ଫାଇଭ-ଟି ସଚିବଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ : ଅପରାହ୍ନ ୪.୧୫ ବଦଳରେ ୨.୧୫ରେ ରଙ୍ଗେଇଲୁଣ୍ଡା ଯିବେ ପାଣ୍ଡିଆନ୍

କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ । ଅପରାହ୍ନ ୪.୧୫ ବଦଳରେ ୨.୧୫ ରେ ରଙ୍ଗେଇଲୁଣ୍ଡା ଯିବେ ପାଣ୍ଡିଆନ୍ । ସେପଟେ, କବି ସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶନିମନ୍ଦିର ପଡ଼ିଆରେ ଚାଲିଥିବା ଅଭିଯୋଗ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ପାଣ୍ଡିଆନ୍ । ସେହିପରି କବିସୂର୍ଯ୍ୟନଗର ବୁରୁଝୁରି ବାଲିବଣ ପଡ଼ିଆରେ ପହଞ୍ଚି ଜୟ ମା’ ତାରିଣୀ କହି ନିଜର ଅଭିଭାଷଣ ରଖିଥିଲେ । ଏହା ସହ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି ପାଣ୍ଡିଆନ୍ । କବିସୂର୍ଯ୍ୟନଗରContinue reading “ଫାଇଭ-ଟି ସଚିବଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ : ଅପରାହ୍ନ ୪.୧୫ ବଦଳରେ ୨.୧୫ରେ ରଙ୍ଗେଇଲୁଣ୍ଡା ଯିବେ ପାଣ୍ଡିଆନ୍”

ଚନ୍ଦ୍ରରୁ ଆସିଲା ପ୍ରଜ୍ଞାନର ପ୍ରଥମ ଭିଡିଓ । ଲ୍ୟାଣ୍ଡର ବିକ୍ରମରୁ କିଭଳି ବାହାରିଲା ରୋଭର, ଇସ୍ରୋ ଜାରି କଲା ଭିଡିଓ

କନକ ବ୍ୟୁରୋ: ଚନ୍ଦ୍ରଯାନ -୩ ମିଶନର ସଫଳତା ପରେ ଇସ୍ରୋ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ କ୍ରମାଗତ ଭାବେ ଏହି ସମ୍ପର୍କିତ ଭିଡିଓକୁ ଅପଲୋଡ କରୁଛି । ଏହି କ୍ରମରେ ଇସ୍ରୋ ଜାରି କରିଛି ରୋଭର ପ୍ରଜ୍ଞାନର ଧରାବତରଣର ଭିଡିଓ । ପ୍ରଜ୍ଞାନ କିପରି ଲ୍ୟାଣ୍ଡର ବିକ୍ରମ ଭିରତରୁ ବାହାରି ଚନ୍ଦ୍ର ପୃଷ୍ଠକୁ ଓହ୍ଲାଉଛି ତାହା ଏଥିରେ ଦୃଶ୍ୟମାନ ହେଉଛି । … … and here is how the Chandrayaan-3 Rover ramped downContinue reading “ଚନ୍ଦ୍ରରୁ ଆସିଲା ପ୍ରଜ୍ଞାନର ପ୍ରଥମ ଭିଡିଓ । ଲ୍ୟାଣ୍ଡର ବିକ୍ରମରୁ କିଭଳି ବାହାରିଲା ରୋଭର, ଇସ୍ରୋ ଜାରି କଲା ଭିଡିଓ”

ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ଯିବାବେଳେ ଦୁର୍ଘଟଣା : ଛାତ୍ରୀଙ୍କୁ ଧକ୍କା ଦେଲା ବସ୍, ଆହତ ଅବସ୍ଥାରେ ଏମକେସିଜିରେ ଭର୍ତ୍ତି

କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ଯିବାବେଳେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀ ଆହତ ହୋଇଛନ୍ତି । ଆହତ ଛାତ୍ରୀଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସାଇକେଲରେ ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଏହିContinue reading “ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ଯିବାବେଳେ ଦୁର୍ଘଟଣା : ଛାତ୍ରୀଙ୍କୁ ଧକ୍କା ଦେଲା ବସ୍, ଆହତ ଅବସ୍ଥାରେ ଏମକେସିଜିରେ ଭର୍ତ୍ତି”

ବିଏମସି ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ, ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ।

କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି କରାଯାଇଛି । ଭୁବନେଶ୍ୱରର ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଏମସିର ଦାୟିତ୍ୱ ନିୟମିତ ଭାବେ ବଢିଚାଲିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି । ଏହାଦ୍ବାରା ନିଗମContinue reading “ବିଏମସି ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ, ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ।”

ଗଞ୍ଜାମରେ ଫାଇଭ-ଟି ସଚିବ : ଜୟ ମା’ ତାରିଣୀ କହି ରଖିଲେ ଅଭିଭାଷଣ; ବିଭିନ୍ନ ପ୍ରକଳ୍ପର କଲେ ଘୋଷଣା

