ଆୟୁଷ ଛାତ୍ରସଂଘର ଅଭିିନବ ପ୍ରତିବାଦ : ରାସ୍ତାରେ ଅଧିଆ ପଡ଼ି, ହାତ ଯୋଡ଼ି ଦାବି ପୂରଣ ପାଇଁ କଲେ ଗୁହାରୀ

କନକ ବ୍ୟୁରୋ : ରାସ୍ତାକୁ ଓହ୍ଲାଇଲେ ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ । ଲୋୟର ପିଏମ୍ଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ର ସଂଘ । ମୁଣ୍ଡିଆ ମାରି ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି । ରାସ୍ତାରେ ଅଧିଆ ପଡ଼ି, ହାତ ଯୋଡି ପ୍ରତିବାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ତୁରନ୍ତ ସେମାନଙ୍କ ଦାବି ପୂରଣ କରିବାକୁ ଅନୁରୋଧ କରିଛନ୍ତି । ଆୟୁଷ ଛାତ୍ରସଂଘ ଅଭିଯୋଗ କରିଛି ଯେ, ୨୧ ବର୍ଷ ହେଲା ଆୟୁଷ ଡାକ୍ତର ପଦବୀ ବାହାରିନାହିଁ । ନିଯୁକ୍ତି ଅପେକ୍ଷାରେContinue reading “ଆୟୁଷ ଛାତ୍ରସଂଘର ଅଭିିନବ ପ୍ରତିବାଦ : ରାସ୍ତାରେ ଅଧିଆ ପଡ଼ି, ହାତ ଯୋଡ଼ି ଦାବି ପୂରଣ ପାଇଁ କଲେ ଗୁହାରୀ”

ଲୋୟର ପିଏମଜିରେ ଅଟୋ ଚାଳକ ସଂଘର ପ୍ରତିବାଦ : ଓଲା, ଉବେର ଭଳି ପରିବହନ ସଂସ୍ଥାକୁ ବିରୋଧ

କନକ ବ୍ୟୁରୋ : ଲୋୟର ପିଏମଜିରେ ଅଟୋ ଚାଳକ ସଂଘର ପ୍ରତିବାଦ । ଓଲା, ଉବେର ଭଳି ଅନଲାଇନ ପରିବହନ ସଂସ୍ଥା ବିରୋଧରେ ସ୍ୱର ଉତ୍ତୋଳନ । ଅନଲାଇନ ପରିବହନ ସଂସ୍ଥା ପାଇଁ ବେପାରରେ ବାଧା ସୃ୍ଷ୍ଟି ହେଉଥିବା ଅଭିଯୋଗ କଲେ ଅଟୋ ଚାଳକ ସଂଘ । ଧାରଣାସ୍ଥଳରେ ଶହ ଶହ ଅଟୋ ଚାଳକ ଏକାଠି ହୋଇ ସରକାରଙ୍କ ନିକଟରେ ନିଜ ଦାବି ରଖିଲେ । The post ଲୋୟର ପିଏମଜିରେ ଅଟୋ ଚାଳକ ସଂଘର ପ୍ରତିବାଦContinue reading “ଲୋୟର ପିଏମଜିରେ ଅଟୋ ଚାଳକ ସଂଘର ପ୍ରତିବାଦ : ଓଲା, ଉବେର ଭଳି ପରିବହନ ସଂସ୍ଥାକୁ ବିରୋଧ”

ଖାଲିସ୍ତାନୀ ଆତଙ୍କବାଦୀ କରଣବୀର ସିଂଙ୍କ ବିରୋଧରେ ଇଣ୍ଟରପୋଲ ଦ୍ୱାରା ଦିଆଯାଇଥିବା ରେଡକର୍ଣ୍ଣର ନୋଟିସ କ’ଣ ?

ଖାଲିସ୍ତାନୀ ଆତଙ୍କବାଦୀ କରଣବୀର ର ସିଂ ବିରୋଧରେ ଆନ୍ତର୍ଜାତୀୟ ପୋଲିସ ସଂଗଠନ ଇଣ୍ଟରପୋଲ ରେଡକର୍ଣ୍ଣର ନୋଟିସ ଜାରି କରିଛି । କରଣବୀର ସିଂ ପାକିସ୍ତାନରେ ଲୁଚି ରହିଛି ।  ସେ ଖାଲିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ବାବର ଖାଲସା ସହ ଜଡିତ। ଏହି ରେଡକର୍ଣ୍ଣର ନୋଟିସ୍ କ’ଣ ?  ଏବଂ ଏହା କାହିଁକି ଜାରି କରାଯାଇଛି ? ଆସନ୍ତୁ ଜାଣିବା .. ଖାଲିସ୍ତାନୀ ଆତଙ୍କବାଦୀ କରଣବୀର ସିଂ ବିରୋଧରେ ଇଣ୍ଟରପୋଲ ରେଡକର୍ଣ୍ଣର ନୋଟିସ ଜାରି କରିଛି ।Continue reading “ଖାଲିସ୍ତାନୀ ଆତଙ୍କବାଦୀ କରଣବୀର ସିଂଙ୍କ ବିରୋଧରେ ଇଣ୍ଟରପୋଲ ଦ୍ୱାରା ଦିଆଯାଇଥିବା ରେଡକର୍ଣ୍ଣର ନୋଟିସ କ’ଣ ?”

