ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ସୌରଭ ଗାଙ୍ଗୁଲି । ସିଧା ସଳଖ ଟାଟା ଓ ମିତଲ ସହିତ ହେବ ଲଢେଇ

କନକ ବ୍ୟୁରୋ : ସୌରଭ ଗାଙ୍ଗୁଲିଙ୍କୁ ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ ଅଧିନାୟକ ଭାବେ ଗଣନା କରାଯାଏ । ଏହାସହ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏବେ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ଏବେ ତାଙ୍କର ଏହି ଅଧ୍ୟାୟ କ୍ରିକେଟକୁ ନେଇ ନୁହେଁ ବରଂ ବ୍ୟବସାୟକୁ ନେଇ ଆରମ୍ଭ କରିବାକୁ ଯାଉଛନ୍ତି ।Continue reading “ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ସୌରଭ ଗାଙ୍ଗୁଲି । ସିଧା ସଳଖ ଟାଟା ଓ ମିତଲ ସହିତ ହେବ ଲଢେଇ”

ପାର୍ବଣ ପୂର୍ବରୁ ସତର୍କ କଲା କମିଶନରେଟ ପୋଲିସ : ଦାଦା ବଟି ଓ ପୂଜା ଚାନ୍ଦା ଆଦାୟ କରୁଥିଲେ ସାବଧାନ, ଟୋଲ ଫ୍ରି ନମ୍ବର ଜାରି

କନକ ବ୍ୟୁରୋ : ଭୁବନେଶ୍ୱରରେ ଦାଦାବଟିକୁ ନାଁ । ଦାଦାବଟି ଆଦାୟ କଲେ କଡା କାର୍ଯ୍ୟାନୁଷ୍ଠାନ ନେବ ଭୁବନେଶ୍ୱର ପୋଲିସ । ପୂଜା ଚାନ୍ଦା ମାଗିଲେ ତୁରନ୍ତ କମିଶନରେଟ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି । ଏଥିପାଇଁ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ । ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଗଣେଶ ପୂଜାContinue reading “ପାର୍ବଣ ପୂର୍ବରୁ ସତର୍କ କଲା କମିଶନରେଟ ପୋଲିସ : ଦାଦା ବଟି ଓ ପୂଜା ଚାନ୍ଦା ଆଦାୟ କରୁଥିଲେ ସାବଧାନ, ଟୋଲ ଫ୍ରି ନମ୍ବର ଜାରି”

ବସ୍ ଟର୍ମିନାଲ ଉଦଘାଟନ କାର୍ଯ୍ୟକ୍ରମକୁ ଯିବେନି ମହମ୍ମଦ ମୋକିମ : କହିଲେ କିଛି କାମ ସରିନି, କେମିତି ଉଦଘାଟନ ପାଇଁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ?

କନକ ବ୍ୟୁରୋ : ନେତାଜୀ ବସ ଟର୍ମିନାଲ ଉଦଘାଟନକୁ ବିରୋଧ । ଉଦଘାଟନ କାର୍ଯ୍ୟକ୍ରମକୁ ବିରୋଧ କରିବେ କଟକ ବାରବାଟୀ ବିଧାୟକ ମହମଦ ମୋକିମ୍ । କଟକ ସହରବାସୀଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯାଇଛି । ଓଡ଼ିଆ ଠିକାଦାରଙ୍କ ବଦଳରେ ଅଣଓଡ଼ିଆ ଠିକାଦାରଙ୍କୁ କାମ ଦିଆଯାଇଛି । କିଛି କାମ ଏବେ ଯାଏଁ ଶେଷ ହୋଇନାହିଁ କେମିତି ଉଦଘାଟନ କରିବାକୁ ମୁଖ୍ୟମନ୍ତ୍ରୀ ଆସୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି କର୍ଯ୍ୟକ୍ରମକୁ ସେ ବର୍ଜନ କରିବେ ବୋଲିContinue reading “ବସ୍ ଟର୍ମିନାଲ ଉଦଘାଟନ କାର୍ଯ୍ୟକ୍ରମକୁ ଯିବେନି ମହମ୍ମଦ ମୋକିମ : କହିଲେ କିଛି କାମ ସରିନି, କେମିତି ଉଦଘାଟନ ପାଇଁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ?”

