ବଢିବ ଇଣ୍ଡିଆ ମେଣ୍ଟର ସାମର୍ଥ୍ୟ, ମୁମ୍ବାଇ ବୈଠକରେ ସାମିଲ ହେବେ ଏହି ୨୭ ଦଳ

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟ ସକ୍ରିୟ ହେବାରେ ଲାଗିଛି । ମେଣ୍ଟର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ୨୬ ବିରୋଧୀ ଦଳ ଏଥିରେ ସାମିଲ ହୋଇଛନ୍ତି । ମୁମ୍ବାଇରେ ବୈଠକରେ ଯୋଗଦେବା ପାଇଁ ମହାରାଷ୍ଟ୍ର ଶତକାରୀ ସଂଗଠନକୁ ଆମନ୍ତ୍ରଣ କରାଯାଇଛି । ଏନେଇ ଔପଚାରିକ ଭାବେ କୌଣସି ପ୍ରକାର ଘୋଷଣା କରାଯାଇନାହିଁ । ବିଶେଷ ସୁତ୍ରରୁ ମିଳିଥିବାContinue reading “ବଢିବ ଇଣ୍ଡିଆ ମେଣ୍ଟର ସାମର୍ଥ୍ୟ, ମୁମ୍ବାଇ ବୈଠକରେ ସାମିଲ ହେବେ ଏହି ୨୭ ଦଳ”

ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିବେ ନାହିଁ ଋଷ ରାଷ୍ଟ୍ରପତି । ଜାଣନ୍ତୁ କାରଣ

କନକ ବ୍ୟୁରୋ : ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେପ୍ଟେମ୍ବର ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ ନାହିଁ । ଏନେଇ କ୍ରେମଲିନର ପ୍ରବକ୍ତା ଦିମିତ୍ରୀ ପେସକୋବ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ୟେବଗେନୀ ପ୍ରିଗୋଜିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତେଣୁ ପୁଟିନଙ୍କ ଉପରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ସେପଟେ ଭାରତରେ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଋଷ ରାଷ୍ଟ୍ରପତିContinue reading “ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିବେ ନାହିଁ ଋଷ ରାଷ୍ଟ୍ରପତି । ଜାଣନ୍ତୁ କାରଣ”

୨୪ ଘଣ୍ଟା ମଧ୍ୟରେ ୭ଜିଲ୍ଲାରେ ପ୍ରବଳ ବର୍ଷା। ୨୭ତାରିଖ ଠାରୁ କମିବ ବର୍ଷାର ପ୍ରକୋପ

କନକ ବ୍ୟୁରୋ: ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ପୂର୍ବ ଭାଗ ଆଜି ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ପାଟନା, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆଜି ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ଏପରି ବର୍ଷା ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜାରି ରହିବ। ୨୭ ତାରିଖ ଠାରୁContinue reading “୨୪ ଘଣ୍ଟା ମଧ୍ୟରେ ୭ଜିଲ୍ଲାରେ ପ୍ରବଳ ବର୍ଷା। ୨୭ତାରିଖ ଠାରୁ କମିବ ବର୍ଷାର ପ୍ରକୋପ”

ଫାଇଭ-ଟି ସଚିବଙ୍କ ଗଞ୍ଜାମ ଗସ୍ତ ନେଇ କଲେଜ ପକ୍ଷରୁ ନୋଟିସ। ଶତପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନେଇ ବିନାୟକ ଆଚାର୍ଯ୍ୟ କଲେଜ ପକ୍ଷରୁ ନୋଟିସ

କନକ ବ୍ୟୁରୋ: ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତକୁ ନେଇ କଲେଜ ପକ୍ଷରୁ ନୋଟିସ୍ । ଶତ ପ୍ରତିଶତ ଉପସ୍ଥାନ ନେଇ ବ୍ରହ୍ମପୁରରେ ଥିବା ବିନାୟକ ଆଚାର୍ଯ୍ୟ କଲେଜ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । କଲେଜ ପ୍ରିନ୍ସପାଲଙ୍କ ତରଫରୁ ସବୁ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନୋଟିସ୍ ଜାରି କରାଯାଇଛି । ଅଗଷ୍ଟ ୨୫ ଅର୍ଥାତ୍ ଆଜି ଯେପରି ଶତ ପ୍ରତିଶତ ଛାତ୍ରଛାତ୍ରୀ କଲେଜରେ ଉପସ୍ଥିତ ରହିବ ସେନେଇ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିର୍ଦ୍ଦେଶ ଦିଆଯାଇଛିContinue reading “ଫାଇଭ-ଟି ସଚିବଙ୍କ ଗଞ୍ଜାମ ଗସ୍ତ ନେଇ କଲେଜ ପକ୍ଷରୁ ନୋଟିସ। ଶତପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନେଇ ବିନାୟକ ଆଚାର୍ଯ୍ୟ କଲେଜ ପକ୍ଷରୁ ନୋଟିସ”

