ଚନ୍ଦ୍ରଯାନ-୩ ମିଶନ ପରେ ଆଉ କଣ? ଜାଣନ୍ତୁ, ଇସ୍ରୋର ଭବିଷ୍ୟତର ପ୍ଲାନ୍ । କେଉଁ କେଉଁ ମିଶନ୍ ଲଞ୍ଚ କରିବ ଇସ୍ରୋ?

କନକ ବ୍ୟୁରୋ: ଇସ୍ରୋର ଚନ୍ଦ୍ରଯାନ-୩ ମିଶନ୍ ସଫଳ ହେଇସାରିଛି । ଏବେ ସମସ୍ତଙ୍କର ନଜର ଇସ୍ରୋର ଆଗାମୀ ମିଶନ୍ ଉପରେ । ସଫଳ ଚନ୍ଦ୍ରଯାନ ମିଶନ ପରେ ଇସ୍ରୋ କେଉଁ ମିଶନ୍ ଆରମ୍ଭ କରିବ ତାକୁ ନେଇ ଏବେ ଚର୍ଚ୍ଚା ବଢିଥିବାବେଳେ, ଆଗାମୀ ଦିନରେ ଇସ୍ରୋର ଗଗନାୟନ ମିଶନ୍ ଏବଂ ସୂର୍ଯ୍ୟ ମିଶନ୍ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ, ନିକଟ ଭବିଷ୍ୟତରେ ଇସ୍ରୋ ନାସା ସହିତ ମିଶି ମଧ୍ୟ ଏକContinue reading “ଚନ୍ଦ୍ରଯାନ-୩ ମିଶନ ପରେ ଆଉ କଣ? ଜାଣନ୍ତୁ, ଇସ୍ରୋର ଭବିଷ୍ୟତର ପ୍ଲାନ୍ । କେଉଁ କେଉଁ ମିଶନ୍ ଲଞ୍ଚ କରିବ ଇସ୍ରୋ?”

ନବୀନ ନିବାସ ଆଗରେ ଆତ୍ମହତ୍ୟା ଉଦ୍ୟମ : ପରିବାରର ୬ଜଣ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

କନକ ବ୍ୟୁରୋ : ନ୍ୟାୟ ଦାବିରେ ନବୀନ ନିବାସ ଆଗରେ ଆତ୍ମହତ୍ୟା ଉଦ୍ୟମ । ନ୍ୟାୟ ପାଇଁ ଲଢ଼େଇ କରୁଥିବା ଏକ ପରିବାର ଆଜି ସକାଳେ ନବୀନ ନିବାସ ଆଗରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ପୁଅର ହତ୍ୟାକାରିକୁ ପୋଲିସ ଗିରଫ କରିନଥିବା ଅଭିଯୋଗ କରି ପରିବାରର ୬ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ୨୦୨୨ରେ ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଜଣେ ଯୁବକ ଦୈତ୍ୟରାଜ ନାୟକଙ୍କୁ ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡରେ ପୋଲିସContinue reading “ନବୀନ ନିବାସ ଆଗରେ ଆତ୍ମହତ୍ୟା ଉଦ୍ୟମ : ପରିବାରର ୬ଜଣ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ”

ଠିକ୍ ୬ଟା ୪ ମିନିଟରେ ଜନ୍ମ ହେଲା ପୁଅ । ନବଜାତ ଶିଶୁପୁତ୍ରର ନାଁ ଚନ୍ଦ୍ରଯାନ ରଖିଲେ ପରିବାର ଲୋକ । ଜାଣନ୍ତୁ, କେଉଁଠି ଘଟିଲା ଏମିତି ଘଟଣା…

