କନକ ବ୍ୟୁରୋ: ଖବର ବାଜିଲା, ତନାଘନା ଆରମ୍ଭ ହେଲା । ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ଏନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଟ୍ୱିଟ୍ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ । ଏନେଇ ରିପୋର୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜାଭଡେକରଙ୍କୁ ଟ୍ୱିଟ୍ କରି ଦୃଷ୍ଟି ଆକର୍ଷଣ କରିଥିଲେ ଧର୍ମେନ୍ଦ୍ର, ଶିମିଳିପାଳ ଅଗ୍ନିକାଣ୍ଡ ନେଇ ପ୍ରଥମେ ଖବର ପ୍ରସାରଣ କରିଥିଲା କନକContinue reading “ଖବର ବାଜିଲା, ତନାଘନା ଆରମ୍ଭ ହେଲା । ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।”
Author Archives: Raghaba
ଭିସୁଟର ୨୫ ଛାତ୍ର କରୋନା ନେଗେଟିଭ, ଆଣ୍ଟିଜେନ କିଟରେ ତ୍ରୁଟି ଥିବା କଥା କହିଲେ ଅତିରିକ୍ତ ଶାସନ ସଚିବ, ଆଣ୍ଟିଜେନ କିଟ୍ ତ୍ରୁଟି ନେଇ ତନାଘନା ଆରମ୍ଭ ।
କନକ ବ୍ୟୁରୋ: ପ୍ରଥମେ କୁହାଗଲା ବୁର୍ଲା ଭିସୁଟର ୨୫ ଛାତ୍ରଛାତ୍ରୀ କରୋନା ପଜିଟିଭ । କଡା କଟକଣା ଲାଗୁ କରାଗଲା ଆଉ ଏବେ କୁହାଯାଉଛି ସମସ୍ତେ ନେଗେଟିଭ । ଏହି ବିଚିତ୍ର କରୋନା ପରୀକ୍ଷାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆଂଟିଜେନ କିଟରେ ସମସ୍ୟା ଥିବାରୁ ଭୁଲ ରିପୋର୍ଟ ଆସିଥିବା ଦିଆଯାଉଛି ସଫେଇ । ଆଂଟିଜେନ କିଟ ଯୋଗାଇ ଥିବା ସଂସ୍ଥାକୁ ଓଡିଶା ଷ୍ଟେଟ୍ ମେଡିକାଲ କର୍ପୋରେସ୍ନ ପକ୍ଷରୁ କାରଣ ଦର୍ଶାଅ ନୋଟିସ କରାଯାଇଛି ।Continue reading “ଭିସୁଟର ୨୫ ଛାତ୍ର କରୋନା ନେଗେଟିଭ, ଆଣ୍ଟିଜେନ କିଟରେ ତ୍ରୁଟି ଥିବା କଥା କହିଲେ ଅତିରିକ୍ତ ଶାସନ ସଚିବ, ଆଣ୍ଟିଜେନ କିଟ୍ ତ୍ରୁଟି ନେଇ ତନାଘନା ଆରମ୍ଭ ।”
ଟୀକା ପାଇଁ ଟେନସନ ନାହିଁ । ଏଣିକି ସବୁ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟୀକା । ନୂଆ ନିଷ୍ପତ୍ତି ନେଇ ସବୁ ରାଜ୍ୟକୁ ଜଣାଇଲା କେନ୍ଦ୍ର ।
କନକ ବ୍ୟୁରୋ; ସବୁ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟୀକା । ରାଜ୍ୟ ସରକାରମାନଙ୍କୁ ଅଇଜ୍ଞଚ୍ଛ କରାଇଲେ କେନ୍ଦ୍ର ସରକାର । ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ନୂଆ ନିଷ୍ପତ୍ତି । ତେବେ ଇତି ମଧରେ ଓଡିଶାରେ ଆରମ୍ଭ ହୋଇଛି ୨ୟ ପର୍ଯ୍ୟାୟ ଟୀକାକରଣ । ଭ୍ୟାକଲିନ ନେବାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏବେ କେନ୍ଦ୍ର ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । ସେପଟେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲରୁ ଆସୁଥିବାContinue reading “ଟୀକା ପାଇଁ ଟେନସନ ନାହିଁ । ଏଣିକି ସବୁ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟୀକା । ନୂଆ ନିଷ୍ପତ୍ତି ନେଇ ସବୁ ରାଜ୍ୟକୁ ଜଣାଇଲା କେନ୍ଦ୍ର ।”
କୋରାପୁଟରେ ଜବତ ହେଲା କୋଟି କୋଟି ଟଙ୍କାର ନକଲି ନୋଟ । ଛତିଶଗଡ ରାୟପୁରରୁ ବିଶାଖାପାଟଣା ଦେଇ କୋଲକାତା ହେଉଥିଲା ଚାଲାଣ । ନିର୍ବାଚନରେ ବଣ୍ଟାଯାଇଥାନ୍ତା କି ନକଲି ନୋଟ?
