ଜନବିରୋଧୀ କିଏ? ନେତା ବଡ ନା ସଚିବ ବଡ ପ୍ରଶ୍ନ ପଚାରିବା କଣ ଜନବିରୋଧୀ କି?

କନକ ବ୍ୟୁରୋ : ଜନବିରୋଧୀ ଦର୍ଶାଇ ବିଜେଡିରୁ ୨ ବିଧାୟକଙ୍କୁ ବହିଷ୍କୃତ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ତେବେ ଜନବିରୋଧୀ କଣ ଓ ଜନବିରୋଧୀ କିଏ ତାହା ଜାଣିବାକୁ ଚାହୁଁଛନ୍ତି ସାଧାରଣ ଲୋକେ । ବାସ୍ତବରେ ଜନବିରୋଧୀ କିଏ? – ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇ ପାରୁନଥିବା ସରକାର ନା ପ୍ରଶ୍ନ ଉଠାଉଥିବା ଜନପ୍ରତିନିଧି? –Continue reading “ଜନବିରୋଧୀ କିଏ? ନେତା ବଡ ନା ସଚିବ ବଡ ପ୍ରଶ୍ନ ପଚାରିବା କଣ ଜନବିରୋଧୀ କି?”

ବଲିଉଡରେ ଶୋକର ଛାୟା । ଆରପାରିରେ ଅଭିନେତା ଅଖିଳ ମିଶ୍ରା

କନକ ବ୍ୟୁରୋ : ବଲିଉଡ ଅଭିନେତା ଅଖିଳ ମିଶ୍ରାଙ୍କର ମୃତ୍ୟୁ ହୋଇଛି । ଏନେଇ ସମାଚାର ଏଜେନ୍ସି ପିଟିଆଇ ତରଫରୁ ସୂଚନା ମିଳିଛି । ୬୭ ବର୍ଷିୟ ଅଖିଳ ମିଶ୍ରା ଅମିର ଖାନଙ୍କ ଚର୍ଚ୍ଚିତ ଚଳଚିତ୍ର ୩ଇଡିଅଟସରେ ଜଣେ ଲାଇବ୍ରେରିଆନ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସା ସାଉଣ୍ଟିଥିଲେ । ମଙ୍ଗଳବାର ଦିନ ଏକ ଦୁର୍ଘଟଣାରେ ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପତ୍ନୀ ସୁଜେନ ବର୍ନେଟଙ୍କ ସୂଚନା ମୁତାବକ ଅଖିଳ ରକ୍ତଚାପ ରୋଗରେContinue reading “ବଲିଉଡରେ ଶୋକର ଛାୟା । ଆରପାରିରେ ଅଭିନେତା ଅଖିଳ ମିଶ୍ରା”

ସୌମ୍ୟଙ୍କୁ ବିଜେଡିରୁ ବହିଷ୍କୃତ କଲେ ନବୀନ । ଜୟନାରାୟଣ କହିଲେ, ବିଧାୟକଙ୍କ ସ୍ୱର ଚାପିବାକୁ କରାଯାଉଛି ପ୍ରୟାସ, ଏଭଳି କାର୍ଯ୍ୟାନୁଷ୍ଠାନ ଅଗଣତାନ୍ତ୍ରିକ ।

କନକ ବ୍ୟୁରୋ : ବିଜେଡିରୁ ଦୁଇ ବିଧାୟକଙ୍କୁ ବହିଷ୍କୃତ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ରେମୁଣା ବିଧାୟକ ଓ ଖଣ୍ଡପଡା ବିଧାୟକଙ୍କୁ ଜନବିରୋଧୀ ବୋଲି ଦର୍ଶାଇ ଦଳରୁ ବହିଷ୍କାର କରିଛନ୍ତି ନବୀନ । ତେବେ ଏହି ବହିଷ୍କାର ନିଷ୍ପତ୍ତି ପରେ ବୟାନ ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏଭଳି ବହିଷ୍କାର ନିଷ୍ପତ୍ତି ନିନ୍ଦନୀୟ ବୋଲି କହିଛନ୍ତି ଜୟନାରାୟଣ । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବୁ ବୋଲି ସେ କହିଛନ୍ତି ।Continue reading “ସୌମ୍ୟଙ୍କୁ ବିଜେଡିରୁ ବହିଷ୍କୃତ କଲେ ନବୀନ । ଜୟନାରାୟଣ କହିଲେ, ବିଧାୟକଙ୍କ ସ୍ୱର ଚାପିବାକୁ କରାଯାଉଛି ପ୍ରୟାସ, ଏଭଳି କାର୍ଯ୍ୟାନୁଷ୍ଠାନ ଅଗଣତାନ୍ତ୍ରିକ ।”

ସମ୍ପାଦକୀୟରେ ପ୍ରଶ୍ନ କ’ଣ ଜନବିରୋଧୀ ? ନେତା ବଡ ନା ସଚିବ ବଡ ପ୍ରଶ୍ନ କରିଥିଲେ ସୌମ୍ୟ ପଟ୍ଟନାୟକ

