ଗୁଆ ଗଛର ଭଣ୍ଡାରୁ ପ୍ରସ୍ତୁତ ହେଉଛି ଖାଇବା ଥାଳି । ଉପକୃତ ହେଉଛନ୍ତି ୩୦ରୁ ଅଧିକ ମହିଳା

କନକ ବ୍ୟୁରୋ : ଅଲୋଡ଼ା ହୋଇପଡ଼ିଥିବା ଗୁଆ ଗଛର ଭଣ୍ଡାରୁ ତିଆରି ହେଉଛି ଖାଇବା ଥାଳି ଓ ଦନା । ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ପରିବେଶକୁ କ୍ଷତି ପହଂଚାଉଥିବା ବେଳେ ଏଭଳି ପରିବେଶ ଉପଯୋଗୀ ସାମଗ୍ରୀ ତିଆରି ଲାଭବାନ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାଜିତପୁର ପଂଚାୟତର ଚକାନୟନ ଉତ୍ପାଦିକା ଗୋଷ୍ଠୀ ଏଭଳି ସାମଗ୍ରୀ ତିଆରି ଆତ୍ମନିର୍ଭର ହୋଇପାରିଛନ୍ତି । ଘର କାମ ସହିତ ମହିଳା ମାନେContinue reading “ଗୁଆ ଗଛର ଭଣ୍ଡାରୁ ପ୍ରସ୍ତୁତ ହେଉଛି ଖାଇବା ଥାଳି । ଉପକୃତ ହେଉଛନ୍ତି ୩୦ରୁ ଅଧିକ ମହିଳା”

ଚର୍ଚ୍ଚାରେ ଚିଲିକା ଅଞ୍ଚଳର ମଇଁଷି ଚାଷ । ପ୍ରତିଦିନ ଉତ୍ପାଦନ ହେଉଛି ଶହ ଶହ ଲିଟର କ୍ଷୀର

କନକ ବ୍ୟୁରୋ : ଚିଲିକା ଟାପୁରେ ମଇଁଷି ଚାଷ । ପ୍ରତିଦିନ ଉତ୍ପାଦନ ହେଉଛି ଶହ ଶହ ଲିଟର କ୍ଷୀର । ଚିଲିକାର ଦଳ ଓ ନଳ ଘାସ ଖାଇ ମଇଁଷି ମାନେ ପ୍ରାକୃତିକ ଭାବେ ବଢ଼ିବା ସହ ପ୍ରଚୁର ପରିମାଣର କ୍ଷୀର ଦେଉଛନ୍ତି । ଆଉ ଏହି ଚାଷକୁ ଆପଣାଇ ଲାଭବାନ ହେଉଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳର ଅନେକ ଚାଷୀ । ଚିଲିକା ଟାପୁରେ ମଇଁଷି ମାନଙ୍କୁ ରଖି ସେମାନଙ୍କୁ ଚରାଇବା, ସେମାନଙ୍କର ଉପଯୁକ୍ତContinue reading “ଚର୍ଚ୍ଚାରେ ଚିଲିକା ଅଞ୍ଚଳର ମଇଁଷି ଚାଷ । ପ୍ରତିଦିନ ଉତ୍ପାଦନ ହେଉଛି ଶହ ଶହ ଲିଟର କ୍ଷୀର”

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ଓଡ଼ିଆ ବୃତିଧାରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ: ପୁରୀର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ କଲେ ସମ୍ମାନିତ

କନକ ବ୍ୟୁରୋ: ନିଜ ଜନ୍ମଦିନରେ କୌଳିକ ବୃତିଧାରୀଙ୍କୁ ମୋଦୀଙ୍କ ଭେଟି । ବିଶ୍ୱକର୍ମା ପୂଜା ଦିନ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଏହି ଯୋଜନା ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରଯାଇଛି । ୫ ବର୍ଷ ପାଇଁ କଳାକାର ଏବଂ ହସ୍ତଶୀଳ୍ପୀଙ୍କ ପାଇଁ ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ କଳାକାରମାନଙ୍କୁ ପିଏମ ବିଶ୍ୱକର୍ମା ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ । ବିଶ୍ୱକର୍ମା ପୂଜାContinue reading “ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ଓଡ଼ିଆ ବୃତିଧାରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ: ପୁରୀର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ କଲେ ସମ୍ମାନିତ”