କନକ ବ୍ୟୁରୋ: ନବଜାତ ଶିଶୁପୁତ୍ରର ନାଁ ‘ଚନ୍ଦ୍ରଯାନ’ ରଖିଲେ ବାପା ମାଆ । ବୁଧବାର ଭାରତର ମୁନ୍ ମିଶନ୍ ଚନ୍ଦ୍ରଯାନକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଥିବାବେଳେ, ଏବେ କେନ୍ଦ୍ରାପଡାରୁ ଏମିତି ଏକ ଖବର ଆସିଛି ଯାହାକୁ ଶୁଣି ଆପଣ ଆଶ୍ଚଯ୍ୟ ହେବେ । ଗୋଟିଏ ନବଜାତ ଶିଶୁପୁତ୍ରର ନାଁ ତା’ର ବାପା ମାଆ ଚନ୍ଦ୍ରଯାନ ରଖିଛନ୍ତି । ଅସଲ କଥା ହେଉଛି, ବୁଧବାର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରନୁ ମଲ୍ଲିକ ଏକ ପୁତ୍ର ସନ୍ତାନକୁContinue reading “ଠିକ୍ ୬ଟା ୪ ମିନିଟରେ ଜନ୍ମ ହେଲା ପୁଅ । ନବଜାତ ଶିଶୁପୁତ୍ରର ନାଁ ଚନ୍ଦ୍ରଯାନ ରଖିଲେ ପରିବାର ଲୋକ । ଜାଣନ୍ତୁ, କେଉଁଠି ଘଟିଲା ଏମିତି ଘଟଣା…”

ରାସ୍ତା ଉପରେ ଜଳିଗଲା ଯାତ୍ରୀବାହୀ ବସ୍ : କଳାଧୂଆଁରେ ଧୂଆଁମୟ ହେଲା ପରିବେଶ

କନକ ବ୍ୟୁରୋ : ରାସ୍ତା ଉପରେ ଜଳିଗଲା ଯାତ୍ରୀବାହୀ ବସ୍ । କୋରାପୁଟର ବୋରିଗୁମ୍ମା-ନବରଙ୍ଗପୁର ରୋଡ଼ରେ ଗୁପ୍ତା ଟ୍ରାଭେଲ୍ସ ନାମକ ଏକ ନାଇଟ କୋଚ୍ ବସରେ ନିଆଁ ଲାଗି ଜଳିଯାଇଛି । ବସ୍ଟି ହାଇଦ୍ରାବଦରୁ ସିନାପାଲି ଯାଉଥିଲା । ତେବେ ବସରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବିକ ବସର ଟାୟାର ଫାଟିଯିବା ଯୋଗୁଁ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିଶମ ବାହିନୀ ମଧ୍ୟ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ ହୋଇଛିContinue reading “ରାସ୍ତା ଉପରେ ଜଳିଗଲା ଯାତ୍ରୀବାହୀ ବସ୍ : କଳାଧୂଆଁରେ ଧୂଆଁମୟ ହେଲା ପରିବେଶ”

କମ୍ ଖର୍ଚ୍ଚରେ ଚନ୍ଦ୍ର ବିଜୟ : ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଲାଗିଲା ୪୦ ଦିନ

କନକ ବ୍ୟୁରୋ : ପ୍ରଥମ ଦେଶ ଭାବେ ଭାରତ ସଫଳତାର ସହ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଛି । କିନ୍ତୁ ଚତୁର୍ଥ ଦେଶ ଭାବେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଭାରତ । କିନ୍ତୁ ଋଷିଆର ଚନ୍ଦ୍ରଯାନ ମିଶନ ଲୁନାର-୨୫ ଫେଲ ମାରିଛି । ଚନ୍ଦ୍ରଯାନ-୩ ପାଇଁ ୭୫ ଲକ୍ଷ ଡଲାର ଅର୍ଥାତ୍ ୬୧୮ କୋଟି ଟଙ୍କା ଖର୍ଚ୍ଚ କରିଛି ଭାରତ । ସେହି ତୁଳନାରେ ଲୁନାର-୨୫ ପାଇଁ ପ୍ରାୟ ତିନି ଗୁଣା ଅଧିକ ଟଙ୍କାContinue reading “କମ୍ ଖର୍ଚ୍ଚରେ ଚନ୍ଦ୍ର ବିଜୟ : ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଲାଗିଲା ୪୦ ଦିନ”

ଚନ୍ଦ୍ରଯାନ-୩ର ସଫଳତା ପଛରେ କେନ୍ଦ୍ରାପଡା ପୁଅ । ଗାଁରେ ସେଲିବ୍ରେସନର ମାହୋଲ, ବାପା କହିଲେ ପୁଅ ଦେଶ ପାଇଁ କାମ କରୁଛି ଏଥିପାଇଁ ଗର୍ବିତ ।

