କନକ ବ୍ୟୁରୋ : ସଂସଦରେ ମହିଳା ସଂରକ୍ଷଣ ବିଲ ପାସ୍ ହେବା ପରେ ମହିଳା ସାଂସଦଙ୍କ ସହ ଫଟୋ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ମହିଳା ମାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବିଲ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଯାହାର ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି । ମୋଦୀଙ୍କ ସହ ୩୦ରୁ ଅଧିକ ମହିଳା ସାଂସଦଙ୍କ ସହ ଫଟୋ ସୁଟ୍ କରିଛନ୍ତି । ଫଟୋରେ ପ୍ରଧାନମନ୍ତ୍ରୀଙ୍କ ସମେତ ମହିଳା ସାଂସଦମାନେ ବିଜୟ ସୂଚକ ଚିହ୍ନContinue reading “ସଂସଦରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍ : ମହିଳା ସାଂସଦଙ୍କ ସହ ଫଟୋ ଉଠାଇଲେ ପ୍ରଧାନମନ୍ତ୍ରୀ”
Tag Archives: News
ଟ୍ରୁଡୋଙ୍କ ପାଇଁ ଖରାପ ଖବର । ପ୍ରଧାନମନ୍ତ୍ରୀ ଦୌଡରେ ପଛରେ ପଡିଲେ ଜଷ୍ଟିନ୍ ଟ୍ରୁଡୋ ।
କନକ ବ୍ୟୁରୋ: ଖଲିସ୍ତାନୀଙ୍କ ହତ୍ୟାକୁ ନେଇ ଭାରତ ଉପରେ ଦୋଷ ଲଦିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ପାଇଁ ଖରାପ ଖବର । କାରଣ ଆଗକୁ କାନାଡାରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ତାଙ୍କ ବିରୋଧରେ ଉଠିଛି ଜନତାଙ୍କ ସ୍ୱର । ପ୍ରଧାନମନ୍ତ୍ରୀ ପଦ ପାଇଁ ଟ୍ରୁଡୋ ଆଉ ଲୋକଙ୍କ ଭାଜନ ନୁହଁନ୍ତି ବୋଲି ଏକ ପ୍ରାଥମିକ ଗଣମାଧ୍ୟମ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । କାନାଡାର ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀContinue reading “ଟ୍ରୁଡୋଙ୍କ ପାଇଁ ଖରାପ ଖବର । ପ୍ରଧାନମନ୍ତ୍ରୀ ଦୌଡରେ ପଛରେ ପଡିଲେ ଜଷ୍ଟିନ୍ ଟ୍ରୁଡୋ ।”
୧୦ ଦଫା ଦାବି ନେଇ ଅଙ୍ଗନବାଡି କର୍ମୀଙ୍କ ଆନ୍ଦାଳନ : ସରକାରୀ କର୍ମଚାରୀ ମାନ୍ୟତା ସହ ୧୮ହଜାର ଟଙ୍କା ଦରମା ଦାବି
କନକ ବ୍ୟୁରୋ : ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ । ୧୦ ଦଫା ଦାବି ନେଇ ଅଙ୍ଗନବାଡି କର୍ମୀଙ୍କ ଆନ୍ଦାଳନ । ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି । ଏଥି ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି । ଖାଲି ସେତିକି ନୁହେଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ଦାବି । ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁContinue reading “୧୦ ଦଫା ଦାବି ନେଇ ଅଙ୍ଗନବାଡି କର୍ମୀଙ୍କ ଆନ୍ଦାଳନ : ସରକାରୀ କର୍ମଚାରୀ ମାନ୍ୟତା ସହ ୧୮ହଜାର ଟଙ୍କା ଦରମା ଦାବି”
ଆରମ୍ଭ ହେଲା ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ ୫ଟା ଯାଏଁ ଗୃହ ମୁଲତବି ।