ବନ୍ଧା ହେଲା ଇରାନୀ ଗ୍ୟାଙ୍ଗର ମୁଖିଆ: ପ୍ଲାନ କରୁଥିଲେ ସରପଞ୍ଚଙ୍କ ପୁତୁରା

କନକ ବ୍ୟୁରୋ: ଇାରାନୀଙ୍କ ମାୟାଜାଲକୁ ବିଛାଇବାରେ ସାହାଯ୍ୟ କରୁଥିବା ମାଷ୍ଟରମାଇଣ୍ଡ ଦେବାନନ୍ଦ ଗିରଫ । ଜଣେ ସରପଂଚଙ୍କ ପୁତୁରା ହୋଇଥିବାରୁ ରାଜନୈତିକ ପ୍ରଭାବକୁ ବ୍ୟବହାର କରି ଚଳାଇଥିଲା କଳାକାରନାମା । ତମାଣ୍ଡୋ ପୋଲିସ ମାମଲାର ଅଧିକ ତଦନ୍ତ ଚଳାଇଥିବା ବେଳେ ଇରାନୀଙ୍କ ସ୍ୱାମୀ ନିଶିକଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି । ଦୀର୍ଘ ଦିନର ଲୁଚକାଳି ପରେ ଧରାପଡ଼ିଲା ଇରାନୀ ପାତ୍ର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ । ମାଷ୍ଟରମାଇଣ୍ଡ ଦେବାନନ୍ଦ ଜେନା ଗିରଫ । ଦେବାନନ୍ଦ ସରପଂଚଙ୍କ ପୁତୁରାContinue reading “ବନ୍ଧା ହେଲା ଇରାନୀ ଗ୍ୟାଙ୍ଗର ମୁଖିଆ: ପ୍ଲାନ କରୁଥିଲେ ସରପଞ୍ଚଙ୍କ ପୁତୁରା”

ଜଗତସିଂହପୁର ଆସି ଅତନୁ ସବ୍ୟସାଚୀ ହଟହଟା: ମନ୍ତ୍ରୀଙ୍କୁ ଘେରିଲେ ବିଧାୟକ ବିଜୟ ଶଙ୍କରଙ୍କ ସମର୍ଥକ

କନକ ବ୍ୟୁରୋ: ବିଜେଡି ନେତାଙ୍କୁ ବିରୋଧ କଲେ ବିଜେଡି ସମର୍ଥକ । ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟବସାଚୀ ନାୟକ ଜଗତସିଂହପୁର ଯାଇ ହଟହଟା ହୋଇଛନ୍ତି । ଖୋଦ ନିଜ ଦଳର ବିଧାୟକଙ୍କ ସମର୍ଥକମାନେ ଅତନୁଙ୍କୁ ଖୋଲାଖୋଲି ବିରୋଧ କରିଥିଲେ । ସେପଟେ କଥା ଉପରେ ସ୍ପଷ୍ଟତା ନଆସିଥିଲେ ବି ଅତନୁ ଓ ବିଜୟଶଙ୍କରଙ୍କ ମଧ୍ୟରେ କ’ଣ ରହିଛି ବିବାଦ, ତାକୁ ନେଇ ଉଠିଲା ପ୍ରଶ୍ନ । ଜଗତସିଂହପୁର ଆସି ହଟହଟା ହୋଇଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀContinue reading “ଜଗତସିଂହପୁର ଆସି ଅତନୁ ସବ୍ୟସାଚୀ ହଟହଟା: ମନ୍ତ୍ରୀଙ୍କୁ ଘେରିଲେ ବିଧାୟକ ବିଜୟ ଶଙ୍କରଙ୍କ ସମର୍ଥକ”

ପାର୍ବଣ ପାଇଁ ଚଳଚଂଚଳ ସହରଠୁ ଗାଁ । ସାଲେପୁର କିସୀନାପୁରର କାରିଗର ମୂର୍ତ୍ତିରେ ଦେଉଛନ୍ତି ଶେଷ ସ୍ପର୍ଶ

କନକ ବ୍ୟୁରୋ : ରଙ୍ଗ ତୂଳୀ, ମାଟିର ମୂର୍ତ୍ତି । କାରିଗରଙ୍କ ତୁଳୀର ସ୍ପର୍ଶରେ ଜୀବନ୍ତ ଲାଗୁଛନ୍ତି ମହାପ୍ରଭୁ ଗଣେଶଙ୍କ ପ୍ରତି ମୂର୍ତ୍ତି । ନିଖୁଣ ମୂର୍ତ୍ତି ରେ ଶେଷ ସ୍ପର୍ଶ ଦେଇ ଦେଉଛନ୍ତି କାରିଗର । ଛୋଟରୁ ବଡ, ସଜେଇ ହୋଇଛି ଭଳିକି ଭଳି ଆକର୍ଷଣୀୟ ଗଣେଶ ମୂର୍ତ୍ତି । ମୂର୍ତ୍ତି କାରିଗରଙ୍କ ଗାଁ ଭାବେ ନାଁ କରିଥିବା କଟକ ଜିଲ୍ଲା ସାଲେପୁର କିସୀନାପୁର ଗାଁ । ଦିନ ରାତି ଏକ କରି ମୂର୍ତ୍ତି ତିଆରିରେContinue reading “ପାର୍ବଣ ପାଇଁ ଚଳଚଂଚଳ ସହରଠୁ ଗାଁ । ସାଲେପୁର କିସୀନାପୁରର କାରିଗର ମୂର୍ତ୍ତିରେ ଦେଉଛନ୍ତି ଶେଷ ସ୍ପର୍ଶ”

ନୂଆଁ ଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡିଶା, ବିସ୍ଥାପିତଙ୍କୁ ନିମନ୍ତ୍ରଣ କଲେ ଡାହିମାଲ ଗାଁର ଲୋକେ

କନକ ବ୍ୟୁରୋ : ନୂଆଁଖାଇ ପାଇଁ ଚଳଚଂଚଳ ହୋଇପଡିଛି ପଶ୍ଚିମ ଓଡିଶା । ବିସ୍ଥାପିତ ପରିବାରକୁ ନୂଆଁଖାଇ ଆସିବାକୁ ନିମନ୍ତ୍ରଣ କଲେ ବଲାଙ୍ଗିର ଜିଲ୍ଲା ଡାହିମାଲ ଗାଁର ଲୋକେ । ବାଜା ବଜାଇ, ବିସ୍ଥାପିତଙ୍କ ବସ୍ତିରେ ପହଂଚି ସାମୁହିକ ନୂଆଁଖାଇରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି ଏବଂ ବିସ୍ଥାପିତମାନେ ମଧ୍ୟ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି । ଲୋୟର ସୁକତେଲ ପ୍ରକଳ୍ପ ପାଇଁ  ପୋଡମୁଡ ଗାଁର ବିସ୍ଥାପିତ ପରିବାର ଡାହିମାଲ ଗାଁ ନିକଟରେ ବସ୍ତି କରି ରହୁଛନ୍ତିContinue reading “ନୂଆଁ ଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡିଶା, ବିସ୍ଥାପିତଙ୍କୁ ନିମନ୍ତ୍ରଣ କଲେ ଡାହିମାଲ ଗାଁର ଲୋକେ”

