ମରିସସ୍ ଷ୍ଟକ୍ ମାର୍କେଟରେ ଓଡିଆ କମ୍ପାନୀ : ଆର୍ଥନେଷ୍ଟ ଓ ଏକ୍ସପର୍ଟନେଷ୍ଟ କମ୍ପାନୀ ତାଲିକାଭୁକ୍ତ

କନକ ବ୍ୟୁରୋ : ମରିସସର ଅଗ୍ରଣୀ ଆଫ୍ରିନେକ୍ସ ଷ୍ଟକ ଏକ୍ସଚେଞ୍ଜ କମ୍ପାନୀରେ ଲିଷ୍ଟିଂ ହୋଇଛି ଦୁଇ ଓଡିଆ ଏଂଟରପ୍ରେନରଙ୍କ କମ୍ପାନୀ ଆର୍ଥନେଷ୍ଟ ଓ ଏକ୍ସପର୍ଟନେସଟ୍ । ଆଫ୍ରିନେକ୍ସ ହେଉଛି ଆଫ୍ରିକା ମହାଦେଶର ଷ୍ଟକ ଏକ୍ସଚେଞ୍ଜ କମ୍ପାନୀ । ଏହି ଦୁଇଟି କମ୍ପାନୀ ଆଡଭାନ୍ସ ଟେକ୍ନୋଲୋଜି ଓ ପ୍ରଦୂଷଣ ମୁକ୍ତ ପୃଥିବୀ ଗଠନ ଦିଗରେ କାମ କରୁଛନ୍ତି । ୟୁକେରେ କମ୍ପାନୀର ମୁଖ୍ୟ ଅଫିସ ଥିବାବେଳେ ମରିସସ ଓ ଭାରତରେ ବି ଏହି ଦୁଇ କମ୍ପାନୀ ନିଜ ୟୁନିଟContinue reading “ମରିସସ୍ ଷ୍ଟକ୍ ମାର୍କେଟରେ ଓଡିଆ କମ୍ପାନୀ : ଆର୍ଥନେଷ୍ଟ ଓ ଏକ୍ସପର୍ଟନେଷ୍ଟ କମ୍ପାନୀ ତାଲିକାଭୁକ୍ତ”

ଦୁଲଣାପୁର ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ରେଡ : ନିଜ ଘର ସହ ଶ୍ୱଶୁର ଘର ଏବଂ ପେଟ୍ରୋଲ ପମ୍ପରେ ଚଢାଉ

କନକ ବ୍ୟୁରୋ : ବାଙ୍କୀ ଦୁଲଣାପୁର ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ରେଡ । ଆଜି ଏକା ସାଙ୍ଗରେ ନିଜ ଘର ଦୁଳଣାପୁରର ସ୍ଥିତ ତିନି ମହଲା ଘର ଏବଂ କଟକ ତୁଳସୀପୁର ଶଶୁର ଘର ଏବଂ ପେଟ୍ରୋଲ ପମ୍ପରେ ଚଢାଉ କରିଛି ଭିଜିଲାନ୍ସ । ସରପଞ୍ଚ ଥିବା ସମୟରେ ୨୦୧୯ରୁ ୨୦୨୧ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନାରେ ବ୍ୟାପକ ଘୋଟାଲା କରିଥିବା ନେଇ ତାଙ୍କ ବିରୋଧରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶContinue reading “ଦୁଲଣାପୁର ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ରେଡ : ନିଜ ଘର ସହ ଶ୍ୱଶୁର ଘର ଏବଂ ପେଟ୍ରୋଲ ପମ୍ପରେ ଚଢାଉ”

ଗାଁ ମୁଣ୍ଡ କୁଡିଆରେ ଅସହାୟ ଅବସ୍ଥାରେ ବୃଦ୍ଧା : ପରିଣତ ବୟସରେ ବି ମିଳୁନି କୌଣସି ସରକାରୀ ସହାୟତା; ଗାଁ ଲୋକଙ୍କ ଦୟାରେ ଚାଲିଛି ଜୀବନ

