ଆଜି ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଜାଭଲିନ୍ ଉପରେ ସମସ୍ତଙ୍କ ନଜର । ଫାଇନାଲ ଖେଳିବେ ଓଡିଆ ପୁଅ କିଶୋର ଜେନା

କନକ ବ୍ୟୁରୋ: ଆଜି ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଜାଭଲିନ୍ ଉପରେ ସମସ୍ତଙ୍କ ନଜର । ଫାଇନାଲ ଖେଳିବେ ଓଡିଆ ପୁଅ କିଶୋର ଜେନା । ସେହିପରି ନୀରଜ ଚୋପ୍ରାଙ୍କୁ ଟକ୍କର ଦେବେ ପାକିସ୍ତାନର ଅର୍ସଦ ନଦୀମ । ଇତିହାସ ରଚିଲେ ଓଡ଼ିଆ ପୁଅ କିଶୋର ଜେନା । ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସରେ ଅଂଶଗ୍ରହଣ କରିଥିବା କିଶୋର ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ।ହଙ୍ଗେରୀର ବୁଦାପେଷ୍ଟଠାରେ ଚାଲିଥିବା ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ୍ ଥ୍ରୋରContinue reading “ଆଜି ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଜାଭଲିନ୍ ଉପରେ ସମସ୍ତଙ୍କ ନଜର । ଫାଇନାଲ ଖେଳିବେ ଓଡିଆ ପୁଅ କିଶୋର ଜେନା”

ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର । ପ୍ରଫେସରଙ୍କ ବିରୋଧରେ ଆଣିଥିଲେ ମାନସିକ ନିର୍ଯାତନା ଅଭିଯୋଗ

କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ ପରେ ନିଲମ୍ବିତ ହେଲେ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ରଜତ କୁଜର । ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ କମିଟିର ୯ ଜଣିଆ ଟିମକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ତଦନ୍ତ ପ୍ରକ୍ରିୟା ଶେଷ ନହେବା ଯାଏଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର । ରାଜନୀତି ବିଜ୍ଞାନର ଜଣେ ମହିଳାContinue reading “ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର । ପ୍ରଫେସରଙ୍କ ବିରୋଧରେ ଆଣିଥିଲେ ମାନସିକ ନିର୍ଯାତନା ଅଭିଯୋଗ”

ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପାଇଁ ବଢିଲା ଅଡୁଆ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ । ପୋଲିସ କାର୍ଯ୍ୟାନୁଷ୍ଠାନ ନନେଇଥିବା ଦର୍ଶାଇ ଯାଇଛନ୍ତି କୋର୍ଟ

କନକ ବ୍ୟୁରୋ: ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପାଇଁ ବଢିଲା ଅଡୁଆ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ । ସେ ମାମଲାରେ ବିଧାୟକଙ୍କ ସମେତ ପୋଲିସ କମିଶନର, ଡିସିପି ଓ ମହିଳା ଥାନା ଆଇଆଇସି, ରାଜ୍ୟ ସରକାରଙ୍କୁ କରିଛନ୍ତି ପକ୍ଷଭୁକ୍ତ । ପୋଲିସ କାର୍ଯ୍ୟାନୁଷ୍ଠାନ ନନେଇଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । The post ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପାଇଁ ବଢିଲା ଅଡୁଆ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀContinue reading “ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପାଇଁ ବଢିଲା ଅଡୁଆ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ । ପୋଲିସ କାର୍ଯ୍ୟାନୁଷ୍ଠାନ ନନେଇଥିବା ଦର୍ଶାଇ ଯାଇଛନ୍ତି କୋର୍ଟ”

ବଲିଉଡ ଫିଲ୍ମ ‘ଡ୍ରିମ ଗାର୍ଲ-୨’ରେ ଓଡ଼ିଆ ଯୁବକ ରାଜକିଶୋରଙ୍କ ନିର୍ଦ୍ଦେଶନା । କନକ ନ୍ୟୁଜ୍ ଆଗରେ କହିଲେ ନିଜ ସଂଘର୍ଷ ଯାତ୍ରା