କନକ ବ୍ୟୁରୋ : ଦୁଇଟି ସମ୍ପାଦକୀୟ ଲେଖି କଣ ଜନବିରୋଧୀ କାମ କରିଛନ୍ତି ସୌମ୍ୟ ପଟ୍ଟନାୟକ ? ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଜନବିରୋଧୀ କାମ ନା ଜନମାନସରେ ଉଠୁଥିବା ପ୍ରଶ୍ନକୁ ପଚାରିଛନ୍ତି ?  ଦଳରୁ ବହିଷ୍କାର ନେଇ ଜାରି ଚିଠିରେ ଦିଆଯାଇଛି ଅଜବ ଯୁକ୍ତି । ଇଓଡବ୍ଲୁ ତଦନ୍ତକୁ ଆଳ କରି କାର୍ଯ୍ୟାନୁଷ୍ଠାନ କଥା କୁହାଯାଇଛି । ପ୍ରାୟୋଜିତ ଅଭିଯୋଗ ଅଧାରରେ ହେଉଥିବା ତଦନ୍ତ ଶେଷ ହୋଇନାହିଁ । ତେବେContinue reading “ସମ୍ପାଦକୀୟରେ ପ୍ରଶ୍ନ କ’ଣ ଜନବିରୋଧୀ ? ନେତା ବଡ ନା ସଚିବ ବଡ ପ୍ରଶ୍ନ କରିଥିଲେ ସୌମ୍ୟ ପଟ୍ଟନାୟକ”

ମହିଳା ସଂରକ୍ଷଣ ବିଲକୁ ନେଇ ରାଜ୍ୟସଭାରେ ଜାରି ରହିଛି ବିତର୍କ : ଓବିସି କୋଟାକୁ ନେଇ ଶାସକ, ବିରୋଧୀ କଥା କଟାକଟି; ଜେପି ନଡ୍ଡା କହିଲେ, ଆଜି ବିଲ୍ ପାରିତ ହେଲେ ୨୦୨୯ ପୂର୍ବରୁ ହେବ ଲାଗୁ

କନକ ବ୍ୟୁରୋ : ଆଜି ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍କୁ ନେଇ ବିତର୍କ ଜାରି ରହିଛି । ଶାସକ ବିଜେପି ଏହି ବିଲ ଉପରେ ଚର୍ଚ୍ଚା ପାଇଁ ୧୪ ସାଂସଦଙ୍କ ଏକ ଟିମ୍ ପ୍ରସ୍ତୁତ କରିଛି । କିଛି ମନ୍ତ୍ରୀ ବି ଏହି ବିତର୍କରେ ଭାଗ ନେଇଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତ କିଛି ଦେଶ ମହିଳା ଅଧିକାର ପାଇଁ ସଂଘର୍ଷ କରୁଥିବାବେଳେ ଭାରତ ସେସବୁରୁ ବହୁତ ଆଗରେ । ଆମର ୧୨Continue reading “ମହିଳା ସଂରକ୍ଷଣ ବିଲକୁ ନେଇ ରାଜ୍ୟସଭାରେ ଜାରି ରହିଛି ବିତର୍କ : ଓବିସି କୋଟାକୁ ନେଇ ଶାସକ, ବିରୋଧୀ କଥା କଟାକଟି; ଜେପି ନଡ୍ଡା କହିଲେ, ଆଜି ବିଲ୍ ପାରିତ ହେଲେ ୨୦୨୯ ପୂର୍ବରୁ ହେବ ଲାଗୁ”

ବିଜେଡିରୁ ବହିଷ୍କୃତ ହେଲେ ଦୁଇ ବିଧାୟକ । ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ସୁଧାଂଶୁ ଶେଖର ପରିଡା ବିଜେଡିରୁ ବହିଷ୍କୃତ

କନକ ବ୍ୟୁରୋ: ବିଜେଡିରୁ ବହିଷ୍କୃତ ହେଲେ ଦୁଇ ବିଧାୟକ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତ କିଛି ଦିନ ତଳେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପ-ସଭାପତି ପଦରୁ ହଟାଯାଇଥିଲା । ନିଜ ସମ୍ପାଦକୀୟ ଆଲେଖ୍ୟ ମାଧ୍ୟମରେ ‘ମନ୍ତ୍ରୀ ବଡ ନା ସଚିବ ବଡ’  ନେଇContinue reading “ବିଜେଡିରୁ ବହିଷ୍କୃତ ହେଲେ ଦୁଇ ବିଧାୟକ । ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ସୁଧାଂଶୁ ଶେଖର ପରିଡା ବିଜେଡିରୁ ବହିଷ୍କୃତ”

ଭାରତ ସରକାରଙ୍କ ବଡ ନିଷ୍ପତ୍ତି । କାନାଡା ଲୋକଙ୍କ ପାଇଁ ଭିସା ସେବା ରଦ୍ଦ କଲେ ଭାରତ ସରକାର । ଦୁଇ ଦେଶ ମଧ୍ୟରେ ଲାଗି ରହିଛି ତିକ୍ତତା ।