କନକ ବ୍ୟୁରୋ: ଚମକାଇ ଦେଲା କୋଟି କୋଟି ଟଙ୍କାର ନକଲି ନୋଟ । ୫୦୦ ଟଙ୍କିଆ ନକଲି ନୋଟର ପାହାଡ । ୭ କୋଟି ୯୦ଲକ୍ଷ ଟଙ୍କା । କୋରାପୁଟ ପୋଲିସ ହାତରେ ଧରାପଡିଛି ଏହି ବିଡା ବିଡା ନକଲି ନୋଟ । ନକଲି ନୋଟର କାରବାର କରୁଥିବା ଏହି ଗ୍ୟାଙ୍ଗ ଛତିଶଗଡ ରାଇପୁରରୁ ବାହାରି ବିଶାଖାପାଟଣା ଦେଇ କୋଲକାତା ଯିବାର ଥିଲା । କିନ୍ତୁ ଓଡିଶା-ଆନ୍ଧ୍ର ସୀମାନ୍ତ ସୁଙ୍କି ନିକଟରେ ପୋଲିସ ଚେକିଂ ବେଳେ ଧରାContinue reading “କୋରାପୁଟରେ ଜବତ ହେଲା କୋଟି କୋଟି ଟଙ୍କାର ନକଲି ନୋଟ । ଛତିଶଗଡ ରାୟପୁରରୁ ବିଶାଖାପାଟଣା ଦେଇ କୋଲକାତା ହେଉଥିଲା ଚାଲାଣ । ନିର୍ବାଚନରେ ବଣ୍ଟାଯାଇଥାନ୍ତା କି ନକଲି ନୋଟ?”
ଶିମିଳିପାଳ ଅଗ୍ନିକାଣ୍ଡକୁ ନେଇ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍: ବିଭାଗୀୟ ମନ୍ତ୍ରୀଙ୍କୁ ପଦକ୍ଷେପ ନେବାକୁ କଲେ ଅନୁରୋଧ ।
କନକ ବ୍ୟୁରୋ: ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବେଗ ପ୍ରକାଶ । ଏନେଇ ଟ୍ୱିଟ୍ କରି ବିଭାଗୀୟ ମନ୍ତ୍ରୀଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ । ଦେଶର ଅନ୍ୟତମ ପ୍ରମୁଖ ଅଭୟାରଣ୍ୟ ଶିମିଳିପାଳରେ ଅଗ୍ନିକାଣ୍ଡ ଉଦବେଗଜନକ କହିଲେ ଧର୍ମେନ୍ଦ୍ର । ଏହାସହ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୃଷ୍ଟି ଦେବାକୁ ଟ୍ୱିଟ୍ କରି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । Distressed to learn about theContinue reading “ଶିମିଳିପାଳ ଅଗ୍ନିକାଣ୍ଡକୁ ନେଇ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍: ବିଭାଗୀୟ ମନ୍ତ୍ରୀଙ୍କୁ ପଦକ୍ଷେପ ନେବାକୁ କଲେ ଅନୁରୋଧ ।”
ଜଳୁଛି ଜଙ୍ଗଲ, ସଂକଟରେ ଶିମିଳିପାଳ: ସପ୍ତାହେ ହେଲାଣି ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲରେ ଲାଗିଛି ନିଆଁ, କାବୁ କରିବା ପାଇଁ ବନ ବିଭାଗ ନୟାନ୍ତ ।
