ଆଉ କିଛି ସମୟ ପରେ ରାଜ୍ୟସଭାରରେ ଆଗତ ହେବ ମହିଳା ସଂରକ୍ଷଣ ବିଲ : ସମସ୍ତ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କଲା ବିଜେଡି

କନକ ବ୍ୟୁରୋ : ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ ହେବ । ୭ଘଂଟା ଧରି ବିତର୍କ ଚାଲିବ । ଏହାରି ମଧ୍ୟରେ ବିଜେଡି ପକ୍ଷରୁ ହ୍ୱିପ୍ ଜାରି କରାଯାଇଛି । ଦଳର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଏଥିରେ କୁହାଯାଇଛି । ଆସନ୍ତାକାଲି ସ୍ୱତନ୍ତ୍ର ଶେଷ ଦିନ ଥିବାରୁ ଆଜି ଏହି ବିଲକୁ ପାରିତ କରିବାକୁ ପ୍ରୟାସ କରାଯିବ । ବିଜେପିର ୧୪ ଜଣ ମହିଳା ସାଂସଦ ଏହି ବିତର୍କରେ ସାମିଲ ହେବେ । ସେହିପରିContinue reading “ଆଉ କିଛି ସମୟ ପରେ ରାଜ୍ୟସଭାରରେ ଆଗତ ହେବ ମହିଳା ସଂରକ୍ଷଣ ବିଲ : ସମସ୍ତ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କଲା ବିଜେଡି”

କଣାସ ବ୍ଲକର ୪ଟି ପଞ୍ଚାୟତରେ ପଶିଲା ବନ୍ୟା ପାଣି : ୩ ଦିନ ହେବ ପାଣି ଘେରରେ ଲୋକେ; ଯାତାୟତ ଠପ୍

କନକ ବ୍ୟୁରୋ : ଲାଗି ରହିଛି ଲଘୁଚାପ ବର୍ଷା । ବଢ଼ୁଛି ନଦୀର ଜଳସ୍ତର । ଭୟଭୀତ ଅବସ୍ଥାରେ ରହିଛନ୍ତି ନଦୀକୂଳିଆ ଲୋକ । ପୁରୀ ଜିଲ୍ଲା କଣାସ ବ୍ଲକର ୪ଟି ପଞ୍ଚାୟତରେ ପଶିଛି ନଦୀପାଣି । ୩ଦିନ ହେବ ଜଳବନ୍ଦୀରେ ଜୀବନ ବିତାଉଛନ୍ତି ଲୋକେ । ଦୟା ଓ ରାଜୁଆ ନଦୀର ଜଳସ୍ତର ବଢ଼ିବା ପରେ ଗାଁରେ ପଶିଛି ପାଣି । ନରପଡ଼ା, ଦୋକନ୍ଦା, ବଡ଼ାସ, ବାଲିପାଟଣା, ବୈଦନାଥ ପାଟଣା ଏବେ ଜଳବନ୍ଦୀରେ ରହିଛି ।Continue reading “କଣାସ ବ୍ଲକର ୪ଟି ପଞ୍ଚାୟତରେ ପଶିଲା ବନ୍ୟା ପାଣି : ୩ ଦିନ ହେବ ପାଣି ଘେରରେ ଲୋକେ; ଯାତାୟତ ଠପ୍”

ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍ : ଦିନକରେ ଚିହ୍ନଟ ହେଲେ ଆଉ ୬ ଆକ୍ରାନ୍ତ; ଜିଲ୍ଲାରେ ପଜିଟିଭ ସଂଖା ୨୦୬କୁ ବୃଦ୍ଧି

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ବଢ଼ି ଚାଲିଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଲେ ମହଜୁଦ ଅଛି ପର୍ଯ୍ୟାପ୍ତ ଔଷଧ । ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍ । ଏବେ ରାଉରକେଲା ସରକାରୀ ଚିକିତ୍ସାଳୟ ଓ ସୁନ୍ଦରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ସ୍ୱତନ୍ତ୍ରContinue reading “ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍ : ଦିନକରେ ଚିହ୍ନଟ ହେଲେ ଆଉ ୬ ଆକ୍ରାନ୍ତ; ଜିଲ୍ଲାରେ ପଜିଟିଭ ସଂଖା ୨୦୬କୁ ବୃଦ୍ଧି”

