ଜଙ୍ଗଲ ନିଆଁ ସ୍ଥିତିକୁ ନେଇ ‘ଟାସ୍କ ଫୋର୍ସ’ ମୁଖ୍ୟଙ୍କ ରିପୋର୍ଟ । ପଢନ୍ତୁ କେମିତି ରହିଛି ଜଙ୍ଗଲ, କିଭଳି ଚାଲିଛି ନିଆଁ ଲିଭା କାର୍ଯ୍ୟ 

କନକ ବ୍ୟୁରୋ : ଜଙ୍ଗଲ ନିଆଁ ସ୍ଥିତିକୁ ନେଇ ରିପୋର୍ଟ ଦେଇଛନ୍ତି ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ । ରାଜ୍ୟରେ ଜଙ୍ଗଲ ନିଆଁ ପରିସ୍ଥିତିକୁ ନିୟନ୍ତ୍ରଣକୁ କରାଯାଉଛି ବୋଲି କହିଛନ୍ତି ‘ଟାସ୍କ ଫୋର୍ସ’ ମୁଖ୍ୟ । ୨୯୦ ଫାୟାର ପଏଣ୍ଟହ୍ରାସ ପାଇ ୨୬୮ରେ ପହଞ୍ଚିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ନିଆଁ ଲିଭା କାର୍ଯ୍ୟରେ ୭୫୦ ନିୟମିତ ସୁରକ୍ଷା ସହାୟକ ଦଳ ଓ ୮୦୦ ନିଆଁ ଲିଭା ୱାଚରଙ୍କୁ ନିୟୋଜିତ କରାଯାଇଛି । ଶିମିଳିପାଳ ବ୍ରାଘ୍ୟContinue reading “ଜଙ୍ଗଲ ନିଆଁ ସ୍ଥିତିକୁ ନେଇ ‘ଟାସ୍କ ଫୋର୍ସ’ ମୁଖ୍ୟଙ୍କ ରିପୋର୍ଟ । ପଢନ୍ତୁ କେମିତି ରହିଛି ଜଙ୍ଗଲ, କିଭଳି ଚାଲିଛି ନିଆଁ ଲିଭା କାର୍ଯ୍ୟ “

ମଣ୍ଡିରେ ମାଣ୍ଡିଆ ବିକ୍ରି କରିପାରୁନାହାନ୍ତି ଚାଷୀ । ଟାର୍ଗେଟ ପୂରଣ ହୋଇଗଲା ବୋଲି କହି ମଣ୍ଡି ବନ୍ଦ କରିଦେଇଛନ୍ତି କର୍ତ୍ତୃପକ୍ଷ ।

କନକ ବ୍ୟୁରୋ: ମଣ୍ଡିରେ ଗଡ଼ୁଛି ମାଣ୍ଡିଆ । ନେବା ପାଇଁ କେହି ନାହିଁ ଆଉ ଏହାକୁ ବିକ୍ରି ପାଇଁ ଚାଷୀ ବୁଲୁଛି ବାର ଦୁଆର । ପ୍ରଶାସନ ଟାର୍ଗେଟ ପୂରଣ ହେଇଗଲାଣି ବୋଲି କହୁଥିବାବେଳେ ଚାଷୀମାନେ ସେମାନଙ୍କୁ କାହିଁକି ଆଶା ଦେଖାଇଲ ବୋଲି ପ୍ରଶ୍ନ କରୁଛନ୍ତି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ । ଡ଼ଙ୍ଗର ଧାନ ପରିବର୍ତେ ମାଣ୍ଡିଆ ଚାଷ କଲେ ଅଧିକ ଲାଭ ମିଳିବ, ସରକାର ମିଲଟ ମିଶନ ଜରିଆରେContinue reading “ମଣ୍ଡିରେ ମାଣ୍ଡିଆ ବିକ୍ରି କରିପାରୁନାହାନ୍ତି ଚାଷୀ । ଟାର୍ଗେଟ ପୂରଣ ହୋଇଗଲା ବୋଲି କହି ମଣ୍ଡି ବନ୍ଦ କରିଦେଇଛନ୍ତି କର୍ତ୍ତୃପକ୍ଷ ।”