କନକ ବ୍ୟୁରୋ: ୨ହଜାର ୭୫୦ ବର୍ଗ କିଲୋମିଟରର ବିଶାଳ ଶିମିଳିପାଳ ଅଭୟାରଣ୍ୟ ଆଡକୁ ଦ୍ରୁତ ବେଗରେ ନିଆଁ ମାଡି ଆସୁଛି । ଅଭୟାରଣ୍ୟର ଆଖପାଖ ଜଙ୍ଗଲରେ ସାଙ୍ଘାତିକ ନିଆଁ ଲାଗିଲାଣି । ମୟୂରଭଂଜର ରାଜ ପରିବାର ଏହି ଘଟଣାକୁ ଆଗକୁ ଆଣିଛନ୍ତି । ରାଜ କୁମାରୀ ଅକ୍ଷୀତା ମଂଜରୀ ଭଂଜଦେଓ ଟ୍ୱିଟ୍ କରି କହିଛନ୍ତି, ଶିମିଳିପାଳର ସୌନ୍ଦର୍ଯ୍ୟ ନଷ୍ଟ କରିବା ପାଇଁ ଏବଂ ଜୀବଜନ୍ତୁଙ୍କୁ କ୍ଷତି ପହଂଚାଇବା ପାଇଁ, କିଛି ବ୍ୟକ୍ତି ଏଭଳି କାମ କରୁଛନ୍ତି ।Continue reading “ଜଳୁଛି ଜଙ୍ଗଲ, ସଂକଟରେ ଶିମିଳିପାଳ: ସପ୍ତାହେ ହେଲାଣି ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲରେ ଲାଗିଛି ନିଆଁ, କାବୁ କରିବା ପାଇଁ ବନ ବିଭାଗ ନୟାନ୍ତ । “
କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା । ଅନୁକମ୍ପା ରାଶି ପ୍ରଦାନ କଲେ ରାଜ୍ୟ ସରକାର
କନକ ବ୍ୟୁରୋ: ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ସହାୟତା । ନଭେମ୍ବର୫,୨୦୨୦ରେ କରୋନାରେ ପ୍ରାଣ ହରାଇଥିବା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ଆଜି ୧୫ଲକ୍ଷ ଟଙ୍କାର ଚେକ୍ ସାମ୍ବାଦିକ ପ୍ରବୀରଙ୍କ ପତ୍ନୀ ସୁସ୍ମିତା ସ୍ବାଇଁଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ମହାନ୍ତିଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ଏହାକୁ ମଞ୍ଜୁର କରିଥିଲେ। ଗତ ନଭେମ୍ବରContinue reading “କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା । ଅନୁକମ୍ପା ରାଶି ପ୍ରଦାନ କଲେ ରାଜ୍ୟ ସରକାର”
ଓଡ଼ିଶା ହେବ ଇସ୍ପାତର ପେଣ୍ଠସ୍ଥଳୀ, ଖଣି-ଇସ୍ପାତ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲକ୍ଷ୍ମୀ ମିତ୍ତଲଙ୍କ ଆଲୋଚନା ।
କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଲକ୍ଷ୍ମୀ ମିତ୍ତଲ । ନୂଆ ଦିଲ୍ଲୀସ୍ଥିତ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଏବଂ ସିଇଓ ଆଦିତ୍ୟ ମିତ୍ତଲ ସାକ୍ଷାତ କରିଛନ୍ତି । ଏପରିକି ଓଡିଶାରେ ଇସ୍ପାତ୍ ଇତ୍ପାଦନ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସଂପ୍ରସାରଣ ସହ ଜଡିତ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ ହୋଇଛି । ବିଶେଷ ଭାବରେ ଓଡିଶାକୁ ଇସ୍ପାତ କ୍ଷେତ୍ରରେ ପେଣ୍ଠସ୍ଥଳିରେ ପରିଣତ କରିବା ଏବଂ ଏଥିରେContinue reading “ଓଡ଼ିଶା ହେବ ଇସ୍ପାତର ପେଣ୍ଠସ୍ଥଳୀ, ଖଣି-ଇସ୍ପାତ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲକ୍ଷ୍ମୀ ମିତ୍ତଲଙ୍କ ଆଲୋଚନା ।”
ସକାଳକୁ ସରିଯାଏ ରାତିରେ ବସୁଥିବା ହାଟ । ଓଡିଶାର ଭାତହାଣ୍ଡି ବରଗଡର ରାତିର ହାଟକୁ ନେଇ ଚାରିଆଡେ ଚର୍ଚ୍ଚା । ପଡୋଶୀ ଛତିଶଗଡ ଓ ପଶ୍ଚିମବଙ୍ଗକୁ ଯାଉଛି ପନିପରିବା ।
କନକ ବ୍ୟୁରୋ: ଚାଷ ଓ ଚାଷୀକୁ ନେଇ ସବୁବେଳେ ଚର୍ଚ୍ଚାରେ ବରଗଡ ଜିଲ୍ଲା । ଏମିତି କି ଚାଷ ପାଇଁ ଓଡ଼ିଶାର ଭାତହାଣ୍ଡି ମଧ୍ୟ କୁହାଯାଏ ବରଗଡ ଜିଲ୍ଲାକୁ । ଧାନ ଠୁ ଆରମ୍ଭ କରି ପନିପରିବା ଚାଷ ପାଇଁ ମଧ୍ୟ ବେଶ ଚର୍ଚ୍ଚିତ ଏ ଜିଲ୍ଲା । ସେଥିମଧ୍ୟରୁ ଏବେ ବରଗଡ ଜିଲ୍ଲା ର ବାରର୍ହାଗୁଡା ପନିପରିବା ମାର୍କେଟ ବେଶ ଚର୍ଚ୍ଚିତ କାରଣ ଏହି ମାର୍କେଟ ରାତି ରେ ଆରମ୍ଭ ହୁଏ ଓ ଦିନ ରେContinue reading “ସକାଳକୁ ସରିଯାଏ ରାତିରେ ବସୁଥିବା ହାଟ । ଓଡିଶାର ଭାତହାଣ୍ଡି ବରଗଡର ରାତିର ହାଟକୁ ନେଇ ଚାରିଆଡେ ଚର୍ଚ୍ଚା । ପଡୋଶୀ ଛତିଶଗଡ ଓ ପଶ୍ଚିମବଙ୍ଗକୁ ଯାଉଛି ପନିପରିବା ।”
ପୁଣି ବଦଳିଲା ସ୍କୁଲ ସମୟ, ଜାଣନ୍ତୁ କେତେଟାରୁ କେତେଟା ଯାଏଁ ଖୋଲିବ ସ୍କୁଲ, ଚାଲିବ କ୍ଲାସ୍ ।
କନକ ବ୍ୟୁରୋ: ପୁଣି ବଦଳିଲା ସ୍କୁଲ୍ ଟାଇମ୍ । ପ୍ରଚଣ୍ଡ ଖରା ପାଇଁ ସକାଳୁଆ ସ୍କୁଲର ସମୟ ପରିବର୍ତ୍ତନ କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ତେବେ ନବମ, ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ସ୍କୁଲ ସମୟ ଅପରିବର୍ତ୍ତିତ ଥିବାବେଳେ କେବଳ ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ପରିବର୍ତ୍ତନ କରିଛି ବିଭାଗ । ତେବେ ଦଶମ, ଦ୍ୱାଦଶ ପିଲାମାନଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ ।Continue reading “ପୁଣି ବଦଳିଲା ସ୍କୁଲ ସମୟ, ଜାଣନ୍ତୁ କେତେଟାରୁ କେତେଟା ଯାଏଁ ଖୋଲିବ ସ୍କୁଲ, ଚାଲିବ କ୍ଲାସ୍ ।”