ଆଜି ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍ : ଦିନ ୧୧ଟାରୁ ଆରମ୍ଭ ହେବ ବିତର୍କ; ବିଜେପିରୁ ୧୪ ଓ କଂଗ୍ରେସରୁ ୪ ମହିଳା ସାଂସଦ ହେବେ ସାମିଲ

କନକ ବ୍ୟୁରୋ : ଆଜି ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ ହେବ । ୭ଘଣ୍ଟା ଧରି ବିତର୍କ ଚାଲିବ । ଦିନ ୧୧ଟାରୁ ଆରମ୍ଭ ହୋଇ ଏହି ବତର୍କ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ସ୍ୱତନ୍ତ୍ର ଅଧିବେଶନର ଆଜି ୪ର୍ଥ ଦିନ । ଆସନ୍ତାକାଲି ଶେଷ ଦିନ ଥିବାରୁ ଏହି ବିଲକୁ ପାରିତ କରିବାକୁ ପ୍ରୟାସ କରିବ । ବିଜେପିର ୧୪ ଜଣ ମହିଳା ସାଂସଦ ଏହି ବିତର୍କରେ ସାମିଲ ହେବେ । ସେହିପରିContinue reading “ଆଜି ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍ : ଦିନ ୧୧ଟାରୁ ଆରମ୍ଭ ହେବ ବିତର୍କ; ବିଜେପିରୁ ୧୪ ଓ କଂଗ୍ରେସରୁ ୪ ମହିଳା ସାଂସଦ ହେବେ ସାମିଲ”

‘ମୋ ବସ’ରୁ ମହିଳାଙ୍କଠାରୁ ଲୁଟ୍ : ଚିକିତ୍ସା ପାଇଁ ହସ୍ପିଟାଲ ଆସି ଫେରୁଥିବା ବେଳେ କଳିଙ୍ଗ ଷ୍ଟୁଡିଓ ନିକଟରେ ଲୁଟର ଶିକାର

କନକ ବ୍ୟୁରୋ : ପୁଣି ‘ମୋ ବସ’ରୁ ମହିଳାଙ୍କ ଠାରୁ ଲୁଟ୍ । ହସ୍ପିଟାଲ ଆସିଥିଲେ ଚିକିତ୍ସା ପାଇଁ ଚିକିତ୍ସା ପରେ ମୋ ବସରେ ଘରକୁ ଫେରୁଥିବା ବେଳେ ହୋଇଛନ୍ତି ଲୁଟର ଶିକାର । ମହିଳା ଜଣକ ହେଲେ କଟକ ୪୨ମୌଜାର ଅହଲ୍ୟା ଦାସ । ଗତକାଲି ଅପରାହ୍ନ ୨ଟା ସମୟରେ ସମ୍ ହସ୍ପିଟାଲରୁ ମାଷ୍ଟରକ୍ୟାଣ୍ଟିନ ୨୩ ନମ୍ବର ବସରେ ଫେରୁଥିଲେ । ସମ ହସ୍ପିଟାଲରୁ କଳିଙ୍ଗ ଷ୍ଟୁଡିଓ ଛକ ବସ ପହଞ୍ଚିବା ପରେ ଦେଖିଥିଲେ ଭେନିଟିContinue reading “‘ମୋ ବସ’ରୁ ମହିଳାଙ୍କଠାରୁ ଲୁଟ୍ : ଚିକିତ୍ସା ପାଇଁ ହସ୍ପିଟାଲ ଆସି ଫେରୁଥିବା ବେଳେ କଳିଙ୍ଗ ଷ୍ଟୁଡିଓ ନିକଟରେ ଲୁଟର ଶିକାର”

ସାବଧାନ ! ହ୍ୱାଟ୍ସଆପକୁ ଆସିଥିବା ଲିଙ୍କ କ୍ଲିକ୍ କରିବାରୁ ଆକାଉଣ୍ଟରୁ କଟିଗଲା ୯୦ ହଜାର ଟଙ୍କା, ଥାନାରେ ଏତଲା

