବାଧ ବିଦ୍ୟୁତ ଯୋଗାଣ ପାଇଁ ପ୍ରତିବଦ୍ଧ ରହିଛି । ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ଅଂଶ ଭାବେ ଟିପିସିଓଡିଏଲ୍ ପକ୍ଷରୁ ଅସ୍ଥାୟୀ ଢ଼ାଂଚା ଓ ପେଣ୍ଡାଲ ପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଆବଶ୍ୟକୀୟ ସୁରକ୍ଷା ଗାଇଡଲାଇନ୍ ଜାରି କରାଯାଇଛି । ଉତ୍ସବ ଋତୁରେ ସୁରକ୍ଷା ଓContinue reading “ତିଆରି ହୋଇଥିବା ପେଣ୍ଡାଲ ଓ ଦୋକାନ ପାଇଁ ଅସ୍ଥାୟୀ ସଂଯୋଗ ନେବାକୁ ଆହ୍ୱାନ, ସୁରକ୍ଷା ନିୟମ ପାଳନ କରି ସୁରକ୍ଷିତ ରହିବାକୁ ପରାମର୍ଶ”
ମାତିଛନ୍ତି ମୁଖାପିନ୍ଧା ଲୁଟେରା । କେନ୍ଦ୍ରାପଡା ଡେରାବିଶ ନୀଳକଣ୍ଠପୁର ଗାଁର ୪ ଘରୁ କଲେ ଲୁଟ୍ ।
କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ମାତିଛନ୍ତି ଲୁଟେରା । ଡେରାବିଶ ଥାନା ନୀଳକଂଠପୁରର ୪ଟି ପରିବାରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଘରୋଇ ଆସବାବପତ୍ର । ଚୋରିକୁ ନେଇ ପୋଲିସରେ ଖବର ଦିଆଯାଇଥିଲେ ବି ଦୀର୍ଘସମୟ ପର୍ଯ୍ୟନ୍ତ ଘଟଣାସ୍ଥଳକୁ ଆସିନଥିଲା ପୋଲିସ । ଥାନାଠାରୁ ମାତ୍ର ୨ କିଲୋମିଟର ଦୂର ଏହି ଗାଁକୁ ପହଂଚିବାରେ ପୋଲିସ କାହିଁକି ଏତେ ବିଳମ୍ବ କଲା ତାକୁ ନେଇ ଉଠିଛି ପ୍ରଶ୍ନ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦାନା ବାନ୍ଧିଛିContinue reading “ମାତିଛନ୍ତି ମୁଖାପିନ୍ଧା ଲୁଟେରା । କେନ୍ଦ୍ରାପଡା ଡେରାବିଶ ନୀଳକଣ୍ଠପୁର ଗାଁର ୪ ଘରୁ କଲେ ଲୁଟ୍ ।”
ଆସନ୍ତା ୫ ତାରିଖରେ କରାଯିବ ବନକଲାଗି ନୀତି । ଦତ ମହାପାତ୍ର ଓ ମୁଦୁଲି ନିଯୋଗ କର୍ତ୍ତୃପକ୍ଷଙ୍କ ସୂଚନା ।
କନକ ବ୍ୟୁରୋ: ବିବାଦ ଭିତରେ ଆସନ୍ତା ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି । ସୂଚନା ଦେଇଛନ୍ତି ଦତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସରୁ ଅଧିକ ଦିନ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର । ଶେଷଥର ପାଇଁ ଅଗଷ୍ଟ ୯ ଏବଂ ୨୩ ତାରିଖରେ ଶ୍ରୀଜିଉଙ୍କ ବନକଲାଗି ନୀତି ହୋଇଥିଲା । ନୀଳାଦ୍ରି ବିଜେ ବେଳେ ଦତ ମହାପାତ୍ର ସେବକମାନେ ପ୍ରତି ଗୁରୁବାର ବନକଲାଗି କରିବାକୁContinue reading “ଆସନ୍ତା ୫ ତାରିଖରେ କରାଯିବ ବନକଲାଗି ନୀତି । ଦତ ମହାପାତ୍ର ଓ ମୁଦୁଲି ନିଯୋଗ କର୍ତ୍ତୃପକ୍ଷଙ୍କ ସୂଚନା ।”
ମଦ ପିଇବାକୁ ସଫେଇ କର୍ମଚାରୀ କବାଡିବାଲାକୁ ବିକିଦେଲା ସରକାରରୀ ଫାଇଲ । ଅନେକ ବର୍ଷର ରେକର୍ଡ ହୋଇଗଲା ଗାଏବ
