ଶୁଣ ସରକାର ଜଣେ ବୁଢା ବାପାଙ୍କ ଦୁଃଖ: ୮୨ ବର୍ଷୀୟ ବାପାଙ୍କ କାନ୍ଧରେ ପରିବାର ବୋଝ

କନକ ବ୍ୟୁରୋ: ବୁଢା ବାପାଙ୍କ କାନ୍ଦରେ ୪ ଦିବ୍ୟାଙ୍ଗ ପୁଅଂକ ବୋଝ । ପରିବାର କହିଲେ ୪ ପୁଅ ଭିଣ୍ଣଖ୍ୟମ ଗୋଟିଏ ବୋହୁ, ବୁଢା ବାବା ବୟସ୍କ ମା ସେ ପୁଣି ସଜ୍ୟା ସାଇ ରୋଗି. ଗୋଟିଏ ଭଗାଂ ବଖରା ଘରେ ପୁରା ପରିବାର ।ଏଭଳି ଦ୍ୁସ୍ୟ ଦେଖିବାକୁ ମିଳିଛି ପୁରି ଜିଲା ସତ୍ୟବାଦି ବ୍ଲକ ବ୍ରାହ୍ମଣ ପଡା ଗାଁରେ । ସରକାରି ସ୍ଥରରେ ହେଉ କି ବେସରକାରି ସହାୟତା ପାଇଁ ଆକୁଳ ନିବେଦନ କରୁଛନ୍ତି ପରିବାରContinue reading “ଶୁଣ ସରକାର ଜଣେ ବୁଢା ବାପାଙ୍କ ଦୁଃଖ: ୮୨ ବର୍ଷୀୟ ବାପାଙ୍କ କାନ୍ଧରେ ପରିବାର ବୋଝ”

ପ୍ରବଳ ବର୍ଷାରେ ଅସୁସ୍ଥ ହୋଇଗଲା ହାତୀ ଛୁଆ: ରୋଗିଣା ହାତୀ ଶାବକକୁ ଛାଡି ଚାଲିଗଲା ମାଆ ହାତୀ

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଅସୁସ୍ଥ ହୋଇପଡିଛି ହାତୀ ଛୁଆ । ଅସୁସ୍ଥ ଛୁଆକୁ ଛାଡି ଚାଲିଯାଇଛି ମାଆ ହାତୀ । ଛୁଆ ହାତୀକୁ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଛନ୍ତି କରଂଜିଆ ବନ ବିଭାଗ କର୍ମଚାରୀ । ଗତକାଲି ବିଳମ୍ବିତ ରାତିରେ ପାର୍ବତୀପୁର ଗାଁ ଜଙ୍ଗଲରୁ ୨୨ଟିକିଆ ଝାରଖଣ୍ଡି ହାତୀ ଯାଉଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ମାଡ ଖାଇ ପଲରେ ଥିବା ଛୁଆ ହାତୀଟି ଅସୁସ୍ଥ ହୋଇପଡିଥିଲା । ହାତୀ ଛୁଆକୁContinue reading “ପ୍ରବଳ ବର୍ଷାରେ ଅସୁସ୍ଥ ହୋଇଗଲା ହାତୀ ଛୁଆ: ରୋଗିଣା ହାତୀ ଶାବକକୁ ଛାଡି ଚାଲିଗଲା ମାଆ ହାତୀ”

ଗଞ୍ଜାମ ଜିଲ୍ଲାରେ ସରୁନି ଦାଦନ ଦୁଃଖ: ଦୁବାଇରେ ଡାକ୍ତରଖାନାରେ କୋମାରେ ପଡିଛନ୍ତି ଖଲ୍ଲିକୋଟର ରାଜୁ ମଳିକ

କନକ ବ୍ୟୁରୋ: ଗଞ୍ଜାମରେ ସରୁନି ଦାଦନ ଦୁଃଖ । କିଛି ଦିନ ତଳେ ଗଞ୍ଜାମର ବିଭିନ୍ନ ଅଂଚଳରୁ କିଛି ଯୁବକ ସାଉଦି ଆରବରେ ନିର୍ଯାତିତ ହେଉଥିବା ଖବର ସାମ୍ନାକୁ ଆସିଥିବା ବଳେ ଏବେ ଦାଦନ ଯନ୍ତ୍ରଣାର ଆଉ ଏକ ଚିତ୍ର ଆସିଛି ଦୁବାଇରୁ । ରୋଜଗାର ଆଶାରେ ଦୁବାଇ ଯାଇଥିବା ଯୁବକ ବସ ଦୁର୍ଘଟଣାର ଶିକାର ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଯୁବକ ଜଣଙ୍କ ଡାକ୍ତରଖାନାରେ ପଡିଥିବା ବେଳେ ଚିକିତ୍ସା କରିବାକୁ ମନାContinue reading “ଗଞ୍ଜାମ ଜିଲ୍ଲାରେ ସରୁନି ଦାଦନ ଦୁଃଖ: ଦୁବାଇରେ ଡାକ୍ତରଖାନାରେ କୋମାରେ ପଡିଛନ୍ତି ଖଲ୍ଲିକୋଟର ରାଜୁ ମଳିକ”

