କନକ ବ୍ୟୁରୋ : ସନି ଦେଓଲଙ୍କ ଅଭିନୀତ ଗଦର-୨ ସିନେମା ଏବେ ଭାରତ ବ୍ୟତୀତ ବିଦେଶରେ ମଧ୍ୟ ବେଶ୍ କମାଲ କରୁଛି । ଏହି ସିନେମା ହେଉଛି ୨୦୦୧ ମସିହାରେ ସନି ଦେଓଲଙ୍କ ସୁପରହିଟ୍ ସିନେମା ଗଦରର ଦ୍ୱିତୀୟ ଭାଗ । ଚଳିତ ବର୍ଷ ବଲିଉଡରେ ରିଲିଜ ହୋଇଥିବା ସିନେମା ମଧ୍ୟରୁ ଏହା ଦ୍ୱିତୀୟ ସିନେମା ଜିଏ କି ୪୦୦ କୋଟି ଟଙ୍କା କଲେକସନ କରିବାରେ ସଫଳ ହୋଇଛି । ସିନେମାର କାହାଣୀ ସହ ସିନେମାର ଡାଇଲଗContinue reading “ନୂଆ ସଂସଦରେ ୩ଦିନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ ହେବ ସନି ଦେଓଲଙ୍କ ‘ଗଦର-୨’ । ୫୪୩ ଜଣ ସାଂସଦ ଦେଖିବେ ଏହି ସିନେମା”
Tag Archives: News
ଗୋପାଳପୁର ବିଧାୟକଙ୍କୁ ବାରମ୍ବାର ବିରୋଧ : ନିଜ ନିର୍ବାଚନ ମଣ୍ଡଳୀକୁ ଯିବାକୁ ଚାହୁଁଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ ବିଜେଡି କର୍ମୀ
କନକ ବ୍ୟୁରୋ : ପୁଣି ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ ବିଜେଡି କର୍ମୀ । ନିଜ ନିର୍ବାଚନମଣ୍ଡଳିକୁ ଜଣେ ନେତାଙ୍କୁ ପୁରାଇ ନଦେବାକୁ ଚକ୍ରାନ୍ତ । ଭୁବନେଶ୍ୱରରୁ ଗଞ୍ଜାମ ଯାଉଥିବା ବେଳେ ବାରମ୍ବାର ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ କରାଯାଉଛି । ଦଳୀୟ କର୍ମୀଙ୍କୁ ଲଗାଇ ବିଜେଡି ବିରୋଧ କରୁଥିବା ଅଭିଯୋଗ ହୋଇଛି । ଲାଞ୍ଜିପଲ୍ଲୀ ଖଜୁରିଆ ବାଇପାସରେ ବିଜେଡି କର୍ମୀ ଅଟକାଇଛନ୍ତି । ପ୍ଲାକାର୍ଡ ଦେଖାଇ ଗୋ ବ୍ୟାକ୍ ନାରା ଦେଇ ବିଧାୟକଙ୍କୁ ବିରୋଧ କରିଛନ୍ତି । ବିରୋଧContinue reading “ଗୋପାଳପୁର ବିଧାୟକଙ୍କୁ ବାରମ୍ବାର ବିରୋଧ : ନିଜ ନିର୍ବାଚନ ମଣ୍ଡଳୀକୁ ଯିବାକୁ ଚାହୁଁଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ ବିଜେଡି କର୍ମୀ”
୧୭ବର୍ଷ ପରେ ଜେଲରୁ ମୁକୁଳିବେ ମଧୁମିତା ଶୁକ୍ଳାଙ୍କ ହତ୍ୟାକାରୀ ମନ୍ତ୍ରୀ, ଜାଣନ୍ତୁ କଣ ଥିଲା ମାମଲା
କନକ ବ୍ୟୁରୋ : ଦୀର୍ଘ ୧୭ ବର୍ଷ ପରେ ଜେଲରୁ ମୁକୁଳିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ବାହୁବଳୀ ନେତା ଅମରମଣୀ ତ୍ରିପାଠୀ ଓ ତାଙ୍କ ପତ୍ନୀ । ୨୦୦୩ ମସିହାରେ କବୟତ୍ରୀ ମଧୁମିତା ଶୁକ୍ଳାଙ୍କ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଅମରମଣୀ ଓ ତାଙ୍କ ପତ୍ନୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ଏନେଇ ଉତ୍ତର ପ୍ରଦେଶ ସରକାର ତାଙ୍କ ଆଦେଶରେ କହିଛନ୍ତି କି ଅମରମଣୀ ଓ ତାଙ୍କ ପତ୍ନୀ ୨୦୦୭Continue reading “୧୭ବର୍ଷ ପରେ ଜେଲରୁ ମୁକୁଳିବେ ମଧୁମିତା ଶୁକ୍ଳାଙ୍କ ହତ୍ୟାକାରୀ ମନ୍ତ୍ରୀ, ଜାଣନ୍ତୁ କଣ ଥିଲା ମାମଲା”