କନକ ବ୍ୟୁରୋ: କାନାଡା ଲୋକଙ୍କ ପାଇଁ ଭିସା ସେବା ରଦ୍ଦ କଲା ଭାରତ । ଦୁଇ ଦେଶ ଭିତରେ ଲାଗି ରହିଥିବା ତିକ୍ତତା ଭିତରେ ଭାରତ ତରଫରୁ ଏପରି ବଡ ପଦକ୍ଷେପ ନିଆଯାଇଛି । ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଭିସା ସେବାକୁ ରଦ୍ଦ କରଦିଆଯାଇଛି । ଅର୍ଥାତ କାନାଡାରୁ ଭାରତକୁ ଆସିବାକୁ ଥିବା କାନାଡା ନାଗରିକଙ୍କୁ ଏବେ ଭାରତର ଭିସା ଅନିର୍ଦ୍ଧିଷ୍ଟ କାଳ ପାଇଁ ମିଳିପାରିବ ନାହିଁ । ଏନେଇ ବିଏଲଏସ ଇଣ୍ଟରନ୍ୟାସନାଲ ୱେବସାଇଟ୍ ଜରିଆରେContinue reading “ଭାରତ ସରକାରଙ୍କ ବଡ ନିଷ୍ପତ୍ତି । କାନାଡା ଲୋକଙ୍କ ପାଇଁ ଭିସା ସେବା ରଦ୍ଦ କଲେ ଭାରତ ସରକାର । ଦୁଇ ଦେଶ ମଧ୍ୟରେ ଲାଗି ରହିଛି ତିକ୍ତତା ।”

ସରକାରଙ୍କୁ ଶିକ୍ଷକଙ୍କ ଟେନସନ : ମୌସୁମୀ ଅଧିବେଶନ ବେଳେ ହକ ଦାବି କରି ଆନ୍ଦୋଳନ କରିବେ ଉଭୟ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲ ଶିକ୍ଷକ

କନକ ବ୍ୟୁରୋ : ସରକାରଙ୍କୁ ଶିକ୍ଷକଙ୍କ ଟେନସନ । ମୌସୁମୀ ଅଧିବେଶନ ବେଳେ ହକ ଦାବି କରି ଆନ୍ଦୋଳନ କରିବେ ଉଭୟ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲ ଶିକ୍ଷକ । ଆସନ୍ତା ୨୫ରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଗତ ସେପ୍ଟେମ୍ବର ୫ ଗୁରୁଦିବସରେ କଳାବ୍ୟାଚ୍ ପିନ୍ଧି ନୀରବ ପ୍ରତିବାଦ କରିଥିଲେ ଏହି ଶିକ୍ଷକ ଶିକ୍ଷୟିତ୍ରୀ । ସରକାର ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ବସାଇ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତିContinue reading “ସରକାରଙ୍କୁ ଶିକ୍ଷକଙ୍କ ଟେନସନ : ମୌସୁମୀ ଅଧିବେଶନ ବେଳେ ହକ ଦାବି କରି ଆନ୍ଦୋଳନ କରିବେ ଉଭୟ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲ ଶିକ୍ଷକ”

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ପ୍ରମିଳା, ସୁଦାମଙ୍କୁ ମିଳିଲା ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ।

କନକ ବ୍ୟୁରୋ : ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ । ଏବେ ଗଣଶିକ୍ଷା ବିଭାଗର ମନ୍ତ୍ରୀ ରହିଛନ୍ତି ସୁଦାମ ମାର୍ଣ୍ଡି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ପଦରୁ ପ୍ରମିଳା ମଲ୍ଲିକ ଇସ୍ତଫା ଦେବା ପରେ ଏହି ଅତିରିକ୍ତ ଦାୟିତ୍ୱ ସୁଦାମ ମାର୍ଣ୍ଡିଙ୍କୁ ମିଳିଛି । ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ପୁଣି ଜଣେ ମନ୍ତ୍ରୀଙ୍କୁ ଟିମରେ ସାମିଲ କରିବା ବଦଳରେ ପୂର୍ବରୁ ଥିବା ମନ୍ତ୍ରୀଙ୍କୁContinue reading “ମନ୍ତ୍ରୀପଦରୁ ଇସ୍ତଫା ଦେଲେ ପ୍ରମିଳା, ସୁଦାମଙ୍କୁ ମିଳିଲା ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ।”

ବିଜେଡିର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ । ବିଧାନସଭା ସଚିବଙ୍କ ନିକଟରେ ଭରିଲେ ନାମାଙ୍କନ । 

କନକ ବ୍ୟୁରୋ : ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ । ବିଜେଡି ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ପ୍ରମିଳା । ବିଧାନସଭାର ସଚିବଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରମିଳା ମଲ୍ଲିକ । ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରମିଳା । ନାମାଙ୍କନପତ୍ର ଦାଖଲ ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ପ୍ରମିଳା ।  ପୂର୍ବରୁContinue reading “ବିଜେଡିର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ । ବିଧାନସଭା ସଚିବଙ୍କ ନିକଟରେ ଭରିଲେ ନାମାଙ୍କନ । “

Design a site like this with WordPress.com
Get started