କନକ ବ୍ୟୁରୋ : ହ୍ୱାଟ୍ସଆପକୁ ଆସିଥିବା ଲିଙ୍କ କ୍ଲିକ୍ କରିବାରୁ ଆକାଉଣ୍ଟରୁ କଟିଗଲା ୯୦ ହଜାର ଟଙ୍କା । ଏଭଳି ଠକାମିର ଶିକାର ହୋଇଛନ୍ତି ଜଣେ ଯୁବତୀ । କଟକ ଚାଉଳିଆଗଞ୍ଜର ସରସ୍ୱତୀ ଲେଙ୍କା ଘରୋଇ କମ୍ପାନୀର କାମ କରନ୍ତି । କିଛି ଦିନ ତଳେ ଅନଲାଇନ୍ ସାଇଟରୁ କିଛି ଜିନିଷ କିଣିଥିଲେ ହେଲେ ତାଙ୍କ ପାଖକୁ କିଣିଥିବା ଜିନିଷ ବଦଳରେ ଭୁଲ ଜିନିଷ ଆସିବାରୁ ସେ ଏହାକୁ ରିଫଣ୍ଡ ପାଇଁ ସେହି ଅନଲାଇନ୍ ସଂସ୍ଥାକୁ ମେଲ୍Continue reading “ସାବଧାନ ! ହ୍ୱାଟ୍ସଆପକୁ ଆସିଥିବା ଲିଙ୍କ କ୍ଲିକ୍ କରିବାରୁ ଆକାଉଣ୍ଟରୁ କଟିଗଲା ୯୦ ହଜାର ଟଙ୍କା, ଥାନାରେ ଏତଲା”

ପ୍ରାଥମିକ ବିଦ୍ୟାଳୟରେ ଅଘଟଣ : ସର୍ଟ ସର୍କିଟ ଯୋଗୁଁ ସ୍କୁଲରେ ଲାଗିଲା ନିଆଁ

କନକ ବ୍ୟୁରୋ : କୋରାପୁଟ ବନ୍ଧୁଗାଁ ବ୍ଲକ ଦାସିନି ପ୍ରାଥମିକ ବିଦ୍ୟାଳୟରେ ଅଘଟଣ । ଲଗାଣ ବର୍ଷା ଯୋଗୁଁ ସ୍କୁଲ ଛାତରେ ପାଣି ପଶିଯାଇଛି । ଏହା ଫଳରେ ସର୍ଟ ସର୍କିଟ ଯୋଗୁଁ ସ୍କୁଲରେ ଲାଗିଯାଇଥିଲା ନିଆଁ । ଭିତରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ, ସ୍କୁଲ ସାମଗ୍ରୀ, ଫ୍ୟାନ୍ ପୋଡ଼ି ନଷ୍ଟ ହୋଇଯାଇଛି । ଗଣେଶ ପୂଜା ପାଇଁ ସ୍କୁଲ ବନ୍ଦ କାରଣରୁ ବଡ଼ ଦୁର୍ଘଟଣାରୁ ସ୍କୁଲ ପିଲା ବର୍ତ୍ତି ଯାଇଛନ୍ତି । ବିଦ୍ୟୁତ୍ ବିଭାଗContinue reading “ପ୍ରାଥମିକ ବିଦ୍ୟାଳୟରେ ଅଘଟଣ : ସର୍ଟ ସର୍କିଟ ଯୋଗୁଁ ସ୍କୁଲରେ ଲାଗିଲା ନିଆଁ”

ଆଜି ଲୋକାର୍ପିତ ହେବ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାଳ ପ୍ରତିମୂର୍ତ୍ତି : ମାନ୍ଧାତାପର୍ବତରେ ତିଆରି ହୋଇଛି ୧୦୮ଫୁଟ୍ ଉଚ୍ଚତାର ବିଶାଳ ପ୍ରତିମା

