ଚନ୍ଦକା ଜମି ଜବରଦଖଲ ମାମଲା : ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅପରାଜିତାଙ୍କ ଚିଠି; ୭ଦିନ ବିତିଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନଥିବା ଉଲ୍ଲେଖ

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚିଠି । ବିବାଦୀୟ ଜମିର ସୀମା ନିର୍ଦ୍ଧାରଣ କରିବା, ଜବରଦଖଲ ହଟାଇବା ଓ ଚାଷୀଙ୍କ ଜମିକୁ ପାଣି ଯିବା ପାଇଁ ଅବରୋଧକୁ ହଟାଇବା ପାଇଁ ଅପରାଜିତା ଚିଠି ଲେଖିଛନ୍ତି । ଘଟଣାସ୍ଥଳକୁ ଗସ୍ତ କରିବାର ୭ ଦିନ ପରେ ବି କୌଣସି ପଦକ୍ଷେପ ନିଆଯାଇନଥିବାରୁ ପ୍ରଥମ ରିମାଣ୍ଡର ଦର୍ଶାଇ ଚିଠି ପଠାଇଛନ୍ତି ସାଂସଦ । ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ବୋଲି ମଧ୍ୟContinue reading “ଚନ୍ଦକା ଜମି ଜବରଦଖଲ ମାମଲା : ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅପରାଜିତାଙ୍କ ଚିଠି; ୭ଦିନ ବିତିଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନଥିବା ଉଲ୍ଲେଖ”

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ : ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

କନକ ବ୍ୟୁରୋ : ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଲା । ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ଗେଟ୍ ଖୋଲିଛି । ଏପଟେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ପଶିଲା ମହାନଦୀ ପାଣି । ମହାନଦୀର ଉପରମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ଼୍ୟାମରୁ ନିଷ୍କାସିତ ହେଉଥିବା ଜଳ ମନ୍ଦିର ଭିତରେ ପ୍ରବେଶ କରିଛି । ତେଣୁ ମା’ଙ୍କ ଚଳନ୍ତି ପ୍ରତିମାକୁContinue reading “ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ : ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ”

ବାସ୍ ଆଉ କିଛି ସମୟର ଅପେକ୍ଷା । ବାରମୁଲାରେ ନିପାତ ହେଲେ ୨ ଆତଙ୍କବାଦୀ, ଏବେ କୋକରନାଗ ଜଙ୍ଗଲରେ ଲୁଚିଥିବା ଆତଙ୍କବାଦୀଙ୍କ ପାଳି ।

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ବାରମୁଲା ୨ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ଶନିବାର ସକାଳୁ ଏହି ୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ଭାରତୀୟ ସେନା ଓ ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଟିମ୍ । ଜମ୍ମୁ-କାଶ୍ମୀର ପୋଲିସର ସୂଚନା ମୁତାବକ, ଭାରତୀୟ ସେନା ଓ ବାରମୁଲା ପୋଲିସ ଉରି, ହଥଲଙ୍ଗା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିମାଡ ହୋଇଥିଲା । ପ୍ରତି ଜବାବରେ ଭାରତୀୟ ସେନାର ଗୁଳିମାଡରେContinue reading “ବାସ୍ ଆଉ କିଛି ସମୟର ଅପେକ୍ଷା । ବାରମୁଲାରେ ନିପାତ ହେଲେ ୨ ଆତଙ୍କବାଦୀ, ଏବେ କୋକରନାଗ ଜଙ୍ଗଲରେ ଲୁଚିଥିବା ଆତଙ୍କବାଦୀଙ୍କ ପାଳି ।”

ବାରାମୂଲାରେ ୨ ଆତଙ୍କବାଦୀ ନିପାତ । କୋକରନାଗରେ ଟାର୍ଗେଟ ପାଖାପାଖି ସେନା

କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାରେ ନିରାପତ୍ତା ବଳ ସହିତ ଗୁଳିବିନିମୟ କରି ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ବାରମୂଳା ଜିଲ୍ଲାର ହାଥ୍‌ଲାଙ୍ଗ୍‌ ଅନ୍ତର୍ଗତ ଉରିର ‘ଫର୍‌ୱାର୍ଡ’ ଅଞ୍ଚଳରେ ସେନା ଓ ବାରମୂଳା ପୁଲିସ ସହିତ ଆତଙ୍କବାଦୀମାନଙ୍କର ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରେ ତଲାସ ଅଭିଯାନ ଜାରି ରହିଛି। #WATCH | J&K: Encounter brokeContinue reading “ବାରାମୂଲାରେ ୨ ଆତଙ୍କବାଦୀ ନିପାତ । କୋକରନାଗରେ ଟାର୍ଗେଟ ପାଖାପାଖି ସେନା”

ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରଙ୍କ ମନ୍ଦିରରେ ପହଞ୍ଚିଲା ନୂଆଁଧାନ : ନୂଆଁଖାଇ ଦିନ ଚାଉଳକୁ ମା’ଙ୍କ ପାଖରେ ହେବ ନବାନ୍ନ ଲାଗି

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରଙ୍କ ମନ୍ଦିରରେ ଆଜି ପହଞ୍ଚିଛି ନୂଆଁଧାନ । ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାଏ ପରମ୍ପରା ଅନୁସାରେ ନୂଆଁଧାନ ଗ୍ରହଣ କରିଛନ୍ତି । ସେହି ନୂଆଁଧାନରୁ ପ୍ରସ୍ତୁତ ଚାଉଳକୁ ନୂଅଁଖାଇ ଦିନ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ଏହା ପରେ ପଶ୍ଚିମ ଓଡ଼ିଶାରେ ଘରେ ଘରେ ନୂଆଁଖାଇବାର ପରମ୍ପରା ରହିଛି । The postContinue reading “ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରଙ୍କ ମନ୍ଦିରରେ ପହଞ୍ଚିଲା ନୂଆଁଧାନ : ନୂଆଁଖାଇ ଦିନ ଚାଉଳକୁ ମା’ଙ୍କ ପାଖରେ ହେବ ନବାନ୍ନ ଲାଗି”

ବାଙ୍କୀରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ : କୂଳକୁ ଆସି ନପାରି ନଦୀରେ ଫସିଲେ ୧୨ ମଇଁଷି

କନକ ବ୍ୟୁରୋ : ହଠାତ୍ ବନ୍ୟାଜଳ ଆସିବାରୁ ନଦୀରେ ଫସିଗଲେ ମଇଁଷି ପଲ । ଗତକାଲି ଠାରୁ ଚରିବାକୁ ଯାଇଥିବା ୧୨ଟି ମଇଁଷି ପଲ ମହାନଦୀ ଭିତରେ ଫଶିରହିଛନ୍ତି । ମହାନଦୀର ଭଗିପୁର ଠାରେ ମଇଷି ଫଶିରହିଥିବା ବେଳେ କୂଳକୁ ଆସି ପାରିନାହାନ୍ତି । ସେପଟେ ବାଙ୍କୀରେ ମହାନଦୀର ବନ୍ୟାଜଳ ଆସିବା ଫଳରେ ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଆନନ୍ଦପୁରର ଅସ୍ଥାୟୀ ରାସ୍ତା ମଧ୍ୟ ଧୋଇଯାଇଛିContinue reading “ବାଙ୍କୀରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ : କୂଳକୁ ଆସି ନପାରି ନଦୀରେ ଫସିଲେ ୧୨ ମଇଁଷି”

ଭଟ୍ଟାରିକାଙ୍କ ଗର୍ଭଗୃହରେ ପାଣି : ମା’ଙ୍କ ଚଳନ୍ତି ପ୍ରତିମାକୁ ରତ୍ନଗିରି ପାହାଡ଼ରେ ଥିବା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କନକ ବ୍ୟୁରୋ : ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ମହାନଦୀର ବନ୍ୟାଜଳ । ମହାନଦୀର ଉପରମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ଼୍ୟାମରୁ ନିଷ୍କାସିତ ହେଉଥିବା ଜଳ ମନ୍ଦିର ଭିତରେ ପ୍ରବେଶ କରିଛି । ତେଣୁ ମା’ଙ୍କ ଚଳନ୍ତି ପ୍ରତିମାକୁ ସେବାକାରୀମାନେ ରତ୍ନଗିରି ପାହାଡ଼ରେ ଥିବା ମା’ଙ୍କ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି । ସେଠାରେ ମା’ ଭଟ୍ଟାରିକାଙ୍କର ପୂଜାର୍ଚ୍ଚନା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ମା’ଙ୍କ ମନ୍ଦିରର ଲାଗିଥିବା ସମସ୍ତ କବାଟ ଖୋଲି ଦିଆଯାଇଛିContinue reading “ଭଟ୍ଟାରିକାଙ୍କ ଗର୍ଭଗୃହରେ ପାଣି : ମା’ଙ୍କ ଚଳନ୍ତି ପ୍ରତିମାକୁ ରତ୍ନଗିରି ପାହାଡ଼ରେ ଥିବା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର”

ନାଟକୀୟ ଢ଼ଙ୍ଗରେ ଶିକ୍ଷକଙ୍କ ଆନ୍ଦୋଳନ : ରାଜକୀୟ ପୋଷାକ ପିନ୍ଧି ମହାରାଜ କରୁଛନ୍ତି ପ୍ରଶ୍ନ, ଉତ୍ତର ରଖୁଛନ୍ତି ମନ୍ତ୍ରୀ

