ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା: ଭଙ୍ଗାରୁଜା କରିବା ସହ ଜାଳିଦେଲେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

କନକ ବ୍ୟୁରୋ: ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ମୃତ୍ୟୁରୁ ଉତେଜନା । ହସ୍ପିଟାଲରେ ପୋଡାଜଳା, ଭଙ୍ଗାରୁଜା । ହସ୍ପିଟାଲର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଲୋକେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକେ । ଭୁଲ ଇଞ୍ଜେକ୍ସନ୍ରୁ ୫ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ମୃତ ଶିଶୁ କନ୍ୟା ଅଲିପୁର ଗାଁର ବିରଂଚି ଗେଡିଙ୍କ ଝିଅ ଅର୍ପିତା ଗେଡି । ଏହା ପରେ ପରିବାର ଲେକେ ଭୁଲ ଇଞ୍ଜେକସନ୍ ଦିଆଯାଇଥିବାContinue reading “ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା: ଭଙ୍ଗାରୁଜା କରିବା ସହ ଜାଳିଦେଲେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର”

ଓଭରବ୍ରିଜ ଉପରୁ ଖସିପଡିଲା କାର୍ । ଗୁରୁତର ଅବସ୍ଥାରେ ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ: ଭୁବନେଶ୍ୱର ବମିଖାଲ ଓଭରବ୍ରିଜରୁ ତଳକୁ ଖସିଲା କାର । ଡ୍ରାଇଭର ଗୁରୁତର । ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ଏହି କାରଟିକୁ ଦେଖନ୍ତୁ କେମିତି ତଳକୁ ଖସି ପଡିବା ପରେ ଭାଂଗି ଚୁରମାର ହୋଇ ଯାଇଛି । ତେବେ କେମିତି ତଳକୁ ଖସିଲା ତାହା ସ୍ପଷ୍ଟ ହୋଇନାହିଁ ।   The post ଓଭରବ୍ରିଜ ଉପରୁ ଖସିପଡିଲା କାର୍ । ଗୁରୁତର ଅବସ୍ଥାରେ ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି firstContinue reading “ଓଭରବ୍ରିଜ ଉପରୁ ଖସିପଡିଲା କାର୍ । ଗୁରୁତର ଅବସ୍ଥାରେ ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି”

ବଢ଼ିବନି ବୟସ୍କ, ବିଧବା ଓ ଭିନ୍ନକ୍ଷମ ଭତ୍ତା । ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା

କନକ ବ୍ୟୁରୋ: ବଢ଼ିବନି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପରିମାଣ । ବିଧାନସଭାରେ ଏ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ସ୍ପଷ୍ଟ କରିଛନ୍ତି । ଯାହା ଫଳରେ ଭତ୍ତା ବୃଦ୍ଧି ପାଇଁ ଯେଉଁ ଦାବି ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି । ଆଉ ଭତ୍ତା ପାଉଥିବା ପ୍ରାୟ ୫୩ଲକ୍ଷ ବୃଦ୍ଧ, ବୃଦ୍ଧା, ବିଧବା ଓContinue reading “ବଢ଼ିବନି ବୟସ୍କ, ବିଧବା ଓ ଭିନ୍ନକ୍ଷମ ଭତ୍ତା । ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା”

ଏସୀୟ କ୍ରୀଡାରେ ପ୍ରଥମ ଦିନରେ ଭାରତ ହାତେଇଲାଣି ୫ଟି ପଦକ । ନୌଚାଳନାରେ ୨ ସିଲଭର, ଗୋଟିଏ ବ୍ରୋଞ୍ଚ, ବନ୍ଧୁକ ଚାଳନାରେ ୨ଟି ପଦକ ।

କନକ ବ୍ୟୁରୋ: ଏସିଆନ୍ ଗେମ୍ସରେ ଭାରତର ଦମ୍ଦାର ପ୍ରଦର୍ଶନ ଆରମ୍ଭ । ପ୍ରଥମ ଦିନରେ ବର୍ତ୍ତମାନ ସୁଦ୍ଧା ଭାରତ ୫ଟି ପଦକ ହାତେଇଛି । ରୋଇଂରେ ତିନିଟି ଓ ସୁଟିଂରେ ୨ଟି ପଦକ ହାସଲ କରିଛି ଭାରତ । ରୋଇଂରେ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ମେଡାଲ ମିଳିଥିବା ବେଳେ ସୁଟିଂରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି । ରୋଇଂରେ ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ରୌପ୍ୟ ପଦକ ହାସଲContinue reading “ଏସୀୟ କ୍ରୀଡାରେ ପ୍ରଥମ ଦିନରେ ଭାରତ ହାତେଇଲାଣି ୫ଟି ପଦକ । ନୌଚାଳନାରେ ୨ ସିଲଭର, ଗୋଟିଏ ବ୍ରୋଞ୍ଚ, ବନ୍ଧୁକ ଚାଳନାରେ ୨ଟି ପଦକ ।”