କନକ ବ୍ୟୁରୋ : ସରକାରୀ ବିଭାଗର ଅବେହେଳା ନେଇ ଆପଣ ଅନେକ ସମୟରେ ଆଶ୍ଚର୍ଯ୍ୟକର ଘଟଣାମାନ ଶୁଣିଥିବେ । କେଉଁଠି ମୂଷା କୋଟି କୋଟି ଟଙ୍କାର ଗଞ୍ଜେଇ ଖାଇଦେଉଛି ତ କେଉଁଠି ମୂଷା ଧରିବାକୁ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ହେଉଛି । ହେଲେ ଏହି ଘଟଣା ଟିକେ ନିଆରା । ଏଠାରେ ଜଣେ ସଫେଇ କର୍ମଚାରୀ ମଦ ପିଇବାକୁ ସରକାରୀ କାର୍ଯ୍ୟାଳୟରେ ଥିବା ସମସ୍ତ ପୁରୁଣା ରେକର୍ଡ ଖାତାକୁ କବାଡିବାଲାକୁ ବିକି ଦେଇଛି । ଏହିContinue reading “ମଦ ପିଇବାକୁ ସଫେଇ କର୍ମଚାରୀ କବାଡିବାଲାକୁ ବିକିଦେଲା ସରକାରରୀ ଫାଇଲ । ଅନେକ ବର୍ଷର ରେକର୍ଡ ହୋଇଗଲା ଗାଏବ”
ଭାରତ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ । ବର୍ଷା କାରଣରୁ ଅଟକିଛି ଖେଳ
କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ଖେଳାଯାଉଛି । ଇନ୍ଦୋରର ହୋଲ୍କର ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ହେଲେ ବର୍ଷା କାରଣରୁ ଏବେ ମ୍ୟାଚ୍ ସ୍ଥଗିତ ରହିଛି । ଭାରତ ୯.୫ ଓଭରରେ ଗୋଟିଏ ୱିକେଟ ହରାଇ ୭୯ ରନ୍ କରିଛି । ଶୁଭମନ ଗିଲ ୨୭ ବଲରେ ୩୨ ରନ୍ ଓ ଶ୍ରେୟସ ଆୟର ୨୦ ବଲ ଖେଳି ୩୪ ରନ କରିଛନ୍ତି ।Continue reading “ଭାରତ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ । ବର୍ଷା କାରଣରୁ ଅଟକିଛି ଖେଳ”
ମହିଳା କୁସ୍ତିଯୋଦ୍ଧା ନିର୍ଯାତନା ମାମଲାରେ ଦିଲ୍ଲୀ ପୋଲିସର ସାଂଘାତିକ ଅଭିଯୋଗ । କହିଲା, କୌଣସି ସୁଯୋଗ ହାତଛଡା କରୁନଥିଲେ ବ୍ରିଜଭୂଷଣ
କନକ ବ୍ୟୁରୋ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ହୋଇଥିବା ମାମଲାରେ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଅଭିଯୁକ୍ତ ବ୍ରିଜଭୂଷଣଙ୍କୁ କୋର୍ଟରେ ହାଜର ହେବାରୁ ମୁକ୍ତି ଦେଇଛନ୍ତି । ଏହି ସମୟରେ ଦିଲ୍ଲୀ ପୋଲିସ କୋର୍ଟରେ ଯୁକ୍ତି ଉପସ୍ଥାପନ କରି କହିଛି ଯେ, ବ୍ରିଜଭୂଷଣ ଜାଣିଥିଲେ ସେ କ’ଣ କରୁଛନ୍ତି । ଦିଲ୍ଲୀ ପୋଲିସ କହିଛି ବ୍ରିଜଭୂଷଣ ଯେତେବେଳେ ବି ସୁଯୋଗ ପାଇଛନ୍ତି ସେତେବେଳେ ସେ ମହିଳାContinue reading “ମହିଳା କୁସ୍ତିଯୋଦ୍ଧା ନିର୍ଯାତନା ମାମଲାରେ ଦିଲ୍ଲୀ ପୋଲିସର ସାଂଘାତିକ ଅଭିଯୋଗ । କହିଲା, କୌଣସି ସୁଯୋଗ ହାତଛଡା କରୁନଥିଲେ ବ୍ରିଜଭୂଷଣ”
