ଟଙ୍କା ଦିଅ ଓଡ଼ିଶୀ ନୃତ୍ୟ କର: କୋଣାର୍କ ମୁକ୍ତାକାଶ ମଂଚରେ ନାଚିବାକୁ ଶିଳ୍ପୀଙ୍କଠାରୁ ଟଙ୍କା ଆଦାୟ ଅଭିଯୋଗ

କନକ ବ୍ୟୁରୋ: ଟଙ୍କା ଦିଅ ଓଡିଶୀ ନୃତ୍ୟ କର । ତାହା ପୁଣି କୋଣାର୍କ ମୁକ୍ତାକାଶ ମଂଚରେ । ଓଡିଶୀ ନୃତ୍ୟ ପରିବେଷଣ କରିବାକୁ ହେଲେ ୨୦୦ରୁ ୬୦୦ ଡଲାର ଦେବାକୁ ହେବ । ଭାରତୀୟ ମୁଦ୍ରାରେ ଆକଳନ କଲେ ଜଣଙ୍କୁ ୧୬ ହଜାରରୁ ୫୦ ହଜାକ ଟଙ୍କା ଦେବାକୁ ହେବ । କୋଣାର୍କ ମୁକ୍ତାକାଶ ମଂଚରେ ପ୍ରଥମ କୋଣାର୍କ ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି ବିଜ୍ଞାପନ । ଡିସେମ୍ବରContinue reading “ଟଙ୍କା ଦିଅ ଓଡ଼ିଶୀ ନୃତ୍ୟ କର: କୋଣାର୍କ ମୁକ୍ତାକାଶ ମଂଚରେ ନାଚିବାକୁ ଶିଳ୍ପୀଙ୍କଠାରୁ ଟଙ୍କା ଆଦାୟ ଅଭିଯୋଗ”

ରୁଷିଆକୁ କଡା ଜବାବ ଦେବ ୟୁକ୍ରେନ: ଯୁଦ୍ଧ ପାଇଁ ଏଫ୍-୧୬ ବିମାନ ଯୋଗାଇ ଦେବାକୁ ଆମେରିକାର ସବୁଜ ସଙ୍କେତ

କନକ ବ୍ୟୁରୋ: ରୁଷିଆ ଓ ୟୁକ୍ରେନ ଭିତରେ ଗତ ଦେଢ ବର୍ଷ ଧରି ଜାରି ରହିଛି ଯୁଦ୍ଧ । ଏହାରି ଭିତରେ ରୁଷ ସେନାକୁ ମୁହଁତୋଡ ଜବାବ ଦେବାକୁ ୟୁକ୍ରେନକୁ ଏଫ୍-୧୬ ଲଢୁଆ ବିମାନ ଦେବାକୁ ନିଷ୍ପତି ନେଇଛି ଆମେରିକା । ଖୁବଶୀଘ୍ର ୟୁକ୍ରେନକୁ ମିଳିବାକୁ ଯାଉଛି ଏଫ୍-୧୬ ଯୁଦ୍ଧ ବିମାନ । ଡେନ୍ମାର୍କ ଓ ନେଦରଲ୍ୟାଣ୍ଡ ଏହି ଯୁଦ୍ଧ ବିମାନ ୟୁକ୍ରେନକୁ ପଠାଇବ । ୟୁରୋପୀୟ ମହାସଂଘଠାରୁ ଏଫ୍-୧୬ ଯୁଦ୍ଧ ବିମାନ ଦୀର୍ଘ ଦିନରୁ ଦାବିContinue reading “ରୁଷିଆକୁ କଡା ଜବାବ ଦେବ ୟୁକ୍ରେନ: ଯୁଦ୍ଧ ପାଇଁ ଏଫ୍-୧୬ ବିମାନ ଯୋଗାଇ ଦେବାକୁ ଆମେରିକାର ସବୁଜ ସଙ୍କେତ”

ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା, ସରକାରକୁ ଆସିଲେ ଜାତିଗତ ଜନଗଣନା ସହ …