କନକ ବ୍ୟୁରୋ : ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିବା ବେଳେ ଏହାକୁ ସମର୍ଥନ କରିଥିଲେ ବିରୋଧୀ । ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୫ଟା ଯାଏଁ ମୁଲତବି କରାଯାଇଛି । ଅପରାହ୍ନରେ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ପ୍ରାୟ ୨୧ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ । ମୌସୁମୀ ଅଧିବେଶନContinue reading “ଆରମ୍ଭ ହେଲା ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ ୫ଟା ଯାଏଁ ଗୃହ ମୁଲତବି ।”
ମହିଳା ବିଲ୍ ପାସ୍ ପରେ ଉତ୍ସବ ମୁଖର ବିଜେପି ଶିବିର : ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଏକାଠି ହେଲେ ଦଳୀୟ ନେତା ଓ ମନ୍ତ୍ରୀ
କନକ ବ୍ୟୁରୋ : ମହିଳା ବିଲ୍ ପାସ୍ ପରେ ଉତ୍ସବ ମୁଖର ବିଜେପି ଶିବିର । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କୁ ଧନ୍ୟବାଦ ଜଣାଇବାକୁ ଏକାଠି ହୋଇଛନ୍ତି ଦଳୀୟ ନେତା ଓ ମନ୍ତ୍ରୀ । ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ୍ ଅର୍ଥାତ ନାରୀ ଶକ୍ତି ବନ୍ଦନ ଅଧିନିୟମ । ୮ ଘଣ୍ଟାର ବିତର୍କ ପରେ ସର୍ବସମ୍ମତିContinue reading “ମହିଳା ବିଲ୍ ପାସ୍ ପରେ ଉତ୍ସବ ମୁଖର ବିଜେପି ଶିବିର : ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଏକାଠି ହେଲେ ଦଳୀୟ ନେତା ଓ ମନ୍ତ୍ରୀ”
ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ, ସମର୍ଥନ କଲେ ବିରୋଧୀ ।
କନକ ବ୍ୟୁରୋ : ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସୂର୍ଯ୍ୟ ନାରାୟଣ ପାତ୍ର ଚଳିତ ବିଧାନସଭାରେ ଆସୀନ ସଦସ୍ୟ ରହିଥିଲେ । ମୁଖ୍ୟମନ୍ତ୍ରୀ ଆଣିଥିବା ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ । ଏହାସହ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେContinue reading “ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ, ସମର୍ଥନ କଲେ ବିରୋଧୀ ।”
ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍ : ପୁଣି ଦିନକରେ ସୁନ୍ଦରଗଡରୁ ୫ଆକ୍ରାନ୍ତ ଚିହ୍ନଟ; ୨୧୧ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା
କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍ । ଦିନକରେ ପୁଣି ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡ଼ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧ରେ ପହଞ୍ଚିଛି । ସେହିଭଳି ଜଣେ ଗୁରୁତର ରୋଗୀଙ୍କୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଅଧିକ ଟେଷ୍ଟିଂ କିଟ୍ ଓ ଔଷଧ ମହଜୁଦ୍ ରଖାଯାଇଛି । ଲୋକେଙ୍କୁ ଜ୍ୱରContinue reading “ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍ : ପୁଣି ଦିନକରେ ସୁନ୍ଦରଗଡରୁ ୫ଆକ୍ରାନ୍ତ ଚିହ୍ନଟ; ୨୧୧ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା”