ଓଡିଶାରେ ଗଡିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ: ପୁରୀରୁ ରାଉରକେଲା ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ: ରାଜ୍ୟରେ ଗଡିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଭିଡିଓ କନଫେରେନ୍ସିଂ ଜରିଆରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏପଟେ ଭୁବନେଶ୍ୱର ରେଳ ଷ୍ଟେସନରେ ଉପସ୍ଥିତ ରହି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସବୁଜ ପତାକା ଦେଖାଇବା ପରେ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ ।.. ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାରକୁ ଛାଡ଼ି ସପ୍ତାହର ୬ ଦିନ ପୁରୀ ଓContinue reading “ଓଡିଶାରେ ଗଡିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ: ପୁରୀରୁ ରାଉରକେଲା ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ”
ଅଧିକ ରୋଜଗାର କରିବାକୁ ସୋସିଆଲ ମିଡିଆରେ ଲୋଭ ଦେଖାଉଛନ୍ତି ଠକ: ହ୍ୱାଟସଆପ. ଫେସବୁକ ଜରିଆରେ ଦେଉଛନ୍ତି ମେସେଜ୍
କନକ ବ୍ୟୁରୋ: ଘରେ ବସି ରୋଜଗାରର ଲୋଭ । ଅଧିକ ଟଙ୍କା ରୋଜଗାରର ଇଚ୍ଛା । ଆଉ ଶେଷରେ ଠକେଇର ଶିକାର । ଲୋଭ ଦେଖାଇ ଠକ ଠକି ନେଉଛନ୍ତି ଟଙ୍କା । ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି ଲୋକେ । ଲୋକଙ୍କ ମୋବାଇଲ୍କୁ ଆସୁଛି ଫୋନ୍ ଓ ମେସେଜ୍ । ଘରି ବସି ଟଙ୍କା ରୋଜଗାର କରିବାର ଲୋଭ ଦେଖାଯାଉଛି । କୁହାଯାଉଛି, ଆପଣଙ୍କ ପାଖରେ ଯଦି ସ୍ମାର୍ଟ ଫୋନ୍ ଅଛି ଆପଣ ଘରେ ବସିContinue reading “ଅଧିକ ରୋଜଗାର କରିବାକୁ ସୋସିଆଲ ମିଡିଆରେ ଲୋଭ ଦେଖାଉଛନ୍ତି ଠକ: ହ୍ୱାଟସଆପ. ଫେସବୁକ ଜରିଆରେ ଦେଉଛନ୍ତି ମେସେଜ୍ “
ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିରୋଧ: ନିଜ ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ କଳା ପତାକା ଦେଖାଇ ପ୍ରତିବାଦ
କନକ ବ୍ୟୁରୋ: ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧ । ବେଦପୁର ପଂଚାୟତ କୋଠାଘର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ସମୀରଙ୍କୁ ବିରୋଧ କରିଛନ୍ତି କିଛି ଅସନ୍ତୁଷ୍ଟ ଯୁବକ । କଳାପତାକା ଦେଖାଇ ବିଧାୟକଙ୍କ ଗାଡି ଆଗରେ ପ୍ରତିବାଦ କରିଛନ୍ତି । ଏଥିସହ ସମୀରଙ୍କ କୁଶପୁତଳିକା ଦାହ କରିଛନ୍ତି । ବିରୋଧ କରିଥିବା ଯୁବକମାନେ ଅସନ୍ତୁଷ୍ଟ ବିଜେଡି କର୍ମୀ ବୋଲି କୁହାଯାଉଛି । ଏହାକୁ ନେଇ ଘଟଣାସ୍ଥଳରେ ଉତେଜନା ଲାଗିContinue reading “ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିରୋଧ: ନିଜ ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ କଳା ପତାକା ଦେଖାଇ ପ୍ରତିବାଦ “