କନକ ବ୍ୟୁରୋ: ରାଜନୀତିରେ ଦୀପ ଉତ୍ସବ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଲୋକଙ୍କ ଧାର୍ମିକ ଭାବନାକୁ ନେଇ ଧ୍ରୁବୀକରଣ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲଲା ମନ୍ଦିର ପ୍ରତିଷ୍ଠାରେ ସାରା ଦେଶରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ କରିଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣର ଦୀପ ଜାଳିବାକୁ ଓଡିଶାବାସୀଙ୍କୁ କହିଛନ୍ତି । ବୁଧବାର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନ ଦୀପ ଜାଳିବାକୁ ଇଏ ହେଉଛିContinue reading “୧୭ ଓ ୨୨ରେ ଜଳିବ ଦୀପ: ମୋଦି, ନବୀନଙ୍କ ଆହ୍ୱାନରେ ଲାଗିଲା ରାଜନୀତିର ରଙ୍ଗ”
Tag Archives: News
ରକ୍ତରେ ଭିଜିଲା ଶୁଲିଆ ପୀଠ: ବଳି ପଡିଲେ ଶହ ଶହ ପଶୁ, ପକ୍ଷୀ
କନକ ବ୍ୟୁରୋ: ପ୍ରଶାସନର ବାରଣ ସତ୍ୱେ ଶୁଲିଆ ପୀଠରେ ବଳି ପଡିଛି । ମଣିଷର ମନୋକାମନା ପୂରଣ ପାଇଁ ନୀରିହ ପଶୁ ପକ୍ଷୀଙ୍କ ରକ୍ତରେ ଲାଲ ହୋଇଛି ଶୁଲିଆ ପୀଠ । ସବୁଥର ଭଳି ଏଥର ମଧ୍ୟ ଯାତ୍ରା ପୂର୍ବରୁ ଲୋକଙ୍କୁ ବଳି ନଦେବାକୁ ବୁଝାସୁଝା କରିଥିଲେ ପ୍ରଶାସନିକ ଅଧିକାରୀ । ହେଲେ ପରଂପରା ଓ ଉପସନା ଆଗରେ ହାରି ଯାଇଛି ପ୍ରଶାସନ । ଆସ୍ଥା ଓ ବିଶ୍ୱାସର ପର୍ବ । ସରଳ ବିଶ୍ୱାସୀ ଆଦିବାସୀଙ୍କ ଶୁଲିଆContinue reading “ରକ୍ତରେ ଭିଜିଲା ଶୁଲିଆ ପୀଠ: ବଳି ପଡିଲେ ଶହ ଶହ ପଶୁ, ପକ୍ଷୀ”
ମହାରାଜା କଂସଙ୍କ ଅଟ୍ଟହାସ୍ୟରେ ଥରହର ମଥୁରାନଗରୀ: ଦୈବୀବାଣୀ ପରେ ବିଚଳିତ ମଥୁରା ନରେଶ
କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଂଗମଂଚରେ ଶୁଭୁଛି ମହାରାଜ କଂସଙ୍କ ଅଟ୍ଟହାସ୍ୟ । ପିତା ଉଗ୍ରସେନଙ୍କୁ ବନ୍ଦୀ କରି ରାଜଗାଦି ଅକ୍ତିଆର ପରେ ଉଗ୍ର ହୋଇଛନ୍ତି ତ୍ରିପୁର ବିଜୟୀ କଂସ ମହାରାଜ । ଦୈବୀବାଣି ପରେ ବ୍ୟସ୍ତ ବିବ୍ରତ କଂସ ମୃତ୍ୟୁକୁ ମାତ ଦେବାକୁ ମନ୍ତ୍ରୀ ପାରିଷଦଙ୍କ ସହ ମନ୍ତ୍ରଣା କରିଛନ୍ତି । ଦେବକୀ, ବାସୁଦେବକୁ ବନ୍ଦୀ କରି ଶତ୍ରୁମୁକ୍ତ ରହିବାକୁ ଯୋଜନା ବି କରିଛନ୍ତି । ଅନ୍ୟପଟେ ପ୍ରଜାବତ୍ସଳ ହେବାକୁ, ମଥୁରାବାସୀଙ୍କ ମନରଞ୍ଜନ ପାଇଁ ଆଜିContinue reading “ମହାରାଜା କଂସଙ୍କ ଅଟ୍ଟହାସ୍ୟରେ ଥରହର ମଥୁରାନଗରୀ: ଦୈବୀବାଣୀ ପରେ ବିଚଳିତ ମଥୁରା ନରେଶ “
ଖୋଲିଲା ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ରହସ୍ୟ: ଅବୈଧ ସମ୍ପର୍କ, ଝଗଡ଼ାକୁ ନେଇ ହତ୍ୟା କରିଥିଲେ କେୟାରଟେକର
କନକ ବ୍ୟୁରୋ: ଅବୈଧ ପ୍ରେମର କରୁଣ ପରିଣତି । ବାଲିଅନ୍ତାରେ ହୋଟେଲ ବ୍ୟବସାୟୀଙ୍କ ହତ୍ୟାକାଣ୍ଡ ପଛରେ ରହିଛି ଏମିତି ଏକ ଲୋମଟାଙ୍କୁରା କାହାଣୀ । ଯାହାକୁ ପ୍ରେମ କରୁଥିଲେ, ସେହି ହିଁ ଶେଷରେ ଜୀବନ ନେଇଛି । ବିବାହ ପାଇଁ ଜିଦ୍ କରି ସଫଳ ନହେବାରୁ ପ୍ରେମିକକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛି ପ୍ରେମିକା । କାଠ ଫାଳିଆରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି । ଶୁଙ୍କି ରଣା, ଘର ଝାରସୁଗୁଡାContinue reading “ଖୋଲିଲା ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ରହସ୍ୟ: ଅବୈଧ ସମ୍ପର୍କ, ଝଗଡ଼ାକୁ ନେଇ ହତ୍ୟା କରିଥିଲେ କେୟାରଟେକର”
‘ରୂପାନ୍ତରିକରଣ ନା ପ୍ରତାରଣା’: ଖୋଲା ବିତର୍କ ପାଇଁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ
କନକ ବ୍ୟୁରୋ: ବିଭିନ୍ନ ଯୋଜନା ଦ୍ୱାରା ରାଜ୍ୟରେ ରୂପାନ୍ତରଣ ହେଉଥିବା, ରାଜ୍ୟ ସରକାର ଦାବି କରୁ ଆସୁଛନ୍ତି । ସ୍ୱାସ୍ଥ୍ୟ, ଶିକ୍ଷା, କଳା କ୍ଷେତ୍ରରେ ପରିବର୍ତନ ଆସିଥିବା କହୁଛନ୍ତି । କିନ୍ତୁ ସରକାରଙ୍କ ଏହି ଦାବିକୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ ଆଇନଶୃଂଖଳା ସମେତ ଏକାଧିକ ପ୍ରସଙ୍ଗ ଉଠାଇ ଏହା କେମିତିକା ରୂପାନ୍ତରଣ ବୋଲି ପ୍ରଶ୍ନ କରିଛନ୍ତି । ବିଜେଡି ନେତାମାନେ ବାରମ୍ବାର ଟାର୍ଗେଟ କରି ଆସୁଥିଲେContinue reading “‘ରୂପାନ୍ତରିକରଣ ନା ପ୍ରତାରଣା’: ଖୋଲା ବିତର୍କ ପାଇଁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ”