ନଦୀ ମଝିରେ ୧୧ କେଭିର ବିଦ୍ୟୁତ୍ ଝଟକା : ବିଦ୍ୟୁତ୍ ଆଘାତ ଯୋଗୁଁ ଡଙ୍ଗାରୁ ନଦୀକୁ ପଡିଗଲା ପୁଅ; ନିଖୋଜ ମନୋରଞ୍ଜନଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ
କନକ ବ୍ୟୁରୋ : ନଦୀ ମଝିରେ ୧୧ କେଭିର ବିଦ୍ୟୁତ୍ ଝଟକା । ବିଦ୍ୟୁତ୍ ଆଘାତରେ ନଦୀକୁ ପଡି ପୁଅ ନିଖୋଜ ହୋଇଯାଇଛି । ପୁରୀ କଣାସ ଅଞ୍ଚଳର ମକରା ନଦୀକୁ ବାପା, ପୁଅ ମାଛ ଧରିବାକୁ ଯାଇଥିଲେ । ନଦୀ ମଝିରେ ବିଦ୍ୟୁତ୍ ତାର ତଳକୁ ରହିଥିବାରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏଭଳି ଅଘଟଣ ଘଟିଛି । ଖବର ପାଇଁ ଅଗ୍ନିଶମ ବାହିନୀ ନିଖୋଜ ମନୋରଞ୍ଜନ ବେହେରାଙ୍କୁ ଖୋଜାଖୋଜି ଆରମ୍ଭ କରିଛି । ବାପା,Continue reading “ନଦୀ ମଝିରେ ୧୧ କେଭିର ବିଦ୍ୟୁତ୍ ଝଟକା : ବିଦ୍ୟୁତ୍ ଆଘାତ ଯୋଗୁଁ ଡଙ୍ଗାରୁ ନଦୀକୁ ପଡିଗଲା ପୁଅ; ନିଖୋଜ ମନୋରଞ୍ଜନଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ”
ଟ୍ରେନରେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର । କ୍ରସ୍ ଫାୟରିଙ୍ଗରେ ଅଭିଯୁକ୍ତର ମୃତ୍ୟୁ
କନକ ବ୍ୟୁରୋ: ସରାୟୁ ଏକ୍ସପ୍ରେସରେ ଜଣେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ କରୁଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛନ୍ତି ପୁଲିସ ଓ ଏସଟିଏଫ । ଅଭିଯୁକ୍ତ ଅନୀଶକୁ ଅଯୋଧ୍ୟାର କଲନ୍ଦରରେ ଏନକାଉଣ୍ଟର କରାଯାଇଛି । କ୍ରସ ଫାୟାରିଙ୍ଗରେ ଅନୀଶର ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ଅନୀଶର ଅନ୍ୟ ଦୁଇ ସହଯୋଗୀଙ୍କୁ ମଧ୍ୟ ପୁଲିସ ଅଯୋଧ୍ୟା ଇନାୟତନଗରରୁ ଗିରଫ କରିଛି । ପୁଲିସର ଗୁଳିରେ ଦୁହେଁ ଆହତ ହୋଇଛନ୍ତି । ସୂଚନା ମୁତାବକ, ଅନୀଶ ଦୁଇ ସହଯୋଗୀଙ୍କ ସହContinue reading “ଟ୍ରେନରେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର । କ୍ରସ୍ ଫାୟରିଙ୍ଗରେ ଅଭିଯୁକ୍ତର ମୃତ୍ୟୁ”
ମିଳିଲାନି ମହାପ୍ରୟାଣ ଗାଡି : ବାଇକରେ ବୁହା ହେଲା ମୃତଦେହ; ଡାକ୍ତର ଓ କର୍ମଚାରୀଙ୍କୁ ଅନୁରୋଧ କରି ନିରାଶ ହେଲେ ପରିବାର
କନକ ବ୍ୟୁରୋ : ସରକାରୀ ଯେଜନା ଫେଲ । ବାଇକରେ ବୁହାହେଲା ଶବ । ବଲାଙ୍ଗୀର ସଦର ମହକୁମା ଡାକ୍ତରଖାନାରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ସରକାର ଯୋଜନା କରି ଏହା ତଦାରଖ କରୁନଥିବାରୁ ଏଭଳି ଚିତ୍ର ସାମ୍ନାକୁ ଆସୁଛି । ଲୋଇସିଂହା ବ୍ଳକ ଅନ୍ତର୍ଗତ କୁଟେନପାଲି ଗାଁର ଅଶୋକ ତାଣ୍ଡି ଜ୍ୱରରେ ପୀଡିତ ହୋଇ ଗତ ୧୯ ତାରିଖରେ ବଲାଙ୍ଗୀର ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସଂନ୍ଧ୍ୟାରେContinue reading “ମିଳିଲାନି ମହାପ୍ରୟାଣ ଗାଡି : ବାଇକରେ ବୁହା ହେଲା ମୃତଦେହ; ଡାକ୍ତର ଓ କର୍ମଚାରୀଙ୍କୁ ଅନୁରୋଧ କରି ନିରାଶ ହେଲେ ପରିବାର”