କନକ ବ୍ୟୁରୋ : ସଂସଦର ସ୍ୱତନ୍ତ୍ର ଅଧିବେଶନର ଆଜି ତୃତୀୟ ଦିନ । ଗତକାଲି ମହିଳା ସଂରକ୍ଷଣ ବିଲ୍ ଆଗତ କରିଛନ୍ତି ସରକାର । ଆଉ ଆଜି ମଧ୍ୟ ସରକାର ଆଉ କିଛି ବିଲ୍ ଆଗତ କରିପାରନ୍ତି । ଅନ୍ୟପଟେ ମହିଳା ବିଲରେ ଓବିସିଙ୍କ ପାଇଁ ସଂରକ୍ଷଣ ଦାବି ନେଇ ଚର୍ଚ୍ଚା ବଢିଛି । ୧୯୯୬ରେ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟରେ ମହିଳା ସଂରକ୍ଷଣ ପାଇଁ ସମ୍ବିଧାନ ସଂଶୋଧନ ହେବା ପରେ ଓବିସି ମହିଳାଙ୍କ ପାଇଁ ସଂରକ୍ଷଣContinue reading “ମହିଳା ସଂରକ୍ଷଣ ବିଲ୍ ଆଗତ ପରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବାକୁ ତେଜିଲା ଦାବି : ଆଗତ ବିଲରେ ଓବିସିଙ୍କୁ ସଂରକ୍ଷଣ ଦେବା ବାବଦରେ ନାହିଁ ଉଲ୍ଲେଖ”
Tag Archives: News
ଆଜି ପୁରୀ-ରାଉଲକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ : ସକାଳ ୫ଟାରେ ପୁରୀରୁ ବାହାରି ରାଉଲକେଲାରେ ଅଭିମୁଖେ ଟ୍ରେନ
କନକ ବ୍ୟୁରୋ : ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ । ୨୪ରେ ଉଦଘାଟନ ପୂର୍ବରୁ ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ ହୋଇଛି । ସକାଳ ୫ଟାରେ ପୁରୀରୁ ବାହାରି ସକାଳ ୬ ଟାରେ ଭୁବନେଶ୍ୱରରେ ପହଥିଲା ଏହି ଟ୍ରେନ୍ । ଦିନ ୧୨ଟା ୪୫ରେ ରାଉଲକେଲାରେ ପହଞ୍ଚିବ । ଏହାପରେ ଅପରାହ୍ନ ୨ଟା ୧୦ରେ ରାଉଲକେଲାରୁ ବାହାରି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ । ଟ୍ରାଏଲ ରନ ଅବସରରେContinue reading “ଆଜି ପୁରୀ-ରାଉଲକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ : ସକାଳ ୫ଟାରେ ପୁରୀରୁ ବାହାରି ରାଉଲକେଲାରେ ଅଭିମୁଖେ ଟ୍ରେନ”
ସୃଷ୍ଟି ହେଲା ଲଘୁଚାପ : ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୯ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଭଦ୍ରକ, ବାଲେଶ୍ୱର. ଯାଜପୁର, କେନ୍ଦ୍ରାପଡା, କଟକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ବରଗଡ, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷାContinue reading “ସୃଷ୍ଟି ହେଲା ଲଘୁଚାପ : ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି”
ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ : ଗଣପର୍ବ ପାଇଁ ସମସ୍ତେ ପ୍ରସ୍ତୁତ; ଚାଷୀ ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ
କନକ ବ୍ୟୁରୋ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଗଣପର୍ବ ପାଇଁ ସମସ୍ତେ ପ୍ରସ୍ତୁତ । ଚାଷୀ ତାର ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ । ନୂଆଁଖାଇ ପାଇଁ ଘରେ ଘରେ ଆରମ୍ଭ ହୋଇଗଲାଣି ପିଠାପଣା ପ୍ରସ୍ତୁତି । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୨୭ ରୁ ୧୦ଟା ୪୨ ମଧ୍ୟରେ ମାଙ୍କ ନିକଟରେ ନବାନ୍ନ ଲାଗି ହେବContinue reading “ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ : ଗଣପର୍ବ ପାଇଁ ସମସ୍ତେ ପ୍ରସ୍ତୁତ; ଚାଷୀ ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ”