ଖରା ଆରମ୍ଭରୁ ଦେଖାଦେଲାଣି ଜଳକଷ୍ଟ । ସାଲୁଙ୍କି ନଦୀରୁ ଚୁଆପାଣି ଆଣି ପିଉଛନ୍ତି ଗାଁ ଲୋକେ ।

କନକ ବ୍ୟୁରୋ: ସରକାର ସ୍ୱଜଳ ଧାରା ଯୋଜନାରେ ପ୍ରତି ଗାଁକୁ ପିଇବା ପାଣି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ ଏହି ଯୋଜନାର ସୁଫଳ ପାଉ ନାହାନ୍ତି କନ୍ଧମାଳ ଜିଲ୍ଲା ମାସ୍କାପାକାଲି ଗାଁ ଲୋକେ । ଯଦି ସରକାରୀ ଯୋଜନାର ସେମାନଙ୍କୁ ସୁବିଧା ମିଳିପାରନ୍ତା, ତେବେ ଗ୍ରାମବାସୀ ନଦୀ ପାଠରେ ଚୁଆଁ କରି ପାଣି ସଂଗ୍ରହ କରନ୍ତେ ନାହିଁ । ସଂପୂର୍ଣ୍ଣ କଥା ହେଇଛି, କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ମାସ୍କାପାକାଲି ଗାଁର ଲୋକ ସଂଖ୍ୟାContinue reading “ଖରା ଆରମ୍ଭରୁ ଦେଖାଦେଲାଣି ଜଳକଷ୍ଟ । ସାଲୁଙ୍କି ନଦୀରୁ ଚୁଆପାଣି ଆଣି ପିଉଛନ୍ତି ଗାଁ ଲୋକେ ।”

ନିର୍ବାଚନ ପ୍ରଚାର ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ । ଆଘାତ ପଛରେ ଷଡଯନ୍ତ୍ର ଥିବା ନେଇ କଲେ ଅଭିଯୋଗ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ । ନିର୍ବାଚନ ପ୍ରଚାର ବେଳେ ଆଜି ତୃଣମୂଳ ନେତ୍ରୀ ଆହତ ହୋଇଛନ୍ତି । ତାଙ୍କ ଗୋଡରେ ଆଘାତ ଲାଗିଥିବାବେଳେ ଏହା ପଛରେ ବିରୋଧୀଙ୍କ ଷଡଯନ୍ତ୍ର ରହିଛି ବୋଲି ମମତା ଅଭିଯୋଗ କରିଛନ୍ତି । ତେବେ କିଛି ଯୁବକ ଜାଣିଶୁଣି ତାଙ୍କୁ ଆଘାତ କରିଥିବା ନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି । ହେଲେ ଏହାକୁ ଡରିନଯାଇ ସେ ନିଜର ପ୍ରଚାର ଅଭିଯାନ ଜାରି ରଖିବେ ବୋଲି କହିଛନ୍ତିContinue reading “ନିର୍ବାଚନ ପ୍ରଚାର ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ । ଆଘାତ ପଛରେ ଷଡଯନ୍ତ୍ର ଥିବା ନେଇ କଲେ ଅଭିଯୋଗ ।”

ଶିମିଳିପାଳ ପାଇଁ ସରକାରଙ୍କ ପଦକ୍ଷେପକୁ ସୋସିଆଲ ମିଡିଆରେ ପ୍ରଶଂସା । ଟ୍ୱିଟରରେ ଟ୍ରେଣ୍ଡ କଲା ଏହି ହାସ୍ ଟ୍ୟାଗ

କନକ ବ୍ୟୁରୋ: ଶିମିଳିପାଳ ସହ ବିଜେଡି । ଏକଥା ଆମେ କହୁନୁ ଏକଥା ସୋସିଆଲ ମିଡିଆରେ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି । ସେଭ ଶିମିଳିପାଳ, ଶିମିଳିପାଳ ବର୍ଣ୍ଣିଂ ଓ ଶିମିଳିପାଳ ଫାୟାର ପରେ ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି ହାସ୍ ଟ୍ୟାଗ ବିଜେଡି ୱିଥ ଶିମିଳିପାଳ । ଶିମିଳିପାଳ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି ବିଜେଡିର ଅନେକ ସମର୍ଥକ ଏବେ ଏହି ହାସ୍ ଟ୍ୟାଗକୁ ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଛନ୍ତିContinue reading “ଶିମିଳିପାଳ ପାଇଁ ସରକାରଙ୍କ ପଦକ୍ଷେପକୁ ସୋସିଆଲ ମିଡିଆରେ ପ୍ରଶଂସା । ଟ୍ୱିଟରରେ ଟ୍ରେଣ୍ଡ କଲା ଏହି ହାସ୍ ଟ୍ୟାଗ”

