କନକ ବ୍ୟୁରୋ: ଗୋଟିଏ ପଟେ ସରକାର ରାଜ୍ୟକୁ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ ଆସୁଥିବା ଦାବି କରୁଛନ୍ତି । କିନ୍ତୁ ଅନ୍ୟପଟେ ରାଜ୍ୟରେ ଥିବା ଗୋଟିଏ ପରେ ଗୋଟିଏ କୃଷି ଭିତିକ ଶିଳ୍ପ ବନ୍ଦ ହେବାକୁ ଯାଉଛି । ଏହି କ୍ରମରେ ବନ୍ଦ ହେବାକୁ ଯାଉଛି ବଡମ୍ବା ଚୀନି କଳ । ଆସନ୍ତାମାସ ୧୩ତାରିଖରେ ନିଲାମ ହେବ । ଏଥିପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ହଜାର ହଜାର ଚାଷୀଙ୍କ ଆଶା ଭରଷାକୁ ନେଇContinue reading “ନିଲାମ ହେବ ବଡ଼ମ୍ବା ଚିନିକଳ: ସରକାରଙ୍କ ଆଭିମୁଖ୍ୟ ଉପରେ ଉଠିଲା ପ୍ରଶ୍ନ”
Tag Archives: News
ଚର୍ଚ୍ଚାରେ ଇରାନୀ-ରାଜନେତାଙ୍କ ଲିଙ୍କ! କିଏ ସେହି ନେତା, କିଏ ସେ ମନ୍ତ୍ରୀ?
କନକ ବ୍ୟୁରୋ: ମାୟାବିନୀ ଇରାନୀ ପାତ୍ରର ଖୋଲିବ ଗୁମର । ସ୍ୱାମୀ ନିଶିକାନ୍ତ ପାତ୍ରକୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ପୋଲିସ ଆବେଦନ କରିବା ପରେ ଏମିତି ଚର୍ଚ୍ଚା ଜୋର ହୋଇଛି । କୁହାଯାଉଛି,ସ୍ୱାମୀଙ୍କ ପରେ ଇରାନୀଙ୍କ ପାଳି ପଡିପାରେ । ହନିଟ୍ରାପରେ ଫସାଇ ସେ କେମିତି ବ୍ଲାକମେଲ କରୁଥିଲେ, ତାଙ୍କୁ କିଏ ସହାୟତା ଦେଉଥିଲେ, ସେସବୁ ପଦାକୁ ଆସିବ । ଛିଣ୍ଡିବ ମାୟାବିନୀର ମାୟାଜାଲ । ହନିଟ୍ରାପ ମାଷ୍ଟର ଇରାନୀର ଖୋଲିବ ଅପରାଧର ପେଡିContinue reading “ଚର୍ଚ୍ଚାରେ ଇରାନୀ-ରାଜନେତାଙ୍କ ଲିଙ୍କ! କିଏ ସେହି ନେତା, କିଏ ସେ ମନ୍ତ୍ରୀ? “
ବଲାଙ୍ଗୀରରେ ଉଦଘାଟନ-ଶିଳାନ୍ୟାସକୁ ନେଇ ରାଜନୀତି: ନରସିଂହ-କଳିକେଶ ମୁହାଁମୁହିଁ
କନକ ବ୍ୟୁରୋ: ନିର୍ବାଚନ ରୁତୁ ଆସିଲେ ବିଭିନ୍ନ ଯୋଜନାର ଶିଳାନ୍ୟାସ ହୋଇଥାଏ । ସରିଥିବା କାର୍ଯ୍ୟର ଉଦଘାଟନ ହୋଇଥାଏ । ସେମିତି ଏବେ ବଲାଙ୍ଗୀରରେ ଜୋରସୋରରେ ଚାଲିଛି ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ । କିନ୍ତୁ ଏହି କାର୍ଯ୍ୟକ୍ରମକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଧାୟକ ନରସିଂହ ମିଶ୍ର ଓ ବିଜେଡି ନେତା ତଥା ପୂର୍ବତନ ସାଂସଦ କଳିକେଶ ସିଂଦେଓ । ଯାହା ବଲାଙ୍ଗୀର ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ନିର୍ବାଚନ ଋତୁ ପାଖେଇ ଆସିନଲାଣି ।