ସମ୍ବାଦ ଗ୍ରୁପ ଉପରେ ଅର୍ଥନୈତିକ ଅପରାଧ ଶାଖାର ଚଢାଉ ପରେ ସୌମ୍ୟାଙ୍କ ସମର୍ଥନରେ ଜନତା, ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସଂଗଠନ ଜଣାଉଛନ୍ତି ସମର୍ଥନ

କନକ ବ୍ୟୁରୋ : ପ୍ରାୟୋଜିତ ଅଭିଯୋଗକୁ ଆଧାର କରି ସମ୍ବାଦ କାର୍ଯ୍ୟାଳୟ ଉପରେ ଇଓଡବ୍ଲ୍ୟୁର ଚଢ଼ାଉ ବିରୋଧରେ ତେଜିବାରେ ଲାଗିଛି ଅସନ୍ତୋଷ । ବିଭିନ୍ନ ଗଣସଂଗଠନ ପକ୍ଷରୁ ଇଓଡବ୍ଲ୍ୟୁର କାର୍ଯ୍ୟକୁ ବିରୋଧ କରି ପ୍ରତିବାଦ କରାଯାଉଛି । ମାଷ୍ଟରକ୍ୟାଂଟିନରେ ସରକାର ବିରୋଧୀ ପ୍ଲାକାର୍ଡ ଦେଖାଇ ଗଣସଂଗଠନର ସଦସ୍ୟମାନେ ପ୍ରତିବାଦ ଜଣାଇଛନ୍ତି । କଟକରେ ହିନ୍ଦୁସେନା ପକ୍ଷରୁ ପ୍ରତିବାଦ କରାଯାଇଛି । ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସମ୍ବାଦକୁ ସମର୍ଥନ କରିବା ସହ ସରକାର ବିରୋଧରେ ଗର୍ଜନ କରିଛନ୍ତି ।Continue reading “ସମ୍ବାଦ ଗ୍ରୁପ ଉପରେ ଅର୍ଥନୈତିକ ଅପରାଧ ଶାଖାର ଚଢାଉ ପରେ ସୌମ୍ୟାଙ୍କ ସମର୍ଥନରେ ଜନତା, ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସଂଗଠନ ଜଣାଉଛନ୍ତି ସମର୍ଥନ”

ଗଣପର୍ବ ନୂଆଁଖାଇକୁ ନେଇ ପଶ୍ଚିମ ଓଡିଶାରେ ଉତ୍ସାହ । ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ, ଘରେ ଘରେ ପାଳୁଛନ୍ତି ନୂଆଁଖାଇ

କନକ ବ୍ୟୁରୋ : ସୋନପୁର ଗଡଜାତରୁ ଆରମ୍ଭ ହୋଇଛି ନୂଆଁଖାଇ ପରମ୍ପରା । ଅନ୍ନ ବ୍ୟଂଜନ ସହ ଇଷ୍ଟଦେବୀ ମାଆ ସୁରେଶ୍ୱରୀଙ୍କ ନିକଟରେ ନବାନ୍ନ୍ ଲାଗି ହେବାର ପରମ୍ପରା କାହିଁ କେଉଁକାଳରୁ ରହିଛି । ଏହ ସହ ମାଆଙ୍କର ଏକ ଆଡମ୍ବରପୁର୍ଣ୍ଣ ଶୋଭାଯାତ୍ରା ହୋଇଥାଏ । ସୋନପୁର ଗଡଜାତରେ ସ୍ୱତନ୍ତ୍ର ପରମ୍ପରା । ଇଷ୍ଟ ଦେବୀ ମାଆ ସୁରେଶ୍ୱରୀଙ୍କଠାରୁ ନେଇ ଖମ୍ବେଶ୍ୱରୀ ଓ ମାଆ ସମଲେଶ୍ୱରୀଙ୍କ ସମେତ ହନୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟଂଜନ ପ୍ରସ୍ତୁତ ହୋଇଥାଏ ।Continue reading “ଗଣପର୍ବ ନୂଆଁଖାଇକୁ ନେଇ ପଶ୍ଚିମ ଓଡିଶାରେ ଉତ୍ସାହ । ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ, ଘରେ ଘରେ ପାଳୁଛନ୍ତି ନୂଆଁଖାଇ”

