ମୃତ୍ୟୁକାଳୀନ ଜମାନବନ୍ଦୀ: ସୁପ୍ରିମକୋର୍ଟଙ୍କ ବଡ ରାୟ। ମିଛ ହୋଇପାରେ ମୃତ୍ୟୁକାଳୀନ ଜମାନବନ୍ଦୀ?

କନକ ବ୍ୟୁରୋ: ମୃତ୍ୟୁକାଳୀନ ଜମାନବନ୍ଦୀଙ୍କୁ ଆଧାର କରି ଅନେକ ସମୟରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥାନ୍ତି । ଦଣ୍ଡବିଧାନ କରିଥାନ୍ତି । ହେଲେ, ଏବେ ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ବଡ ରାୟ ଦେଇଛନ୍ତି । ବିଚାରପତି ବିଆର ଗୱାଇ, ଜେବି ପାର୍ଦିୱାଲ , ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, – ଦଣ୍ଡିତ କରିବା ପାଇଁ କେବଳ ପୀଡିତଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ମୁଖ୍ୟ ଆଧାର କରାଯାଇContinue reading “ମୃତ୍ୟୁକାଳୀନ ଜମାନବନ୍ଦୀ: ସୁପ୍ରିମକୋର୍ଟଙ୍କ ବଡ ରାୟ। ମିଛ ହୋଇପାରେ ମୃତ୍ୟୁକାଳୀନ ଜମାନବନ୍ଦୀ?”

ଉତରପ୍ରଦେଶ ବିଦ୍ୟାଳୟରୁ ଆସିଲା ଅଭାବନୀୟ ଘଟଣା । ମୁସଲିମ ଛାତ୍ରଙ୍କୁ ହିନ୍ଦୁ ସହପାଠୀଙ୍କ ଦ୍ୱାରା ମାଡ ଖୁଆଇଲେ ଶିକ୍ଷୟତ୍ରୀ

କନକ ବ୍ୟୁରୋ : ବିଦ୍ୟାଳୟକୁ ଶିକ୍ଷାର ମନ୍ଦିର ବୋଲି କୁହାଯାଏ । କେତେ ଆଶା ବିଶ୍ୱାସ ସହ ଅଭିଭାବକ ନିଜ ପିଲାଙ୍କୁ ବିଦ୍ୟାଳୟକୁ ପାଠ ପଢ଼ିବାକୁ ପଠାଇଥାନ୍ତି । ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏଠି ସମାନ ଭାବେ ଶିକ୍ଷା ଯୋଗାଇ ଦିଆଯାଏ । ହେଲେ ଶିକ୍ଷା ମନ୍ଦିରରୁ ଯେବେ ଏମିତି କିଛି ଦୃଶ୍ୟ ଆସିଥାଏ ଯାହା ସମସ୍ତଙ୍କୁ ବିଚଳିତ କରି ପକାଏ । ହେଲେ ଯେଉଁଠି ଏକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଧର୍ମ ଆଧାରରେContinue reading “ଉତରପ୍ରଦେଶ ବିଦ୍ୟାଳୟରୁ ଆସିଲା ଅଭାବନୀୟ ଘଟଣା । ମୁସଲିମ ଛାତ୍ରଙ୍କୁ ହିନ୍ଦୁ ସହପାଠୀଙ୍କ ଦ୍ୱାରା ମାଡ ଖୁଆଇଲେ ଶିକ୍ଷୟତ୍ରୀ”

ତୀର୍ଥଯାତ୍ରା ହେଲା ଶେଷଯାତ୍ରା । ଲକ୍ଷ୍ନୌରୁ ରାମେଶ୍ୱରମ୍ ଯାଉଥିବା ଟ୍ରେନରେ ଅଗ୍ନିକାଣ୍ଡ, ଜୀବନ୍ତ ଦଗ୍ଧ ହେଲେ ୧୦ ଯାତ୍ରୀ