କନକ ବ୍ୟୁରୋ : ଚଳିତବର୍ଷ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଶାସନ କ୍ଷମତାରେ ଥିବା ବିଜେପି ଓ ବିରୋଧୀ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯିବା ସହ ଭୋଟରଙ୍କୁ ମନାଇବାକୁ ବିଭିନ୍ନ ପ୍ରକାର ଘୋଷଣାମାନ କରିଚାଲିଛନ୍ତି । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଦେଶ ଭୋଟରଙ୍କୁ କହିଛନ୍ତି କି, ଯଦି ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସେ ତେବେ ରାଜ୍ୟରେ ବିହାର ଭଳି ଜାତିଗତContinue reading “ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା, ସରକାରକୁ ଆସିଲେ ଜାତିଗତ ଜନଗଣନା ସହ …”

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାକ୍ଷୀ ପଠାଇଲେ ସୀମା ହାଇଦର: ରାକ୍ଷୀ ବନ୍ଧନକୁ ନେଇ ଦେଲେ ଏହି ବାର୍ତ୍ତା

କନକ ବ୍ୟୁରୋ: ତିଜ ଆଉ ନାଗପଞ୍ଚମୀ ପରେ ଏବେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପାକିସ୍ତାନରୁ ଆସିଥିବା ସୀମା ଦାଇଦର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଦି ଆହୁରି ନେତାଙ୍କୁ ରାକ୍ଷୀ ପଠାଇଛନ୍ତି ସୀମା । ଏକ ଭିଡିଓ କରି ସୀମା ନିଜେ ଏହାର ସୂଚନା ଦେଇଛନ୍ତି । ଭିଡିଓରେ ସୀମା ଡାକର ରସିଦ ଦେଖାଇ କହିଛନ୍ତି କି ପ୍ରଧାନମନ୍ତ୍ରୀContinue reading “ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାକ୍ଷୀ ପଠାଇଲେ ସୀମା ହାଇଦର: ରାକ୍ଷୀ ବନ୍ଧନକୁ ନେଇ ଦେଲେ ଏହି ବାର୍ତ୍ତା”

ପୁଣି ବଢିଲା ଆଗୁଆ ନିର୍ବାଚନ ଚର୍ଚ୍ଚା: ସେପ୍ଟେମ୍ବରରେ ବିଧାନସଭା ଭାଙ୍ଗିଦେଇ ପାରନ୍ତି ସରକାର

କନକ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଫେରିଛି ଆଗୁଆ ନିର୍ବାଚନ । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି, ମୌସୁମୀ ଅଧିବେଶନରେ ବିଳମ୍ବ । କୁହାଯାଉଛି ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏବଂ ନିର୍ବାଚନ ପୂର୍ବରୁ ଏହା ଶେଷ ବିଧାନସଭା ଅଧିବେଶନ ହୋଇପାରେ । ଅର୍ଥାତ୍, ସରକାର ବିଧାନସଭା ଭଙ୍ଗ କରି ପାରନ୍ତି । ଏଭଳି ଚର୍ଚ୍ଚାକୁ ବଳ ଯୋଗାଇଛି ନେତାଙ୍କ ବୟାନ । ବିଜେଡି ନେତା ଅମର ଶତପଥୀ କହିଛନ୍ତି ଆଗୁଆContinue reading “ପୁଣି ବଢିଲା ଆଗୁଆ ନିର୍ବାଚନ ଚର୍ଚ୍ଚା: ସେପ୍ଟେମ୍ବରରେ ବିଧାନସଭା ଭାଙ୍ଗିଦେଇ ପାରନ୍ତି ସରକାର”