କନକ ବ୍ୟୁରୋ: ବଲିଉଡ ଫିଲ୍ମ ଡ୍ରିମ ଗାର୍ଲ-୨ରେ ଓଡ଼ିଆ ଯୁବକଙ୍କ ନିର୍ଦ୍ଦେଶନା । ସୋନପୁରର ରାଜକିଶୋର ହୋତା ନିକଟରେ ରିଲିଜ ହୋଇଥିବା ଡ୍ରିମ ଗାର୍ଲ-୨ରେ ସହକାରୀ ନିର୍ଦ୍ଦେଶ ଭାବେ କାମ କରିଛନ୍ତି । ମଧ୍ୟବିତ ପରିବାରରୁ ଯାଇ ବମ୍ବେରେ ଫିଲ୍ମ ଦୁନିଆରେ କାମ କରିବାର ଯାତ୍ରା ଏତେ ସହଜ ନଥିବା କହିଛନ୍ତି ରାଜକିଶୋର । ବାପା ସ୍ପିନଙ୍ଗ ମିଲ କାମ କରୁଥିବା ସମୟରେ ମିଲ ବନ୍ଦ ହୋଇଯାଇଥିଲା । ପରବର୍ତି ସମୟରେ ପରିବାର ଚଳାଇବା କଷ୍ଟକର ହୋଇପଡିଥିଲାContinue reading “ବଲିଉଡ ଫିଲ୍ମ ‘ଡ୍ରିମ ଗାର୍ଲ-୨’ରେ ଓଡ଼ିଆ ଯୁବକ ରାଜକିଶୋରଙ୍କ ନିର୍ଦ୍ଦେଶନା । କନକ ନ୍ୟୁଜ୍ ଆଗରେ କହିଲେ ନିଜ ସଂଘର୍ଷ ଯାତ୍ରା”

ଆଉ ଏକ ବଡ଼ ଦୁର୍ଘଟଣାରୁୁ ବର୍ତ୍ତିଲା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ । ବିଳାସପୁର ଷ୍ଟେସନ ନିକଟରେ ଉତ୍କଳ ସହ ମୁହାଁମୁହିଁ ହୋଇଥାନ୍ତା ଆଉ ଏକ ଯାତ୍ରୀବାହୀ ଟ୍ରେନ । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ଦୁର୍ଘଟଣା ।

କନକ ବ୍ୟୁରୋ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ପୁରୀ-ଋଷକେଷ କଳିଙ୍ଗ ଉତ୍କଳ ଏକ୍ସପ୍ରେସ । ଛତିଶଗଡର ବିଳାସପୁର ଜଙ୍କସନଠାରୁ ମାତ୍ର ଅଳ୍ପ ଦୂରରେ ଏଭଳି ଘଟଣା ଘଟିଛି । କଳିଙ୍ଗ ଏକ୍ସପ୍ରେସ ସହ ମୁହାଁମୁହିଁ ହୋଇଥାନ୍ତି ଆଉ ଏକ ଯାତ୍ରୀବାହୀ ଟ୍ରେନ । ତେବେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଟଳିଯାଇଛି । ଗତକାଲି ସନ୍ଧ୍ୟା ୫.୧୫ରେ ଏହି ଘଟଣା ଘଟିଥିଲା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆସୁଥିଲା । ତେବେContinue reading “ଆଉ ଏକ ବଡ଼ ଦୁର୍ଘଟଣାରୁୁ ବର୍ତ୍ତିଲା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ । ବିଳାସପୁର ଷ୍ଟେସନ ନିକଟରେ ଉତ୍କଳ ସହ ମୁହାଁମୁହିଁ ହୋଇଥାନ୍ତା ଆଉ ଏକ ଯାତ୍ରୀବାହୀ ଟ୍ରେନ । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ଦୁର୍ଘଟଣା ।”

ବଜାରରେ ବୁଲୁଛି ନକଲି ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ । ନୀଳଗିରି ଅଞ୍ଚଳରୁ ୩୨ ହଜାର ନକଲି ନୋଟ ଜବତ