କନକ ବ୍ୟୁରୋ : ଶନିବାର ସକାଳୁ ସକାଳୁ ମଦୁରାଇ ରେଳଷ୍ଟେସନ କାନ୍ଦରେ ଫାଟିପଡୁଥିଲା । କେଉଁଠି ଟ୍ରେନର ପୋଡାଅଂଶ ଦେଖିବାକୁ ମିଳୁଥିଲା ତ ପୁଣି କେଉଁଠି ଅଧା ପୋଡା ଶବ ପଡି ରହିଥିଲା । କିଏ ଶବ ନିିକଟରେ ମୁଣ୍ଡ ପିଟି କାନ୍ଦୁଥିଲା ତ ପୁଣି କିଏ ଭିଡ ଭିତରେ ନିଜ ଆତ୍ମୀୟ ସର୍ମ୍ପକୀୟଙ୍କୁ ଖୋଜି ବୁଲୁଥିଲା । ଅଶୁଭ ଶନିବାର ପୁଣି ଥରେ ମୃତ୍ୟୁ ତାଣ୍ଡବ ରଚିଛି । ସମସ୍ତେ ଅବାକ, ସମସ୍ତେ ନୀରବ ହୋଇଥିଲେContinue reading “ତୀର୍ଥଯାତ୍ରା ହେଲା ଶେଷଯାତ୍ରା । ଲକ୍ଷ୍ନୌରୁ ରାମେଶ୍ୱରମ୍ ଯାଉଥିବା ଟ୍ରେନରେ ଅଗ୍ନିକାଣ୍ଡ, ଜୀବନ୍ତ ଦଗ୍ଧ ହେଲେ ୧୦ ଯାତ୍ରୀ”

ବିଗିଡ଼ି ଚାଲିଛି ଦୀପକର ସ୍ୱାସ୍ଥ୍ୟବସ୍ଥା। ମୃତ୍ୟୁଶଯ୍ୟାରେ ଜୀବନ

କନକ ବ୍ୟୁରୋ: ସବୁକିଛି ଠିକଠାକ ଥିଲା । ମୁକ୍ତ ବିହଙ୍ଗ ପରି ଚାରିଆଡେ ବୁଲିଥିଲେ ଦୀପକ । ଜୀବନକୁ ନିଜ ଅନ୍ଦାଜରେ ବଂଚୁଥିଲେ । କିନ୍ତୁ ହଠାତ ସବୁ କିଛି ବଦଳିଗଲା । କେହି ଜଣେ ଆସି ଡେଣା ଛିଡାଇଦେଲା । ଜଣାପଡିଲା ବ୍ରେନ ଟ୍ୟୁମର ହୋଇଛି । ଜାଣିଲା ବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ଗତ ୩ ବର୍ଷ ଭିତରେ ଦୀପକଙ୍କ ସବୁକିଛି ବଦଳିଯାଇଛି । ଧିରେ ଧିରେ ସ୍ୱାସ୍ଥ୍ୟ ବି ବିଗିଡି ଚାଲିଛିContinue reading “ବିଗିଡ଼ି ଚାଲିଛି ଦୀପକର ସ୍ୱାସ୍ଥ୍ୟବସ୍ଥା। ମୃତ୍ୟୁଶଯ୍ୟାରେ ଜୀବନ”

ରାଜସ୍ଥାନ ମାଟିରେ ପୁଣି ଉଠିଲା ଲାଲ ଡାଏରୀ କଥା । ଦୁର୍ନତୀ ଅଭିଯୋଗ ଆଣି ଗେହଲଟ ସରକାରଙ୍କୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟାର୍ଗେଟ୍

