ଭୟ ବଢାଉଛି ନିପା ଭାଇରସ, ସତର୍କ କରାଇଲା ଆଇସିଏମଆର । କରୋନାଠୁ ନିପା ଭାଇରସରେ ରହିଛି ଅଧିକ ମୃତ୍ୟୁ ଆଶଙ୍କା

କନକ ବ୍ୟୁରୋ : ନିପା ଭାଇରସକୁ ନେଇ କେରଳଙ୍କ ଆତଙ୍କ ପରେ ଚେତାବନୀ ଦେଲା ଆଇସିଏମଆର । ଆଇସିଏମଆର ଡିଜି ରାଜୀବ ବହଲ କହିଛନ୍ତି କରୋନାଠୁ ନିପା ଭାଇରସରେ ମୃତ୍ୟୁ ହାର ଅଧିକ ରହିବା ଆଶଙ୍କା ରହିଛି । ଯେଉଁଠି କରୋନାର ମୃତ୍ୟୁହାର ୨ରୁ ୩% ରହୁଥିଲା ସେଠାରେ ନିପା ସଂକ୍ରମିତଙ୍କ ମୃତ୍ୟୁ ହାର ୩୦ରୁ ୪୦% ଆଶଙ୍କା ରହିଛି । ଏଥିସହ ଆଇସିଏମଆର ଡିଜି କହିଛନ୍ତି ଖୁବ ଶିଘ୍ର ନିପା ଟିକା ପ୍ରସ୍ତୁତି ଉପରେ କାମContinue reading “ଭୟ ବଢାଉଛି ନିପା ଭାଇରସ, ସତର୍କ କରାଇଲା ଆଇସିଏମଆର । କରୋନାଠୁ ନିପା ଭାଇରସରେ ରହିଛି ଅଧିକ ମୃତ୍ୟୁ ଆଶଙ୍କା”

ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ । ଦିଲ୍ଲୀ ସ୍ଥିତି ବାସଭବନରେ ହେଲା ଦେହାନ୍ତ

କନକ ବ୍ୟୁରୋ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଭଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଯାଇଛି । ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗୀତାଙ୍କ ଶେଷ ଦର୍ଶନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଯିବା ନେଇ ସୂଚନା ରହିଛି । ସେ ଜଣେ ପ୍ରଖ୍ୟାତ ଲେଖିକା ଓ ସାମ୍ବାଦିକା ଥିଲେContinue reading “ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ । ଦିଲ୍ଲୀ ସ୍ଥିତି ବାସଭବନରେ ହେଲା ଦେହାନ୍ତ”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ

କନକ ବ୍ୟୁରୋ: ଆରପାରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ଲେଖିକା ଗୀତା ମେହେଟ୍ଟା । ଶନିବାର ତାଙ୍କର ଦିଲ୍ଲୀରେ ଦେହାନ୍ତ ଘଟିଛି । ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଗୀତା ମେହେଟ୍ଟା ନବୀନଙ୍କ ବଡ ଭଉଣୀ ଏବଂ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଏକମାତ୍ର ଝିଅ ଥିଲେ । ନବୀନଙ୍କ ବଡ ଭଉଣୀ ଗୀତା ମେହେଟ୍ଟା ଜଣେ ଲେଖିକା ଭାବେ ବେଶ ପରିଚିତ । ତା ସହିତ ସେ ପ୍ରାମାଣିକ ଚଳଚିତ୍ର ମଧ୍ୟContinue reading “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ”

ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ଭିଡିଓ ଭାଇରାଲ । ଏସିଆ କପ୍ ସୁପର ଫୋର ଶେଷ ମ୍ୟାଚରେ ଦେଖିବାକୁ ମିଳିଥିଲା ବିରାଟଙ୍କ ମଜାଳିଆ ଭିଡିଓ