କନକ ବ୍ୟୁରୋ: ବଜାରରେ ବୁଲୁଛି ନକଲି ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ । ବାଲେଶ୍ୱର ନୀଳଗିରି ଅଂଚଳରୁ ଏଭଳି ୩୨ ହଜାର ୭୦୦ ଟଙ୍କା ନକଲି ନୋଟ ଜବତ କରିଛି ପୁଲିସ । ଏହି କାରବାରରେ ସମ୍ପୃକ୍ତ ଥିବା ନିଳଗିରି ସନ୍ତ୍ରାଗଡିଆ ଅଂଚଳର ଦୁଇ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତ ମଦ କିଣିବା ପାଇଁ ନକଲି ନୋଟ୍ ବ୍ୟବହାର କରିଥିଲେ । ୩ ହଜାର ଟଙ୍କା ନକଲି ନୋଟContinue reading “ବଜାରରେ ବୁଲୁଛି ନକଲି ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ । ନୀଳଗିରି ଅଞ୍ଚଳରୁ ୩୨ ହଜାର ନକଲି ନୋଟ ଜବତ”

ଚନ୍ଦ୍ରଯାନର ସଫଳତା ପରେ ଲଞ୍ଚ ହେବ ଗଗନଯାନ । ଆସନ୍ତା ମାସ ପ୍ରଥମ ସପ୍ତାହରେ ଯିବ ଆଦିତ୍ୟ-ଏଲ୧ । ଏନେଇ ସୂଚନା ଦେଲେ ଇସ୍ରୋ ମୁଖ୍ୟ

କନକ ବ୍ୟୁରୋ: ଚନ୍ଦ୍ରଯାନର ସଫଳତା ପରେ ଲଞ୍ଚ ହେବ ଗଗନଯାନ । ସୂର୍ଯ୍ୟ ଉପରେ ଅଧିକ ଗବେଷଣା ପାଇଁ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହେବ ଆଦିତ୍ୟ-ଏଲ-୧ । ଏନେଇ ଶନିବାର ଇସ୍ରୋ ମୁଖ୍ୟ ଏସ ମୋସନାଥ ସୂଚନା ଦେଇଛନ୍ତି । ଆଦିତ୍ୟ-ଏଲ୧ ସାଟେଲାଇଟର ପୁରା ପ୍ରସ୍ତୁତି ସରିଥିବା ବେଳେ ଏହା ଶ୍ରୀହରିକୋଟାରେ ପହଂଚିସାରିଛି । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ କେବେ ଲଂଚ ହେବ ଆଦିତ୍ୟ-ଏଲ୧ ସେନେଇ ତାରିଖ ଘୋଷଣା କରାଯିବ ବୋଲିContinue reading “ଚନ୍ଦ୍ରଯାନର ସଫଳତା ପରେ ଲଞ୍ଚ ହେବ ଗଗନଯାନ । ଆସନ୍ତା ମାସ ପ୍ରଥମ ସପ୍ତାହରେ ଯିବ ଆଦିତ୍ୟ-ଏଲ୧ । ଏନେଇ ସୂଚନା ଦେଲେ ଇସ୍ରୋ ମୁଖ୍ୟ”

ଅଳ୍ପକେ ବର୍ତିଲା ବଡ଼ ଟ୍ରେନ୍ ଦୁର୍ଘଟଣା। ବିଳାସପୁର ଜଙ୍କସନର କିଛି ଦୂରରେ ଗୋଟିଏ ଟ୍ରାକରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଓ ଅନ୍ୟ ଟ୍ରେନ