ସିଏମଓ ଅଫିସ ତଥ୍ୟ ଲୁଚାଉଥିବା ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ : ଫାଇଭ-ଟି ସଚିବଙ୍କ ବାବଦରେ ମାଗିଥିଲେ ତଥ୍ୟ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ । ସିଏମଓ ଅଫିସ୍ ତଥ୍ୟ ଲୁଚାଉଥିବା ସେ ଅଭିଯୋଗ କରିଛନ୍ତି । ସୂଚନା ଅଧିକାର ଆଇନ ବଳରେ ସେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ବାବଦରେ ସିଏମଓକୁ ତଥ୍ୟ ମାଗିଥିଲେ । ଭି.କେ ପାଣ୍ଡିଆନଙ୍କ ଗସ୍ତ ନେଇ କେଉଁ ଅଧିକାରୀ ପ୍ରେସ୍ ରିଲିଜ ପ୍ରସ୍ତୁତ କରନ୍ତି ବୋଲି ଜାଣିବାକୁ ଚାହିଁଥିଲେ । ଯେଉଁ ପ୍ରେସ ରିଲିଜରେContinue reading “ସିଏମଓ ଅଫିସ ତଥ୍ୟ ଲୁଚାଉଥିବା ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ : ଫାଇଭ-ଟି ସଚିବଙ୍କ ବାବଦରେ ମାଗିଥିଲେ ତଥ୍ୟ”

 ପାକିସ୍ତାନର  ଆଣବିକ ଅସ୍ତ୍ରଶସ୍ତ୍ରରେ ବୃଦ୍ଧି

ଏପଟେ ବାକିଆ ତେଲ ପଇସା ଦେଇନଥିବାରୁ ବିଦେଶରେ ପାକିସ୍ତାନୀର ଯାତ୍ରୀବାହୀ ବିମାନ ଗୁଡିକୁ ଅଟକ ରଖାଯାଇଛି ସେପଟେ କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାକିସ୍ତାନ ତାର ଆଣବିକ ଅସ୍ତ୍ରଶସ୍ତ୍ରରେ ବୃଦ୍ଧି କରିଚାଲିଛି । ପାକିସ୍ତାନରେ ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦରଦାମ ଆଉ ନିୟନ୍ତ୍ରଣରେ ନାହିଁ । ଲୋକମାନେ କ୍ରମାଗତ ଭାବେ ମହଙ୍ଗା ମାଡ଼ର ଶିକାର ହେଉଛନ୍ତି। ଶନିବାର ସକାଳେ ଶୋଇକି ଉଠିଲା ବେଳକୁ ସେମାନେ ଆଉ ଏକ ଦରବୃଦ୍ଧିରContinue reading ” ପାକିସ୍ତାନର  ଆଣବିକ ଅସ୍ତ୍ରଶସ୍ତ୍ରରେ ବୃଦ୍ଧି”

ଦିନେ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ, ୨୧ ପରିବର୍ତ୍ତେ ୨୨ରେ ହେବ ନିର୍ବାଚନ? କିଏ ହେବ ବାଚସ୍ପତି, ଏଯାଏଁ ହୋଇନି ସ୍ପଷ୍ଟ ।

କନକ ବ୍ୟୁରୋ : ଗୋଟିଏ ଦିନ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ । ୨୨ ତାରିଖ ଦିନ ୯.୩୦ ମିନିଟ୍ ସମୟରେ ହେବ ବାଚସ୍ପତି ନିର୍ବାଚନ । ପୂର୍ବରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ନେଇ ତାରିଖ ସ୍ଥିର କରାଯାଇଥିଲା । କିନ୍ତୁ ଏହି ତାରିଖ ଘୋଷଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ । ନୂଆଁଖାଇ ବାସୀ ଥିବାରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନରେ ସାମିଲ ହେବେନିContinue reading “ଦିନେ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ, ୨୧ ପରିବର୍ତ୍ତେ ୨୨ରେ ହେବ ନିର୍ବାଚନ? କିଏ ହେବ ବାଚସ୍ପତି, ଏଯାଏଁ ହୋଇନି ସ୍ପଷ୍ଟ ।”