କନକ ବ୍ୟୁରୋ : କ୍ରିକେଟ ପଡିଆରେ ଖେଳାଳିଙ୍କୁ ପାଣି ଯୋଗାଇ ଦେବାକୁ ନେଇ ଚର୍ଚ୍ଚାରେ ଭାରତୀୟ ଲୋକପ୍ରିୟ କ୍ରିକେଟ୍ ତାରକା ବିରାଟ କୋହଲି। ଭାରତ ବିପକ୍ଷ ବାଙ୍ଗଲାଦେଶ ମ୍ୟାଚରେ ବିରାଟଙ୍କୁ ଆରାମ କରିବାକୁ ଦିଆଯାଇଥିଲା । ବିରାଟ କୋହଲି ଏଭଳି ଜଣେ ଖେଳାଳି ଯିଏ କି, ଫ୍ଲେଇଂ ଇଲେଭେନର ସଦସ୍ୟ ହୋଇଥାନ୍ତୁ କି ନାହିଁ, ମାତ୍ର ମ୍ୟାଚର ପ୍ରମୁଖ ଆକର୍ଷଣ ସେହିଁ ଥାନ୍ତି । ଭାରତ-ବାଙ୍ଗଲାଦେଶ ମ୍ୟାଚରେ ବିରାଟଙ୍କ ଭିନ୍ନ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା ।Continue reading “ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ଭିଡିଓ ଭାଇରାଲ । ଏସିଆ କପ୍ ସୁପର ଫୋର ଶେଷ ମ୍ୟାଚରେ ଦେଖିବାକୁ ମିଳିଥିଲା ବିରାଟଙ୍କ ମଜାଳିଆ ଭିଡିଓ”

ବଢୁଛି କାନାଡ଼ା-ଭାରତ ସମ୍ପର୍କରେ ତିକ୍ତତା । ଶେଷ ମୁହୁର୍ତରେ କାରଣ ନ କହି ମୁକ୍ତ ବାଣିଜ୍ୟ ବୁଝାମଣା ବୈଠକ ବାତିଲା କଲା କାନାଡା

କନକ ବ୍ୟୁରୋ : ବାତିଲା ହେଲା ଭାରତ-କାନାଡ଼ା ମୁକ୍ତ ବାଣିଜ୍ୟ ବୁଝାମଣା ବା ଏଫଟିଏ ବୈଠକ । ଅକ୍ଟୋବର ମାସରେ ବୈଠକ ବସିବା ନେଇ ଉଭୟ ଦେଶ ମଧ୍ୟରେ ସ୍ଥିର ହୋଇଥିଲେ ମଧ୍ୟ ଶେଷ ମୁହୁର୍ତରେ କାନାଡ଼ା ପକ୍ଷରୁ ବାତିଲା କରାଯାଇଛି । କାନାଡାର ମନ୍ତ୍ରୀ ମ୍ୟାରି ଏନଜୀ ଭାରତ ଆସିବା କାର୍ଯ୍ୟକ୍ରମ ରହିଥିଲା । ତେବେ କ’ଣ ପାଇଁ ବୈଠକ ବାତିଲ ହେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ଆଶଙ୍କା କରାଯାଉଛିContinue reading “ବଢୁଛି କାନାଡ଼ା-ଭାରତ ସମ୍ପର୍କରେ ତିକ୍ତତା । ଶେଷ ମୁହୁର୍ତରେ କାରଣ ନ କହି ମୁକ୍ତ ବାଣିଜ୍ୟ ବୁଝାମଣା ବୈଠକ ବାତିଲା କଲା କାନାଡା”

ମହାଦେବ ଅନଲାଇନ ବେଟିଂ ଆପର ବଡ ଠକେଇ । ଖୋଳତାଡରେ ୪୧୭ କୋଟି ଟଙ୍କା ଓ ସମ୍ପତି ଜବତ, ୧୭ଜଣ ବଲିଉଡ କଳାକାରଙ୍କୁ ମିଳିପାରେ ଇଡିର ସମନ

