ଆସିଲା ରାଉରକେଲା ଆସିଷ୍ଟାଂଟ କଲେକ୍ଟରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ଉଲ୍ଲେଖ

କନକ ବ୍ୟୁରୋ: ଆସିଲା ରାଉରକେଲା ଆସିଷ୍ଟାଂଟ୍ କଲେକ୍ଟର ସସ୍ମିତା ମିଂଜଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପାଣିରେ ବୁଡି ଶ୍ୱାସରୁଦ୍ଧ ହୋଇ ସସ୍ମିତାଙ୍କ ମୃତ୍ୟୁ ହୋଇଥିବା ପାଷ୍ଟମର୍ଟମ୍ ରିପୋର୍ଟରେ ଉଲ୍ଲେଖ ହୋଇଛି । ହେଲେ ଏଥିରୁ ସସ୍ମିତାଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ପାରି ନାହିଁ । ଏବେ ବି ରହସ୍ୟଘେରରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା । ସେପଟେ ସାମ୍ନାକୁ ଆସିଛି ସସ୍ମିତା ରହୁଥିବା ହୋଟେଲ ରାଧିକା ରିଜେନ୍ସିର ସିସିିଟିଭି ଫୁଟେଜ୍Continue reading “ଆସିଲା ରାଉରକେଲା ଆସିଷ୍ଟାଂଟ କଲେକ୍ଟରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ଉଲ୍ଲେଖ”

ଏକାଠି ହେଲେ ୨୩ଟି ଅବସରପ୍ରାପ୍ତ ଯବାନ ସଂଘ । ଯବାନ ଲିଜ୍ ଜମିର ପ୍ରତ୍ୟାବର୍ତନ କରିବାକୁ ଦାବି

କନକ ବ୍ୟୁରୋ: ଅଲ ଓଡ଼ିଶା ଭେଟେରାନ୍ ସୋଲଜର ଆସୋସିଏସନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଭୁବନେଶ୍ୱର ସ୍ଥିତ ସୈନିକ ଭବନ ପରିସରରେ ଏକାଠି ହେଲେ ୨୩ଟି ଅବସରପ୍ରାପ୍ତ ଯବାନ ସଂଘ । ସରକାର ଓଡ଼ିଶାର ପାଟ୍ରିଓଟିକ୍ ସୋଲଜରମାନଙ୍କୁ ଯବାନ ଲିଜ୍ ଜମିର ପ୍ରତ୍ୟାବର୍ତନ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ୧୯୬୩ ଏବଂ ୧୯୮୬ ଗୃହ ବିଭାଗର ଭିନ୍ନ ଭିନ୍ନ ରିଜୋଲ୍ୟୁସନ୍ ନମ୍ବର ଅନୁଯାୟୀ ୫ ଏକର ଲିଜ ଜମି ସଶସ୍ତ୍ର ବାହିନୀ ଯବାନ ଏବଂContinue reading “ଏକାଠି ହେଲେ ୨୩ଟି ଅବସରପ୍ରାପ୍ତ ଯବାନ ସଂଘ । ଯବାନ ଲିଜ୍ ଜମିର ପ୍ରତ୍ୟାବର୍ତନ କରିବାକୁ ଦାବି”

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜସ୍ଥାନ ବିଜେପିକୁ ଲାଗିପାରେ ଝଟକା । ଗୋଟିଏ ମଞ୍ଚରେ ବସିଲେ ଗେହଲଟ ଓ ବସୁନ୍ଧରା

କନକ ବ୍ୟୁରୋ : ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନଜରରେ ରଖି କ୍ଷମତାସୀନ କଂଗ୍ରେସ ତାର ପ୍ରଚାର ଜୋରଦାର କରିଥିବା ବେଳେ କ୍ଷମତା ହାତେଇବାକୁ ବିଜେପି ମଧ୍ୟ ରଣନୀତି ପ୍ରସ୍ତୁତ କରୁଛି । ହେଲେ ଠିକ  ଏହି ସମୟରେ ରାଜସ୍ଥାନ ବିଜେପିର ବରିଷ୍ଠ ନେତ୍ରୀ ତଥା ୨ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବସୁନ୍ଧରାରାଜେ ସିନ୍ଧିଆ ଓ କଂଗ୍ରେସ ନେତା ତଥା ଏବେର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟContinue reading “ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜସ୍ଥାନ ବିଜେପିକୁ ଲାଗିପାରେ ଝଟକା । ଗୋଟିଏ ମଞ୍ଚରେ ବସିଲେ ଗେହଲଟ ଓ ବସୁନ୍ଧରା”