କନକ ବ୍ୟୁରୋ : ଗାଁ ମୁଣ୍ଡରେ କୁଡିଆ । ଝାଟି ଓ ପଲିଥିନ ପଡିଥିବା କୁଡିଆ ଘରେ ଅସହାୟ ଅବସ୍ଥାରେ ରହୁଛନ୍ତି ବୟସ୍କ ବୃଦ୍ଧା । ସୁନ୍ଦରଗଡ ଜିଲ୍ଲା କିରେଇ ପଞ୍ଚାୟତ ଟିକିଲିପଡାରେ ଦେଖିବାକୁ ମିଳିଛି ଏହି ଦୁଃଖଦ ଦୃଶ୍ୟ । ଟିକିଲିପଡାର ଏହି ଅଭାଗିନୀ ବୃଦ୍ଧା ପାର୍ବତୀ ଇନ୍ଦୁଆଙ୍କ ପରିବାରରେ କେହି ନାହିଁ । ବୟସ ପ୍ରାୟ ୮୦ ବର୍ଷ ହେଲାଣି । ସ୍ୱାମୀ ଓ ପୁଅ ଆରପାରିକୁ ଚାଲିଯିବା ପରେ ଏତେ ବଡ ସଂସାରରେContinue reading “ଗାଁ ମୁଣ୍ଡ କୁଡିଆରେ ଅସହାୟ ଅବସ୍ଥାରେ ବୃଦ୍ଧା : ପରିଣତ ବୟସରେ ବି ମିଳୁନି କୌଣସି ସରକାରୀ ସହାୟତା; ଗାଁ ଲୋକଙ୍କ ଦୟାରେ ଚାଲିଛି ଜୀବନ”

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂକୁ ନେଇ ଇସ୍ରୋର ପ୍ଲାନ-ବି ପ୍ରସ୍ତୁତ : ପ୍ରତିକୂଳ ପରିସ୍ଥିତି ହେଲେ ଶେଷ ମୁହୂର୍ତ୍ତରେ ଟଳିପାରେ ସଫ୍ଟ ଲ୍ୟାଣ୍ଡିଂ

କନକ ବ୍ୟୁରୋ : ଭାରତର ଚନ୍ଦ୍ରଯାନ-୩କୁ ନେଇ ଏକ ତାଜା ଖବର ସାମ୍ନାକୁ ଆସିଛି । ଆସନ୍ତାକାଲି ଚନ୍ଦ୍ରପୃଷ୍ଠରେ ଅବତରଣ ଚନ୍ଦ୍ରଯାନ-୩ ଅବତରଣ କରିବା କାର୍ଯ୍ୟସୂଚୀ ରହିଛି । ହେଲେ ସ୍ଥିତିକୁ ଦେଖି ଶେଷ ମୁହୂର୍ତ୍ତରେ ଲାଣ୍ଡିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇପାରେ ବୋଲି ଇସ୍ରୋ ସୂଚନା ଦେଇଛି । ଏହା ଇସ୍ରୋ ବୈଜ୍ଞାନିକଙ୍କ ଏକ ପ୍ରକାର ବ୍ୟାକଅପ ପ୍ଲାନ । ଇସ୍ରୋର ସ୍ପେସ ଆପ୍ଲିକେସନ ସେଂଟରର ନିର୍ଦ୍ଦେଶକ ଏମ ଦେଶାଇ ଏହି ସୂଚନା ଦେଇଛନ୍ତି । ଯଦିContinue reading “ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂକୁ ନେଇ ଇସ୍ରୋର ପ୍ଲାନ-ବି ପ୍ରସ୍ତୁତ : ପ୍ରତିକୂଳ ପରିସ୍ଥିତି ହେଲେ ଶେଷ ମୁହୂର୍ତ୍ତରେ ଟଳିପାରେ ସଫ୍ଟ ଲ୍ୟାଣ୍ଡିଂ”

ଆନ୍ଧ୍ର-ଓଡ଼ିଶା ସୀମାରେ ବୁଲୁଛି ମହାବଳ ବାଘ । ସାମ୍ନାକୁ ଆସିଲା ରାସ୍ତା ଉପରେ ବାଘ ବୁଲୁଥିବାର ଭିଡିଓ, ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଆତଙ୍କ ।

