ସକ୍ରିୟ ଲଘୁଚାପ ପ୍ରଭାବ, ରାଜ୍ୟରେ ବର୍ଷା : ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ୨୪ ଘଣ୍ଟାରେ ସ୍ୱାଭାବିକଠୁ ଅଧିକ ବର୍ଷା ରେକର୍ଡ

କନକ ବ୍ୟୁରୋ : ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ- ଉତ୍ତର ଓଡ଼ିଶା ଉପକୂଳରେ ରହିଥିବା ଲଘୁଚାପ ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଝଡ଼ି ବର୍ଷା ଓ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି । ଆଜି ରାଜ୍ୟର ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛିContinue reading “ସକ୍ରିୟ ଲଘୁଚାପ ପ୍ରଭାବ, ରାଜ୍ୟରେ ବର୍ଷା : ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ୨୪ ଘଣ୍ଟାରେ ସ୍ୱାଭାବିକଠୁ ଅଧିକ ବର୍ଷା ରେକର୍ଡ”

ଆଜି ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ : ଓଡ଼ିଶା ବିଧାନସଭା ପାଇବ ପ୍ରଥମ ମହିଳା ବାଚସ୍ପତି

କନକ ବ୍ୟୁରୋ : ଆଜି ବିଧାୟିକା ପ୍ରମିଳା ମଲ୍ଲିକ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ । ବିଜେଡି ବିଧାୟିକା ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ଦଳ ବାଚସ୍ପତି ପ୍ରାର୍ଥୀ କରିଛି । ଯେହେତୁ ଆଉ କୌଣସି ଦଳ ପ୍ରାର୍ଥୀ ଦେଉନାହାନ୍ତି, ତେଣୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ପ୍ରମିଳା ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ । ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନContinue reading “ଆଜି ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ : ଓଡ଼ିଶା ବିଧାନସଭା ପାଇବ ପ୍ରଥମ ମହିଳା ବାଚସ୍ପତି”

୨୦୨୪ ଲୋକସଭା ନିର୍ବାଚନ ପରେ ହେବ ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ : ଲୋକସଭାରେ ବିତର୍କ ବେଳେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ପଷ୍ଟୋକ୍ତି

କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେଲେ ୨୦୨୬ ପରେ ପ୍ରଥମ ଜନଗଣନା ଆଧାରରେ ଏବଂ ପରବର୍ତ୍ତୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପରେ ହିଁ କାର୍ଯ୍ୟକାରୀ ହେବ । କଂଗ୍ରେସ ସାଂସଦମାନେ ଜନଗଣନା ଏବଂ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ପ୍ରୟାସ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ତୁରନ୍ତ ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାଣଣ ପ୍ରକ୍ରିୟା ଆରମ୍ଭContinue reading “୨୦୨୪ ଲୋକସଭା ନିର୍ବାଚନ ପରେ ହେବ ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ : ଲୋକସଭାରେ ବିତର୍କ ବେଳେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ପଷ୍ଟୋକ୍ତି”

ସଂସଦର ସ୍ୱତନ୍ତ୍ର ଅଧିବେଶନର ଆଜି ୪ର୍ଥ ଦିନ : ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍

କନକ ବ୍ୟୁରୋ : ଆଜି ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଆସନ୍ତାକାଲି ଶେଷ ଦିବସ ଥିବାରୁ ଆଜି ପାରିତ କରିବାକୁ ପ୍ରୟାସ କରିବେ ସରକାର । ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିବସରେ ଲୋକସଭାରେ ପାରିତ ହୋଇଛି ଏହି ମହିଳା ସଂରକ୍ଷଣ ବିଲ୍ । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ବିଲ୍କୁ ନେଇ ୮ ଘଣ୍ଟାର ବିତର୍କ ପରେ ଭୋଟ୍ ଗ୍ରହଣ ହୋଇଥିଲାContinue reading “ସଂସଦର ସ୍ୱତନ୍ତ୍ର ଅଧିବେଶନର ଆଜି ୪ର୍ଥ ଦିନ : ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍”

ଏଣିକି ବ୍ୟବହାର କରିହେବନି ଅଭିନେତା ଅନୀଲ କପୁରଙ୍କ ଫଟୋ, ସ୍ୱର, ସଂଳାପ ଓ ଭାବଭଙ୍ଗୀ: ଅନିଲଙ୍କ ଆବେଦନ ଉପରେ ଶୁଣାଣୀ କରି ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