କନକ ବ୍ୟୁରୋ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ପୁରୀ-ଋଷକେଶ କଳିଙ୍ଗ ଉକ୍ରଳ ଏକ୍ସପ୍ରେସ । ଛତିଶଗଡର ବିଳାସପୁର ଜଙ୍କସନଠାରୁ ମାତ୍ର ଅଳ୍ପ ଦୂରରେ ଏଭଳି ଘଟଣା ଘଟିଛି । କଳିଙ୍ଗ ଉତ୍କଳ ଏକ୍ସପ୍ରେସ ସହ ମୁହାଁମୁହିଁ ହୋଇଥାନ୍ତି ଆଉ ଏକ ଯାତ୍ରୀବାହୀ ଟ୍ରେନା ତେବେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଟଳିଯାଇଛି । ଆଜି ପ୍ରାୟ ୫.୧୫ରେ ଏହି ଘଟଣା ଘଟିଥିଲା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆସୁଥିଲା । ତେବେContinue reading “ଅଳ୍ପକେ ବର୍ତିଲା ବଡ଼ ଟ୍ରେନ୍ ଦୁର୍ଘଟଣା। ବିଳାସପୁର ଜଙ୍କସନର କିଛି ଦୂରରେ ଗୋଟିଏ ଟ୍ରାକରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଓ ଅନ୍ୟ ଟ୍ରେନ”

ଜୀ-ସାର୍ଥକରେ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଯୋଡ଼ିଙ୍କ ଶୁଭବିବାହ, ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ଅମ୍ବର ଓ ଧାରାଙ୍କ ବିବାହ

କନକ ବ୍ୟୁରୋ: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଜୀସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’,’ଆମ ଝିଲୀ’,’ମୁ ଵି ବିଜୟିନୀ ‘ଏବଂ ‘ଖୁସିର ଛୁଙ୍କ’ ଓ ‘ସାଥିରେ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି । ସମୟାନୁଯାୟୀ କାହାଣୀର ଗତି ସମସ୍ତଙ୍କ ମନକୁ ଛୁଇଁଛି ଓ ମେଗାContinue reading “ଜୀ-ସାର୍ଥକରେ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଯୋଡ଼ିଙ୍କ ଶୁଭବିବାହ, ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ଅମ୍ବର ଓ ଧାରାଙ୍କ ବିବାହ”

ପ୍ରଶଂସା ଆଳରେ ଡୋନାଲ୍ଟ୍ର ଟ୍ରମ୍ପଙ୍କୁ କଟାକ୍ଷ କଲେ ଆମେରିକା ରାଷ୍ଟ୍ରପତି । ଜେଲ ମଗସୁଟ ଫଟୋକୁ ଦେଖି ପୂର୍ବ ରାଷ୍ଟ୍ରପତିଙ୍କୁ ହ୍ୟାଣ୍ଡସମ କହିଲେ ବାଇଡେନ

କନକ ବ୍ୟୁରୋ : ପ୍ରଶଂସା ଆଳରେ କଟାକ୍ଷ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୟାଣ୍ଡସମ କହି କଟାକ୍ଷ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଟ୍ରମ୍ପଙ୍କ ମଗସୁଟ ଫଟୋକୁ ଦେଖି ବାଇଡେନ କହିଛନ୍ତି ଟ୍ରମ୍ପ ଜଣେ ହ୍ୟାଣ୍ଡସମ ବ୍ୟକ୍ତି । ଏହି ଫଟୋରେ ଟ୍ରମ୍ପ କୋଟ, ଟାଏ ପିନ୍ଧିିଥିବାବେଳେ ତାଙ୍କର ଏକ ଚାହାଣୀ ବେଶ ରୋଚକପୂର୍ଣ୍ଣ ଥିଲା । ଯାହାକୁ ଦେଖି ବାଇଡେନ ତାଙ୍କୁ କଟାକ୍ଷ କରିଛନ୍ତି । ମଗସଟ ଫଟୋରେ କଏଦୀContinue reading “ପ୍ରଶଂସା ଆଳରେ ଡୋନାଲ୍ଟ୍ର ଟ୍ରମ୍ପଙ୍କୁ କଟାକ୍ଷ କଲେ ଆମେରିକା ରାଷ୍ଟ୍ରପତି । ଜେଲ ମଗସୁଟ ଫଟୋକୁ ଦେଖି ପୂର୍ବ ରାଷ୍ଟ୍ରପତିଙ୍କୁ ହ୍ୟାଣ୍ଡସମ କହିଲେ ବାଇଡେନ”

Design a site like this with WordPress.com
Get started