କନକ ବ୍ୟୁରୋ : ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନ-୩ର ସଫଳତା ପଛରେ କେନ୍ଦ୍ରାପଡ଼ାର ଯୁବକଙ୍କ ହାତ ରହିଛି । କେନ୍ଦ୍ରାପଡ଼ା ଚନ୍ଦନନଗର ବାଲିଆ ଗାଁର ଯୁବ ବୈଜ୍ଞାନିକ ସୁଶୀଲ କୁମାର ନାୟକ ହିଁ ଚନ୍ଦ୍ରଯାନ-୩ ପ୍ରକଳ୍ପର ମୁଖ୍ୟ ସୂତ୍ରଧର ଥିଲେ । ସେ ୧୦ ଜଣିଆ ବୈଜ୍ଞାନିକ ଟିମର ନେତୃତ୍ୱ ନେଇଥିଲେ । ଚନ୍ଦ୍ରଯାନ-୩ ପାଇଁ ଯେଉଁ ପ୍ରକଳ୍ପ ପ୍ରସ୍ତୁତି ହୋଇଥିଲା ତାର ରୂପରେଖ ସୁଶୀଲଙ୍କ ନେତୃତ୍ୱରେ ଏକ ଟିମ୍ କରିଥିଲାContinue reading “ଚନ୍ଦ୍ରଯାନ-୩ର ସଫଳତା ପଛରେ କେନ୍ଦ୍ରାପଡା ପୁଅ । ଗାଁରେ ସେଲିବ୍ରେସନର ମାହୋଲ, ବାପା କହିଲେ ପୁଅ ଦେଶ ପାଇଁ କାମ କରୁଛି ଏଥିପାଇଁ ଗର୍ବିତ ।”

କୁଲ୍ଲୁରେ ଭୁଶୁଡ଼ିଲା କୋଠା : ୨୬ ସେକେଣ୍ଡରେ ତାସ ଘର ପରି ଭୁଶୁଡ଼ିଗଲା ୭ ମହଲା ଘର

କନକ ବ୍ୟୁରୋ : ହିମାଚଳ ପ୍ରଦେଶ କୁଲୁରେ ଭୟଙ୍କର ଭୁସ୍ଖଳନ । ମାତ୍ର ୨୬ ସେକେଣ୍ଡ ଭିତରେ ତାସର ପତା ପରି ଭୁଶୁଡ଼ି ପଡ଼ିଲା ୭ ମହଲା ବିଶିଷ୍ଟ ଘର । ଲଗାଣ ବର୍ଷା ଯୋଗୁଁ କୋଠାଟି ଦୁର୍ବଳ ହୋଇପଡ଼ିଥିଲ । ବିପଦ ସଙ୍କେତ ଅବସ୍ଥାରେ ଏହି କୋଠାକୁ ୩ ଦିନ ପୂର୍ବରୁ ଖାଲି କରି ଦିଆଯାଇଥିଲା । କୁଲୁ ସ୍ଥିତ ନୂଆ ବସଷ୍ଟାଣ୍ଡରେ ଥିବା ଏକାଧିକ କୋଠା ଭୁଶୁଡି ପଡ଼ିଛି । ଭିଡ଼ିଓରେ କୋଠା ଭୁଶୁଡ଼ିବାରContinue reading “କୁଲ୍ଲୁରେ ଭୁଶୁଡ଼ିଲା କୋଠା : ୨୬ ସେକେଣ୍ଡରେ ତାସ ଘର ପରି ଭୁଶୁଡ଼ିଗଲା ୭ ମହଲା ଘର”

ଆକାଶପଥରେ କମାଲ କଲା ତେଜସ । ୨୦ ହଜାର ଫୁଟ୍ ଉପରୁ ଛାଡିଲା ‘ଅସ୍ତ୍ର’ ମିସାଇଲ, ପରୀକ୍ଷଣ ହେଲା ସଫଳ ।