କନକ ବ୍ୟୁରୋ: ଏଣିକି ଆଉ ବ୍ୟବହାର କରିହେବନି ଅଭିନେତା ଅନୀଲ କପୁରଙ୍କ ନାଁ, ଲୋକପ୍ରିୟ ସଂଳାପ, ଫଟୋ, ସ୍ୱର । ଅନୀଲଙ୍କ ଦ୍ୱାର କରାଯାଇଥିବା ଏକ ଆବେଦନ ଉପରେ ଶୁଣାଣୀ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି ଅନୀଲଙ୍କ ନାଁ, ଲୋକପ୍ରିୟ ସଂଳାପ, ଫଟୋ, ସ୍ୱର କୌଣସି ବ୍ୟବସାୟିକ ଉଦ୍ଦେଶ୍ୟ ରଖି ବ୍ୟବହାର କରି ହେବନି । ଆବେଦନ କରି ଅନୀଲ କହିଥିଲେ ତାଙ୍କ ନାଁ, ସ୍ୱର, ଫଟୋ ଓ ସଂଳାପକୁContinue reading “ଏଣିକି ବ୍ୟବହାର କରିହେବନି ଅଭିନେତା ଅନୀଲ କପୁରଙ୍କ ଫଟୋ, ସ୍ୱର, ସଂଳାପ ଓ ଭାବଭଙ୍ଗୀ: ଅନିଲଙ୍କ ଆବେଦନ ଉପରେ ଶୁଣାଣୀ କରି ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ”

ଆଇସିସି ରାଙ୍କିଙ୍ଗରେ ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ କମାଲ: ୮ମ ସ୍ଥାନରୁ ପ୍ରଥମ ସ୍ଥାନରେ ପହଁଚିଲେ ସିରାଜ

କନକ ବ୍ୟୁରୋ: ଏସିଆ କପ ୨୦୨୩ର ଫାଇନାଲ ମ୍ୟାଚରେ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ୮ମ ସ୍ଥାନରୁ ଡେଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟାଇଟଲ ମ୍ୟାଚରେ ସିରାଜ ୭ଓଭରରେ ମାତ୍ର ୨୧ ରନ ଦେଇ ୬ଟି ଉଇକେଟ ନେଇଥିଲେ । ଏସିଆ କପ ଆରମ୍ଭ ପୂର୍ବରୁ ମହମ୍ମଦ ସିରାଜ ୬୪୩ ରେଟିଂ ପଏଂଟ ସହ ଦିନିକିଆContinue reading “ଆଇସିସି ରାଙ୍କିଙ୍ଗରେ ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ କମାଲ: ୮ମ ସ୍ଥାନରୁ ପ୍ରଥମ ସ୍ଥାନରେ ପହଁଚିଲେ ସିରାଜ”

ମଧ୍ୟପ୍ରଦେଶରେ ଶୋଭା ପାଇବ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳ ପ୍ରତିମୂର୍ତି: ଖଣ୍ଡବାରେ ସ୍ଥାପନ ହେବ ୧୦୮ଫୁଟ ଉଚ୍ଚତାର ବିଶାଳ ପ୍ରତିମା

କନକ ବ୍ୟୁରୋ: ଦୁନିଆ ଦେଖିବ ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ଉଚ୍ଚର ବିଶାଳ ମୂର୍ତି । । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱରଠାରେ ମୂର୍ତିକୁ ସ୍ଥାପନ କରାଯିବ । ଆଧ୍ୟାତ୍ମିକ ମହତ୍ୱ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଷ୍ଟାଚ୍ୟୁ ଅଫ୍ ୱାନ୍ନେସ୍ ପରିଯୋଜନା ନିର୍ମାଣ ପାଇଁ ୨୧୪୧ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି । ଅଷ୍ଟଧାତୁରେ ନିର୍ମିତ ଏହି ବିଶାଳ ପ୍ରତିମା ନର୍ମଦା ନଦୀ ନିକଟରେ ଶୋଭା ପାଇବ । ୧୮ ସେପ୍ଟେମ୍ବରରେ ଏହାର ଅନାବରଣContinue reading “ମଧ୍ୟପ୍ରଦେଶରେ ଶୋଭା ପାଇବ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳ ପ୍ରତିମୂର୍ତି: ଖଣ୍ଡବାରେ ସ୍ଥାପନ ହେବ ୧୦୮ଫୁଟ ଉଚ୍ଚତାର ବିଶାଳ ପ୍ରତିମା”

ଏଲନ ମସ୍କଙ୍କ ବ୍ରେନ ଚିପ୍ ଷ୍ଟାଟଅପ ନ୍ୟୁରାଲିିଙ୍କକୁ ମିଳିଲା ଏଫଡିଏର ମଂଜୁରୀ: ଖୁବ ଶିଘ୍ର ମଣିଷ ମସ୍ତିଷ୍କରେ ଚିପ୍ ଲଗାଇ କରାଯିବ ପରୀକ୍ଷଣ