କନକ ବ୍ୟୁରୋ : ଅନଲାଇନ ବେଟିଂ ଆପ ଠକେଇ ମାମଲାରେ ଫଶିପାରନ୍ତି ୧୪ରୁ ଅଧିକ ବଲିଉଡର ଜଣାଶୁଣା କଳକାର ଓ କଣ୍ଠଶିଳ୍ପୀ । ଟାଇଗର ସ୍ରଫ୍, ସନ୍ନି ଲିଓନି, ନେହା କକ୍କଡ, ବିଶାଳ ଦଦଲାୀନୀ, ଏଲି ଆବ୍ରାହମ, ଭାରତୀ ସିଂ, ଭାଗ୍ୟଶ୍ରୀ, କ୍ରିତି ଖରବନ୍ଦା, ନୁସରତ ଭରୁଚା, କ୍ରିଷ୍ଣା ଅଭିଷେକ, ସୁଖବିନ୍ଦର ସିଂଙ୍କ ସମେତ ପାକିସ୍ତାନର କଣ୍ଠଶିଳ୍ପୀ ଆତିଫ ଅସଲମ, ରାହତ ଫତେଅଲ୍ଲୀ ଖାନ, ଅଲ୍ଲୀ ସାଗରଙ୍କୁ ମଧ୍ୟ ମିଳିପାରେ ଇଡିର ସମନ । କାରଣ ମୋଟାଅଙ୍କରContinue reading “ମହାଦେବ ଅନଲାଇନ ବେଟିଂ ଆପର ବଡ ଠକେଇ । ଖୋଳତାଡରେ ୪୧୭ କୋଟି ଟଙ୍କା ଓ ସମ୍ପତି ଜବତ, ୧୭ଜଣ ବଲିଉଡ କଳାକାରଙ୍କୁ ମିଳିପାରେ ଇଡିର ସମନ”

ସନାତନ ଧର୍ମ ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ । କୋର୍ଟ କହିଲେ, ବାକ ସ୍ୱାଧୀନତା ଆଳରେ ଘୃଣା ଭାଷଣ ଦେବା ନୁହେଁ ଉଚିତ

କନକ ବ୍ୟୁରୋ : ଦେଶରେ ସନାତନ ଧର୍ମକୁ ନେଇ ଆପତିଜନକ ଟିପ୍ପଣୀ ଓ ଏହାକୁ ନେଇ ବିବାଦ ଚାଲିଥିବାବେଳେ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି ବାକ୍ ସ୍ୱାଧୀନତା ବାହାନାରେ ଘୃଣା ଭାଷଣ ନହେଉ । ତାମିଲନାଡୁର ଏକ କଲେଜରେ ସନାତନ ଧର୍ମ ବିରୋଧରେ ଛାତ୍ରଛାତ୍ରୀଙ୍କୁ ନିଜର ମତ ରଖିବାକୁ ଏକ ସରକୁଲାର ଜାରି କରାଯାଇଥିଲା । ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯିବା ସହ ଏହାକୁ ଚ୍ୟାଲେଂଜContinue reading “ସନାତନ ଧର୍ମ ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ । କୋର୍ଟ କହିଲେ, ବାକ ସ୍ୱାଧୀନତା ଆଳରେ ଘୃଣା ଭାଷଣ ଦେବା ନୁହେଁ ଉଚିତ”