ସ୍କୁଲ ଜଗିବେ ଅଙ୍ଗନୱାଡି ଦିଦି : ଠିକ୍ ସମୟରେ ବିଦ୍ୟାଳୟ ଖୋଲିବା ଓ ମଧାହ୍ନ ଭୋଜନ ବଣ୍ଟନ ଚାଲୁ ରଖିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ସ୍କୁଲ ଜଗିବେ ଅଙ୍ଗନୱାଡି ଦିଦି । ବାଲେଶ୍ୱର ଜିଲ୍ଲାରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡିକ ଯେମିତି ଠିକ୍ ସମୟରେ ଖୋଲିବ ଓ ମଧ୍ୟାହ୍ନ ଭୋଜନ ଚାଲୁ ରହିବ, ତାହା ଦେଖିବାକୁ ଅଙ୍ଗନୱାଡି କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ସମାଜକଲ୍ୟାଣ ଅଧକାରୀ । ଏନେଇ ନିର୍ଦ୍ଦେଶନାମା ଜାରି କରି କୁହାଯାଇଛି, ଜିଲ୍ଲାର ଅନେକ ଅଙ୍ଗନୱାଡି କେନ୍ଦ୍ର ସ୍କୁଲ ପରିସରରେ ରହିଛି । ତେଣୁ ଯେଉଁ ସବୁ ଅଙ୍ଗନୱାଡି କେନ୍ଦ୍ର ସ୍କୁଲ ପରିସରରେ ରହିଛି, ସେହି ସ୍କୁଲContinue reading “ସ୍କୁଲ ଜଗିବେ ଅଙ୍ଗନୱାଡି ଦିଦି : ଠିକ୍ ସମୟରେ ବିଦ୍ୟାଳୟ ଖୋଲିବା ଓ ମଧାହ୍ନ ଭୋଜନ ବଣ୍ଟନ ଚାଲୁ ରଖିବାକୁ ନିର୍ଦ୍ଦେଶ”

ଶିକ୍ଷକଙ୍କ ଆନ୍ଦୋଳନ ଭିତରେ ବାଲିଗୁଡ଼ାରୁ ଆସିଲା ନିଆରା ଦୃଶ୍ୟ : ଆନ୍ଦୋଳନରେ ସାମିଲ ନହେବାରୁ ଶିକ୍ଷୟିତ୍ରୀଙ୍କୁ ଫୁଲମାଳ ପିନ୍ଧାଇଲେ

କନକ ବ୍ୟୁରୋ : ଶିକ୍ଷକଙ୍କ ଆନ୍ଦୋଳନ ଭିତରେ ବାଲିଗୁଡ଼ାରୁ ଆସିଲା ନିଆରା ଦୃଶ୍ୟ । କ.ନୂଆଗାଁ ବ୍ଲକ ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ନହେବାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ଫୁଲମାଳ ପିନ୍ଧାଇଲେ ଧାରଣାରତ ଶିକ୍ଷୟିତ୍ରୀ । ସଂଘ ବିରୋଧରେ କାମ କରିଥିବାରୁ ଫୁଲମାଳ ପିନ୍ଧାଇଥିଲେ । ଶିକ୍ଷୟିତ୍ରୀ ଜଣକ ଫୁଲମାଳ ପିନ୍ଧିବା ପାଇଁ ମନା କରିଥିଲେ ମଧ୍ୟ ଧାରଣାରତ ଶିକ୍ଷୟିତ୍ରୀ ତାଙ୍କୁ ଜୋର ଜବରଦସ୍ତ ଫୁଲମାଳ ପିନ୍ଧାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।   The post ଶିକ୍ଷକଙ୍କ ଆନ୍ଦୋଳନContinue reading “ଶିକ୍ଷକଙ୍କ ଆନ୍ଦୋଳନ ଭିତରେ ବାଲିଗୁଡ଼ାରୁ ଆସିଲା ନିଆରା ଦୃଶ୍ୟ : ଆନ୍ଦୋଳନରେ ସାମିଲ ନହେବାରୁ ଶିକ୍ଷୟିତ୍ରୀଙ୍କୁ ଫୁଲମାଳ ପିନ୍ଧାଇଲେ”

