କନକ ବ୍ୟୁରୋ : ସିଲ ହେଲା ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ । କୋଭିଡ୍ କଟକଣା ଅମାନ୍ୟ ଅଭିଯୋଗରେ ରାଜଧାନୀର ଅନ୍ୟତମ ପ୍ରମୁଖ ବଜାର ଇନ୍ଦ୍ରଧନୁ ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ୍ କରିଛି । ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ ବଳବତ୍ତର ଥିବାରୁ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମାର୍କେଟ । ଗତକାଲି ବିଏମସି ସହିଦ ନାଗର ଅଞ୍ଚଳରେ ରିଲାଏନ୍ସ ଟ୍ରେଣ୍ଡସ୍ ଶୋ’ରୁମ୍କୁ ସିଲ୍ କରିଥିଲା । ଏହା ପୂର୍ବରୁ ଏପ୍ରିଲ୍ ୨୮ ରେ,Continue reading “ସିଲ ହେଲା ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ : କୋଭିଡ୍ କଟକଣା ଅମାନ୍ୟ ଅଭିଯୋଗରେ ୨୪ ଘଣ୍ଟା ପାଇଁ ସିଲ୍”
Author Archives: Raghaba
କରୋନା ଲଢ଼େଇରେ ହାରିଗଲେ ସାମ୍ବାଦିକ ଓ ମଞ୍ଚ ଅଭିନେତା ଭାନୁପ୍ରକାଶ ରଥଙ୍କ ପରଲୋକ : ଝୁରିହେଉଛି ବହୁ ମଞ୍ଚ ଓ ଦୂରଦର୍ଶନ
କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ଉଦ୍ଘୋଷକ, ସାମ୍ବାଦିକ, ଅଭିନେତା, ଲେଖକ କଳାପରିଷଦର ସଂପାଦକ, ବିଜେପି ମିଡିଆ ସେଲ୍ ପ୍ରଭାରୀ ଭାନୁପ୍ରକାଶ ରଥଙ୍କ ଅକାଳ ବିୟୋଗ ଘଟିଛି । କରୋନାରେ ଆକ୍ରାନ୍ତ ହୋଇ ଗତ ୨୦ ଦିନ ଧରି ସେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନଥିଲେ । ଗୁରୁବାର ସକାଳୁ ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଜିଲ୍ଲା ସାରା ଶୋକର ଛାୟା ଖେଳିଯାଇଛି। ଭବାନୀପାଟଣା ଲାଲବାହାଦୁର ଷ୍ଟାଡିୟମର କଳାହାଣ୍ଡି ଉତ୍ସବ ଘୁମୁରାଠାରୁContinue reading “କରୋନା ଲଢ଼େଇରେ ହାରିଗଲେ ସାମ୍ବାଦିକ ଓ ମଞ୍ଚ ଅଭିନେତା ଭାନୁପ୍ରକାଶ ରଥଙ୍କ ପରଲୋକ : ଝୁରିହେଉଛି ବହୁ ମଞ୍ଚ ଓ ଦୂରଦର୍ଶନ”
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ : କରୋନା ସଂକ୍ରମଣ ଭୟରେ ନବଜାତକୁ ଛୁଇଁଲେନି ସ୍ୱାସ୍ଥ୍ୟକର୍ମୀ
କନକ ବ୍ୟୁରୋ : ମରିଗଲା ମାନବିକତା । କରୋନା ଭୂତାଣୁ ସଂକ୍ରମଣର ଭୟ ଏମିତି ଘାରିଛି ଯେ, ନବଜାତ ଶିଶୁଙ୍କୁ ବି ଛୁଇଁବାକୁ ରାଜି ନୁହନ୍ତି ସ୍ୱାସ୍ଥ୍ୟକର୍ମୀ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଘଂଟା ଘଂଟା ଧରି ଆମ୍ବୁଲାନ୍ସରେ ରହିଲେ ନବଜାତ ଶିଶୁ । ରକ୍ତ ଜୁଡୁବୁଡୁ ହେଇ ପ୍ରସବ ବେଦନାରେ ଛଟପଟ ହେଉଥିଲେ ପ୍ରସୁତୀ । ଡାକ୍ତରଖାନା ପରିସରରେ ଆମ୍ବୁଲାନ୍ସ ଭିତରେ ହିଁ ଜମଜ ଶିଶୁଙ୍କୁContinue reading “ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ : କରୋନା ସଂକ୍ରମଣ ଭୟରେ ନବଜାତକୁ ଛୁଇଁଲେନି ସ୍ୱାସ୍ଥ୍ୟକର୍ମୀ”
ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି : ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ରାଜ୍ୟ ସରକାର
କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଆଗଧାଡିର କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ପରିବାର ବର୍ଗଙ୍କୁ ଯେଉଁ ୫୦ଲକ୍ଷ ଟଙ୍କା ଦିଆଯାଉଥିଲା ତାକୁ ପୁଣିଥରେ ଦେବା ପାଇଁ କହିଛନ୍ତି ରାଜ୍ୟ ସରକାର । ଅର୍ଥାତ ଏବେ ଯଦି କୌଣସି ଆଗଧାଡିର କରୋନା ଯୋଦ୍ଧା ପ୍ରାଣ ହରାଉଛନ୍ତି ତେବେ ସେମାନଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଦିଆଯିବ । ପ୍ରଥମ ଲହର ସମୟରେ ଆଗଧାଡିର କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ପରେ ୫୦ଲକ୍ଷ ଟଙ୍କା ଦେଉଥିଲେ ସରକାରContinue reading “ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି : ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ରାଜ୍ୟ ସରକାର”
ସୁନ୍ଦରଗଡ଼ ଏନଟିପିସି କୋଭିଡ୍ କେୟାର ସେଂଟରରେ ବ୍ୟାପକ ଅବ୍ୟବସ୍ଥା : ସାଂଘାତିକ ଅଭିଯୋଗ ଆଣିଲେ ରୋଗୀ, କହିଲେ ୧୦ ଘଂଟା ଧରି ଦିଆଯାଇନଥିଲା ଖାଦ୍ୟ
କନକ ବ୍ୟୁରୋ : କରୋନା ସଂକ୍ରମଣ ବଢୁଥିବା ବେଳେ, ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଏନଟିପିସି କୋଭିଡ କେୟାର ସେଂଟରରେ ଅବ୍ୟବସ୍ଥାର ଅଭିଯୋଗ ଆସିଛି । ଏଠାରେ ଥିବା ରୋଗୀଙ୍କୁ ଠିକ୍ ସମୟରେ ଖାଇବାକୁ ଦିଆଯାଉନଥିବା ଜଣାପଡିଛି । ଏହାସହିତ ଚିକିତ୍ସାରେ ମଧ୍ୟ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଗତକାଲି ରାତି ୧୨ ଟା ଯାଏଁ ଖାଇବା ପାଇଁ ଦିଆଯାଇନଥିବା ଅଭିଯୋଗ କରି ଜଣେ ରୋଗୀ ଏକ ଭିଡିଓ ପଠାଇଛନ୍ତି । ସେଥିରେ ସେContinue reading “ସୁନ୍ଦରଗଡ଼ ଏନଟିପିସି କୋଭିଡ୍ କେୟାର ସେଂଟରରେ ବ୍ୟାପକ ଅବ୍ୟବସ୍ଥା : ସାଂଘାତିକ ଅଭିଯୋଗ ଆଣିଲେ ରୋଗୀ, କହିଲେ ୧୦ ଘଂଟା ଧରି ଦିଆଯାଇନଥିଲା ଖାଦ୍ୟ”
ରାଉରକେଲାରୁ ଗଡ଼ିବ ପ୍ରଥମ ଅକ୍ସିଜେନ୍ ଏକ୍ସପ୍ରେସ : ୫୨.୫ ମେଟ୍ରିକ୍ ଟନ୍ ଲିକ୍ୟୁଇଡ଼ ମେଡିକାଲ ଅକ୍ସିଜେନ୍ ନେଇ ଯିବ ହରିୟାଣା
କନକ ବ୍ୟୁରୋ : ରାଉରକେଲାରୁ ଗଡ଼ିବ ପ୍ରଥମ ଅକ୍ସିଜେନ୍ ଏକ୍ସପ୍ରେସ । ଦେଶରେ ଲିକ୍ୟୁଇଡ଼ ମେଡ଼ିକାଲ ଅକ୍ସିଜେନ୍ ସଂକଟ ଭରଣା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଷ୍ଟ୍ରାୟତ ସଂସ୍ଥା ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ର ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଏହାକୁ ହରିୟାଣା ପଠାଯାଉଛି । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଅନବରତ ଲିକ୍ୟୁଇଡ଼ ଅକ୍ସିଜେନ୍ ଯୋଗାଣ ଜାରି ରଖିଥିବା ଆରଏସପି ଇତି ମଧ୍ୟରେ ୨୫ଶହ ମେଟ୍ରିକ ଟନରୁ ଉଦ୍ଧ୍ୱର୍ ଲିକ୍ୟୁଇଡ଼ ଅକ୍ସିଜେନ ଟ୍ୟାଙ୍କରContinue reading “ରାଉରକେଲାରୁ ଗଡ଼ିବ ପ୍ରଥମ ଅକ୍ସିଜେନ୍ ଏକ୍ସପ୍ରେସ : ୫୨.୫ ମେଟ୍ରିକ୍ ଟନ୍ ଲିକ୍ୟୁଇଡ଼ ମେଡିକାଲ ଅକ୍ସିଜେନ୍ ନେଇ ଯିବ ହରିୟାଣା”
ଆଜି ଦିଲ୍ଲୀରେ ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ : ଟିକାକରଣ ଓ ଅକ୍ସିଜେନ ଯୋଗାଣ ନେଇ ସମସ୍ୟା ଉପରେ ହୋଇପାରେ ବିସ୍ତୃତ ଆଲୋଚନା
କନକ ବ୍ୟୁରୋ : ଦେଶର କୋଭିଡ୍ ସ୍ଥିତି ନେଇ ଆଜି ଦିଲ୍ଲୀରେ ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଅଧ୍ୟକ୍ଷତା କରିବେ । ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ବୈଠକ ବସିବ। ମହାମାରୀ ଯେମିତି ଆଉ ଅଧିକ ବିସ୍ତାର ନ କରେ ସେ ନିମନ୍ତେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କେତେକ କଠୋର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନେ କରାଯାଉଛି। ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଏହିContinue reading “ଆଜି ଦିଲ୍ଲୀରେ ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ : ଟିକାକରଣ ଓ ଅକ୍ସିଜେନ ଯୋଗାଣ ନେଇ ସମସ୍ୟା ଉପରେ ହୋଇପାରେ ବିସ୍ତୃତ ଆଲୋଚନା”