ନଦୀ ପାରି ପାଇଁ କାଠଗଣ୍ଡି ଭରସା । ସାତ ଖଣ୍ଡ ଗାଁକୁ ଗମନାଗମନ ମାଧ୍ୟମ ପାଲଟିଛି କାଠ ପୋଲ

କନକ ବ୍ୟୁରୋ : ନଦୀ ଉପରେ ସାତ ଖଣ୍ଡ ଗାଁକୁ ଗମନାଗମନ ମାଧ୍ୟମ ପାଲଟିଛି କାଠ ପୋଲ । ରାସ୍ତା ମଝିରେ ପଡୁଛି ନଦୀ । ଯାହାଫଳରେ ର୍ଗାଁର ଲୋକେ ବାଧ୍ୟ ହୋଇ କାଠ ଗଣ୍ଡି ପକାଇ ପୋଲ ତିଆରି କରି ନଦୀ ପାର ହେଉଛନ୍ତି । ଗଜପତି ଆର.ଉଦୟଗିରିରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । କାଠକୁ କାଠ ଯୋଡି ଗାଁର ଲୋକେ ବିପଦସଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି । ବର୍ଷା ଦିନ ଆସିଲେ ବଡContinue reading “ନଦୀ ପାରି ପାଇଁ କାଠଗଣ୍ଡି ଭରସା । ସାତ ଖଣ୍ଡ ଗାଁକୁ ଗମନାଗମନ ମାଧ୍ୟମ ପାଲଟିଛି କାଠ ପୋଲ”

ଆନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନି ଉପାନ୍ତ ଅଂଚଳ । ଅସୁସ୍ଥ ଝିଅକୁ ସୁସ୍ଥ କରିବା ପାଇଁ ଗୁଣିଆ ଡକାଇ ଗାଁରେ କଲେ ଖଟ ବିଦ୍ୟା

କନକ ବ୍ୟୁରୋ : ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସରୁ ନିବୃତ ରହିବାକୁ ପ୍ରଶାସନ ମାଳମାଳ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛି । ଆମ ପୁଲିସ ସମିତିଠୁ ଆରମ୍ଭ କରି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପ୍ରତି ଗାଁରେ ବୁଲି ଜନସାଧାରଣଙ୍କୁ ସଚେତନ କରୁଛନ୍ତି । ହେଲେ ଏତେ ସଚେତନତା ସତ୍ୱେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରିନି ମଣିଷ । ଏବେବି ରୋଗର ଚିକିତ୍ସା ପାଇଁ ତନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ି ଉପରେ ଭରସା କରାଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି,Continue reading “ଆନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନି ଉପାନ୍ତ ଅଂଚଳ । ଅସୁସ୍ଥ ଝିଅକୁ ସୁସ୍ଥ କରିବା ପାଇଁ ଗୁଣିଆ ଡକାଇ ଗାଁରେ କଲେ ଖଟ ବିଦ୍ୟା”

ଗାଁ ଗାଁରେ ବୁଲି ଭିକ୍ଷାବୃତି କରୁଥିବା କେଳା ସଂପ୍ରଦାୟର ବ୍ୟକ୍ତିମାନେ ଘରେ ପଶି କରୁଥିଲେ ଲୁଟ୍ । ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ରାଜନଗର ପୁଲିସ