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଧନୀବ୍ୟକ୍ତି ଏଲନ ମସ୍କଙ୍କୁ ମିଳିଛି ବଡ ସଫଳତା । ଏଲନ ମସ୍କଙ୍କ ବ୍ରେନ ଚିନ୍ ଷ୍ଟାଟଅପ ନ୍ୟୁରାଲିଙ୍କୁ ଏଫଡିଏ ନୂଆ ଟ୍ରାଏଲ ପାଇଁ ଗ୍ରୀନ ସିଗନାଲ ମିଳିଛି । ମଣିଷଙ୍କ ମସ୍ତିଷ୍କରେ ଚିପ୍ ଲଗାଇବାକୁ ମିଳିଛି ମଂଜୁରି । ନ୍ୟୁଜ ଏଜେନ୍ସ ରଏଟର୍ସର ରିପୋର୍ଟ ଅନୁସାରେ ମସ୍କଙ୍କ କମ୍ପାନୀ କିଛି ଲୋକଙ୍କ ସନ୍ଧାନରେ ରହିଛି । ଯାହାଙ୍କୁ ରିକ୍ୟୁଇଟମେଂଟ ପ୍ରୋସେସ ମାଧ୍ୟମରେ ଭର୍ତି କରାଯିବ । ଏହି ଟ୍ରାଏଲ ସମୟରେ ପାରାଲିସିସContinue reading “ଏଲନ ମସ୍କଙ୍କ ବ୍ରେନ ଚିପ୍ ଷ୍ଟାଟଅପ ନ୍ୟୁରାଲିିଙ୍କକୁ ମିଳିଲା ଏଫଡିଏର ମଂଜୁରୀ: ଖୁବ ଶିଘ୍ର ମଣିଷ ମସ୍ତିଷ୍କରେ ଚିପ୍ ଲଗାଇ କରାଯିବ ପରୀକ୍ଷଣ”

କେନ୍ଦ୍ର ସରକାରଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ପରାମର୍ଶ: ସାମାଜିକ ଗଣମାଧ୍ୟମ ବ୍ୟବହାରର ସର୍ବନିମ୍ନ ବୟସ ଧାର୍ଯ୍ୟ କର

କନକ ବ୍ୟୁରୋ: ଏବେ ସୋସିଆଲ ମିଡିଆ ଜାଲରେ ଛନ୍ଦି ହୋଇଯାଇଛନ୍ତି ସମସ୍ତେ । ମୁଖ୍ୟତଃ ସ୍କୁଲ ପିଲାମାନେ ସୋସିଆଲ ମିଡିଆ ନିଶାରେ ପଡ଼ିଛନ୍ତି । ଘଂଟା ଘଂଟା ସମୟ ବିତାଉଛନ୍ତି । କିନ୍ତୁ ଇଂଟରନେଟ୍ରେ ଏଭଳି କିଛି କଂଟେଟ ରହିଛି ଯାହା ପିଲାଙ୍କ ପାଇଁ ଭଲ ନୁହେଁ । ଏଭଳି ନିଶାରୁ ନିବୃତ ରହିବା ପାଇଁ ବୟସସୀମା ନିର୍ଦ୍ଧାରଣ କରାଯିବା ଏବେ ଜରୁରୀ ହୋଇପଡ଼ିଛି । ଏହା ଭିତରେ ସୋସିଆଲ୍ ମିଡିଆ ବ୍ୟବହାରକୁ ନେଇ କର୍ଣ୍ଣାଟକ ହାଇକୋର୍ଟContinue reading “କେନ୍ଦ୍ର ସରକାରଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ପରାମର୍ଶ: ସାମାଜିକ ଗଣମାଧ୍ୟମ ବ୍ୟବହାରର ସର୍ବନିମ୍ନ ବୟସ ଧାର୍ଯ୍ୟ କର”

ମହିଳା ସଂରକ୍ଷଣ ବିଲକୁ ନେଇ ଲୋକସଭାରେ ବିତର୍କ: ସୋନିଆ କହିଲେ ବିଲ୍ ଥିଲା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ

କନକ ବ୍ୟୁରୋ: ମହିଳା ସଂରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଲୋକସଭାରେ ବିତର୍କ ହୋଇଛି । ଉଭୟ ସରକାର ଓ ବିରୋଧୀ ବିଲକୁ ନେଇ ନିଜ ନିଜର ଯୁକ୍ତି ରଖିଛନ୍ତି । ସରକାର ଆଗତ କରିଥିବା ବିଲକୁ ମିଳୁଛି ସମସ୍ତ ବିରୋଧୀଙ୍କ ସମର୍ଥନ । ସେପଟେ ବିରୋଧୀଙ୍କ ଦାବି ଅଳ୍ପସଂଖ୍ୟକଙ୍କୁ ଏହି ସୁବିଧା ଦିଆଯାଉ ଓ ଶିଘ୍ର ଏହାକୁ ଲାଗୁ କରାଯାଉ । ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ ହେବା ପରେ ବୁଧବାରContinue reading “ମହିଳା ସଂରକ୍ଷଣ ବିଲକୁ ନେଇ ଲୋକସଭାରେ ବିତର୍କ: ସୋନିଆ କହିଲେ ବିଲ୍ ଥିଲା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ”

Design a site like this with WordPress.com
Get started