ସୁନ୍ଦରଗଡ ଜିଲ୍ଲା କୋଇଡ଼ାର ‘ଖଣି’ ଦୁଃଖ: ଖଣି ଖୋଳି କୋଟି କୋଟି ରାଜସ୍ୱ ପାଉଛନ୍ତି ସରକାର, ହେଲେ କାଦୁଅ ପଚପଚ ରାସ୍ତାରେ ଯା’ଆସ କରୁଛନ୍ତି ଖଣି ଅଂଚଳର ଲୋକ

କନକ ବ୍ୟୁରୋ: ଖଣି ରାଜଧାନୀ ଭାବେ ପରିଚିତ ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ । କୋଇଡା ବ୍ଲକ୍ କେବଳ ନିଜର ଭୂତଳର ସମ୍ପଦ ବଳରେ ସରକାରୀ ରାଜକୋଷକୁ ବର୍ଷକୁ ପାଞ୍ଚ ହଜାର କୋଟିରୁ ଅଧିକ ଟଙ୍କାର ରାଜସ୍ୱ ଦେଉଛି । ଏଠାକାର ଲୁହାପଥର ଖଣି ନିଲାମ ପ୍ରକ୍ରିୟାରେ ଭାଗ ନେଇ କମ୍ପାନୀମାନେ ଖଣି ଜରିଆରେ ସିଂହ ଭାଗ ରାଜସ୍ଵ ସରକାରଙ୍କୁ ପ୍ରଦାନ କରିବା ସହ ଜିଲ୍ଲା ଖଣିଜ ପାଣ୍ଠିକୁ ଅର୍ଥ ପ୍ରଦାନ କରୁଛନ୍ତି । କୋଇଡା ଖଣି,Continue reading “ସୁନ୍ଦରଗଡ ଜିଲ୍ଲା କୋଇଡ଼ାର ‘ଖଣି’ ଦୁଃଖ: ଖଣି ଖୋଳି କୋଟି କୋଟି ରାଜସ୍ୱ ପାଉଛନ୍ତି ସରକାର, ହେଲେ କାଦୁଅ ପଚପଚ ରାସ୍ତାରେ ଯା’ଆସ କରୁଛନ୍ତି ଖଣି ଅଂଚଳର ଲୋକ”

ଅଭାବକୁ ଦେଖି ଅଧିକାରୀ ହେବାର ସ୍ୱପ୍ନ ଦେଖିଥିଲେ କୃତି ପରୀକ୍ଷାର୍ଥୀ: ମା’ଙ୍କ ମୂଲର ମୂଲ୍ୟ ଦେଇଛନ୍ତି ଓଏଏସ୍ ଟପର ସୁଦେବ ପୃଷ୍ଟି

କନକ ବ୍ୟୁରୋ: ପ୍ରଥମ ସୁଯୋଗରେ ଟପ୍ପର । ଏବେ ଆସାମ ଗୌହାଟୀରେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଅଛନ୍ତି ସୁଦେବ । ତେବେ ବିନା କୋଚିଂରେ ସୁଦେବ ଗୋଟିଏ ଥରରେ ଏହି ସଫଳତା ପାଇଛନ୍ତି । ଯାହାକୁ ନେଇ ପରିବାର ଲୋକ ବି ବେଶ ଖୁସି ଜାହିର କରିଛନ୍ତି । ବାପା ଜଣେ ଚାଷୀ ହୋଇଥିବା ବେଳେ ମାଆ ମୂଲ ମଜୁରୀ କରିବା ସହ ବିଦ୍ୟାଳୟରେ ପାଚିକା ଭାବେ କାମ କରି ବହୁ କଷ୍ଟରେ ପୁଅକୁ ପାଠ ପଢାଇଥିଲେContinue reading “ଅଭାବକୁ ଦେଖି ଅଧିକାରୀ ହେବାର ସ୍ୱପ୍ନ ଦେଖିଥିଲେ କୃତି ପରୀକ୍ଷାର୍ଥୀ: ମା’ଙ୍କ ମୂଲର ମୂଲ୍ୟ ଦେଇଛନ୍ତି ଓଏଏସ୍ ଟପର ସୁଦେବ ପୃଷ୍ଟି”