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ତୀରଥ ସିଂହ ରାଓ୍ଵତ୍ । ଟୁଇଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: ଆଜି ଅପରାହ୍ଣରେ ବିଜେପି ସାଂସଦ ତୀରଥ ସିଂହ ରାଓ୍ଵତ୍‌ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଥିବା ତ୍ରିଭେନ୍ଦ୍ର ସିଂହ ରାୱତ୍ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଥିବା ବେଳେ ଆଜି ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ତୀରଥ ସିଂହ ରାଓ୍ଵତ୍‌। ଡେରାଡୁନର ରାଜ ଭବନରେ ତୀରଥ ସିଂ ରାୱତଙ୍କୁ ଶପଥ ଗ୍ରହଣ କରାଇଛନ୍ତି ରାଜ୍ୟପାଳ ବେବି ରାନୀ ମୌର୍ୟ୍ୟ। Congratulations to ShriContinue reading “ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ତୀରଥ ସିଂହ ରାଓ୍ଵତ୍ । ଟୁଇଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ।”

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଂଚଳରେ ଅଧିକ ୪ଟି ଓଡ୍ରାଫ୍ ଦଳ ମୁତୟନ ହେଉ । ଏସଆରସିଙ୍କୁ ଚିଠି ଲେଖି ଅନୁରୋଧ ଜଣାଇଲା ଜଙ୍ଗଲ ଓ ପରିବେଶ ବିଭାଗ ।

କନକ ବ୍ୟୁରୋ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଂଚଳରେ ନିଆଁ ଲିଭାଇବା ପାଇଁ ଅଧିକ ୪ଟି ଓଡ୍ରାଫ୍ ଦଳ ମୁତୟନ ହେଉ । ରାୟଗଡା, ନୂଆପଡା, ଦେଓଗଡ ଓ ଗଞ୍ଜାମର ଭଞ୍ଜନଗର ବନ ଉପଖଣ୍ଡରେ ନିଆଁ ଲିଭାଇବା ପାଇଁ ଓଡ୍ରାଫ୍ ଦଳ ମୁତୟନ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଦୀର୍ଘ ସମୟ ଧରି ଅତ୍ୟନ୍ତ ଶୁଷ୍କContinue reading “ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଂଚଳରେ ଅଧିକ ୪ଟି ଓଡ୍ରାଫ୍ ଦଳ ମୁତୟନ ହେଉ । ଏସଆରସିଙ୍କୁ ଚିଠି ଲେଖି ଅନୁରୋଧ ଜଣାଇଲା ଜଙ୍ଗଲ ଓ ପରିବେଶ ବିଭାଗ ।”

ଆସନ୍ତାକାଲି ମହାଶିବରାତ୍ରି ବା ଜାଗର । ଧବଳେଶ୍ୱର ପୀଠରେ କାଲି ସକାଳ ୬ଟାରୁ ଧାରା ୧୪୪ ଲାଗୁ ।

କନକ ବ୍ୟୁରୋ: ଆସନ୍ତା କାଲି ମହାଶିବରାତ୍ରି ବା ଜାଗର ପର୍ଵ । ସେଥିପାଇଁ କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ବର ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ କୋଭିଡ କଟକଣା ପାଇଁ ଆସନ୍ତା କାଲି ସକାଳ ୬ଟାରୁ ପରଦିନ ସକାଳ ୬ଟା ପର୍ୟ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ସାଧାରଣ ଦର୍ଶନ ବନ୍ଦ ରହିବ। ପୂଜକ ସମିତି ପକ୍ଷରୁ ବୈଠକ କରାଯାଇ ଆସନ୍ତା କାଲି ଭୋର ଚାରିଟାରୁ ଦ୍ଵାରContinue reading “ଆସନ୍ତାକାଲି ମହାଶିବରାତ୍ରି ବା ଜାଗର । ଧବଳେଶ୍ୱର ପୀଠରେ କାଲି ସକାଳ ୬ଟାରୁ ଧାରା ୧୪୪ ଲାଗୁ ।”