ଗଞ୍ଜାମରେ ବିଜେପିି ନେତାଙ୍କୁ ଅଟକାଇଲା ପୁଲିସ । ବିଭୂତି ଜେନାଙ୍କୁ ଗିରଫ

କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କୁ ଦାବୀ ପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେପି ନେତା ରାମପାତ୍ରଙ୍କୁ ଅଟକ ରଖିଲା ପୋଲିସ । ଗଂଜାମ ଜିଲ୍ଲାର ବିଜେପି ଉପସଭାପତି ହେଉଛନ୍ତି ରାମ କୁମାର ପାତ୍ର । ଫାଇଭ-ଟି ସଚିବଙ୍କ ଗଂଜାମ ଗସ୍ତ ସମୟରେ ସେ ଦାବି ପତ୍ର ଦେବାକୁ ଆସିଥିଲେ । ତାଙ୍କୁ ଅଧାବାଟରୁ ଅଟକାଇ ପୋଲିସ ଗାଡ଼ିରେ ବସାଉଥିବାର ଦେଖିବାକୁ ମିିଳିଛି । ସେହିପରି ବିଜେପି ନେତା ବିଭୂତି ଜେନାଙ୍କୁ ଗିରଫ କରିନେଇଛି ପୁଲିସ । TheContinue reading “ଗଞ୍ଜାମରେ ବିଜେପିି ନେତାଙ୍କୁ ଅଟକାଇଲା ପୁଲିସ । ବିଭୂତି ଜେନାଙ୍କୁ ଗିରଫ”

ଫାଇଭ-ଟି ସଚିବଙ୍କୁ କାଳିମାଡ଼ ପରେ ବଢ଼ିଛି ସଚିବଙ୍କ ସୁରକ୍ଷା ବ୍ୟବସ୍ଥା , ଗୋଲାପି ଟି-ସାର୍ଟରେ ଜଗିଲା ପୋଲିସ ।

କନକ ବ୍ୟୁରୋ: ଗଞ୍ଜାମରେ ଘୋର ବିରୋଧ ସତ୍ତେ୍ୱ ସଭାସ୍ଥଳକୁ ଗଲେ ଫାଇଭ୍ ଟି ସଚିବ । ପ୍ରଥମେ ନିଜ ଗସ୍ତ ସମୟରେ ପରିବର୍ତ୍ତନ କରିଥିଲେ । ଏହାପରେ ସଭାସ୍ଥଳକୁ ହେଲିକପ୍ଟରରେ ନଯାଇ କାରରେ ଆମ୍ବପୁଆରୁ କାନସ ଯାଏଁ ଯାଇଥିଲେ । ଏହା ପୂର୍ବରୁ ପିପିଲି ଗସ୍ତ ବେଳେ ସଚବିଙ୍କ ଉପରେ କାଳିମାଡ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଗସ୍ତ ପୂର୍ବରୁ ପୁରା ଇଲାକାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଫାଇଭ ଟି ସଚିବଙ୍କContinue reading “ଫାଇଭ-ଟି ସଚିବଙ୍କୁ କାଳିମାଡ଼ ପରେ ବଢ଼ିଛି ସଚିବଙ୍କ ସୁରକ୍ଷା ବ୍ୟବସ୍ଥା , ଗୋଲାପି ଟି-ସାର୍ଟରେ ଜଗିଲା ପୋଲିସ ।”

ଡେଙ୍ଗୁ ସ୍ଥିତିକୁ ନେଇ ଜନସାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ସୂଚନା । କହିଲେ ରାଜ୍ୟରେ ଏବେ ଡେଙ୍ଗୁ ପିକରେ ଅଛି, ୩୦ ଜିଲ୍ଲାକୁ ବ୍ୟାପିଛି ଡେଙ୍ଗୁ ଜ୍ୱର ।

କନକ ବ୍ୟୁରୋ : ୩୦ ଜିଲ୍ଲାକୁ ଛୁଇଁଲାଣି ଡେଙ୍ଗୁ । ଗତବର୍ଷ ତୁଳନାରେ ବର୍ତମାନ ପିକ୍ ପିରିୟଡ ଚାଲିଛି । ସେପ୍ଟେମ୍ବର ମାସ ଯାଏଁ ଏହି ପିକ୍ ପିରିୟଡ ଚାଲିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । କ୍ୟାପିଟାଲ ହସ୍ପିଟାଲର ଲୋଡ଼ କମାଇବା ପାଇଁ ଅନ୍ୟ ଜାଗାରେ ହେବ ଡେଙ୍ଗୁ ପରୀକ୍ଷା । ଆସନ୍ତା ୨ରୁ ୩ ଦିନ ଭିତରେ ଆରମ୍ଭ ହେବ ଡେଙ୍ଗୁ ପରୀକ୍ଷା । କ୍ୟାପିଟାଲ ହସ୍ପିଟାଲ, ଆରଏମଆରସି, ନୟାପଲ୍ଲୀରେContinue reading “ଡେଙ୍ଗୁ ସ୍ଥିତିକୁ ନେଇ ଜନସାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ସୂଚନା । କହିଲେ ରାଜ୍ୟରେ ଏବେ ଡେଙ୍ଗୁ ପିକରେ ଅଛି, ୩୦ ଜିଲ୍ଲାକୁ ବ୍ୟାପିଛି ଡେଙ୍ଗୁ ଜ୍ୱର ।”