କନକ ବ୍ୟୁରୋ : ଗଞ୍ଜାମରେ ପହଞ୍ଚିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶନିମନ୍ଦିର ପଡ଼ିଆରେ ଚାଲିଥିବା ଅଭିଯୋଗ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ପାଣ୍ଡିଆନ୍ । ସେହିପରି କବି ସୂର୍ଯ୍ୟନଗର ବୁରୁଝୁରି ବାଲିବଣ ପଡ଼ିଆରେ ପହଞ୍ଚି ଜୟ ମା’ ତାରିଣୀ କହି ନିଜର ଅଭିଭାଷଣ ରଖିଥିଲେ । ଏହା ସହ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି ପାଣ୍ଡିଆନ୍ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଥିବ ସମସ୍ତ କଲେଜ ରୂପାନ୍ତରିକରଣ ହେବ ବୋଲି ସେContinue reading “ଗଞ୍ଜାମରେ ଫାଇଭ-ଟି ସଚିବ : ଜୟ ମା’ ତାରିଣୀ କହି ରଖିଲେ ଅଭିଭାଷଣ; ବିଭିନ୍ନ ପ୍ରକଳ୍ପର କଲେ ଘୋଷଣା”

ଡିଏଫଓଙ୍କୁ ଭୁବନେଶ୍ୱରରେ ଜେରା : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ହୋଇଥିଲା ଚଢାଉ; ୬ କୋଟି ଟପିପାରେ ସମ୍ପତି ତାଲିକା

କନକ ବ୍ୟୁରୋ : ରାୟଗଡା ଡିଏଫଓ ବିଜୟ କୁମାର ପରିଡାଙ୍କୁ ଉଠାଇଆଣି ଭୁବନେଶ୍ୱରରେ ଜେରା କରୁଛି ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବିଜୟଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଏହି ସମୟରେ ଅନେକ ସମ୍ପତି ଠାବ କରିଛି ଭିଜିଲାନ୍ସ । ଚଢ଼ାଉ ସମୟରେ କଟକ ଶ୍ରୀକୋରୁଅଁଠାରେ ୯୫୦୦ ବର୍ଗଫୁଟର ୪ ମହଲା ଅଟ୍ଟାଳିକା ଠାବ କରାଯାଇଛି । ଏହି ବିରାଟ ଅଟ୍ଟାଳିକାର ମୂଲ୍ୟ ୧ କୋଟି ୮୦Continue reading “ଡିଏଫଓଙ୍କୁ ଭୁବନେଶ୍ୱରରେ ଜେରା : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ହୋଇଥିଲା ଚଢାଉ; ୬ କୋଟି ଟପିପାରେ ସମ୍ପତି ତାଲିକା”

ମାଓବାଦୀଙ୍କ ଲଙ୍କାକାଣ୍ଡ : ଲ୍ୟାଣ୍ଡମାଇନ୍ସରେ ଫରେଷ୍ଟ କ୍ୱାର୍ଟର ଉଡ଼ାଇବା ସହ ପୋଡ଼ି ଦେଲେ ଜେସିବି

କନକ ବ୍ୟୁରୋ : ମାଓବାଦୀଙ୍କ ବର୍ବର କାଣ୍ଡ । ଜେସିବି ପୋଡିବା ସହ ଲ୍ୟାଣ୍ଡମାଇନ୍ସରେ ଫରେଷ୍ଟ କ୍ୱାର୍ଟର ଉଡାଇଥିବା ସୂଚନା। ଗୁରୁବାର ବିଳମ୍ବିତ ରାତିରେ ନୂଆପଡ଼ା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ଏଭଳି ଘଟଣା ଘଟିଛି । ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ପାଖାପାଖି ୫୦ରୁ ଉର୍ଦ୍ଧ୍ଵ ମାଓବାଦୀ ଆସି ନୂଆପଡ଼ା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ବର୍ବର କାଣ୍ଡ ଘଟାଇଛନ୍ତି । ଜେସିବି ପୋଡିବା ସହ ଲ୍ୟାଣ୍ଡମାଇନ୍ସରେ ଫରେଷ୍ଟ କ୍ବାଟରContinue reading “ମାଓବାଦୀଙ୍କ ଲଙ୍କାକାଣ୍ଡ : ଲ୍ୟାଣ୍ଡମାଇନ୍ସରେ ଫରେଷ୍ଟ କ୍ୱାର୍ଟର ଉଡ଼ାଇବା ସହ ପୋଡ଼ି ଦେଲେ ଜେସିବି”

ମାଲିକ ପାଇଁ ଜୀବନ ଦେଲା କୁକୁର : ନାଗ ସାପ ସହ ଲଢ଼େଇ କରି ମାଲିକ ଘରକୁ ପଶିବାକୁ ଦେଲାନି କୁକୁର