କନକ ବ୍ୟୁରୋ : ଭିନ୍ନ ରୂପରେ ଶିକ୍ଷକଙ୍କ ପ୍ରତିବାଦ । ଦେହରେ ରାଜକୀୟ ପୋଷାକ, ହାତରେ ଗଦା ଧରି ମହାରାଜ ପ୍ରଶ୍ନ କରୁଥିବା ବେଳେ ଉତର ରଖୁଛନ୍ତି ମନ୍ତ୍ରୀ । ଏଭଳି ନାଟକୀୟ ଢ଼ଙ୍ଗରେ ଆନ୍ଦୋଳନରତ ଶିକ୍ଷକ ମାନେ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବିଇଓଙ୍କ କାର୍ଯ୍ୟାଳୟ ନିକଟରେ । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଗତContinue reading “ନାଟକୀୟ ଢ଼ଙ୍ଗରେ ଶିକ୍ଷକଙ୍କ ଆନ୍ଦୋଳନ : ରାଜକୀୟ ପୋଷାକ ପିନ୍ଧି ମହାରାଜ କରୁଛନ୍ତି ପ୍ରଶ୍ନ, ଉତ୍ତର ରଖୁଛନ୍ତି ମନ୍ତ୍ରୀ”

କରୋନାଠୁ ଅଧିକ ମାରାତ୍ମକ ନିପା ଭାଇରସ : ୪୦ରୁ ୭୦ % ମୃତ୍ୟୁ ହାର ଥିବା ଆଇସିଏମଆର ରିପୋର୍ଟରେ ପ୍ରକାଶ

କନକ ବ୍ୟୁରୋ : କରୋନାଠୁ ଅଧିକ ଘାତକ ନିପା ଭାଇରସ । ଆଇସିଏମଆର ଜାରି କରିଥିବା ରିପୋର୍ଟରୁ ଏହା ଜଣାପଡିଛି । କରୋନାର ମୃତ୍ୟୁ ହାର ୨ରୁ ୩ ପ୍ରତିଶତ ରହିଥିବା ବେଳେ ନିପାର ମୃତ୍ୟ ହାର ୪୦ରୁ ୭୦ ପ୍ରତିଶତ ରହିଛି । ଏବେ କେରଳରେ ଏହି ନିପା ଆତଙ୍କ ଦେଖାଦେଇଛି । ନିପା ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଛି । ୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଦୁଇଜଣ ରୋଗୀଙ୍କContinue reading “କରୋନାଠୁ ଅଧିକ ମାରାତ୍ମକ ନିପା ଭାଇରସ : ୪୦ରୁ ୭୦ % ମୃତ୍ୟୁ ହାର ଥିବା ଆଇସିଏମଆର ରିପୋର୍ଟରେ ପ୍ରକାଶ”

IAS ଟିନା ଡାବିଙ୍କ ଘରକୁ ଆସିଲା କୁନି ଅତିଥି । ପୁତ୍ର ସନ୍ତାନର ମା’ ହେଲେ ଆଇଏଏସ୍ ଦମ୍ପତ୍ତି

କନକ ବ୍ୟୁରୋ: ମା’ ହେଲେ ବହୁ ଚର୍ଚ୍ଚିତ ଆଇଏଏସ୍ ଟିନା ଡାବି । ଜୟପୁରର ଏକ ହସ୍ପିଟାଲରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଟିନା ଡାବି । ଘରକୁ କୁନି ଅତିଥି ଆସିବା ପରେ ଆଇଏଏସ୍ ଦମ୍ପତ୍ତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ୨୦୧୫ ବ୍ୟାଚର ଆଇଏଏସ୍ ଟପ୍ପର ଓ ରାଜସ୍ଥାନ କ୍ୟାଡରର ବହୁ ଚର୍ଚ୍ଚିତ ଆଇଏଏସ୍ ଟିନା ଡାବି ଓ ଆଇଏଏସ୍ ସ୍ୱାମୀ ପୁତ୍ର ସନ୍ତାନକୁ ପାଇ ବେଶ୍ ଖୁସି । ଜୁଲାଇ ୫ରୁ ଟିନାContinue reading “IAS ଟିନା ଡାବିଙ୍କ ଘରକୁ ଆସିଲା କୁନି ଅତିଥି । ପୁତ୍ର ସନ୍ତାନର ମା’ ହେଲେ ଆଇଏଏସ୍ ଦମ୍ପତ୍ତି”

Design a site like this with WordPress.com
Get started