କନକ ବ୍ୟୁରୋ : ‘ଲାଲ ଡ଼ାଏରୀ’କୁ ପ୍ରବଳ ଭୟ କରନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ରାଜସ୍ଥାନ ଗଙ୍ଗାପୁରରେ ଏକ କୃଷକ ସମ୍ମିଳନୀରେ ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇ ଏପରି କହିଛନ୍ତି । ଅଶୋକ ଗେହଲଟଙ୍କୁ ତୀବ୍ର ସମାଲୋଚନା କରି ଲାଲ ଡ଼ାଏରୀକୁ କାହିଁକି ଏତେ ଡ଼ରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସବୁ କଳାକାରନାମା ଦୁର୍ନୀତି ସେ ଲାଲ ଡ଼ାଏରୀରେ ଲୁଚି ରହିଛି ବୋଲି ଅମିତ ଶାହା କହିଛନ୍ତି । ଯଦି ତାଙ୍କରContinue reading “ରାଜସ୍ଥାନ ମାଟିରେ ପୁଣି ଉଠିଲା ଲାଲ ଡାଏରୀ କଥା । ଦୁର୍ନତୀ ଅଭିଯୋଗ ଆଣି ଗେହଲଟ ସରକାରଙ୍କୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟାର୍ଗେଟ୍”

ଇସ୍ରୋର ଫୋକସରେ ମିଶନ ଗଗନଯାନ । ଅକ୍ଟୋବରରେ ମହାକାଶକୁ ପଠାଯିବ ପ୍ରଥମ ମହିଳା ରୋବଟ ବ୍ୟୋମମିତ୍ର

କନକ ବ୍ୟୁରୋ : ଚନ୍ଦ୍ରଯାନର ସଫଳତା ପରେ ଆରମ୍ଭ ହୋଇଛି ଗଗନଯାନକୁ ନେଇ ଚର୍ଚ୍ଚା । ଏହା ଭିତରେ ବଡ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଦେଶର ପ୍ରଥମ ମିଶନ ଭାବେ ଗଗନଯାନ ମିଶନରେ ମହାକାଶକୁ ରୋବଟ ପଠାଇବ ଇସ୍ରୋ । ଏହା ଏକ ମହିଳା ରୋବଟ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତିନୋଟି ପର୍ଯ୍ୟାୟରେ ମିଶନକୁ ସଫଳ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମହିଳା ରୋବଟ ନା ରହିଛି ବ୍ୟୋମମିତ୍ର Continue reading “ଇସ୍ରୋର ଫୋକସରେ ମିଶନ ଗଗନଯାନ । ଅକ୍ଟୋବରରେ ମହାକାଶକୁ ପଠାଯିବ ପ୍ରଥମ ମହିଳା ରୋବଟ ବ୍ୟୋମମିତ୍ର”

ଚନ୍ଦ୍ରପୃଷ୍ଠରୁ ଆସିଲା ରୋଭର ପ୍ରଜ୍ଞାନର ନୂଆ ଭିଡିଓ । ଚନ୍ଦ୍ରର ଦକ୍ଷିଣ ମେରୁର ଶିବଶକ୍ତି ପଏଂଟରେ ଗତି କରୁଛି ରୋଭର

କନକ ବ୍ୟୁରୋ : ଚନ୍ଦ୍ରର ରହସ୍ୟ ଉପରୁ ଉଠିବ ପରଦା । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ରୋଭରର ଗତିବିଧିକୁ ନେଇ ନୂଆ ଭିଡିଓ ଜାରି କରିଛି ଇସ୍ରୋ । ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କିପରି ଚନ୍ଦ୍ରପୃଷ୍ଠରେ ରୋଭର ଗତି କରୁଛି । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଥିବା ରହସ୍ୟକୁ ନେଇ ଅଧିକ ତଥ୍ୟ ସଂଗ୍ରହ କରୁଛି ରୋଭର ପ୍ରଜ୍ଞାନ । ଏହି ଭିଡିଓ ଲ୍ୟାଣ୍ଡରରୁ ନିଆଯାଇଛି । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ଧୀର ଅବତରଣContinue reading “ଚନ୍ଦ୍ରପୃଷ୍ଠରୁ ଆସିଲା ରୋଭର ପ୍ରଜ୍ଞାନର ନୂଆ ଭିଡିଓ । ଚନ୍ଦ୍ରର ଦକ୍ଷିଣ ମେରୁର ଶିବଶକ୍ତି ପଏଂଟରେ ଗତି କରୁଛି ରୋଭର”

ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳିବ ଦେଶ । ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