ବେଦାନ୍ତ କୋଲ ବ୍ଲକ ପାଇଁ ଜନ ଶୁଣାଣି ବେଳେ ଖଣ୍ଡଯୁଦ୍ଧ: ସପକ୍ଷବାଦୀ-ବିପକ୍ଷବାଦୀଙ୍କ ମଧ୍ୟରେ ଧସ୍ତାଧସ୍ତି

କନକ ବ୍ୟୁରୋ: ବେଦାନ୍ତ ଜନ ଶୁଣାଣି ଶିବିରରେ ଜନତାଙ୍କୁ ବାରଣ । ଜନ ଶୁଣାଣି ଶିବିରକୁ ପ୍ରବେଶ ପାଇଁ ଅନୁମତି ନମିଳିବାରୁ ତାତିଲେ ସ୍ଥାନୀୟ ବାସିନ୍ଦା । ଶିବିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସପକ୍ଷବାଦୀ ଓ ବିପକ୍ଷବାଦୀ ଧସ୍ତାଧସ୍ତି ହୋଇଛନ୍ତି । ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଛି । ପରସ୍ପର ମଧ୍ୟରେ କଥା କଟାକଟି ହେବାରୁ ହାତାହାତି ହୋଇଛନ୍ତି । ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲ ଅନ୍ତର୍ଗତ କୁଡାଲୋଇରେ ବେଦାନ୍ତର ନର୍ଥ ଏ-କୋଲ ବ୍ଲକ ପାଇଁContinue reading “ବେଦାନ୍ତ କୋଲ ବ୍ଲକ ପାଇଁ ଜନ ଶୁଣାଣି ବେଳେ ଖଣ୍ଡଯୁଦ୍ଧ: ସପକ୍ଷବାଦୀ-ବିପକ୍ଷବାଦୀଙ୍କ ମଧ୍ୟରେ ଧସ୍ତାଧସ୍ତି”

ଜୀବନ-ଜଗନ୍ନାଥଙ୍କୁ ନେଇ ବିସ୍ଥାପିତ ହେଲେ ଗ୍ରାମବାସୀ । ମନ୍ଦିର ନୁହେଁ, ଅସ୍ଥାୟୀ କେନ୍ଦ୍ରରେ ରହିଲେ ଆରାଧ୍ୟ ଦେବତା ।

କନକ ବ୍ୟୁରୋ: ଦୁଃଖଦ, ଦାରୁଣ, ଛାତିଥରା, ଲୁହଭିଜା, ଆଉ ଭାବଭରା ଏ ପରିବେଶ । ପ୍ରତି ଆଖିରେ ଲୁହ, ପ୍ରତି ଛାତିରେ କୋହ । ମାଆ କାନ୍ଦୁଛି, ଗାଁ କାନ୍ଦୁଛି, ମାଟି ବି କାନ୍ଦୁଛି… ସବୁ ଲୁହ କୋହ କାହା ପାଇଁ ଜାଣନ୍ତି, କେଉଁ ମଣିଷ ପାଇଁ ନୁହେଁ ବରଂ ଏ ଭଗବାନଙ୍କ ପାଇଁ । ପୂରା ଅଞ୍ଚଳରେ ଅଭିମାନ, ଅଭିଯୋଗ ଆଉ ଆବେଗତାର ଆକୁଳ ନିବେଦନ । ସବୁ କର ହେଲେ ପ୍ରଭୁଙ୍କୁ ବିସ୍ଥାପିତ କରନିContinue reading “ଜୀବନ-ଜଗନ୍ନାଥଙ୍କୁ ନେଇ ବିସ୍ଥାପିତ ହେଲେ ଗ୍ରାମବାସୀ । ମନ୍ଦିର ନୁହେଁ, ଅସ୍ଥାୟୀ କେନ୍ଦ୍ରରେ ରହିଲେ ଆରାଧ୍ୟ ଦେବତା ।”