ବ୍ରାହ୍ମଣୀ ନଦୀ ପଠାରେ ମାତିଛନ୍ତି ବାଲି ମାଫିଆ । ବେଆଇନ୍ ଭାବେ ଚାଲିଛି ଟ୍ରକ୍ ଟ୍ରକ୍ ବାଲି ଚୋରି । ନିଘୋଡ ନିଦରେ ଶୋଇଛି ପ୍ରଶାସନ ।

କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଂଚଳରେ ଦୌରାତ୍ମ୍ୟ ବଢିବାରେ ଲାଗିଛି । ବେଆଇନ ଭାବେ ନଦୀ ପଠାରୁ ଟ୍ରକ ଟ୍ରକ ବାଲି ଚୋରା ଚାଲାଣ କରାଯାଉଛି । ଏଥିପ୍ରତି ନା ଜିଲ୍ଲା ପ୍ରଶାସନର ନଜର ଅଛି, ନାଁ ସ୍ଥାନୀୟ ବ୍ଲକ ପ୍ରଶାସନର । ନିଜ ନିଜ ପକେଟ ଗରମ କରି ଚୁପ ହୋଇ ହାତ ବାନ୍ଧି ବସିଛି ଜିଲ୍ଲା ପ୍ରଶାସନ । ଯାହା ଦ୍ୱାରା ନିୟମକୁ ଫୁ କରି ବାଲି ଲୁଟି ଚାଲିଛନ୍ତି ବାଲି ଲୁଟେରାContinue reading “ବ୍ରାହ୍ମଣୀ ନଦୀ ପଠାରେ ମାତିଛନ୍ତି ବାଲି ମାଫିଆ । ବେଆଇନ୍ ଭାବେ ଚାଲିଛି ଟ୍ରକ୍ ଟ୍ରକ୍ ବାଲି ଚୋରି । ନିଘୋଡ ନିଦରେ ଶୋଇଛି ପ୍ରଶାସନ ।”

ଶିମିଳିପାଳ କାନ୍ଦ ଉପରେ ପଡ଼ିଲା କୁଆପଥର । ଲୋକେ କହିଲେ ଇଶ୍ୱର ଶୁଣିଲେ ପ୍ରାର୍ଥନା, ଓହ୍ଳାଇ ଆସିଲେ ସ୍ୱୟଂ ଇନ୍ଦ୍ର ଦେବତା ।

କନକ ବ୍ୟୁରୋ: ଶିମିଳିପାଳର ଚିତ୍କାର ଶୁଣି ଆଉ ସହିପାରେଲେନି ଭଗବାନ । ଶେଷରେ ଦୀର୍ଘ ୨ ସପ୍ତାହରୁ ଅଧିକ ଦିନ ଧରି ଜଙ୍ଗଲ ଉପରେ ପଡ଼ିଥିବା ଅଗ୍ନି ଦେବତାଙ୍କ କୋପକୁ ଶାନ୍ତ କରାଇବା ଆକାଶରୁ ସତେ ଯେମିତି ଓହ୍ଲାଇ ଆସିଲେ ସ୍ୱୟଂ ଇନ୍ଦ୍ର ଦେବ । ଆଉ ଶିମିଳିପାଳର ପିଠାବଟା ରେଞ୍ଜ ଅଞ୍ଚଳର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ଜଙ୍ଗଲ ନିଆଁର ଛାତି ଉପରେ ଛେଚି ହୋଇଯାଇଛି । ଯେଉଁଥିପାଇଁ ଏବେ ନିଆଁ ପ୍ରଶମିତ ହେବାର ଆଶାContinue reading “ଶିମିଳିପାଳ କାନ୍ଦ ଉପରେ ପଡ଼ିଲା କୁଆପଥର । ଲୋକେ କହିଲେ ଇଶ୍ୱର ଶୁଣିଲେ ପ୍ରାର୍ଥନା, ଓହ୍ଳାଇ ଆସିଲେ ସ୍ୱୟଂ ଇନ୍ଦ୍ର ଦେବତା ।”

Design a site like this with WordPress.com
Get started