ଡେଙ୍ଗୁ ସ୍ଥିତିକୁ ନେଇ ଜନସାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ସୂଚନା : କହିଲେ ରାଜ୍ୟରେ ଏବେ ଡେଙ୍ଗୁ ପିକରେ ଅଛି; ୩୦ ଜିଲ୍ଲାକୁ ବ୍ୟାପିଛି ଡେଙ୍ଗୁ ଜ୍ୱର
କନକ ବ୍ୟୁରୋ : ୩୦ ଜିଲ୍ଲାକୁ ଛୁଇଁଲାଣି ଡେଙ୍ଗୁ । ଗତବର୍ଷ ତୁଳନାରେ ବର୍ତମାନ ପିକ୍ ପିରିୟଡ ଚାଲିଛି । ସେପ୍ଟେମ୍ବର ମାସ ଯାଏଁ ଏହି ପିକ୍ ପିରିୟଡ ଚାଲିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କ୍ୟାପିଟାଲ ହସ୍ପିଟାଲର ଲୋଡ଼ କମାଇବା ପାଇଁ ଅନ୍ୟ ଜାଗାରେ ହେବ ଡେଙ୍ଗୁ ପରୀକ୍ଷା । ଆସନ୍ତା ୨ରୁ ୩ ଦିନ ଭିତରେ ଆରମ୍ଭ ହେବ ଡେଙ୍ଗୁ ପରୀକ୍ଷା । କ୍ୟାପିଟାଲ ହସ୍ପିଟାଲ, ଆରଏମଆରସି, ନୟାପଲ୍ଲୀରେContinue reading “ଡେଙ୍ଗୁ ସ୍ଥିତିକୁ ନେଇ ଜନସାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ସୂଚନା : କହିଲେ ରାଜ୍ୟରେ ଏବେ ଡେଙ୍ଗୁ ପିକରେ ଅଛି; ୩୦ ଜିଲ୍ଲାକୁ ବ୍ୟାପିଛି ଡେଙ୍ଗୁ ଜ୍ୱର”
ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା । କଂଗ୍ରେସ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର ।
କନକ ବ୍ୟୁରୋ : ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଅକ୍ଟୋବରର ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ । ସେହିଭଳି ଅକ୍ଟୋବରରେ ପ୍ର୍ରି୍ରୟଙ୍କା ଗାନ୍ଧୀଙ୍କର ମଧ୍ୟ ଓଡ଼ିଶା ଗସ୍ତ ରହିଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଅଧୀରାଜ ପାଣିଗ୍ରାହୀ । ଆଗୁଆ ନିର୍ବାଚନ ନେଇ ଓଡ଼ିଶା ରାଜନୀତି ସରଗରମ ଥିବା ବେଳେ ରାହୁଲ ଓ ପ୍ରିୟଙ୍କାକ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱ ରଖୁଛି । ପିସିସି ସଭାପତି ପରିବର୍ତ୍ତନ ପରେ ଓଡ଼ିଶାContinue reading “ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା । କଂଗ୍ରେସ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର ।”
ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଆଶ୍ୱସ୍ତି, ଦିଲ୍ଲୀ ପାଇଁ କେନ୍ଦ୍ର ଆଣିଥିବା ନୂଆ ସେବା ଆଇନକୁ ପରୀକ୍ଷଣ କରିବେ କୋର୍ଟ