୩ ଦଫା ଦାବି ନେଇ ୭ ଦିନ ହେବ ଧାରଣାରେ ଶିକ୍ଷକ : ସରକାରଙ୍କ ନାଲି ଆଖି ସତ୍ତ୍ୱେ ଆନ୍ଦୋଳନ ଜାରି

କନକ ବ୍ୟୁରୋ : ୭ ଦିନ ହେବ ଧାରଣାରେ ଶିକ୍ଷକ । ୩ ଦଫା ଦାବି ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଇଓ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ । ସରକାରଙ୍କ ନାଲି ଆଖି ସତ୍ୱେ ଜାରି ରହିଛି ଧାରଣା । ଏପଟେ ପ୍ରାଥମିକ ସ୍କୁଲରେ ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ବିଦ୍ୟାଳୟରେ ତାଲା ଝୁୁଲୁଛି । ଭିନ୍ନ ରୂପରେ ଶିକ୍ଷକଙ୍କ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ଦେହରେ ରାଜକୀୟ ପୋଷାକ, ହାତରେ ଗଦାContinue reading “୩ ଦଫା ଦାବି ନେଇ ୭ ଦିନ ହେବ ଧାରଣାରେ ଶିକ୍ଷକ : ସରକାରଙ୍କ ନାଲି ଆଖି ସତ୍ତ୍ୱେ ଆନ୍ଦୋଳନ ଜାରି”

ସୁପର-୪ର ଶେଷ ମ୍ୟାଚରେ ହାରିଲା ଭାରତ । ବାଂଲାଦେଶ ବୋଲର କହିଲେ, ରୋହିତଙ୍କ ୱିକେଟ ନେବା ମୋ ପାଇଁ ସ୍ୱପ୍ନ ଥିଲା ।

କନକ ବ୍ୟୁରୋ : ଏସିଆ କପର ସୁପର-୪ର ଶେଷ ମୁକାବିଲାରେ ଭାରତକୁ ୬ ରନରେ ମାତ୍ ଦେଇଛି ବାଂଲାଦେଶ । ଭାରତ ବିପକ୍ଷରେ ଗତ ୪ଟି ଦିନିକିଆ ମ୍ୟାଚରୁ ଏହା ବାଂଲାଦେଶର ୩ୟ ବିଜୟ । ମ୍ୟାଚ୍ ଭାରତ ନିୟନ୍ତ୍ରଣରେ ଥିଲେ ମଧ୍ୟ ଶେଷରେ ପରାଜୟକୁ ସହଜରେ ହଜମ କରି ପାରୁନାହାନ୍ତି କ୍ରିକେଟପ୍ରେମୀ । ଏହି ମ୍ୟାଚରେ ତିଲକ ବର୍ମା ଦିନିକିଆ ପଦାର୍ପଣ କରିଥିବା ବେଳେ ବାଂଲାଦେଶ ପକ୍ଷରୁ ତଞ୍ଜିମ ହସନ ସକିବ ପ୍ରଥମ ମ୍ୟାଚ୍ ଖେଳୁଥିଲେContinue reading “ସୁପର-୪ର ଶେଷ ମ୍ୟାଚରେ ହାରିଲା ଭାରତ । ବାଂଲାଦେଶ ବୋଲର କହିଲେ, ରୋହିତଙ୍କ ୱିକେଟ ନେବା ମୋ ପାଇଁ ସ୍ୱପ୍ନ ଥିଲା ।”

Design a site like this with WordPress.com
Get started