କନକ ବ୍ୟୁରୋ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଅନେକ ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡେ । ଫଳରେ ସେଠିକାର ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଏପରିକି ଅନେକ ସମୟରେ ରୋଗୀ ଠିକ ସମୟରେ ହସ୍ପିଟାଲ ନଯାଇପାରି ଗୁରୁତର ହୋଇଯିବାର ଅନେକ ନଜିର ମଧ୍ୟ ରହିଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ରାୟଗଡ ବ୍ଳକ ଆବରସିଂହ ଗାଁରେ । ଏହି ଗାଁକୁ ଭଲ ରାସ୍ତାନଥିବାରୁ ଆମ୍ବୁଲାନ୍ସ ପଶିପାରିନଥିଲା । ଫଳରେ ମହିଳାଙ୍କୁContinue reading “ରାସ୍ତା ପାଇଁ ରୋଗୀଙ୍କ ପାଖରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଗୁରୁତର ଅବସ୍ଥାରେ ରୋଗୀକୁ ଷ୍ଟ୍ରେଚରରେ ବୋହିନେଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ ।”
Tag Archives: News
ସଫ୍ଟୱେର କମ୍ପାନୀଙ୍କୁ ଘାରିଛି ବାଘ ଡର । ଇନଫୋସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ, ବଦଳିଲା ଟିସିଏସ୍ କର୍ମଚାରୀଙ୍କ ଡ୍ୟୁଟି ସମୟ ।
କନକ ବ୍ୟୁରୋ: ବାଘ ଡରରେ ଆତଙ୍କିତ ସଫ୍ଟୱେର କମ୍ପାନୀ କର୍ମଚାରୀ । ମିନି ମୁମ୍ବାଇ କୁହାଯାଉଥିବା ଇନ୍ଦୋର ସ୍ଥିତ ଇଣ୍ଟରନ୍ୟାସନାଲ ସଫ୍ଟୱେର କମ୍ପାନୀ ଇନଫୋସିସ୍ ଓ ଟିସିଏସ୍ ତରଫରୁ ଜାରି କରାଯାଇଛି ନୂଆ ଆଡଭାଇଜରୀ । ଯେଉଁଥିରେ ଇନଫୋସସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଟିସିଏସ୍ କର୍ମଚାରୀଙ୍କୁ ମଙ୍ଗଳବାର ନିର୍ଦ୍ଧାରିତ ସମୟ ଠାରୁ ଭିନ୍ନ ସମୟରେ ଆସିବାକୁ କୁହାଯାଇଥିଲା । ଯେଉଁମାନେ ସକାଳ ସିଫ୍ଟରେ ଆସିବା କଥା ସେମାନଙ୍କୁ ଦିନ ଥାଇ ଅଫିସ ଛାଡିବାକୁContinue reading “ସଫ୍ଟୱେର କମ୍ପାନୀଙ୍କୁ ଘାରିଛି ବାଘ ଡର । ଇନଫୋସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ, ବଦଳିଲା ଟିସିଏସ୍ କର୍ମଚାରୀଙ୍କ ଡ୍ୟୁଟି ସମୟ ।”
ମୋହୁଆ ମୋଇତ୍ରଙ୍କର ବଢୁଛି ଅଡୁଆ । ସରକାରୀ ଆବାସ ଖାଲି କରିବାକୁ ନୋଟିସ୍ ପରେ ନୋଟିସ୍ ।