କନକ ବ୍ୟୁରୋ : ଦିନରେ ଭିକ୍ଷାବୃତିଚ ରାତିରେ ଚୋରୀ । ଭିକ୍ଷାବୃତି କରୁଥିବା କେଳା ସଂପ୍ରଦାୟର ବ୍ୟକ୍ତିମାନେ କିପରି ଘରେ ପଶି କଳା କନା ବୁଲାଇ ପାରନ୍ତି ତାର ଏକ ଚିତ୍ର ରାଜନଗରରେ ଦେଖିବାକୁ ମିଳିଛି । ୫ ଜଣ ଦୃର୍ବୁତଙ୍କୁ ଗିରଫ କରି ରାଜନଗର ପୋଲିସ ଏହାର ପର୍ଦ୍ଦାଫାସ କରିଛି । ସାମ୍ବାଦିକ ସମ୍ମିଳନୀ ପୁରା ଘଟଣାର ବିସ୍ତୃତ ସୂଚନା ଦେଇଛି । ପୋଲିସର ସୂଚନା ମୁତାବକ ଗତ ଅଗଷ୍ଟ ୧୮ ତାରିଖ ରାତିରେ ରାଜନଗରContinue reading “ଗାଁ ଗାଁରେ ବୁଲି ଭିକ୍ଷାବୃତି କରୁଥିବା କେଳା ସଂପ୍ରଦାୟର ବ୍ୟକ୍ତିମାନେ ଘରେ ପଶି କରୁଥିଲେ ଲୁଟ୍ । ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ରାଜନଗର ପୁଲିସ”

କୋରାପୁଟରେ ବର୍ଷା କଲା ବେହାଲ । ରେଳ ଧାରଣା, ଡାକ୍ତରଖାନା ଭିତରେ ପଶିଲା ପାଣି

କନକ ବ୍ୟୁରୋ : ବର୍ଷା କଲା ବେହାଲ । ରେଳ ଧାରଣାରେ ପାଣି, ଡାକ୍ତରଖାନା ଭିତରେ ପଶିଲା ପାଣି । ଲଘୁଚାପ ଯୋଗୁ କୋରାପୁଟ ଜିଲ୍ଲାରେ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ପାଣିରେ ଉବୁଟୁବୁ ହେଉଛି କୋରାପୁଟ ରେଳ ଷ୍ଟେସନରେ ଥିବା ୪ ନମ୍ବର ଓ ୫ ନମ୍ବର ଟ୍ରାକରେ ପାଣି ଜମି ରହିଛି । ଏହି ଟ୍ରାକ ଦେଇ କୋରାପୁଟରୁ ଆର୍ଖୁ ଦେଇ ବିଶାଖାପାଟଣାକୁContinue reading “କୋରାପୁଟରେ ବର୍ଷା କଲା ବେହାଲ । ରେଳ ଧାରଣା, ଡାକ୍ତରଖାନା ଭିତରେ ପଶିଲା ପାଣି”

ତିକ୍ତ ହେଉଛି ଭାରତ-କାନାଡା ସଂପର୍କ । କାନାଡାରେ ଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରିକଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

କନକ ବ୍ୟୁରୋ : ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡଙ୍କ ଅଭିଯୋଗ ପରେ ଆରମ୍ଭ ହୋଇଥିବା ବିବାଦ ଏବେ ତୀବ୍ର ରୂପ ନେଇଛି । ଖାଲିସ୍ତାନୀ ସମର୍ଥକ ସଂଗଠନ ଶିଖ୍ ଫର ଜଷ୍ଟିସର ଧମକ ପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କାନାଡାରେ ରହୁଥିବା ଭାରତୀୟ ଏବଂ ସେଠାରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି । କାନାଡାରେ ରହୁଥିବା ଭାରତୀୟ ଏବଂ ଦେଶକୁContinue reading “ତିକ୍ତ ହେଉଛି ଭାରତ-କାନାଡା ସଂପର୍କ । କାନାଡାରେ ଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରିକଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ”

ନାରୀଶକ୍ତି ବନ୍ଦନ ଅଧିନିୟମ ଉପରେ ଲୋକସଭାରେ ବିର୍ତକ: ଆଲୋଚନାରେ ସାମିଲ ହୋଇ ସୋନିଆ ଗାନ୍ଧୀ କହିଲେ, ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି କଂଗ୍ରେସ