ସାରା ଦେଶରେ ଧୁମଧାମରେ ଚାଲିଛି ବିଘ୍ନବିନାଶକଙ୍କ ପୂଜାର୍ଚ୍ଚନା । ମହାରାଷ୍ଟ୍ରର ଗଣପର୍ବରେ ସାମିଲ ହେଲେ ନେତାଙ୍କଠୁ ନେଇ ଅଭିନେତା
କନକ ବ୍ୟୁରୋ : ସାରା ଦେଶରେ ବେଶ୍ ଧୁମଧାମରେ ପାଳନ ହେଉଛି ଅଗ୍ରପୂଜ୍ୟ ବିଘ୍ନ ବିନାଶନ ଶ୍ରୀ ଗଣେଶଙ୍କ ପୂଜା । ପୂଜା ପାଇଁ ଦେଶରେ ଉତ୍ସବର ମାହୋଲ । ମହାରାଷ୍ଟ୍ର ଠୁ ନେଇ ମୁମ୍ବାଇ ସାରା ଦେଶରେ ଆଗାମୀ ୧୦ ଦିନ ଯାଏଁ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ପାଳନ ହୋଇଥାଏ ଗଣେଶ ପୂଜା । ଦେଶର ବିଭିନ୍ନ ସ୍ଥାନରୁ ଗଣପତିଙ୍କ ସ୍ଥାପନ ଓ ପୂଜା ହେଉଥିବା ଚିତ୍ର ସାମ୍ନାକୁ ଆସିଛି । ସାଜ୍ଜସଜ୍ା ଠୁ ଆରମ୍ଭContinue reading “ସାରା ଦେଶରେ ଧୁମଧାମରେ ଚାଲିଛି ବିଘ୍ନବିନାଶକଙ୍କ ପୂଜାର୍ଚ୍ଚନା । ମହାରାଷ୍ଟ୍ରର ଗଣପର୍ବରେ ସାମିଲ ହେଲେ ନେତାଙ୍କଠୁ ନେଇ ଅଭିନେତା”
କ୍ରିକେଟର ବିରାଟ କୋହଲୀଙ୍କ ଭିଡିଓକୁ ନେଇ ଉତରାଖଣ୍ଡରେ ହଲଚଲ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କୋର୍ଟ ମାଗିଲେ ଜବାବ
କନକ ବ୍ୟୁରୋ : କ୍ରିକେଟର ବିରାଟ କୋହଲିଙ୍କ ଗୋଟିଏ ଭିଡିଓ ଭାଇରାଲ୍ ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୋଟିସ୍ ଜାରି କଲେ ଉତରାଖଣ୍ଡ ହାଇକୋର୍ଟ । କୋହଲି ଏକ ଭିଡ଼ିଓରେ କିଛି ପିଲାଙ୍କ ସହ ଆଲୋଚନା କରୁଛନ୍ତି । ଏଥିରେ ପିଲାମାନେ କହୁଛନ୍ତି ସେମାନଙ୍କ ପାଇଁ ଆବଶ୍ୟକ ଖେଳ ପଡ଼ିଆ ନାହିଁ । ସେମାନେ କ୍ରୀଡ଼ା ପାଇଁ ଉପଯୁକ୍ତ ଭିତିଭୂମି ପାଉନାହାନ୍ତି । କୋହଲିଙ୍କ ଏହି ଭିଡିଓ ଭାଇରାଲ୍ ପରେ ଉତରାଖଣ୍ଡ ହାଇକୋର୍ଟ ଶୁଣାଣି କରିଛନ୍ତିContinue reading “କ୍ରିକେଟର ବିରାଟ କୋହଲୀଙ୍କ ଭିଡିଓକୁ ନେଇ ଉତରାଖଣ୍ଡରେ ହଲଚଲ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କୋର୍ଟ ମାଗିଲେ ଜବାବ”
ପଦାରେ ପଡିଲା ପାକିସ୍ତାନର ଚାଲ । ଆମେରିକାକୁ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବିକି ଆଇଏମଏଫଠୁ ବେଲଆଉଟ ଋଣ ପ୍ୟାକେଜ ନେଇଛି ପାକିସ୍ତାନ
କନକ ବ୍ୟୁରୋ : ଆନ୍ତର୍ଜାତିକ ମୁଦ୍ରା କୋଷ ବା ଆଇଏମ୍ଏଫରୁ ଋଣ ପାଇବା ପାଇଁ ପାକିସ୍ତାନର ଚକ୍ରାନ୍ତ ଧରାପଡ଼ିଲା । ଋଷକୁ ଧୋକ୍କା ଦେଇ ଆମେରିକାକୁ ଯୋଗାଇଲା ଅସ୍ତ୍ରଶସ୍ତ୍ର । ଏବେ ପାକିସ୍ତାନ ଲୋକ ଖାଇବାକୁ ପାଉନାହାନ୍ତି, କିନ୍ତୁ ପାକିସ୍ତାନର ନିଜର ଆଣବିକ ଅସ୍ତ୍ରଶସ୍ତ୍ର ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛି । ଆର୍ଥିକ କ୍ଷେତ୍ରରେ ଏବେ ସଂପୂର୍ଣ୍ଣ ଦେବାଳିଆ ପାକିସ୍ତାନ । ଋଣ ପାଇଁ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛି । ସମସ୍ତଙ୍କୁ ନେହୁରା ହେଉଛି,Continue reading “ପଦାରେ ପଡିଲା ପାକିସ୍ତାନର ଚାଲ । ଆମେରିକାକୁ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବିକି ଆଇଏମଏଫଠୁ ବେଲଆଉଟ ଋଣ ପ୍ୟାକେଜ ନେଇଛି ପାକିସ୍ତାନ”