କନକ ବ୍ୟୁରୋ: ବଢିଲା ଟିଏମସି ନେତା ମହୁଆ ମୋଇତ୍ରୋଙ୍କ ଅଡୁଆ । ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ମିଳିଲା ନୋଟିସ୍ । ଡିସେମ୍ବର ମାସରେ ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ, ଏବେ ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଛି । ଏନେଇ ସମ୍ପଦା ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ନୋଟିସ୍ ମଧ୍ୟ ଜାରି କରାଯାଇଛି । ପ୍ରଥମେ ତାଙ୍କୁ ଘର ଖାଲି କରିବାକୁ ଗୋଟିଏ ମାସର ସମୟ ଦିଆଯାଇଥିଲା । ଏନେଇContinue reading “ମୋହୁଆ ମୋଇତ୍ରଙ୍କର ବଢୁଛି ଅଡୁଆ । ସରକାରୀ ଆବାସ ଖାଲି କରିବାକୁ ନୋଟିସ୍ ପରେ ନୋଟିସ୍ ।”
ଡାକ୍ତରଙ୍କ ଅବହେଳା ଯୋଗୁଁ ଯନ୍ତ୍ରଣାରେ କଲବଲ କୁନି ପୁଅ । ଚିକିତ୍ସା ବେଳେ ଗୋଡରେ ଛାଡିଦେଲେ ଛୁଞ୍ଚି, ଧୀରେ ଧୀରେ ପଚିବାକୁ ଲାଗିଲା ଗୋଡ ।
କନକ ବ୍ୟୁରୋ: ବିହାରର ମୁଜାଫରପୁର ଜିଲ୍ଲାରୁ ସ୍ୱାସ୍ଥ୍ୟ ବିଭାଗର ବଡ ଅବହେଳା ସାମ୍ନାକୁ ଆସିଛି । ବାସ୍ତବରେ ମୁଜାଫରପୁରର ଏକ ସ୍କୁଲରେ ଗଛ ପଡ଼ି ଆହତ ହୋଇଥିବା ଶିଶୁର ଚିକିତ୍ସା ଚାଲିଥିବା ବେଳେ ଡାକ୍ତର ପୋଷାକ ପିନ୍ଧିବା ସମୟରେ ଶିଶୁର ଗୋଡ଼ରେ ଛୁଞ୍ଚି ରଖିଥିଲେ। ଏହି ସମୟରେ ଶିଶୁଟିର ଗୋଡ଼ରେ ଯନ୍ତ୍ରଣା ବଢିବାରେ ଲାଗିଥିଲା ଏବଂ ଧୀରେ ଧୀରେ ତା’ର ଗୋଡ଼ ପଚିବା ଅବସ୍ଥାରେ ପହଞ୍ଚିଯାଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ଶିଶୁଟିକୁ ଚିକିତ୍ସାContinue reading “ଡାକ୍ତରଙ୍କ ଅବହେଳା ଯୋଗୁଁ ଯନ୍ତ୍ରଣାରେ କଲବଲ କୁନି ପୁଅ । ଚିକିତ୍ସା ବେଳେ ଗୋଡରେ ଛାଡିଦେଲେ ଛୁଞ୍ଚି, ଧୀରେ ଧୀରେ ପଚିବାକୁ ଲାଗିଲା ଗୋଡ ।”
ନ୍ୟାୟ ପାଇଁ ପ୍ରେମିକ ଦୁଆରେ ପ୍ରେମିକା । ବିବାହର ପ୍ରତିଶୃତି ଦେଇ ଠକିଦେଲା ପ୍ରେମିକ ।
କନକ ବ୍ୟୁରୋ: ବିବାହର ପ୍ରତିଶୃତି ଦେଇ ଠକିଦେଲା ପ୍ରେମିକ । ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ଘର ଆଗରେ ପ୍ରେମିକା ଧାରଣା ଦେଇଥିବାବେଳେ ପ୍ରେମିକ ଘର ଛାଡି ଫେରାର ହୋଇଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ଯାଞ୍ଚ କରୁଥିବା ଜଣାପଡିଛି । ନବରଙ୍ଗପୁର ପାପଡାହାଣ୍ଡି ଚାନ୍ଦିଲି ଗାଁରେ ଘଟିଛି ଏଭଳି ଘଟଣା । ଯୁବତୀଙ୍କ କହିବା ଅନୁସାରେ ଗତ ୯ ମାସ ହେବ ଦୁହିଁଙ୍କ ମଧ୍ୟରେ ପ୍ରେମContinue reading “ନ୍ୟାୟ ପାଇଁ ପ୍ରେମିକ ଦୁଆରେ ପ୍ରେମିକା । ବିବାହର ପ୍ରତିଶୃତି ଦେଇ ଠକିଦେଲା ପ୍ରେମିକ ।”
ଅଯୋଧ୍ୟାରେ ପହଞ୍ଚିଲେ ରାମାୟଣ ସିରିଏଲରେ ଅଭିନୟ କରିଥିବା ରାମ ଓ ସୀତା । କହିଲେ, ରାମ ମନ୍ଦିର କୋଟି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ଓ ପରିଚୟ ପାଲଟିବ ।
କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲଲାଙ୍କ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଖେଳିଯାଇଛି । ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ଅଯୋଧ୍ୟା ମୁହାଁ ହେଉଛନ୍ତି । ନିମନ୍ତ୍ରଣ ପାଇବା ପରେ ରାମାୟଣ ସିରିଏଲରେ ରାମ, ଲକ୍ଷ୍ମଣ ଓ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ଅଯୋଧ୍ୟା ପହଂଚିଛନ୍ତି । ଅଭିନେତା ଅରୁଣ ଗୋଭିଲ, ଦୀପିକା ଚିଖଲିୟା ଓ ଅଭିନେତା ସୁନୀଲ ଲହରିଙ୍କୁ ଲୋକେ ପାଦ ଛୁଇଁ ପ୍ରଣାମ କରୁଥିବା ଦେଖିବାକୁContinue reading “ଅଯୋଧ୍ୟାରେ ପହଞ୍ଚିଲେ ରାମାୟଣ ସିରିଏଲରେ ଅଭିନୟ କରିଥିବା ରାମ ଓ ସୀତା । କହିଲେ, ରାମ ମନ୍ଦିର କୋଟି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ଓ ପରିଚୟ ପାଲଟିବ ।”
ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି-୨୦ । ସିରିଜ୍ ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ୍ ପୂର୍ବରୁ ଶେଷ ଟି-୨୦ ଖେଳିବ ରୋହିତ ବାହିନୀ ।
କନକ ବ୍ୟୁରୋ : ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି-୨୦, ସିରିଜ୍ ମୂଳପୋଛ ଲକ୍ଷ୍ୟରେ ରୋହିତ ବାହିନୀ । ପୂର୍ବ ଦୁଇଟି ମ୍ୟାଚରେ ସହଜ ବିଜୟ ସହ ଟିମ୍ ଇଣ୍ଡିଆ ସିରିଜ କବଜା କରି ସାରିଥିବା ବେଳେ ବାଙ୍ଗାଲୋରରେ ଖେଳାଯିବାକୁ ଥିବା ଶେଷ ମ୍ୟାଚ ଜିତି ଭାରତ ସିରିଜ ମୂଳପୋଛ ଲକ୍ଷ୍ୟରେ ରହିଛି । ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ଏହା ଶେଷ ଟି-୨୦ ମ୍ୟାଚ, ତେଣୁ ଏହି ଶେଷ ମ୍ୟାଚରେ ଦଳ ପକ୍ଷରୁ ପରୀକ୍ଷାମୂଳକ ନିଷ୍ପତିContinue reading “ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି-୨୦ । ସିରିଜ୍ ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ୍ ପୂର୍ବରୁ ଶେଷ ଟି-୨୦ ଖେଳିବ ରୋହିତ ବାହିନୀ ।”
ଜମୁଛି ବରଗଡ଼ ଧନୁଯାତ୍ରା । କାରାଗାରରେ ଜନ୍ମହେଲେ ଶ୍ରୀକୃଷ୍ଣ, କଂସଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଞ୍ଚାଇବା ପାଇଁ ଗୋପପୁର ନେଲେ ବାସୁଦେବ ।