Continue reading “ବଲାଙ୍ଗୀରରେ ଉଦଘାଟନ-ଶିଳାନ୍ୟାସକୁ ନେଇ ରାଜନୀତି: ନରସିଂହ-କଳିକେଶ ମୁହାଁମୁହିଁ”
ହାଇଦ୍ରାବାଦରେ କଂଗ୍ରେସ ମେଳି । ଆଜିଠୁ ବସିଲା ଦୁଇ ଦିନିଆ ସିଡବ୍ଲୁସି ବୈଠକ, କଂଗ୍ରେସକୁ ବିଆରଏସର ବିରୋଧ
କନକ ବ୍ୟୁରୋ : ଦିଲ୍ଲୀରୁ ହାଇଦ୍ରାବାଦକୁ ଛୁଟିଛନ୍ତି କଂଗ୍ରେସର ହେଭିୱେଟ ନେତା । କାରଣ ଆଜିଠୁ ଏଠାରେ ଦୁଇ ଦିନିଆର ସିଡବ୍ଲୁସି ବୈଠକ ଆରମ୍ଭ ହୋଇଛି । କଂଗ୍ରେସର ଅଧ୍ୟକ୍ଷ ହେବା ପରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ବସିଛି ବୈଠକ । ତେଲେଙ୍ଗାନା ବିଧାନସଭା ନିର୍ବାଚନ ସମେତ ୪ରାଜ୍ୟକୁ ଫୋକସରେ ରଖିଛି ଦଳ । ମିଳିଥିବା ସୂଚନା ଅନୁସାରେ ରବିବାର କଂଗ୍ରେସ ଏଠାରେ ବିଜୟ ରାଲି ବାହାର କରିବା ସହ ତେଲେଙ୍ଗାନାବାସୀଙ୍କୁ ଦେବContinue reading “ହାଇଦ୍ରାବାଦରେ କଂଗ୍ରେସ ମେଳି । ଆଜିଠୁ ବସିଲା ଦୁଇ ଦିନିଆ ସିଡବ୍ଲୁସି ବୈଠକ, କଂଗ୍ରେସକୁ ବିଆରଏସର ବିରୋଧ”
ପଞ୍ଚାୟତ ସ୍ତରରେ ଚାଲିଛି ବାବୁରାଜ୍! ସଂକୁଚିତ ହେଉଛି ସରପଞ୍ଚଙ୍କ କ୍ଷମତା!
କନକ ବ୍ୟୁରୋ: ରାଜ୍ୟରେ ଚାଲିଥିବା ବାବୁରାଜ ବିରୋଧରେ ତୀବ୍ର ହେବାରେ ଲାଗିଛି ବିରୋଧ । ବାବୁ ରାଜ ହଟାଇବା ପାଇଁ ଗତକାଲି ଭୁବନେଶ୍ୱରରେ ଗର୍ଜନ କରିଥିଲେ ସରପଂଚ । ସେମାନଙ୍କ କ୍ଷମତା କେମିତି ସଂକୁଚିତ କରି ଦିଆଯାଇଛି, ଆଉ ବିଡିଓ ସେମାନଙ୍କ ଉପରେ ମାମଲତି କରୁଛନ୍ତି, ସେ ନେଇ ବର୍ଷିଥିଲେ । ତୁରନ୍ତ ଏହାର ସମାଧାନ ନକଲେ ସାମୁହିକ ଇସ୍ତଫା ଦେବାକୁ ଚେତାବନୀ ଦେଇଥିଲେ । ଏବେ ଆଉ ଗ୍ରାମସଭା କିମ୍ବା ପଲ୍ଲିସଭା ହେଉନାହିଁ । ପଂଚାୟତରେContinue reading “ପଞ୍ଚାୟତ ସ୍ତରରେ ଚାଲିଛି ବାବୁରାଜ୍! ସଂକୁଚିତ ହେଉଛି ସରପଞ୍ଚଙ୍କ କ୍ଷମତା!”