ଷ୍ଟୋକ୍ସ ଏବେ ମେସେଜ କଲେ ଡିଲିଟ୍ କରିଦେବି, ଆସେସ ସରୁ ସରୁ ଟେଷ୍ଟ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡର ଏହି ଷ୍ଟାର ଅଲରାଉଣ୍ଡର ।

କନକ ବ୍ୟୁରୋ : ଜବରଦସ୍ତ ବିଜୟ ସହ ଆସେସ ସିରିଜକୁ ବରାବର କରିଛି ଇଂଲଣ୍ଡ । ପ୍ରଥମ ୨ଟି ମ୍ୟାଚରେ ଅଷ୍ଟ୍ରେଲିଆ ବାଜି ମାରିଥିବା ବେଳେ ଶେଷ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ବିଜୟ ସହ ଚଳିତ ଆସେସ ସିରିଜକୁ ବରାବର କରିଛି ଇଂଲଣ୍ଡ ଟିମ୍ । ଶେଷ ମ୍ୟାଚରେ ବିଜୟ ପଛରେ ଷ୍ଟୁଆର୍ଟ ବ୍ରଡ ଓ ମୋଇନ ଅଲ୍ଲୀଙ୍କର ବଡ ଭୂମିକା ରହିଥିଲା । ଓଭାଲ ଟେଷ୍ଟରେ ବିଜୟ ପରେ ଷ୍ଟୁଆର୍ଟ ବ୍ରଡContinue reading “ଷ୍ଟୋକ୍ସ ଏବେ ମେସେଜ କଲେ ଡିଲିଟ୍ କରିଦେବି, ଆସେସ ସରୁ ସରୁ ଟେଷ୍ଟ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡର ଏହି ଷ୍ଟାର ଅଲରାଉଣ୍ଡର ।”

ଲୋକସଭାରେ ଆଗତ ହେଲା ଦିଲ୍ଲୀ ସେବା ବିଲ୍: ସମର୍ଥନ କରିବ ବିଜେଡି

କନକ ବ୍ୟୁରୋ: ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସଂକ୍ରାନ୍ତ ଦିଲ୍ଲୀ ସେବା ବିଲକୁ କେନ୍ଦ୍ର ସରକାର ମଙ୍ଗଳବାର ଲୋକସଭାରେ ଉପସ୍ଥାପନ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୃହରେ ଏହି ବିଲ୍ ଆଗତ କରିଥିଲେ । ବିଲ୍ ଆଗତ ହେବା ମାତ୍ରେ ଗୃହରେ ହଙ୍ଗାମା ହେବାରୁ ଗୃହକୁ ୩ଟା ପର୍ୟ୍ୟନ୍ତ ମୁଲତବୀ ରଖାଯାଇଥିଲା। ବିରୋଧୀ ଏହି ବିଲକୁ ତୀବ୍ର ବିରୋଧ କରିଥିଲେ। ତେବେ ଏହି ବିଲକୁ ବିଜେଡ଼ି ସମର୍ଥନ କରିବା ସମ୍ପର୍କରେContinue reading “ଲୋକସଭାରେ ଆଗତ ହେଲା ଦିଲ୍ଲୀ ସେବା ବିଲ୍: ସମର୍ଥନ କରିବ ବିଜେଡି”

ଭୁବନେଶ୍ୱରରେ ରେକର୍ଡ ବର୍ଷା: ୨୪ ଘଂଟାରେ ୨୫୯ ମିଲିମିଟର ବର୍ଷା ରେକର୍ଡ

କନକ ବ୍ୟୁରୋ: ରାଜଧାନୀରେ ରେକର୍ଡ ବର୍ଷା । ୨୪ ଘଂଟାରେ ଭୁବନେଶ୍ୱରରେ ୨୫୯ ଦଶିମକ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏନେଇ ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରରେ ବର୍ଷା ଲାଗିରହିଥିବା ବେଳେ ବିଭିନ୍ନ ସ୍ଥାନ ଜଳଗମ୍ନ ହୋଇଯାଇଛି । ରାସ୍ତା ଉପରେ ପାଣି ଲହଡି ମାରୁଛି । ଆଜି ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ୪ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରଯାଇଛି । ଏସବୁ ଜିଲ୍ଲାରେ ପ୍ରବଳରୁContinue reading “ଭୁବନେଶ୍ୱରରେ ରେକର୍ଡ ବର୍ଷା: ୨୪ ଘଂଟାରେ ୨୫୯ ମିଲିମିଟର ବର୍ଷା ରେକର୍ଡ”

Design a site like this with WordPress.com
Get started