ପ୍ରଦୀପ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡା, ପଥର ଓ ପାଣି ବୋତଲ ମାଡ଼ । ଉତ୍ତେଜନା ନିୟନ୍ତ୍ରଣ କରିବାରେ ଫେଲ ମାରିଲା ପୁଲିସ

କନକ ବ୍ୟୁରୋ: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡା, ପଥର ଓ ପାଣି ବୋତଲ ମାଡ଼ କରିଛନ୍ତି ବିଜେଡି କର୍ମୀ । ସୁରକ୍ଷା ପାଇଁ ଶହଶହ ପୁଲିସ ଉପସ୍ଥିତ ଥାଇ ବି ଉତେଜନାକୁ ନିୟନ୍ତ୍ରଣ କରିପାରିଲେନି । ଅନ୍ୟପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀ କିନ୍ତୁ ରାସ୍ତା କ୍ଲିଅର କଲେ ଯାଇ ଯିବାକୁ ଯିବା ଜିଦ କରୁଥିବା ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ଲାଂଚିପଲ୍ଲୀ ଓଭର ବ୍ରିଜ ଉପରେ ଯାଉଥିବାବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ ବିଜେଡି କର୍ମୀContinue reading “ପ୍ରଦୀପ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡା, ପଥର ଓ ପାଣି ବୋତଲ ମାଡ଼ । ଉତ୍ତେଜନା ନିୟନ୍ତ୍ରଣ କରିବାରେ ଫେଲ ମାରିଲା ପୁଲିସ”

ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପର ଫାଇନାଲରେ ନୀରଜ ଚୋପ୍ରା, ୮୮.୭୭ ମିଟର ଦୂର ପର୍ଯ୍ୟନ୍ତ ଜାଭଲିନ ଫୋପାଡି କଲେ ରେକର୍ଡ

କନକ ବ୍ୟୁରୋ : ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟ ଠାରେ ଆଥଲେଟିକ୍ସ ଚମ୍ପିଆନସିପ ୨୦୨୩ ଆୟୋଜିତ ହେଉଛି । ଏହି କ୍ରମରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପର ଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଏହାସହ ସେ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି । ନୀରଜ ଚୋପ୍ରା ତାଙ୍କର ପ୍ରଥମ ଉଦ୍ୟମରେ ୮୮.୭୭ ମିଟର ଦୂର ପର୍ଯ୍ୟନ୍ତ ଭଲା ଫୋପାଡି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିପାରିଛନ୍ତି । କହିରଖୁContinue reading “ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପର ଫାଇନାଲରେ ନୀରଜ ଚୋପ୍ରା, ୮୮.୭୭ ମିଟର ଦୂର ପର୍ଯ୍ୟନ୍ତ ଜାଭଲିନ ଫୋପାଡି କଲେ ରେକର୍ଡ”

ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇବା ପାଇଁ ସବୁ ପ୍ରକାର ଉଦ୍ୟମ : ପ୍ଲାକାର୍ଡ ଦେଖାଇ ଗୋ ବ୍ୟାକ୍ ନାରା ପରେ ଗାଡିକୁ ଅଣ୍ଡା ମାଡ

କନକ ବ୍ୟୁରୋ : ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇବା ପାଇଁ ସବୁ ପ୍ରକାର ଉଦ୍ୟମ । କଳବଳ ଲଗାଇ ବିଧାୟକଙ୍କ ବାଟ ଓଗାଳିବାକୁ ପ୍ରୟାସ । ଗୋ ବ୍ୟାକ୍ ନାରା ପରେ ଅଣ୍ଡା ମାଡ । ପ୍ରଦୀପ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡା ମାଡ କଲେ ବିଜେଡି କର୍ମୀ । କର୍ମୀଙ୍କୁ ମୁଥ ମାରିବା, ଗାଡିକୁ ଅଟକାଇବା ପରେ ପୁଣି ଅଣ୍ଡା ମାଡ ହୋଇଛି । ନିଜ ନିର୍ବାଚନମଣ୍ଡଳିକୁ ପୁରାଇ ନଦେବା ପାଇଁ ପ୍ରୟାସ । ନିଜ ନିର୍ବାଚନମଣ୍ଡଳିକୁContinue reading “ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇବା ପାଇଁ ସବୁ ପ୍ରକାର ଉଦ୍ୟମ : ପ୍ଲାକାର୍ଡ ଦେଖାଇ ଗୋ ବ୍ୟାକ୍ ନାରା ପରେ ଗାଡିକୁ ଅଣ୍ଡା ମାଡ”

Design a site like this with WordPress.com
Get started