କନକ ବ୍ୟୁରୋ : ଆଜି ଦୁନିଆ ଦେଖିବ ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ଉଚ୍ଚର ବିଶାଳ ମୂର୍ତି । । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱରଠାରେ ମୂର୍ତ୍ତିକୁ ସ୍ଥାପନ କରାଯାଇଛି । ଆଧ୍ୟାତ୍ମିକ ମହତ୍ୱ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବ । ଷ୍ଟାଚ୍ୟୁ ଅଫ୍ ୱାନନେସ୍ ପରିଯୋଜନା ନିର୍ମାଣ ପାଇଁ ୨୧୪୧ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି । ଅଷ୍ଟଧାତୁରେ ନିର୍ମିତ ଏହି ବିଶାଳ ପ୍ରତିମା ନର୍ମଦା ନଦୀ ନିକଟରେ ଶୋଭା ପାଇବାକୁ ଯାଉଛି ।Continue reading “ଆଜି ଲୋକାର୍ପିତ ହେବ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାଳ ପ୍ରତିମୂର୍ତ୍ତି : ମାନ୍ଧାତାପର୍ବତରେ ତିଆରି ହୋଇଛି ୧୦୮ଫୁଟ୍ ଉଚ୍ଚତାର ବିଶାଳ ପ୍ରତିମା”

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା କେତେ ? ଏଲିସା, କାର୍ଡ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ଲୋକେ

କନକ ବ୍ୟୁରୋ : ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା କେତେ? ସରକାରୀଭାବେ ଏହା ସାଢ଼େ ୬ହଜାର ହୋଇଥିଲେ ହେଁ ପ୍ରକୃତରେ ଏହାଠାରୁ ଢେର ଅଧିକ ବୋଲି ସନ୍ଦେହ ହୋଇଛି । କାରଣ ରାଜ୍ୟର ଘରୋଇ ହସ୍ପିଟାଲ ଓ ଲାବୋରେଟାରି ଗୁଡ଼ିକରେ ଡେଙ୍ଗୁ ଜାଣିବା ପାଇଁ ହେଉଥିବା କାର୍ଡ ଟେଷ୍ଟକୁ ରାଜ୍ୟ ସ୍ୱାସ୍ଥ୍ୟ ବିଚାରକୁ ନେଉନାହିଁ । ଯଦି ଏହି ସଂଖ୍ୟାକୁ ମିଶାଯିବ ତାହାଲେ ରୋଗୀଙ୍କ ସଂଖ୍ୟା ୧୦ହଜାର ଟପିଯିବ । ଏହାସହ ଏସବୁ କାର୍ଡର ଗୁଣାତ୍ମକContinue reading “ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା କେତେ ? ଏଲିସା, କାର୍ଡ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ଲୋକେ”

ଚିହ୍ନିରଖ ଭ୍ରାତାଙ୍କ ବଦନ : ଭୈରବ ବ୍ରହ୍ମା ବିଜେଡି କର୍ମୀ; କାହା ଚାପରେ ପଡ଼ି ଆଣୁଛନ୍ତି ମିଛ ଅଭିଯୋଗ?

କନକ ବ୍ୟୁରୋ : ସମ୍ବାଦର ପୂର୍ବତନ କର୍ମଚାରୀ ଭୈରବ ବ୍ରହ୍ମା । ୩୩ ବର୍ଷ କାମ କରିବା ପରେ ଏବେ ଆଣିଛନ୍ତି ସମ୍ବାଦ ବିରୋଧରେ ଭିତ୍ତିହୀନ ଅଭିଯୋଗ । ଶାସକ ଦଳର ପୃଷ୍ଠପୋଷକତାରେ ଚାଲିଥିବା ଗଣମାଧ୍ୟମରେ ସେ ଅଭିଯୋଗ କରିଛନ୍ତି, ତାଙ୍କୁ ଲୋନ୍ କରିବାକୁ ଚାପ ପକାଯାଉଥିଲା । ଏପରିକି ପେଡ୍ ମିଡିଆରେ ପ୍ରଚାର କରାଯାଉଛି ଯେ ଶେଷ ଥର ପାଇଁ ଲୋନ୍ କରିବାକୁ ମନା କରିଦେବାରୁ ତାଙ୍କୁ ଚାକିରି ଛାଡିବାକୁ ପଡିଥିଲା । କିନ୍ତୁ ବାସ୍ତବContinue reading “ଚିହ୍ନିରଖ ଭ୍ରାତାଙ୍କ ବଦନ : ଭୈରବ ବ୍ରହ୍ମା ବିଜେଡି କର୍ମୀ; କାହା ଚାପରେ ପଡ଼ି ଆଣୁଛନ୍ତି ମିଛ ଅଭିଯୋଗ?”

Design a site like this with WordPress.com
Get started