କନକ ବ୍ୟୁରୋ : ଶନିବାର ସକାଳେ ବେଙ୍ଗାଲୁରୁ ରାସ୍ତାରେ ଗଡିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ । ଗ୍ରୀସରୁ ସିଧା ବେଙ୍ଗାଲୁରୁରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ଏନେଇ ପୂରା ସହରରେ କରାଯାଇଥିଲା କଡ଼ା ସୁରକ୍ଷା ବନ୍ଦୋବସ୍ତ । ସେପଟେ ବେଙ୍ଗାଲୁରେ ପହଁଚିବା ରାସ୍ତାର ଦୁଇ କଡ଼ରେ ଛିଡା ହୋଇଥିବା ଶହ ଶହ ପ୍ରଶଂସକଙ୍କୁ କାର ଭିତରୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ସିଧା ଯାଇ ଇସ୍ରୋ ମୁଖ୍ୟାଳୟରେ ପହଁଚିଥିଲେ ମୋଦୀ ।Continue reading “ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳିବ ଦେଶ । ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା”

ଭୁବନେଶ୍ୱରରେ ମିଥୁନର କାରନାମା। ଫେକ୍ ଆଇଡିରୁ ହିରୋଇନଙ୍କୁ ମେସେଜ୍

କନକ ବ୍ୟୁରୋ: ମିଥୁନ ଭୋଇ । ଓଡିଆ ଫିଲ୍ମରେ ଜଣେ ଜୁନିୟର ଫାଇଟର ଭାବେ କାମ କରୁଥିବା ଏହି ଯୁବକଙ୍କ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୋସିଆଲ ମିଡିଆରେ ନକଲି ଆକାଂଉଟ ଖୋଲି ଏଆଇ ସଫଟୱେର ଦ୍ୱାରା ବିଭିନ୍ନ ଅଭିନେତ୍ରୀଙ୍କ ସହ କଥା ହେଉଥିଲା ମିଥୁନ ଭୋଇ । ଅଭିନେତ୍ରୀଙ୍କୁ ଫିଲ୍ମ ଦେବାର ଲୋଭ ଦେଖାଇ ମିଛ ପ୍ରଯୋଜକ ସାଜିଥିବା ମିଥୁନ ଭୋଇ ଗିରଫ ପରେ ସାମ୍ନାକୁ ଆସିଛି ପୂରା କାହାଣୀ । ନକଲିContinue reading “ଭୁବନେଶ୍ୱରରେ ମିଥୁନର କାରନାମା। ଫେକ୍ ଆଇଡିରୁ ହିରୋଇନଙ୍କୁ ମେସେଜ୍”

ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ଏନସିପି ପ୍ରତିଷ୍ଠାତା । ଶରଦ ପାୱାର କହିଲେ ଏନସିପିରେ ହୋଇନି କୌଣସି ବିଭାଜନ

କନକ ବ୍ୟୁରୋ : ଅଜିତ ପାୱାରଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ଏନସିପି ପ୍ରତିଷ୍ଠାତା ଶରଦ ପାୱାର । ଦଳର ବିଭାଜନ କଥାକୁ ଏଡାଇ ଦେଇଛନ୍ତି ଶରଦ । ସାମ୍ବାଦିକ ସମ୍ମିଳନୀ କରି ଶରଦ କହିଛନ୍ତି କିଛି ବିଧାୟକ ଦଳ ଛାଡିଛନ୍ତି ସତ କିନ୍ତୁ ଦଳ କେବଳ ବିଧାୟ୍କଙ୍କୁ ନେଇ ବୋଲି ଏହା ଭାବିବା ଭୂଲ । ଏନସିପି ବିଭାଜିତ ହୋଇନି । ବିଶ୍ୱସ୍ତ ବିଧାୟକ, ବିଦ୍ରୋହୀ ବିଧାୟକ, ସମସ୍ତଙ୍କଠୁ ଉପରେ ଦଳContinue reading “ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ଏନସିପି ପ୍ରତିଷ୍ଠାତା । ଶରଦ ପାୱାର କହିଲେ ଏନସିପିରେ ହୋଇନି କୌଣସି ବିଭାଜନ”

Design a site like this with WordPress.com
Get started