ରାଜ୍ୟରେ ୨୪ଘଂଟା ଭିତରେ ୮୬୮୧ ନୂଆ ସଂକ୍ରମିତ ଚିହ୍ନଟ, ୧୪ ମୃତ : ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ଜଣ ସଂକ୍ରମିତ
କନକ ବ୍ୟୁରୋ : ଗତ ୨୪ ଘଂଟା ଭିତରେ ୮୬୮୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୪୫, କଟକରୁ ୫୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୨ଟି ଜିଲ୍ଲାରେ ସଂକ୍ରମଣର ହାର ପାଖାପାଖି ୩ଅଙ୍କ ଉପରେ ରହିଛି । ୪ଟି ଜିଲ୍ଲାରେ ୫୦ ଉପରେ ରହିଛି ସଂକ୍ରମଣ । ଗତ ୨୪ଘଂଟା ଭିତରେ ୪୫ହଜାର ୪୫୨ ଟେଷ୍ଟିଂ ହୋଇଥିବା ବେଳେ ଏଥିରୁContinue reading “ରାଜ୍ୟରେ ୨୪ଘଂଟା ଭିତରେ ୮୬୮୧ ନୂଆ ସଂକ୍ରମିତ ଚିହ୍ନଟ, ୧୪ ମୃତ : ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ଜଣ ସଂକ୍ରମିତ “
ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ : ୩୦ରୁ ୪୦ କିମି ବେଗରେ ବହିବ ପବନ
କନକ ବ୍ୟୁରୋ : ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବ । ଘଡ଼ଘଡ଼ି, ବିଜୁଳି ସହ ବର୍ଷା ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ପବନ ବହିବ । କିନ୍ତୁ ରାଜ୍ୟର ତାପମାତ୍ରା ଉପରେ ଏହାର ତତ୍କ୍ଷଣାତ୍ ପ୍ରଭାବ ପଡ଼ିବ ନାହିଁ । ଧୀରେ ଧୀରେ ତାତି କମିବ । ୨ ଦିନ ପରେ ପାରଦ ପ୍ରାୟ ୩ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।Continue reading “ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ : ୩୦ରୁ ୪୦ କିମି ବେଗରେ ବହିବ ପବନ”
କରୋନାର ଉଦବେଗଜନକ ସ୍ଥିତି ଭିତରେ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର : ସଂକ୍ରମଣ ବଢ଼ୁଥିବା ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପାଇଁ ରାଜ୍ୟଗୁଡିକୁ ପରାମର୍ଶ
କନକ ବ୍ୟୁରୋ : ଦେଶରେ ହୁ ହୁ ହୋଇ କରୋନା ବଢ଼ୁଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଛି ଆଡଭାଇଜରୀ । କଣ୍ଟେନମେଣ୍ଟ ଜୋନ ଉପରେ ଫୋକସ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ କୁହାଯାଇଛି । ଯେଉଁ ଅଂଚଳରେ ସଂକ୍ରମଣରେ ବ୍ରେକ୍ ଲାଗୁନି, ସେହି ଅଂଚଳକୁ କଣ୍ଟେନମେଣ୍ଟ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ତା’ ସହ ଯେଉଁମାନେ କୋଭିଡ୍ ନିୟମର ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ବିରୋଧରେ ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ନେବାContinue reading “କରୋନାର ଉଦବେଗଜନକ ସ୍ଥିତି ଭିତରେ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର : ସଂକ୍ରମଣ ବଢ଼ୁଥିବା ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପାଇଁ ରାଜ୍ୟଗୁଡିକୁ ପରାମର୍ଶ “