କେରଳରେ ନିପା ଭାଇରସ ଭୟ । ସତର୍କ କରାଇଲା ଆଇସିଏମଆର, କରୋନାଠୁ ଅଧିକ ଘାତକ ନିପା

କନକ ବ୍ୟୁରୋ : ୪ବର୍ଷ ପରେ କେରଳକୁ ଫେରିଛି ଭୟର ଭାଇରସ ନିପା । ୩ଜଣଙ୍କ ମୃତ୍ୟୁ ଓ ୭ରୁ ଅଧିକ ସଂକ୍ରମିତ ଚିହ୍ନଟ ପରେ ଭୟ ବଢୁଛି ଓ ଭାଇରସକୁ ନେଇ ଆଶଙ୍କା ମଧ୍ୟ ଘନୀଭୂତ ହେଉଛି । ଏହା ଭିତରେ ସତର୍କ କରାଇଛି ଆଇସିଏମଆର । ଆଇସିଏମଆର ଡିଜି ରାଜୀବ ବହଲ କହିଛନ୍ତି କରୋନାଠୁ ନିପା ଭାଇରସରେ ମୃତ୍ୟୁ ହାର ଅଧିକ ରହିବା ଆଶଙ୍କା ରହିଛି । ଯେଉଁଠି କରୋନାର ମୃତ୍ୟୁହାର ୨ରୁ ୩%Continue reading “କେରଳରେ ନିପା ଭାଇରସ ଭୟ । ସତର୍କ କରାଇଲା ଆଇସିଏମଆର, କରୋନାଠୁ ଅଧିକ ଘାତକ ନିପା”

ପୁଣି ଅଶାନ୍ତ ଘାଟି । କାଶ୍ମୀର ଅନନ୍ତନାଗରେ ୫ ଦିନ ଧରି ଜାରି ରହିଛି ଆତକଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ, ବାରମୂଳା ଏନକାଉଂଟରରେ ୩ ଆତଙ୍କୀ ନିହତ

କନକ ବ୍ୟୁରୋ : ଅନନ୍ତନାଗରେ ଗତ ୫ ଦିନ ଧରି ଜାରି ରହିଛି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳିବିନିମୟ । ଉଚ୍ଚ ପାହାଡିଆ ଜଙ୍ଗଲ ଭିତରେ ଲୁଚି ରହିଥିବା ୩ରୁ ୪ ଜଣ ଟିଆରଏଫ ଆତଙ୍କବାଦୀ ଗତ ମଙ୍ଗଳବାର ଠାରୁ ଉତ୍ପାତ ଚଳାଇଛନ୍ତି । ଆଉ ସେମାନଙ୍କୁ ନିପାତ କରିବାକୁ ଯାଇ ୪ ଯବାନ ସହିଦ ବି ହେଲେଣି । ଏବେ ୨ ହଜାର ଯବାନ ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଛନ୍ତି । ସେପଟେ ଏଲଓସିContinue reading “ପୁଣି ଅଶାନ୍ତ ଘାଟି । କାଶ୍ମୀର ଅନନ୍ତନାଗରେ ୫ ଦିନ ଧରି ଜାରି ରହିଛି ଆତକଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ, ବାରମୂଳା ଏନକାଉଂଟରରେ ୩ ଆତଙ୍କୀ ନିହତ”

ସବୁ ଧାନ କିଣିବେ ସରକାର? ବିଜେପିର ପ୍ରଶ୍ନ, କେଉଁଠି ରଖିବ ଧାନ? 

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ଗତକାଲି ୧୯ଟି, ପ୍ରସ୍ତାବ ଉପରେ ମୋହର ବାଜିଥିଲା । ଆଉ ରାଜ୍ୟ ସରକାର ସୁନେଲୀ ସ୍ୱପ୍ନ ଦେଖାଇଥିଲେ । ଗାଁରୁ ସହରକୁ ବସ ଚଳାଚଳ ପାଇଁ ଲକ୍ଷ୍ମୀ ଯୋଜନା ଉପରେ ମୋହର ମାରିବା ସହ ଚଳିତ ବର୍ଷ ୭୯ଲକ୍ଷ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ରାଜ୍ୟ କ୍ୟାବିନେଟରେ ଯେଉଁ ସବୁ ପ୍ରସ୍ତାବ ଉପରେ ମୋହର ମାରିଛି, ତାକୁ ନେଇ ଆଜି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।Continue reading “ସବୁ ଧାନ କିଣିବେ ସରକାର? ବିଜେପିର ପ୍ରଶ୍ନ, କେଉଁଠି ରଖିବ ଧାନ? “

Design a site like this with WordPress.com
Get started