ନିଜ୍ଜର ଯଦି ପ୍ଲମ୍ବର ତେବେ ଲାଡେନ ମଧ୍ୟ ଇଞ୍ଜିନିୟର

ବର୍ତ୍ତମାନ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବଢି ଚାଲିଛି ।  ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟା ପଛରେ ଭାରତର ଗୁପ୍ତଚର ସଂସ୍ଥାର ହାତ ରହିଛି ବୋଲି କାନାଡା ଅଭିଯୋଗ କରିଛି। ଏହା ଉପରେ ବର୍ତ୍ତମାନ ପେଣ୍ଟାଗନର ଜଣେ ଅଧିକାରୀ କହିଛନ୍ତି ଯେ ଯଦି ନିଜ୍ଜରକୁ ଯଦି ଆପଣ ପ୍ଲମ୍ବର ବୋଲି କହୁଛନ୍ତି ତେବେ ଠିକ୍ ସେମିତି ଓସାମା ବିନ୍ ଲାଡେନ ମଧ୍ୟ ଜଣେ ଇଞ୍ଜିନିୟର । ପେଣ୍ଟାଗନ୍‌ର ଜଣେ ଅଧିକାରୀ ଜଷ୍ଟିନ ଟ୍ରୁଡୋଙ୍କ ପୋଲContinue reading “ନିଜ୍ଜର ଯଦି ପ୍ଲମ୍ବର ତେବେ ଲାଡେନ ମଧ୍ୟ ଇଞ୍ଜିନିୟର”

ବାଲେଶ୍ୱରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା: ଚାନ୍ଦିପୁର ଥାନା ଅଞ୍ଚଳରେ ଥିବା ହୋଟେଲ ସିଲ ପାଇଁ ପ୍ରଶାସନ ତତ୍ପର । ୩ ଅଭିଯୁକ୍ତଙ୍କୁ ଜେରା

କନକ ବ୍ୟୁରୋ: ବାଲେଶ୍ୱରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ହୋଟେଲକୁ ସିଲ କରିବାକୁ ପ୍ରକ୍ରିୟା ଆରମ୍ଭ କରିସାରିଛି ପ୍ରଶାସନ । ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରି ଜେରା କରିଥିବା ଜଣାପଡିଛି । ବାଲେଶ୍ୱର ସଦର ଥାନା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ପରେ ବିଷ ପିଇ ଗୁରୁତର ହୋଇପଡିଥିଲେ । ନାବାଳିକା ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଚାନ୍ଦିପୁର ବୁଲିବାକୁ ଯାଇଥିଲେ । ସେଠାରେ ଉଭୟ ସମୁଦ୍ରକୂଳରେ ଥିବା ଏକContinue reading “ବାଲେଶ୍ୱରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା: ଚାନ୍ଦିପୁର ଥାନା ଅଞ୍ଚଳରେ ଥିବା ହୋଟେଲ ସିଲ ପାଇଁ ପ୍ରଶାସନ ତତ୍ପର । ୩ ଅଭିଯୁକ୍ତଙ୍କୁ ଜେରା”

ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ ହେଲେ ପିଅନ । ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ । ଗିରଫ ଭୟରେ ପୁରୁଷଶୂନ୍ୟ ଗାଁ

କନକ ବ୍ୟୁରୋ: ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ ହେଲେ ସମ୍ପୃକ୍ତ ପିଅନ । ଏହା ସହ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶିକେସନ ବାଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେପଟେ ଗିରଫ ଭୟରେ ପୁରୁଷ ଶୂନ୍ୟ ହୋଇପଡ଼ିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାସିଲ ଗାଁ । ପୋଲିସ ଗାଡ଼ି ଜାଳି ଦେବା ଅଭିଯୋଗରେ ୬ଜଣଙ୍କୁ ଉଠାଇ ନେଇଛି ପୋଲିସ । ଗାଁଲୋକ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।Continue reading “ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ ହେଲେ ପିଅନ । ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ । ଗିରଫ ଭୟରେ ପୁରୁଷଶୂନ୍ୟ ଗାଁ”

୨୯ରେ ଘୂର୍ଣ୍ଣିବଳୟ, ୩୦ରେ ଲଘୁଚାପ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ

କନକ ବ୍ୟୁରୋ: ୨୯ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତୀ ପର୍ଯ୍ୟାୟରେ ଏହା ପଶ୍ଚିମ- ଉତର-ପଶ୍ଚିମ ଦିଗରେ ଗତି କରି, ଧୀରେ ଧୀରେ ଅଧିକ ଘନୀଭୂତ ହେବ । ଏହି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ରContinue reading “୨୯ରେ ଘୂର୍ଣ୍ଣିବଳୟ, ୩୦ରେ ଲଘୁଚାପ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ”

ଇସ୍ରୋ ଲଞ୍ଚ କରିବ BIKINI , ପରୀକ୍ଷଣ ସଫଳ ହେଲେ ମହାକାଶ ପର୍ଯ୍ୟଟନ ହେବ ବିକଶିତ

କନକ ବ୍ୟୁରୋ: ଆସନ୍ତା ବର୍ଷ ମହାକାଶକୁ ଇସ୍ରୋ ଲଞ୍ଚ କରିବ ୟୁରୋପୀୟ ସ୍ପେଶକ୍ରାଫ୍ଟ । ଏହାକୁ ଇସ୍ରୋର ପିଏସଏଲଭି ରକେଟ୍ ଦ୍ୱାରା ଉଦକ୍ଷେପଣ କରାଯିବ । ଏହାର ନାମ ହେଉଛି ବିକିନି । ଏହା ୟୁରୋପୀୟ ଷ୍ଟାର୍ଟଅପ୍ ‘ଦ ଏକ୍ସପ୍ଲୋରେସନ୍ କମ୍ପାନୀ’ର ଏକ ରିଏଣ୍ଟ୍ରି ହ୍ୱିକିଲ । ପିଏସଏଲଭି ରକେଟ୍ ଏହି ସ୍ପେଶକ୍ରାଫ୍ଟକୁ ପୃଥିବୀଠାରୁ ୫୦୦ କିଲୋମିଟର ଉଚ୍ଚତାକୁ ନେଇଯିବ । ସେଠାରୁ ଏହା ପୁଣି ପୃଥିବୀ ଆଡକୁ ଫେରିବ । ଫେରିବା ବାଟରେ ଏହା ବାୟୁମଣ୍ଡଳରContinue reading “ଇସ୍ରୋ ଲଞ୍ଚ କରିବ BIKINI , ପରୀକ୍ଷଣ ସଫଳ ହେଲେ ମହାକାଶ ପର୍ଯ୍ୟଟନ ହେବ ବିକଶିତ”

ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲ ଅବରୋଧ ମାମଲା : ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହସ୍ତକ୍ଷେପ ପରେ ହଟିଲା ଅବରୋଧ

କନକ ବ୍ୟୁରୋ : ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲ ଅବରୋଧ ମାମଲା । ଅବରୋଧ ହୋଇଥିବା କେନାଲ ଖୋଲିଲା ଜବରଦଖଲକାରୀ ସଂସ୍ଥା । ୩୩୨ ମିଟର କେନାଲରୁ ଅବରୋଧ ହଟିଥିବା ସୂଚନା ଦେଇଛନ୍ତି ଜଳସେଚନ ବିଭାଗ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହସ୍ତକ୍ଷେପ ପରେ ଅବରୋଧ ହଟିଛି । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨ ବର୍ଷ ଧରି ଅବରୋଧ ରହିଥିଲା କେନାଲ । The post ଡେରାସContinue reading “ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲ ଅବରୋଧ ମାମଲା : ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହସ୍ତକ୍ଷେପ ପରେ ହଟିଲା ଅବରୋଧ”

ମହିଳା ସଂରକ୍ଷଣ ବିଲ୍ ପାରିତ ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇବ ବିଜେପି : ଓଡିଶାର ୫୦ହଜାର ଗାଁରେ ସଭା କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

କନକ ବ୍ୟୁରୋ : ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ଖବରକୁ ଗାଁ ଗାଁରେ ପହଁଚାଇବ ବିଜେପି । କ୍ୟାମ୍ପେନ ମୋଡରେ ଓଡିଶାର ୫୦ ହଜାର ଗାଁରେ ଛୋଟ ଛୋଟ ସଭା କରି ବାର୍ତା ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ ପ୍ରଧାନ । ମହିଳା ସଂରକ୍ଷଣ ବିଲ ପାରିତ ହେବାକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ଯୋଗ ଦେବା ଅବସରରେ ଏହି ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ଭାରତରେContinue reading “ମହିଳା ସଂରକ୍ଷଣ ବିଲ୍ ପାରିତ ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇବ ବିଜେପି : ଓଡିଶାର ୫୦ହଜାର ଗାଁରେ ସଭା କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ”

Design a site like this with WordPress.com
Get started