କନକ ବ୍ୟୁରୋ : ଆନ୍ଧ୍ର- ଓଡ଼ିଶା ସୀମାରେ ମହାବଳ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେଉଛି । ଗୁଣପୁର ବ୍ଳକର ଅଳ୍ପ ଦୂରରେ ବାଘ ବୁଲୁଥିବା କୁହାଯାଉଛି । ଆନ୍ଧ୍ରର ଶ୍ରୀକାଲୁଲମ୍ ଜିଲ୍ଲା ଭାମିନି ମଣ୍ଡଳରେ ଏହି ମହାବଳ ବାଘ ଚଳପ୍ରଚଳ କରୁଥିବା ମଧ୍ୟ କୁହାଯାଉଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ବୟସ୍କ ମହାବଳ ବାଘ ହଠାତ୍ ରାସ୍ତା ଉପରକୁ ଚାଲି ଆସିବା ସହ କିଛଇ ଦୂର ଅତିକ୍ରମ କରି ଗୋଟିଏ ପୋଲContinue reading “ଆନ୍ଧ୍ର-ଓଡ଼ିଶା ସୀମାରେ ବୁଲୁଛି ମହାବଳ ବାଘ । ସାମ୍ନାକୁ ଆସିଲା ରାସ୍ତା ଉପରେ ବାଘ ବୁଲୁଥିବାର ଭିଡିଓ, ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଆତଙ୍କ ।”

ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଓ ଅଭିଯୋଗ ଘଟଣା : ଡିଆଇଡି ବ୍ରିଜେଶ ରାଏଙ୍କ ଖଣ୍ଡନ; କହିଲେ …

କନକ ବ୍ୟୁରୋ : ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଓ ଅଭିଯୋଗ ଘଟଣା । କନକ ନ୍ୟୁଜକୁ ଡିଆଇଡି ବ୍ରିଜେଶ ରାଏଙ୍କ ପ୍ରତିକ୍ରିୟା । ସେ ଏଠାରେ କାମ କରୁଥିଲେ, କୌଣସି ଅସୁବିଧା ତାଙ୍କର ନଥିଲା ବେଳେ ବେଳେ ବ୍ୟକ୍ତିଗତ ଜୀବନରେ ସେ ଅନ୍ୟମନସ୍କ ରହୁଥିଲେ ।  ବଡ଼ଝିଅର ସମସ୍ୟା ଓ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସେ ଚିନ୍ତିତ ରହୁଥିଲେ ।  ଭଉଣୀଙ୍କ ପୁଅର ମୃତ୍ୟୁକୁ ନେଇ ସେ ବିଚଳିତ ଥିଲେ, ତାଙ୍କୁ ଅନ୍ୟତ୍ର କାମ କରିବା ପାଇଁContinue reading “ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଓ ଅଭିଯୋଗ ଘଟଣା : ଡିଆଇଡି ବ୍ରିଜେଶ ରାଏଙ୍କ ଖଣ୍ଡନ; କହିଲେ …”

ରାଜନୀତି ନୁହେଁ ଅଭିନେତା ହିସାବରେ ଦେଶ ସେବା କରିବି । ଆସନ୍ତା ନିର୍ବାଚନ ଲଢିବେନି ସନି ଦେଓଲ

କନକ ବ୍ୟୁରୋ : ବର୍ତ୍ତମାନ ସନି ଦେଓଲଙ୍କ ଫିଲ୍ମ ଗଦର-୨କୁ ନେଇ ଚାରିଆଡେ ଚର୍ଚ୍ଚା । ସନି ଦେଓଲ କେବଳ ଜଣେ ବଲିଉଡ୍ ସୁପରଷ୍ଟାର୍ ନୁହଁନ୍ତି । ସେ ଜଣେ ସାଂସଦ ମଧ୍ୟ । ପଞ୍ଜାବ ଗୁରୁଦାସପୁର ସାଂସଦ ଅଛନ୍ତି ସନି ଦେଓଲ । କିନ୍ତୁ ଆସନ୍ତା ନିର୍ବାଚନରେ ସନି ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଏକ ସାକ୍ଷାରକାରରେ କହିବା ପରେ ଚର୍ଚ୍ଚା ଜୋର ଧରିଛି । ସନି ଦେଓଲ ଏକ ଟିଭି ଇଂଟରବ୍ୟୁରେ କହିଛନ୍ତି,Continue reading “ରାଜନୀତି ନୁହେଁ ଅଭିନେତା ହିସାବରେ ଦେଶ ସେବା କରିବି । ଆସନ୍ତା ନିର୍ବାଚନ ଲଢିବେନି ସନି ଦେଓଲ”