ଏସିଆକପ୍ ଫାଇନାଲରେ ଭାରତର ଦମଦାର ବିଜୟ, ୧୦ ୱିକେଟରେ ଶ୍ରୀଲଙ୍କାକୁ କଲା ପରାସ୍ତ

କନକ ବ୍ୟୁରୋ : ଏସିଆକପ୍ ଫାଇନାଲରେ ଭାରତ ବିଜୟ ଲାଭ କରିଛି । ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାଜିତ କରି ଅଷ୍ଟମଥର ପାଇଁ ଏସିଆକପ୍ ହାତେଇଛି ଭାରତୀୟ ଟିମ୍ । ଭାରତ ପ୍ରଥମେ ବୋଲିଂ କରି ଶ୍ରୀଲଙ୍କ ଦଳକୁ ମାତ୍ର ୫୦ ରନରେ ଅଲଆଉଟ କରିଥିଲା । ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ । ସିରାଜ ୭ ଓଭର ବୋଲିଂ କରି ମାତ୍ର ୨୧ ରନ ଦେଇContinue reading “ଏସିଆକପ୍ ଫାଇନାଲରେ ଭାରତର ଦମଦାର ବିଜୟ, ୧୦ ୱିକେଟରେ ଶ୍ରୀଲଙ୍କାକୁ କଲା ପରାସ୍ତ”

ମାହାଙ୍ଗାରେ କୋର୍ଟ ପାଇଁ ତିଆରି ହେଲା କୋଠା । କେବେ କାର୍ଯ୍ୟକ୍ଷମ କାହା ପାଖରେ ନାହିଁ ଖବର

କନକ ବ୍ୟୁରୋ : କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଲୋକଙ୍କୁ ନ୍ୟାୟ ଦେବା ପାଇଁ ନିର୍ମାଣ ସରିଛି କୋଠା । ହେଲେ ଜେଏମଏଫସି କୋର୍ଟ କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକେ ହଇରାଣ ହେଉଛନ୍ତି । ମାହାଙ୍ଗାରେ ୩୪ ଲକ୍ଷ ଟଙ୍କା ବ୍ୟୟରେ କୋର୍ଟ କୋଠା ନିର୍ମାଣ ହୋଇଛି । ସେପଟେ ନିଶ୍ଚିନ୍ତକୋଇଲିରେ ମଧ୍ୟ ୬୪ ଲକ୍ଷ ଟଙ୍କା ବ୍ୟୟରେ କୋର୍ଟ ପାଇଁ କୋଠା ନିର୍ମାଣ ସରିଛି । କିନ୍ତୁ କେବେ କାର୍ଯ୍ୟକ୍ଷମ ହେବେ କାହା ପାଖରେ ଖବର ନାହିଁContinue reading “ମାହାଙ୍ଗାରେ କୋର୍ଟ ପାଇଁ ତିଆରି ହେଲା କୋଠା । କେବେ କାର୍ଯ୍ୟକ୍ଷମ କାହା ପାଖରେ ନାହିଁ ଖବର”

ସରକାରୀ ଯୋଜନାରେ ପକ୍କା ଘର ସାତ ସପନ । ଥିଲା ବାଲାଙ୍କୁ ମିଳୁଛି ଘର, ଗରିବଙ୍କୁ ପଚାରେ କିଏ

କନକ ବ୍ୟୁରୋ : ଛପର ନଡା ସଢି ଘାସ ଉଠିଲାଣି । ବର୍ଷାରୁ ରକ୍ଷା ପାଇଁ କିଛି ସ୍ଥାନରେ ଜରି ଘୋଡାଯାଇଛି । କାଳେ ଛିଣ୍ଡା ଜରିକୁ ପବନ ଉଡାଇ ନେବ, ସେଇଥିପାଇଁ ବନ୍ଧା ହୋଇଛି ସାଇକେଲ ଟାୟାର । ମାଟି କାନ୍ଥ ଫାଟି ଆଁ କରିଛି । ଘର ଭିତରେ ଛପର ଫାଙ୍କରୁ ପଶି ଆସୁଛି ସୂର୍ଯ୍ୟ କିରଣ । ଆଶ୍ଚର୍ଯ୍ୟର କଥା ଏହି ଗରିବ ପରିବାର ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁContinue reading “ସରକାରୀ ଯୋଜନାରେ ପକ୍କା ଘର ସାତ ସପନ । ଥିଲା ବାଲାଙ୍କୁ ମିଳୁଛି ଘର, ଗରିବଙ୍କୁ ପଚାରେ କିଏ”

Design a site like this with WordPress.com
Get started