ମୋବାଇଲ୍ କଭରରେ ନୋଟ୍ ରଖୁଥିଲେ ସାବଧାନ ! ପୋନରେ ଲାଗିଯାଇପାରେ ନିଆଁ

କନକ ବ୍ୟୁରୋ : ଫୋନ୍ କଭରରେ ଟଙ୍କା ରଖୁଥିଲେ ସାବଧାନ ହୋଇଯାଆନ୍ତୁ । ଏହା ଆପଣଙ୍କ ଜୀବନ ନେଇଯାଇପାରେ । ଫୋନରେ ନିଆଁ ଲାଗିଯାଇପାରେ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, ଆପଣ ଭାବୁଥିବେ ଫୋନ ପଛରେ ନୋଟ୍ ରଖିଲେ କିପିରି ନିଆଁ ଲାଗିବ ? ଆସନ୍ତୁ ଜାଣିବା ଫୋନ୍ କଭରରେ ନୋଟ୍ ରଖିଲେ କିପରି ନିଆଁ ଲାଗିବାର ସମ୍ଭାବନା ରହିଥାଏ । ଅନେକ ସମୟରେ ଆପଣ ଦେଖିଥିବେ ଅଧିକ ସମୟ ମୋବାଇଲ୍ ବ୍ୟବହାର କରିବା ଦ୍ୱାରାContinue reading “ମୋବାଇଲ୍ କଭରରେ ନୋଟ୍ ରଖୁଥିଲେ ସାବଧାନ ! ପୋନରେ ଲାଗିଯାଇପାରେ ନିଆଁ”

ବିଲାତି ପରେ ଖାଉଟିଙ୍କୁ ଚିନ୍ତାରେ ପକାଇଛି ପିଆଜ ଦର । ୧୦ ଦିନ ମଧ୍ୟରେ ଆହେତୁକ ମୂଲ୍ୟବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି

କନକ ବ୍ୟୁରୋ : ବଜାରରେ ବିଲାତିର ଦାମ ଟିକେ କମିଆସିବା ବେଳକୁ ଏବେ ପିଆଜର ଦାମ ଖାଉଟିଙ୍କୁ ଚିନ୍ତାରେ ପକାଇଛି । କିଛିଦିନ ମଧ୍ୟରେ କିଲୋପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ ୪୦ ଟଙ୍କାରେ ପହଂଚିସାରିଛି । ଏହାକୁ ନେଇ ଖାଉଟି ଚିନ୍ତାରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ପୀୟୁଷୁ ଗୋଏଲ ଖାଉଟି ଓ ପିଆଜ ଚାଷୀଙ୍କୁ ଆଶ୍ୱାସନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ନାସିକ ଠାରେ ଥିବା ଦେଶର ସବୁଠାରୁ ବଡ ପିଆଜContinue reading “ବିଲାତି ପରେ ଖାଉଟିଙ୍କୁ ଚିନ୍ତାରେ ପକାଇଛି ପିଆଜ ଦର । ୧୦ ଦିନ ମଧ୍ୟରେ ଆହେତୁକ ମୂଲ୍ୟବୃଦ୍ଧି ପରେ ସରକାର ନେଲେ ଏହି ନିଷ୍ପତ୍ତି”

ଆସନ୍ତାକାଲି ସନ୍ଧ୍ୟାରେ ଜହ୍ନକୁ ଛୁଇଁବ ଭାରତ : ସାରା ବିଶ୍ୱ ରଖିଛି ନଜର; ଚନ୍ଦ୍ରଯାନର ସଫଳତା କାମନା କରି ଚାଲିଛି ପୂଜାର୍ଚ୍ଚନା

କନକ ବ୍ୟୁରୋ : ଚନ୍ଦ୍ରଯାନର ସଫଳ ଅବତରଣ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଚନ୍ଦ୍ରଯାନ-୩ର ସଫଳତା କାମନା କରି କୋଣାର୍କ ନବଗ୍ରହ ମନ୍ଦିରରେ ପୂଜାର୍ଚ୍ଚନା । ନିମାପଡା ମାତୃଶକ୍ତି ଫାଉଣ୍ଡେସନ ଟ୍ରଷ୍ଟ ବୋର୍ଡର ମହିଳାମାନେ ନବଗ୍ରହ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ଶ୍ରଦ୍ଧାଳୁମାନେ କହିଛନ୍ତି, ଦେଶର ବୈଜ୍ଞାନିକଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ଅବତରଣ କରିବ, ସାରା ବିଶ୍ୱ ଦେଖିବ ଚନ୍ଦ୍ରରେ ଭାରତର ତ୍ରିରଙ୍ଗା ଉଡିବ । ଚନ୍ଦ୍ରContinue reading “ଆସନ୍ତାକାଲି ସନ୍ଧ୍ୟାରେ ଜହ୍ନକୁ ଛୁଇଁବ ଭାରତ : ସାରା ବିଶ୍ୱ ରଖିଛି ନଜର; ଚନ୍ଦ୍ରଯାନର ସଫଳତା କାମନା କରି ଚାଲିଛି ପୂଜାର୍ଚ୍ଚନା”