ରୁଚିକା ମା’ଙ୍କ ପ୍ରଶ୍ନରେ ଘାଇଲା ହେଲେ ମନ୍ତ୍ରୀ: କାର୍ଯ୍ୟକ୍ରମରୁ ଅଧାରୁ ଉଠି ପଳାଇଲେ ରାଜା ସ୍ୱାଇଁ
କନକ ବ୍ୟୁରୋ: ଦିନକୁ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି, ବିଜେଡି ନେତା ଓ ମନ୍ତ୍ରୀଙ୍କୁ ବିରୋଧର ଦୃଶ୍ୟ । ସେମିିତି ଶୁକ୍ରବାର ଦିନ ଏକ କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିବାବେଳେ ହଟହଟା ହୋଇଛନ୍ତି । ବିଜେପି କଲେଜ ମୃତ ଛାତ୍ରୀ ରୁଚିକାଙ୍କ ମା ମଂଚ ଉପରକୁ ଯାଇ ପ୍ରଶ୍ନ କରିବାରୁ କାର୍ଯ୍ୟକ୍ରମରୁ ଅଧାରୁ ଉଠି ପଳାଇଥିଲେ ମନ୍ତ୍ରୀ ରାଜା ସ୍ୱାଇଁ । ଆଠଗଡର ଏକ ରାସ୍ତା ସମ୍ପ୍ରସାରଣ ଶିଳାନ୍ୟାସContinue reading “ରୁଚିକା ମା’ଙ୍କ ପ୍ରଶ୍ନରେ ଘାଇଲା ହେଲେ ମନ୍ତ୍ରୀ: କାର୍ଯ୍ୟକ୍ରମରୁ ଅଧାରୁ ଉଠି ପଳାଇଲେ ରାଜା ସ୍ୱାଇଁ”
ବୁର୍ଲା ଅଞ୍ଚଳରେ ଚାନ୍ଦା ପାଇଁ ଗଣ୍ଡଗୋଳ, ଚାନ୍ଦା ପାଇଁ ଗଣ୍ଡଗୋଳ ବେଳେ ଜଣେ ମୃତ
କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ବୁର୍ଲା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏଠାରେ ଚାନ୍ଦା ପାଇଁ ଗଣ୍ଡଗୋଳ ଲାଗି ଜଣେ ଲୋକର ମୃତ୍ୟୁ ହୋଇଛି । ଏହାସହ ୩ଜଣ ଆହତ ହୋଇଥିବା ଜଣାପଡିଛି । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି । ସେପଟେ ଗଣ୍ଡଗୋଳରେ ସାମିଲ ଥିବା ଲୋକମାନେ ଦୁଇଟି ମୋଟରସାଇକେଲ ପୋଡି ଦେଇଛନ୍ତି ।Continue reading “ବୁର୍ଲା ଅଞ୍ଚଳରେ ଚାନ୍ଦା ପାଇଁ ଗଣ୍ଡଗୋଳ, ଚାନ୍ଦା ପାଇଁ ଗଣ୍ଡଗୋଳ ବେଳେ ଜଣେ ମୃତ”
ନୂଆଁଖାଇ ପାଇଁ ସଜେଇ ହେଉଛି ପଶ୍ଚିମ ଓଡିଶା: ଘରେ ଘରେ ଚାଲିଛି ଲିପାପୋଛା, କୁଚିଣ୍ଡାରେ ନୂଆଁଖାଇ ହାଟ
କନକ ବ୍ୟୁରୋ: ଆଉ ହାତ ଗଣତି ଦିନ କେଇଟା ପରେ ପଶ୍ଚିମ ଓଡିଶାର ମହାନ କୃଷିଭିତିକ ଗଣପର୍ବ ନୂଆଁଖାଇ । ସେଥିପାଇଁ ଚଳଚଂଚଳ ଗାଁଠୁ ସହର । ପୁରା ପ୍ରସ୍ତୁତିରେ ଲାଗି ଗଲେଣି ସମସ୍ତେ । ପରିବାରରେ ଏକାଠି ହୋଇ ନୁଆଁଖାଇବା ପରମ୍ପରା ନିଆରା । ସେଥିପାଇଁ ଘର ଠାରୁ ଦୂରରେ ଥିବା ଲୋକଙ୍କ ଘର ବାହୁଡା ହେଲାଣି । ନୁଆ ଲୁଗାପଟା କିଣା ବିକା ଠୁ ଆରମ୍ଭ କରି ଘର ସଫା ସୁତୁରା, ଲିପାପୋଛା ଆଦିContinue reading “ନୂଆଁଖାଇ ପାଇଁ ସଜେଇ ହେଉଛି ପଶ୍ଚିମ ଓଡିଶା: ଘରେ ଘରେ ଚାଲିଛି ଲିପାପୋଛା, କୁଚିଣ୍ଡାରେ ନୂଆଁଖାଇ ହାଟ”