ଚିଟଫଣ୍ଡ ମାମଲାରେ ସିବିଆଇ ଚାର୍ଜଫ୍ରେମ୍ ପରେ ମୁହଁ ଖୋଲିଲେ ପ୍ରଭାତ ବିଶ୍ୱାଳ । କହିଲେ, ଠକେଇ ଓ ଷଡଯନ୍ତ୍ର ଭଳି ଦଫାର ନାହିଁ ସତ୍ୟତା

କନକ ବ୍ୟୁରୋ: ଚିଟଫଣ୍ଡ ମାମଲାରେ ସିବିଆଇ ଚାର୍ଜଫ୍ରେମ୍ ପରେ ମୁହଁ ଖୋଲିଲେ ପ୍ରଭାତ ବିଶ୍ୱାଳ । କହିଛନ୍ତି, ଚାର୍ଜଫ୍ରେମରେ ଠକେଇ ଓ ଷଡଯନ୍ତ୍ର ଭଳି ଦଫା ଲାଗିଛି । ହେଲେ ଏସବୁରେ କୌଣସି ସତ୍ୟତା ନାହିଁ । ସିବିଆଇ ଅଭିଯୋଗର କେତେ ସତ୍ୟତା ରହିଛି, ତାହା କୋର୍ଟ ବିଚାର କରିବେ । ଦୁଇ ମାସ ମଧ୍ୟରେ ଚାର୍ଜଫ୍ରେମ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଦୁଇ ମାସ ପରେ ଏବେ ସିବିଆଇ ଚାର୍ଜଫ୍ରେମ୍ କରୁଛି ବୋଲି କହିଛନ୍ତି ପ୍ରଭାତContinue reading “ଚିଟଫଣ୍ଡ ମାମଲାରେ ସିବିଆଇ ଚାର୍ଜଫ୍ରେମ୍ ପରେ ମୁହଁ ଖୋଲିଲେ ପ୍ରଭାତ ବିଶ୍ୱାଳ । କହିଲେ, ଠକେଇ ଓ ଷଡଯନ୍ତ୍ର ଭଳି ଦଫାର ନାହିଁ ସତ୍ୟତା”

NIA ଜାରି କଲା ୧୯ ଖଲିସ୍ତାନୀ ଆତଙ୍କବାଦୀଙ୍କ ତାଲିକା, ଜବତ ହେବ ଏମାନଙ୍କ ସମ୍ପତ୍ତି । ବିଦେଶରେ ରହି ରଚୁଛନ୍ତି ଭାରତ ବିରୋଧରେ ଷଡଯନ୍ତ୍ର

କନକ ବ୍ୟୁରୋ: ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଏନଆଇଏର ବଡ ଆକ୍ସନ୍ । ଭାରତ-କାନାଡା ବିବାଦ ଭିତରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଏବେ ତତ୍ପର ହୋଇଛି । ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ପଞ୍ଜାବରେ ନିଷିଦ୍ଧ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ)ର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁଙ୍କ ସମ୍ପତ୍ତି ଜବତ କରିବା ସହ ଅନ୍ୟ ୧୯ ଜଣ ପଳାତକ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ମଧ୍ୟ ସମାନ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ଏହି ପଳାତକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି,Continue reading “NIA ଜାରି କଲା ୧୯ ଖଲିସ୍ତାନୀ ଆତଙ୍କବାଦୀଙ୍କ ତାଲିକା, ଜବତ ହେବ ଏମାନଙ୍କ ସମ୍ପତ୍ତି । ବିଦେଶରେ ରହି ରଚୁଛନ୍ତି ଭାରତ ବିରୋଧରେ ଷଡଯନ୍ତ୍ର”

ବଦଳିର ବାଦାଶାହା IAS ତୁକାରାମ ମୁଣ୍ଡେ । ସଚ୍ଚୋଟ ବୋଲି ୧୬ ବର୍ଷରେ ହେଲେଣି ୧୯ ଥର ବଦଳି

କନକ ବ୍ୟୁରୋ: ୟୁପିଏସସି ପରୀକ୍ଷା ପାସ୍ କରିବା ସବୁଠୁ କଷ୍ଟକର ବ୍ୟାପାର । ଲକ୍ଷ ଲକ୍ଷ ଆଶାୟୀ ଏଥିପାଇଁ ପ୍ରସ୍ତୁତ ହେଉଥିବାବେଳ କିଛି ମାତ୍ର ଏଥିରେ ଉତ୍ତୀର୍ଣ୍ଣ ହୋଇପାରନ୍ତି । ପ୍ରତିବର୍ଷ ଲକ୍ଷଲକ୍ଷ ପିଲା ଆଇଏଏସ୍, ଆଇପିଏସ୍, କିମ୍ବା ଆଇଏଫଏସ୍ ହେବାର ସ୍ୱପ୍ନ ଦେଖନ୍ତି । ସ୍ୱପ୍ନ ପୂରଣ କରିବାକୁ ପରିଶ୍ରମ ବି କରନ୍ତି । କିନ୍ତୁ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେବା ପରେ ବି ତାଙ୍କ ସଂଘର୍ଷ ସରେନି । ପ୍ରତି ସମୟରେ ତାଙ୍କ ଆଗରେ ବିଭିନ୍ନContinue reading “ବଦଳିର ବାଦାଶାହା IAS ତୁକାରାମ ମୁଣ୍ଡେ । ସଚ୍ଚୋଟ ବୋଲି ୧୬ ବର୍ଷରେ ହେଲେଣି ୧୯ ଥର ବଦଳି”