ବ୍ରିଟେନ ଯିବେ ଓଡିଆ ମହିଳା ଉଦ୍ୟୋଗୀ : ଓଡିଶାର ଉତ୍ପାଦିତ ସାମଗ୍ରୀର ବ୍ୟବସାୟୀ ପାଇଁ ସୃଷ୍ଟି ହେବ ସୁଯୋଗ

କନକ ବ୍ୟୁରୋ : ଆସନ୍ତା ୨୫ରେ ଆଇଏନ୍ଡ଼ବ୍ଲୁଇସିର ୭ ମହିଳା ଉଦ୍ୟୋଗୀ ଯିବେ ବ୍ରିଟେନ୍ । ଓଡ଼ିଶାର ଉତ୍ପାଦିତ ସାମଗ୍ରୀର ବ୍ୟାବସାୟୀ ପାଇଁ ସୃଷ୍ଟି ହେବ ସୁଯୋଗ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ବା ଆଇଏନ୍ଡ଼ବ୍ଲୁଇସିର ମହିଳା ଉଦ୍ୟୋଗୀଙ୍କ ଏକ ଡେଲିଗେସନ ଟିମ୍ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରୁଛନ୍ତି । ଜାତୀୟ ଅଧ୍ୟକ୍ଷା ସୁକିର୍ତୀ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସାତଜଣ ମହିଳା ଉଦ୍ୟୋଗୀଙ୍କ ଏକ ପ୍ରତିନିଧି ଦଳContinue reading “ବ୍ରିଟେନ ଯିବେ ଓଡିଆ ମହିଳା ଉଦ୍ୟୋଗୀ : ଓଡିଶାର ଉତ୍ପାଦିତ ସାମଗ୍ରୀର ବ୍ୟବସାୟୀ ପାଇଁ ସୃଷ୍ଟି ହେବ ସୁଯୋଗ”

ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ ମାମଲା : ଗୁଜରାଟ ହାଇକୋର୍ଟଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କୋଣସି କୋର୍ଟ ଉପର କୋର୍ଟ ବିରୋଧରେ ଆଦେଶ ଦେଇପାରିବେନି କହିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପିମକୋର୍ଟରେ ମାମଲାର ବିଚାର ଚାଲିଥିବା ବେଳେ ଏହି ମାମଲା ଶୁଣାଣି କରି ରାୟ ଦେଇଥିଲେ ଗୁଜରାଟ ହାଇକୋର୍ଟ । ହାଇକୋର୍ଟ ତାଙ୍କ ଆଦେଶରେ ଗର୍ଭପାତ କରିବା ପାଇଁ ମନା କରିଥିଲେ । ହେଲେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପୀଡ଼ିତାଙ୍କୁ ଗର୍ଭପାତContinue reading “ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ ମାମଲା : ଗୁଜରାଟ ହାଇକୋର୍ଟଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ”

୧୨ ଘଣ୍ଟିଆ ଭୁବନ ବନ୍ଦ : ୧୨ ଦଫା ଦାବି ନେଇ ବିଜେପି ପକ୍ଷରୁ ବନ୍ଦ ପାଳନ

କନକ ବ୍ୟୁରୋ : ଆଜି ୧୨ଘଣ୍ଟିଆ ଭୂବନ ବନ୍ଦ । ୧୨ ଦଫା ଦାବି ନେଇ ଭୂବନ ବିଜେପି ଦଳ ତରଫରୁ ବିଜେପି ନେତା ଶତୃଘ୍ନ ଜେନାଙ୍କ ନେତୃତ୍ବରେ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଘଟିକା ଯାଏଁ ଏହି ବନ୍ଦ ପାଳନ କରାଯିବା ନେଇ ଡାକରା ଦିଆଯାଇଛି  । ଯାହା ଫଳରେ ସକାଳୁ ସକାଳୁ ଏହି ବନ୍ଦର ପ୍ରଭାବ ଭୁବନରେ ଦେଖିବାକୁ ମିଳିଛି । ସହରକୁ ପ୍ରବେଶ କରୁଥିବାContinue reading “୧୨ ଘଣ୍ଟିଆ ଭୁବନ ବନ୍ଦ : ୧୨ ଦଫା ଦାବି ନେଇ ବିଜେପି ପକ୍ଷରୁ ବନ୍ଦ ପାଳନ”

Design a site like this with WordPress.com
Get started