ଅର୍ପଣ ରଥ ବୁଲି ପ୍ରତ୍ୟେକ ଘରୁ ସଂଗ୍ରହ ହୋଇଛି ଗୁଆ ଚାଉଳ: ବିରୋଧୀ ଉଠାଇଲେ ପ୍ରଶ୍ନ, ପଚାରିଲେ କୁଆଡେ ଯିବ ସଂଗ୍ରହ ହୋଇଥିବା ଏତେ ଚାଉଳ
କନକ ବ୍ୟୁରୋ: ଲୋକଙ୍କ ମନରେ ‘ଚାଉଳ’ ପ୍ରଶ୍ନ ପରିକ୍ରମା ପ୍ରକଳ୍ପ ପାଇଁ ସାରା ରାଜ୍ୟରେ ବୁଲୁଥିବା ଅର୍ପଣ ରଥକୁ ନେଇ ତେଜିଛି ରାଜନୀତି । ଲୋକଙ୍କ ଠାରୁ ସଂଗ୍ରହ ହେଉଥିବା ଗୁଆ, ଚାଉଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଯାହାକୁ ନେଇ ବୟାନବାଜି ଜାରି ରହିଛି । ରାତି ପାହିଲେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଲୋକାର୍ପଣ ଉତ୍ସବକୁ ଦବ୍ୟ ଓ ଭବ୍ୟ ରୂପ ଦେବା ପାଇଁ ମହୋତ୍ସବ ଭାବେ ପାଳନ କରୁଛନ୍ତି ରାଜ୍ୟ ସରକାରContinue reading “ଅର୍ପଣ ରଥ ବୁଲି ପ୍ରତ୍ୟେକ ଘରୁ ସଂଗ୍ରହ ହୋଇଛି ଗୁଆ ଚାଉଳ: ବିରୋଧୀ ଉଠାଇଲେ ପ୍ରଶ୍ନ, ପଚାରିଲେ କୁଆଡେ ଯିବ ସଂଗ୍ରହ ହୋଇଥିବା ଏତେ ଚାଉଳ”
ଶ୍ରୀକ୍ଷେତ୍ରରେ ଚାଲିଛି ମହାଯଜ୍ଞ: ବେଦପାଠରେ ପ୍ରକମ୍ପିତ ହେଉଛି ଖଣ୍ଡମଣ୍ଡଳ, କାଲି ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ
କନକ ବ୍ୟୁରୋ: ଆସନ୍ତା କାଲି ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏବେ କେବଳ ସେହି ଦିବ୍ୟ ମୁହୁର୍ତକୁ ଅପେକ୍ଷା । କାରଣ ଶ୍ରୀମନ୍ଦିର ଇତିହାସରେ ଯୋଡି ହେବା ଆଉ ଏକ ଫର୍ଦ । କାଲି ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମାContinue reading “ଶ୍ରୀକ୍ଷେତ୍ରରେ ଚାଲିଛି ମହାଯଜ୍ଞ: ବେଦପାଠରେ ପ୍ରକମ୍ପିତ ହେଉଛି ଖଣ୍ଡମଣ୍ଡଳ, କାଲି ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ”
ରବି ଋତୁ ପାଇଁ ହଟହଟା ଚାଷୀକୂଳ: ବିଲରେ ପାଣି ନ ମାଡିବାରୁ ନଷ୍ଟ ହେବାକୁ ବସିଲାଣି ହେକ୍ଟର ହେକ୍ଟର ଚିନା ବାଦାମ କ୍ଷେତ