କନକ ବ୍ୟୁରୋ: ମହିଳା ଆରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଲୋକସଭାରେ ଜାରି ରହିଛି ବିତର୍କ । ଏହି ସମୟରେ ସୋନିଆ ଗାନ୍ଧୀ ନିଜ ବକ୍ତବ୍ୟ ରଖି କହିଛନ୍ତି, କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି । ହେଲେ ଏହା ଭିତରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ବି କରିଛନ୍ତି ସୋନିଆ । ସେ କହିଛନ୍ତି, ଏତେ ବର୍ଷ ଧରି ମହିଳାମାନେ ରାଜନୈତିକ ନେତୃତ୍ୱ ନେବାକୁ ଅପେକ୍ଷା କରି ରହିଛନ୍ତି । ଏବେ ସେମାନଙ୍କୁContinue reading “ନାରୀଶକ୍ତି ବନ୍ଦନ ଅଧିନିୟମ ଉପରେ ଲୋକସଭାରେ ବିର୍ତକ: ଆଲୋଚନାରେ ସାମିଲ ହୋଇ ସୋନିଆ ଗାନ୍ଧୀ କହିଲେ, ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି କଂଗ୍ରେସ”

ଆସନ୍ତା ୨୬ ତାରିଖରୁ ଜୋରଦାର ହେବ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ । ବିଶାଳ ଅଧିବେଶନ କରି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

କନକ ବ୍ୟୁରୋ : ୨୬ ତାରିଖରୁ ପୁଣିଥରେ ଧାରଣାକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ । ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବିଶାଳ ସମାବେଶ ଆୟୋଜନ କରିବ ବୋଲି କହିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା । ଗତ ଆଠ ତାରିଖରୁ ଶିକ୍ଷକ ସଂଘ ସମୂହ ଛୁଟିରେ ଥିଲେ । ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ଆମର ତିନି ଦଫା ଦାବିକୁ ପୂରଣ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରାଯାଇଥିଲା  ।Continue reading “ଆସନ୍ତା ୨୬ ତାରିଖରୁ ଜୋରଦାର ହେବ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ । ବିଶାଳ ଅଧିବେଶନ କରି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ”

ମହିଳା ସଂରକ୍ଷଣ ବିଲକୁ ନେଇ ସଂସଦରେ ତର୍କ, ସୋନିଆଙ୍କ ଦାବି ଉପରେ ଏଭଳି ମନ୍ତବ୍ୟ ଦେଲେ ସ୍ମୃତି ଇରାନୀ

କନକ ବ୍ୟୁରୋ : ସଂସଦର ବିଶେଷ ଅଧିବେଶନରେ ମହିଳା ସଂରକ୍ଷଣ ବିଧେୟକକୁ ନେଇ ଚର୍ଚ୍ଚା ଚାଲିଛି । ସଂସଦର ବରିଷ୍ଠ ନେତାମାନେ ଏହା ଉପରେ ଯୁକ୍ତି କରୁଛନ୍ତି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମହିଳା ସଂରକ୍ଷଣ ବିଲ ଉପରେ ଆଲୋଚନା କରିବା ବେଳେ କହିଛନ୍ତି କି, ଜନସଂଘ ପ୍ରଥମେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲା ଓ ଏବେ ବିଜେପି ଏହାକୁ ସାକାର କରିବାକୁ ଯାଉଛି । ଅଳ୍ପସଂଖ୍ୟକ ମହିଳାଙ୍କୁ ସଂରକ୍ଷଣ ଦେବା ଦାବି ଉପରେContinue reading “ମହିଳା ସଂରକ୍ଷଣ ବିଲକୁ ନେଇ ସଂସଦରେ ତର୍କ, ସୋନିଆଙ୍କ ଦାବି ଉପରେ ଏଭଳି ମନ୍ତବ୍ୟ ଦେଲେ ସ୍ମୃତି ଇରାନୀ”

Design a site like this with WordPress.com
Get started