କନକ ବ୍ୟୁରୋ : ମାଲିକ ପାଇଁ ଜୀବନ ଦେଲା କୁକୁର । ନାଗ ସାପକୁ ମାରି ନିଜେ ମଲା । ସମ୍ବଲପୁର ବୁର୍ଲା ଅଞ୍ଚଳରୁ ଆସିଛି ଏଭଳି ଖବର । ଗତକାଲି ସନ୍ଧ୍ୟା ବେଳେ ଏକ ନାଗ ସାପ ମାଲିକ ଜୟ ନାରାୟଣ ପାତ୍ରଙ୍କ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ଘରେ ଥିବା ବିଦେଶୀ କୁକୁର ଜର୍ମାନ୍ ସେଫର୍ଡ ‘ବ୍ଲାକି’ ସାପକୁ ଦେଖିଥିଲା । ନାଗକୁ ଘର ଭିତରକୁ ପଶିବାକୁ ଦେଇନଥିଲାContinue reading “ମାଲିକ ପାଇଁ ଜୀବନ ଦେଲା କୁକୁର : ନାଗ ସାପ ସହ ଲଢ଼େଇ କରି ମାଲିକ ଘରକୁ ପଶିବାକୁ ଦେଲାନି କୁକୁର”

ଫାଇଭ-ଟି ସଚିବଙ୍କ ଗସ୍ତ ନେଇ କଡା ସୁରକ୍ଷା : ସଭାସ୍ଥଳକୁ କଲେଜ ପିଲାଙ୍କୁ କଲମ ଓ ବ୍ୟାଗ ମନା

କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ଗସ୍ତକୁ ନେଇ କଡା ଗଞ୍ଜାମରେ କଡା ସୁରକ୍ଷା । ସଭା ସ୍ଥଳକୁ କଲମ, ବ୍ୟାଗ ମନା । କଲେଜ ଛାତ୍ରଛାତ୍ରୀଙ୍କୁ ବ୍ୟାଗ ଏବଂ କଲମ ନେଇ ଯିବାକୁ ବାରଣ କରଯାଇଛି । ପିଲାମାନଙ୍କ ଠାରୁ ବ୍ୟାଗ ଓ କଲମ କାଢି ରଖାଯାଉଛି । ପୁରୀ ସତ୍ୟବାଦୀରେ ସଚିବଙ୍କୁ କାଳିମାଡ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୁଲିସ । ପିଲାମାନଙ୍କୁ ଭଲ ଭାବେ ଯାଞ୍ଚ କରି ସଭା ସ୍ଥଳକୁ ଛଡାଯାଉଥିବାରContinue reading “ଫାଇଭ-ଟି ସଚିବଙ୍କ ଗସ୍ତ ନେଇ କଡା ସୁରକ୍ଷା : ସଭାସ୍ଥଳକୁ କଲେଜ ପିଲାଙ୍କୁ କଲମ ଓ ବ୍ୟାଗ ମନା”

ବିଜେପି ପକ୍ଷରୁ ୬ ଘଣ୍ଟିଆ ଯଶୀପୁର ବନ୍ଦ ପାଳନ : ବନ୍ଦ ପାଇଁ ରାଜରାସ୍ତାରେ ଅଟକି ରହିଛି ଶହ ଶହ ଗାଡ଼ି

କନକ ବ୍ୟୁରୋ : ବିଜେପି ପକ୍ଷରୁ ୬ ଘଣ୍ଟିଆ ଯଶୀପୁର ବନ୍ଦ ପାଳନ । ବାଇପାସ୍‌ ରାସ୍ତା କାମ ସମ୍ପୂର୍ଣ୍ଣ କରିବା ଓ ମୁଖ୍ୟ ରାସ୍ତାର ମରାମତି ଦାବିରେ ବିଜେପି ପକ୍ଷରୁ ୬ ଘଣ୍ଟିଆ ଯଶିପୁର ବନ୍ଦ ପାଳନ କରାଯାଉଛି । ଆଜି ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରାଯାଉଛି ।  ମୟୂରଭଞ୍ଜ ଜିଲ୍ଲା ଯଶିପୁରରେ ଦୋକାନ ବଜାର ବନ୍ଦ ରହିଛି । ଖାଲି ସେତିକି ନୁହେଁ, ଯଶୀପୁର ବାଟଦେଇ କୌଣସି  ଯାନବାହନContinue reading “ବିଜେପି ପକ୍ଷରୁ ୬ ଘଣ୍ଟିଆ ଯଶୀପୁର ବନ୍ଦ ପାଳନ : ବନ୍ଦ ପାଇଁ ରାଜରାସ୍ତାରେ ଅଟକି ରହିଛି ଶହ ଶହ ଗାଡ଼ି”

Design a site like this with WordPress.com
Get started