କନକ ବ୍ୟୁରୋ : ଜମୁଛି ବରଗଡ ଧନୁଯାତ୍ରା, କାରାଗାରରେ ଜନ୍ମହେଲେ ଶ୍ରୀକୃଷ୍ଣ । କଂସଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଂଚାଇବା ପାଇଁ ଗୋପପୁର ନେଲେ ବାସୁଦେବ । ଏପଟେ କଂସ ଦରବାରରେ ନାଚଗୀତର ଆସର ଜମିଛି । ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାରାଜ କଂସ ନଗର ଭ୍ରମଣରେ ବାହାରିଥିବା ବେଳେ ପ୍ରଜାଙ୍କ ମନୋରଂଜନ ପାଇଁ ରଙ୍ଗମହଲର ଉଦଘାଟନ କରିଛନ୍ତି । ଅନ୍ୟପଟେ କାରାଗାରରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହୋଇଛନ୍ତି । ଦୈବୀବାଣୀ ପରେ ଦେବକୀଙ୍କContinue reading “ଜମୁଛି ବରଗଡ଼ ଧନୁଯାତ୍ରା । କାରାଗାରରେ ଜନ୍ମହେଲେ ଶ୍ରୀକୃଷ୍ଣ, କଂସଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଞ୍ଚାଇବା ପାଇଁ ଗୋପପୁର ନେଲେ ବାସୁଦେବ ।”
ମିଳିଲାନି ମହାପ୍ରୟାଣ ଗାଡି, ଗୋଟିଏ କିଲୋମିଟର ଯାଏଁ ମୃତଦେହକୁ ଟେକି ଟେକି ନେଲେ ସମ୍ପର୍କୀୟ । ସୁନ୍ଦରଗଡରୁ ଆସିଲା ଅଭାବନୀୟ ଖବର ।
କନକ ବ୍ୟୁରୋ : ମୃତଦେହକୁ ମିଳିଲାନି ମାନବୀୟ ସମ୍ମାନ । ମେଡିକାଲରୁ ଘରକୁ ମୃତଦେହ ନେବା ପାଇଁ ଅସହାୟ ପରିବାରକୁ ମିଳିଲାନି ମହାପ୍ରୟାଣ ଗାଡି । ଶେଷରେ ବାଧ୍ୟ ହୋଇ ମୃତଦେହକୁ ହାତରେ ଟେକି ଟେକି ନେଲେ ସଂପର୍କୀୟ । ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ହସ୍ପିଟାଲ ପରିସରରୁ ପ୍ରାୟ ଗୋଟିଏ କିଲୋମିଟର ଚାଲି ଚାଲି ଶବକୁ ନେବା ପରେ ଏକ ଘରୋଇ ଗାଡି କରି ଘରକୁContinue reading “ମିଳିଲାନି ମହାପ୍ରୟାଣ ଗାଡି, ଗୋଟିଏ କିଲୋମିଟର ଯାଏଁ ମୃତଦେହକୁ ଟେକି ଟେକି ନେଲେ ସମ୍ପର୍କୀୟ । ସୁନ୍ଦରଗଡରୁ ଆସିଲା ଅଭାବନୀୟ ଖବର ।”
ପାକିସ୍ତାନ ସୀମାରେ ପଶି ଏୟାର ଷ୍ଟ୍ରାଇକ କଲା ଇରାନ । ପରିଣାମ ଭୋଗିବାକୁ ଚେତାବନୀ ଦେଲା ପାକିସ୍ତାନ ।
କନକ ବ୍ୟୁରୋ : ପାକିସ୍ତାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ୍ । କ୍ଷେପଣାସ୍ତ୍ର ମାଡ଼ରେ ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲର ତିନି ଠିକଣା ଧ୍ୱସ୍ତ । ମଙ୍ଗଳବାର ବେଲୁଚିସ୍ତାନ ପଜଂଗୁର ଇଲାକାରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ ପକ୍ଷରୁ ଏହି ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି । ଜୈଶ ଅଲ ଅଦଲ ପକ୍ଷରୁ ଇରାକ ଓ ସିରିଆ ଉପରେ ମିଶାଇଲ ଆକ୍ରମଣର ଗୋଟିଏ ଦିନ ପରେ ପ୍ରତିଆକ୍ରମଣ କରାଯାଇଛି । ଏହି ସର୍ଜିକାଲ ଷ୍ଟ୍ରାଇକରେ ଘନContinue reading “ପାକିସ୍ତାନ ସୀମାରେ ପଶି ଏୟାର ଷ୍ଟ୍ରାଇକ କଲା ଇରାନ । ପରିଣାମ ଭୋଗିବାକୁ ଚେତାବନୀ ଦେଲା ପାକିସ୍ତାନ ।”