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ବଢିଲା ଶକ୍ତି । ପୂରା ଦେଶ ଚନ୍ଦ୍ରଯାନ-୩ର ସଫଳତାରେ ଉତ୍ସବମୁଖର ହୋଇଥିବା ବେଳେ ଭାରତ ସାମରିକ କ୍ଷେତ୍ରରେ ନିଜର ପରାକ୍ରମ ଦେଖାଇଛି । ସ୍ୱଦେଶୀ ନିର୍ମିତ ତେଜସ ବିମାନରୁ ଅସ୍ତ୍ର ମିସାଇଲର ସଫଳ ପରୀକ୍ଷଣ କରିଛି । ୨୦ ହଜାର ଫୁଟ୍ ଉପରୁ ତେଜସ ବିମାନରୁ ଏହି ସଫଳ ପରୀକ୍ଷଣ ହୋଇଛି । ଯାହା କେବଳ ଟାର୍ଗେଟକୁ ଭେଦ କରିନି ବରଂ ଯେଉଁ ଉଦ୍ଦେଶ୍ୟରେ ପରୀକ୍ଷଣ ହୋଇଥିଲା ତାହାକୁ ପୂରାContinue reading “ଆକାଶପଥରେ କମାଲ କଲା ତେଜସ । ୨୦ ହଜାର ଫୁଟ୍ ଉପରୁ ଛାଡିଲା ‘ଅସ୍ତ୍ର’ ମିସାଇଲ, ପରୀକ୍ଷଣ ହେଲା ସଫଳ ।”

ପାତେଳି ଗାଁରେ ହାତୀ ଆକ୍ରମଣ : ଶୌଚ ପାଇଁ ଯାଇଥିବାବେଳେ ୩ଜଣଙ୍କୁ ଦଳି ମାରିଲା ହାତୀ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

କନକ ବ୍ୟୁରୋ : ଅନୁଗୁଳ ପାତେଳି ଗାଁରେ ହାତୀ ଆକ୍ରମଣ । ଶୌଚ ପାଇଁ ଯାଇଥିବା ବେଳେ ୩ଜଣଙ୍କୁ ଦଳି ମାରିଲା ହାତୀ । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ପୁରୁଷ ଓ ୨ଜଣ ମହିଳା । ମୃତ୍ୟୁ ନେଇ ପାତେଳି ଗାଁରେ ଉତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ଅନୁଗୁଳ- ବନ୍ତଳା ରାସ୍ତା ଅବରୋଧ କରି ପୋଡ଼ାଜଳା କରିବା ସହ ଧାରଣାରେ ବସିଛନ୍ତି ସ୍ଥାନୀୟ ଲୋକ । ବନ୍ତଳା ବନାଞ୍ଚଳ ଓ ଅନୁଗୁଳ ବନାଞ୍ଚଳ ସୀମାନ୍ତରେContinue reading “ପାତେଳି ଗାଁରେ ହାତୀ ଆକ୍ରମଣ : ଶୌଚ ପାଇଁ ଯାଇଥିବାବେଳେ ୩ଜଣଙ୍କୁ ଦଳି ମାରିଲା ହାତୀ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ”

ସ୍କୁଲରେ ଶିକ୍ଷକ-ସିଆରସିସିଙ୍କ ମଧ୍ୟରେ ମାରପିଟ୍ : ଅଭିଭାବକ, ପିଲାଙ୍କ ସାମ୍ନାରେ ହେଲେ ହାତାହାତି; ଭିଡିଓ ଭାଇରାଲ

କନକ ବ୍ୟୁରୋ : ରାସ୍ତା ମଝିରେ ସିଆରସିସି ଓ ପ୍ରଧାନ ଶିକ୍ଷକ ହାତାହାତି । ଭାଇରାଲ ହେଉଛି ଖଣ୍ଡଯୁଦ୍ଧର ଭିଡିଓ । ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଅଭିଯୋଗ ହୋଇଛି ଯେ, ପିଲାଙ୍କ ନବୋଦୟ ପରୀକ୍ଷା ପାଇଁ ସିଆରସିସି,ପ୍ରଧାନ ଶିକ୍ଷକଙ୍କୁ ଫର୍ମ ପୁରଣ କରିବାକୁ କହିଥିଲେ । ହେଲେ ଫର୍ମ ପୁରଣ ହୋଇନଥିବାରୁ ଏନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ ସିଆରସିସି । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲାContinue reading “ସ୍କୁଲରେ ଶିକ୍ଷକ-ସିଆରସିସିଙ୍କ ମଧ୍ୟରେ ମାରପିଟ୍ : ଅଭିଭାବକ, ପିଲାଙ୍କ ସାମ୍ନାରେ ହେଲେ ହାତାହାତି; ଭିଡିଓ ଭାଇରାଲ”

Design a site like this with WordPress.com
Get started