ଚନ୍ଦ୍ରମାର ଆଉ ଏକ ଦୁର୍ଲଭ ଫଟୋ ପଠାଇଲା ଚନ୍ଦ୍ରଯାନ-୩ : ଟ୍ୱିଟ୍ କରି ଫଟୋ ଜାରି କଲା ଇସ୍ରୋ

କନକ ବ୍ୟୁରୋ : ଆସିଲା ଚନ୍ଦ୍ରମାର ନୂଆ ଫଟୋ । ଜହ୍ନ କକ୍ଷପଥରେ ବୁଲୁଥିବା ବିକ୍ରମ୍ ଲ୍ୟାଣ୍ଡର ଗତ ୧୯ ତାରିଖରେ ଆହୁ କିଛି ଦୁର୍ଲଭ ଫଟୋ ପଠାଇଛି । ଏହି ଫଟୋକୁ ଇସ୍ରୋ ପକ୍ଷରୁ ଟ୍ୱିଟ୍ ଜରିଆରେ ସେୟାର କରାଯାଇଛି । ଚନ୍ଦ୍ରର ଅଦେଖା ଅଞ୍ଚଳ ଦକ୍ଷିଣ ପ୍ରାନ୍ତରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର । ଏହା ଦ୍ୱାରା ବିଶ୍ୱରେ ଇତିହାସ ରଚିବାକୁ ଯାଉଛି ଭାରତ । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପ୍ରଥମContinue reading “ଚନ୍ଦ୍ରମାର ଆଉ ଏକ ଦୁର୍ଲଭ ଫଟୋ ପଠାଇଲା ଚନ୍ଦ୍ରଯାନ-୩ : ଟ୍ୱିଟ୍ କରି ଫଟୋ ଜାରି କଲା ଇସ୍ରୋ”

ଏଣିକି ମେଡିକାଲରେ ନିଯୁକ୍ତି ପାଇବେ ନର୍ସିଂ ଅଫିସର : ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ରୋକ ହଟାଇଲେ ହାଇକୋର୍ଟ

କନକ ବ୍ୟୁରୋ : ନର୍ସି ଅଫିସର ନିଯୁକ୍ତି ଉପରେ ହଟିଲା ରୋକ । ଏଣିକି ସ୍ୱାଭାବିକ୍ ଚାଲିବ ନର୍ସ, ଫାର୍ମାଷିଷ୍ଟ, ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତି । ପୂର୍ବରୁ ନିଯୁକ୍ତି ଉପରେ ଲଗାଇଥିବା ରହିତାଦେଶ ହଟାଇ ଦେଇଛନ୍ତି ହାଇକୋର୍ଟ । ୩୦ଟି ଜିଲ୍ଲା ମେଡିକାଲ ଏବଂ ୩ଟି ମେଡିକାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ସ୍ୱାଭାବିକ ହେବ । କୋଭିଡ ସମୟରେ ନିଯୁକ୍ତି ପାଇଥିବା କିଛି ପାରାମେଡିକାଲ ଷ୍ଟାଫ୍ ନୂଆ ନିଯୁକ୍ତି ପ୍ରକ୍ରିୟା ଉପରେ ପଶ୍ନ ଉଠାଇ ହାଇକୋର୍ଟରେContinue reading “ଏଣିକି ମେଡିକାଲରେ ନିଯୁକ୍ତି ପାଇବେ ନର୍ସିଂ ଅଫିସର : ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ରୋକ ହଟାଇଲେ ହାଇକୋର୍ଟ”

Design a site like this with WordPress.com
Get started