ଏସୀୟ କ୍ରୀଡାରେ ଭାରତର ଦମଦାର ପ୍ରଦର୍ଶନ: ଫାଇନାଲରେ ଭାରତ ମହିଳା କ୍ରିକେଟ ଟିମ୍ । ପ୍ରଥମ ଦିନରେ ହାତେଇଲା ୨ ପଦକ ।

କନକ ବ୍ୟୁରୋ: ଏସୀୟ କ୍ରୀଡାରେ ଆଉ ଏକ ପଦକ ପକ୍କା କଲା ଭାରତ । ଫାଇନାଲରେ ପ୍ରବେଶ କଲା ଭାରତ ମହିଳା ଦଳ । ଆଜି ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଭାରତ ବାଂଲାଦେଶକୁ ୮ ୱିକେଟ୍ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶରେ ଭାରତକୁ ୫୨ ରନ୍ର ଟାର୍ଗେଟ୍ ଦେଇଥିଲା । ଜବାବରେ ଭାରତ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଫାଇନାଲରେ ପହଂଚିବା ସହ ଭାରତୀୟ ମହିଳା କ୍ର୍ରିକେଟContinue reading “ଏସୀୟ କ୍ରୀଡାରେ ଭାରତର ଦମଦାର ପ୍ରଦର୍ଶନ: ଫାଇନାଲରେ ଭାରତ ମହିଳା କ୍ରିକେଟ ଟିମ୍ । ପ୍ରଥମ ଦିନରେ ହାତେଇଲା ୨ ପଦକ ।”

ରେଳ ଧାରଣାରେ ପଥର, ଟ୍ରେନ ଚଳାଚଳ ବନ୍ଦ । କୋରାପୁଟ ମାନବର ଓ ଜରତି ଷ୍ଟେସନ ମଝିରେ ଅଟକି ରହିଛି ସମଲେଶ୍ୱରୀ ଏକ୍ସପ୍ରେସ

କନକ ବ୍ୟୁରୋ: ରେଳ ଧାରଣାରେ ପଡ଼ିଛି ପଥର ଓ ମାଡ଼ି ଅତଡା । ଅଟକି ରହିଛି ଟ୍ରେନ୍ । କୋରାପୁଟର ମାନବର ଓ ଜରତି ଷ୍ଟେସନ୍ ମଝିରେ ଅଟକି ରହିଛି ସମଲେଶ୍ୱରୀ ଏକ୍ସପ୍ରେସ୍ । ରାଉରକେଲା ଜଗଦଲପୁର ଏବଂ ବିଶାଖାପାଟଣା କର୍ଣ୍ଣୁଲ ଏକ୍ସପ୍ରେସ୍ ମଧ୍ୟ ଅଟକି ରହିଛି । ପଥର ଓ ମାଟି ଅତଡା ପଡ଼ି ଥିବାରୁ କୋରାପୁଟରୁ ଜଗଦଲପୁରକୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଟ୍ରେନ୍ ଟ୍ରାକ୍ରୁ ମାଡି ଅତଡା ଓ ପଥର କାଢିବାContinue reading “ରେଳ ଧାରଣାରେ ପଥର, ଟ୍ରେନ ଚଳାଚଳ ବନ୍ଦ । କୋରାପୁଟ ମାନବର ଓ ଜରତି ଷ୍ଟେସନ ମଝିରେ ଅଟକି ରହିଛି ସମଲେଶ୍ୱରୀ ଏକ୍ସପ୍ରେସ”

ଛିଣ୍ଡୁନି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ବିବାଦ: ଆନ୍ଦୋଳନ ସ୍ଥଗିତ ରଖିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ

କନକ ବ୍ୟୁରୋ: ଛିଣ୍ଡୁନି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ବିବାଦ । ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଘୋଷଣା କରିଥିବାବେଳେ, ପ୍ର୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଜିଦରେ ଅଟଳ ରହିଛି । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କହିଛି , ସରକାରଙ୍କ କଥାରେ ସେମାନେ ଏକମତ ନୁହନ୍ତି । ସେଥିପାଇଁ ସେମାନଙ୍କୁ ଆଲୋଚନାରେ ସାମିଲ କରାଗଲାନି । ୩ ଦଫା ଦାବିରେ ଏବେ ବି ଅଟଳ ଅଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘContinue reading “ଛିଣ୍ଡୁନି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ବିବାଦ: ଆନ୍ଦୋଳନ ସ୍ଥଗିତ ରଖିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ”

Design a site like this with WordPress.com
Get started