କାନାଡା ସରକାରଙ୍କୁ ଭାରତର କଡ଼ା ଜବାବ । କାନାଡ଼ା ହାଇକମିଶନରକୁ ଦେଶ ଛାଡିବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : କାନାଡାକୁ ଭାରତର କଡ଼ା ଜବାବ । ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହଙ୍କ ହତ୍ୟା ଅଭିଯୋଗ ପ୍ରସଙ୍ଗରେ କାନାଡାର ବରିଷ୍ଠ କୂଟନୀତିଜ୍ଞ କ୍ୟାମେରୋନ ମ୍ୟାକେଙ୍କୁ ବହିଷ୍କାର କରାଯାଇଛି । ଭାରତରେ ଅବସ୍ଥାପିତ କାନାଡା ହାଇ କମିଶନରଙ୍କୁ ବହିଷ୍କାର କରିବା ସହ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ସରକାର ଏଥିପାଇଁ ୫ଦିନର ମହଲତ ଦେଇଛନ୍ତି । ଭାରତ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଛି । ବୈଦେଶିକ ମନ୍ତ୍ରାଳୟର ମୁଖ୍ୟ କାର୍ଯ୍ୟାଳୟContinue reading “କାନାଡା ସରକାରଙ୍କୁ ଭାରତର କଡ଼ା ଜବାବ । କାନାଡ଼ା ହାଇକମିଶନରକୁ ଦେଶ ଛାଡିବାକୁ ନିର୍ଦ୍ଦେଶ”
ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେସନ ଆରମ୍ଭ । ପ୍ରଧାନମନ୍ତ୍ରୀ କହିଲେ, ଭବନ ବଦଳିଲା, ଭାବ ଓ ଭାବନାକୁ ବି ବଦଳାଇବାକୁ ପଡ଼ିବ
କନକ ବ୍ୟୁରୋ : ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଆଜିଠୁୁ ଆରମ୍ଭ ହେଲା ନୂଆ ସଂସଦଭବନରେ ସ୍ୱତନ୍ତ୍ର ଅଧିବେଶନ । ସ୍ୱତନ୍ତ୍ର ଅଧିବେଶନର ୨ୟଦିନର କାର୍ଯ୍ୟ ନୂଆ ସଂସଦଭବନରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ଏନଡିଏ ମେଂଟର ସାଂସଦ ଏବଂ ଅନ୍ୟାନ୍ୟ ସମସ୍ତ ଦଳର ସାଂସଦମାନେ ନୂଆ ସଂସଦ ଭବନରେ ଏକାଠି ପ୍ରବେଶ କରିଥିଲେ । ନୂଆ ସଂସଦଭବନରେ କାର୍ଯକ୍ରମ ଆରମ୍ଭ ପୂର୍ବରୁ ପୁରୁଣା ସଂସଦଭବନରେ ଫଟୋ ସେସନ କରାଯାଇଥିଲା ।Continue reading “ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେସନ ଆରମ୍ଭ । ପ୍ରଧାନମନ୍ତ୍ରୀ କହିଲେ, ଭବନ ବଦଳିଲା, ଭାବ ଓ ଭାବନାକୁ ବି ବଦଳାଇବାକୁ ପଡ଼ିବ”
ସଂସଦରେ ମହିଳା ସଂରକ୍ଷଣ ବିଲ । ଶ୍ରେୟ ନେବାକୁ ରାଜନୀତି ଜୋରଦାର
କନକ ବ୍ୟୁରୋ : ଲୋକସଭାରେ ଆଗତ ହୋଇଛି ବହୁପ୍ରତିକ୍ଷୀତ ମହିଳା ସଂରକ୍ଷଣ ବିଲ୍ । ବର୍ତମାନ ମାହୋଲ ଯାହା ରହିଛି, ପାର୍ଲାମେଂଟରେ ବିଲ୍ ପାଶ ବି ହୋଇଯିବ । ଆଉ ଏହାହେଲେ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡିକରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରତିନିଧିତ୍ୱ ମିଳିବ । କିନ୍ତୁ ପ୍ରଶ୍ନ ଉଠୁଛି, -ମହିଳା ସଂରକ୍ଷଣ ବିଲ୍ର ଶ୍ରେୟ କିଏ ନେବ? -ସଂରକ୍ଷଣ ନେଇ ସରକାରଗୁଡିକ କେତେ ସକ୍ରିୟ ଥିଲେ? -ବିଲ୍କୁ ସମର୍ଥନ କରୁଥିବା ଦଳ ଗମ୍ଭୀର ଥିଲେContinue reading “ସଂସଦରେ ମହିଳା ସଂରକ୍ଷଣ ବିଲ । ଶ୍ରେୟ ନେବାକୁ ରାଜନୀତି ଜୋରଦାର”