କନକ ବ୍ୟୁରୋ : ଦିଲ୍ଲୀ ସରକାରର ବଦଳି ଓ ନିଯୁକ୍ତି ମାମଲା ଏବେ ସୁପ୍ରିମକୋର୍ଟରେ ପହଂଚିଛି । ଏନେଇ ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ନୂଆ ଏନସିଟିଡି (ସଂଶୋଧନ) ଆଇନ-୨୦୨୩ ବିରୋଧରେ ଆବେଦନ କରିଥିଲେ । କହିରଖୁ କି ଏହି ଆଇନ ସଂସଦର ଉଭୟ ଗୃହରେ ପାରିତ ହୋଇଛି । ସଂସଦରେ ଏହି ବିଲ ସପକ୍ଷରେ ୧୩୧ ଜଣ ସାଂସଦ ସମର୍ଥନ କରିଥିବା ବେଳେ ଏହାକୁ ୧୦୨ ଜଣ ସାଂସଦ ବିରୋଧ କରିଥିଲେ । ହେଲେ ଏହାପରେ ଏହିContinue reading “ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଆଶ୍ୱସ୍ତି, ଦିଲ୍ଲୀ ପାଇଁ କେନ୍ଦ୍ର ଆଣିଥିବା ନୂଆ ସେବା ଆଇନକୁ ପରୀକ୍ଷଣ କରିବେ କୋର୍ଟ”
ରାଜେଶ୍ୱରୀ ଭାରତ ପାଇଁ ଅଲିମ୍ପିକ୍-2024ର ସପ୍ତମ ସୁଟିଂ କୋଟା ଆଣିଦେଇଛନ୍ତି
ଭାରତର ଟ୍ରାପ ସୁଟର ରାଜେଶ୍ୱରୀ କୁମାରୀ ଗୁରୁବାର ଦିନ ବାକୁରେ ଚାଲିଥିବା ଆଇଏସଏଫ(ISSF) ବିଶ୍ୱ ଚାମ୍ପିଅନସିପରେ ପଞ୍ଚମ ସ୍ଥାନ ହାସଲ କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଦେଶର ସପ୍ତମ ସୁଟିଂ କୋଟା ସୁରକ୍ଷିତ କରିଛନ୍ତି । କଡ଼ା ମୁକାବିଲା ମଧ୍ୟରେ ରାଜେଶ୍ୱରୀ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପଦକରୁ ବଞ୍ଚିତ ହୋଇଥିଲେ। ଫାଇନାଲରେ ସେ 30 ଟି ସଟ୍ ରେ ମାତ୍ର 19 ପଏଣ୍ଟ ପାଇଥିଲେ । ମହିଳା ଟ୍ରାପ୍ ଇଭେଣ୍ଟରେ ଅଲିମ୍ପିକ୍ କୋଟା ସ୍ଥାନ ପାଇବାରେContinue reading “ରାଜେଶ୍ୱରୀ ଭାରତ ପାଇଁ ଅଲିମ୍ପିକ୍-2024ର ସପ୍ତମ ସୁଟିଂ କୋଟା ଆଣିଦେଇଛନ୍ତି”
ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ : ଗୋପାଳପୁର ବିଧାୟକଙ୍କୁ ଅଟକାଇଲେ ବିଜେଡି କର୍ମୀ ଓ ପୋଲିସ; ଫାଇଭ-ଟି ସଚିବଙ୍କୁ ଦେଇଥିଲେ ଖୋଲା ଚ୍ୟାଲେଞ୍ଜ
କନକ ବ୍ୟୁରୋ : ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର ବିଧାୟକଙ୍କୁ ଅଟକାଇଲେ ବିଜେଡି କର୍ମୀ ଓ ପୋଲିସ । ଲାଞ୍ଜିପଲ୍ଲୀ ଓଭରବ୍ରିଜରେ ବିଜେଡି କର୍ମୀ ଅଟକାଇଛନ୍ତି । ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ପ୍ରଦୀପ । ଫାଇଭ-ଟି ସଚିବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ସେ କହିଥିଲେ, ମୁଁ ସଭାକୁ ଯିବା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କର ଅର୍ଡର ଅଫ୍ ପ୍ରିସିଡେନ୍ସ ଯାହା ଅଛି, ସେ ଅନୁସାରେ ମୁଖ୍ୟ ସଚିବ, ବିଧାନସଭା ସଚିବ ପଦକ୍ଷେପ ନେବାContinue reading “ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ : ଗୋପାଳପୁର ବିଧାୟକଙ୍କୁ ଅଟକାଇଲେ ବିଜେଡି କର୍ମୀ ଓ ପୋଲିସ; ଫାଇଭ-ଟି ସଚିବଙ୍କୁ ଦେଇଥିଲେ ଖୋଲା ଚ୍ୟାଲେଞ୍ଜ”
ଜମି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ । କହିଲେ, ଚଞ୍ଚକତା କରି ୧୫୦ ଏକର ଜମିକୁ ତାରବାଡ଼ କରାଯାଇଛି, କିରୁଥିକା ପ୍ରଭାକରନ ଚାଷ ଜମ ହଡ଼ପ କରିଥିବା ଅଭିଯୋଗ ।
କନକ ବ୍ୟୁରୋ : ଜମି ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ୍ । କହିଲେ ଜମି ଦୁର୍ନୀତିରେ ସରକାରୀ କର୍ମଚାରୀଙ୍କର ରହିଛି ହାତ । ଚଂଚକତା କରି ୧୫୦ ଏକର ଜମିକୁ ତାରବାଡ଼ କରାଯାଇଛି ବୋଲି କହିଛନ୍ତି ଅପରାଜିତା । ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଅଭିଯୋଗ ଆଣିବା ସହ କହିଛନ୍ତି, ରାଜ୍ୟରେ ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ଜମି ହଡପ ଚାଲିଛି ।ସରକାରୀ ଅଧିକାରୀ ଯିଏ ଶାସନ ବ୍ୟବସ୍ଥା ହାଇଜାକ୍ କରିଥିଲେ ଏ ହେଉଛି ତାଙ୍କରContinue reading “ଜମି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ । କହିଲେ, ଚଞ୍ଚକତା କରି ୧୫୦ ଏକର ଜମିକୁ ତାରବାଡ଼ କରାଯାଇଛି, କିରୁଥିକା ପ୍ରଭାକରନ ଚାଷ ଜମ ହଡ଼ପ କରିଥିବା ଅଭିଯୋଗ ।”
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବଢାଇଲା ମେକଅପ୍ ବେପାର
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଅଗମେଣ୍ଟେଡ୍ ରିଅଲିଟି (AR) ମେକଅପ୍ ଇଣ୍ଡଷ୍ଟ୍ରିକୁ ଏକ ନୂତନ ଯୁଗକୁ ନେଇଯିବାକୁ ବସିଛି । ମେକ୍ଅପ୍ କମ୍ପାନୀ ଏବଂ ବ୍ରାଣ୍ଡଗୁଡିକ ବର୍ତ୍ତମାନ AI ଆଧାରିତ ସ୍ମାର୍ଟ ବିଉଟି ମିରର୍ ଏବଂ ଭର୍ଚୁଆଲ୍ ମେକଅପ୍ ଆପ୍ ମାଧ୍ୟମରେ ଗ୍ରାହକଙ୍କୁ ସେମାନଙ୍କର ଉତ୍ପାଦ ପରୀକ୍ଷା ଏବଂ ଟ୍ରାଏଲ କରିବାକୁ ଅଫର୍ ପ୍ରଦାନ କରୁଛନ୍ତି । ସବୁ ଗ୍ରାହକଙ୍କ ପାଇଁ ଗୋଟିଏ ଉତ୍ପାଦ ବଦଳରେ ଗ୍ରାହକଙ୍କ ସ୍କିନ ଟୋନ ଅନୁଯାୟୀ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତ କରାଯାଉଛିContinue reading “ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବଢାଇଲା ମେକଅପ୍ ବେପାର”