କନକ ବ୍ୟୁରୋ: ରବି ରୁତୁ ଆରମ୍ଭ ରୁ ହଟହଟା ଚାଷୀ କୁଳ । ବିଲରେ ପାଣି ନ ମାଡିବାରୁ ହେକ୍ଟର ହେକ୍ଟର ଚିନା ବାଦାମ କ୍ଷେତ ଏବେ ନଷ୍ଟ ହବାକୁ ବସିଲାଣି । ସେପଟେ କେନାଲ ମରାମତି କଥା କହି ଦୋଶ ଲଦା ଲଦି ହୋଉଛନ୍ତି ଜଳସେଚନ ଓ ପୌର ପରିଷଦ । ଆଉ ବାର ଦୁଆର ବୁଲି ବୁଲି କୌଣସି ସୁଫଳ ନ ପାଇ ଏବେ ନିଜ ଭାଗ୍ୟ କୁ ଆଦରି ପଡିଛନ୍ତି ମାଲକାନଗିରି ତମସାContinue reading “ରବି ଋତୁ ପାଇଁ ହଟହଟା ଚାଷୀକୂଳ: ବିଲରେ ପାଣି ନ ମାଡିବାରୁ ନଷ୍ଟ ହେବାକୁ ବସିଲାଣି ହେକ୍ଟର ହେକ୍ଟର ଚିନା ବାଦାମ କ୍ଷେତ”
ମନମୋହୁଛି ଡୁଡୁମା ଜଳପ୍ରପାତ: କୋରାପୁଟର ମନୋରମ ପରିବେଶ ଭିତରେ ଆକର୍ଷଣ ପାଲଟିଛି ପାହାଡି ଝରଣା
କନକ ବ୍ୟୁରୋ: ମନମୋହୁଛି ଜଳପ୍ରପାତ । ବଣ ଜଙ୍ଗଲଘେରା ମନୋରମ ପରିବେଶ ଭିତରେ କିଛି ସମୟ ବିତାଇବାକୁ ଛୁଟିଆସୁଛନ୍ତି ଅନେକ ପର୍ଯ୍ୟଟକ । କୋରାପୁଟ ଲମତାପୁଟ ବ୍ଲକରେ ରହିଛି ବହୁ ପୁରୁଣା ଏହି ପର୍ଯ୍ୟଟନସ୍ଥଳୀ । ମାଛକୁଣ୍ଡ ନଦୀ ଜଳ ପଥର ପ୍ରାଚୀର ଉପରୁ ପ୍ରାୟ ୫୫୦ ଫୁଟ ତଳେ ଏକ ଗଭୀର ପରିପୂର୍ଣ୍ଣ ଜଳାଶୟ ରହିଛି । ସେଠି ଅଛି ଡୁଡୁମା ଜଳପ୍ରପାତ । ପ୍ରତିଦିନ ଏହି ସ୍ଥାନକୁ ଦୂରଦୂରାନ୍ତରୁ ଆସୁଛନ୍ତି ପର୍ଯ୍ୟଟକ ମାନେ ।Continue reading “ମନମୋହୁଛି ଡୁଡୁମା ଜଳପ୍ରପାତ: କୋରାପୁଟର ମନୋରମ ପରିବେଶ ଭିତରେ ଆକର୍ଷଣ ପାଲଟିଛି ପାହାଡି ଝରଣା”
କୁହୁଡି ଯୋଗୁ ଫସଲ ନଷ୍ଟ: ଆସିକା ଓ ଧରାକୋଟରେ ଉଜୁଡିବାକୁ ବସିଛି ରବି ଫସଲ
କନକ ବ୍ୟୁରୋ: କୃଷକ ଉପରେ ଦାଉ ସାଜୁଛି ପ୍ରକୃତି । କେତେ ବେଳେ ଅଦିନିଆ ବର୍ଷା ଓ ପୁଣି କେତେ ବେଳେ ସ୍ୱଳ୍ପ ବୃଷ୍ଟିପାତ ଜନିତ ଫସଲ କ୍ଷତି । ଏବେ ପୁଣି ଘନ କୁହୁଡିର ଆସ୍ତରଣ ସମସ୍ୟା ବଢାଉଛି । ଶୀତ ସହ ଏବେ ସକାଳ ୯ ଟା ପଯ୍ୟନ୍ତ କୁହୁଡି ଢାଙ୍କି ରହୁଛି । ଫଳରେ ଅଧିକ କୁହୁଡି ରବିଯାତିୟ ଫସଲ ଓ ପନିପରିବା ଚାଷ ରେ ନାନା ରୋଗ ସୃଷ୍ଟି କରୁଛି ।Continue reading “କୁହୁଡି ଯୋଗୁ ଫସଲ ନଷ୍ଟ: ଆସିକା ଓ ଧରାକୋଟରେ ଉଜୁଡିବାକୁ ବସିଛି ରବି ଫସଲ”