ପର ମୁଣ୍ଡ ଉପରେ ଛାତ ତିଆରି କରୁଥିବା ରାଜମିସ୍ତ୍ରୀଙ୍କ ମୁଣ୍ଡ ଉପରେ ନାହିଁ ଛାତ: ପଲିଥିନ୍ ଟଣା କୁଡିଆ ଭିତରେ ରହୁଛନ୍ତି ୬ ପ୍ରାଣୀ କୁଟୁମ୍ବ
କନକ ବ୍ୟୁରୋ: କଥାରେ ଅଛି, ଦୁଃଖ ଯେତେବେଳେ ଆସେ ସାଙ୍ଗ ସାଥିକୁ ଧରି ଆସେ । ଏଇ ଯେମିତି ଭଙ୍ଗା ଘରେ ସମସ୍ୟା ସହ ଜୁଝି ହେଉଥିବା ପରିବାରରେ ବସା ବାନ୍ଧିଛି ଦୁଃଖ । ୬ ପ୍ରଣୀ କୁଟୁମ୍ବର ପେଟକୁ ଦାନ ଗଣ୍ଡାଏ ଯୋଗାଇବା ପାଇଁ ବାପା ସଂଘର୍ଷ କରୁଛନ୍ତି । ଏଭଳି ସ୍ଥିତିରେ କଅଁଳ ବୟସରେ କୁନି ପୁଅର ବ୍ରେନ ଟିବି ରୋଗ ରୋଗଯନ୍ତ୍ରଣାରେ ଛଟ ପଟ ହେଉଛି । ପୁଅର ଯନ୍ତ୍ରଣା ଦେଖି ବାପା-ମାContinue reading “ପର ମୁଣ୍ଡ ଉପରେ ଛାତ ତିଆରି କରୁଥିବା ରାଜମିସ୍ତ୍ରୀଙ୍କ ମୁଣ୍ଡ ଉପରେ ନାହିଁ ଛାତ: ପଲିଥିନ୍ ଟଣା କୁଡିଆ ଭିତରେ ରହୁଛନ୍ତି ୬ ପ୍ରାଣୀ କୁଟୁମ୍ବ”
କୋରାପୁଟ ଦଶମନ୍ତପୁର ବ୍ଲକକୁ ଫେରିଲା ଝାଡାବାନ୍ତି: ଦଶମନ୍ତପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହେଲେ ୨୩ ଆକ୍ରାନ୍ତ
କନକ ବ୍ୟୁରୋ: କୋରାପୁଟ ଦଶମନ୍ତପୁର ବ୍ଲକରେ ଝାଡାବାନ୍ତି ଆତଙ୍କ । ବ୍ଲକର ବିଭିନ୍ନ ପଂଚାୟତରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି । ଦଶମନ୍ତପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ୨୩ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହୋଇଥିବା କହିଛନ୍ତି ଡାକ୍ତର । ଏକ ଡାକ୍ତରୀ ଦଳ ଗାଁକୁ ଯାଇ ପାନୀୟ ଜଳ ନମୁନା ସଂଗ୍ରହ କରିଛନ୍ତି ।Continue reading “କୋରାପୁଟ ଦଶମନ୍ତପୁର ବ୍ଲକକୁ ଫେରିଲା ଝାଡାବାନ୍ତି: ଦଶମନ୍ତପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହେଲେ ୨୩ ଆକ୍ରାନ୍ତ”