୩ମାସ ପରେ ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି : କଡ଼ା ସୁରକ୍ଷା ବଳୟରେ ଚାଲିଛି ଗଣତି; ୧୫୦ ବ୍ୟକ୍ତି ଗଣୁଛନ୍ତି ଦାନ ଟଙ୍କା

କନକ ବ୍ୟୁରୋ : ୩ମାସ ପରେ ଖୋଲିଲା ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି । ଚାଲିଛି ଗଣତି । ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି । ଦାନ ଅର୍ଥ ଗଣତିରେ ବିଭିନ୍ନ ସଙ୍ଗଠନର ସଦସ୍ୟ, ସ୍ୱେଚ୍ଛାସେବୀ ଓ କିଛି ଛାତ୍ରଛାତ୍ରୀଙ୍କ ସମେତ ଦେଢ଼ ଶହ ବ୍ୟକ୍ତି ସାମିଲ ହୋଇଛନ୍ତି ।Continue reading “୩ମାସ ପରେ ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି : କଡ଼ା ସୁରକ୍ଷା ବଳୟରେ ଚାଲିଛି ଗଣତି; ୧୫୦ ବ୍ୟକ୍ତି ଗଣୁଛନ୍ତି ଦାନ ଟଙ୍କା”

ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ‘ଅପା’ ସମ୍ବୋଧନ କଲେ କୃଷିମନ୍ତ୍ରୀ : ବିରୋଧୀ ଘେରିବା ପରେ ସଫେଇ ରଖିଲେ ରାଜା ସ୍ୱାଇଁ ; କହିଲେ ପୂର୍ବରୁୁ ଅପା ଡାକୁ ଥିବାରୁ ପାଟିରୁ ଖସିଗଲା

କନକ ବ୍ୟୁରୋ : ବିଧାନସଭା ପ୍ରଶ୍ନକାଳରେ ‘ଅପା’ ଉପାଖ୍ୟାନ । ପ୍ରଶ୍ନକାଳ ସମୟରେ ଗୃହରେ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ନୂତନ ଭାବେ ବାଚସ୍ପତି ଦାୟିତ୍ୱ ନେଇଥିବା ପ୍ରମିଳା ମଲ୍ଲିକଙ୍କୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ‘ଅପା’  ବୋଲି କହି ସମ୍ବୋଧନ କରିଥିଲେ । ଯାହାକୁ ନେଇ ନିଜ ନିଜ ସ୍ଥାନରେ ବସି ଆପତି ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓContinue reading “ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ‘ଅପା’ ସମ୍ବୋଧନ କଲେ କୃଷିମନ୍ତ୍ରୀ : ବିରୋଧୀ ଘେରିବା ପରେ ସଫେଇ ରଖିଲେ ରାଜା ସ୍ୱାଇଁ ; କହିଲେ ପୂର୍ବରୁୁ ଅପା ଡାକୁ ଥିବାରୁ ପାଟିରୁ ଖସିଗଲା”

ସାଇବର୍ ଠକଙ୍କ ନୂଆ ଚାଲ୍ । ଫିଙ୍ଗର ପ୍ରିଣ୍ଟ୍ ଚୋରାଇ ବ୍ୟାଙ୍କ ଖାତାରୁ ଲୁଟୁଛନ୍ତି ଟଙ୍କା । ଆପଣଙ୍କ ଆଧାରକାର୍ଡକୁ ଏପରି ରଖନ୍ତୁ ସୁରକ୍ଷିତ

କନକ ବ୍ୟୁରୋ : ଲୋକଙ୍କୁ ଲୁଟିବା ପାଇଁ ପ୍ରତି ଥର ନୂଆ ନୂଆ ଜାଲ ବିଛାଉଛନ୍ତି ସାଇବର୍ ଠକ । କେତେବେଳେ ଲିଙ୍କ୍ ପଠାଇ ଲୁଟୁଛନ୍ତି ତ ଆଉ କେତେବେଳେ ବିଭିନ୍ନ ଲୋଭନୀୟ ଅଫର ଦେଇ ଲୋକଙ୍କୁ ଲୁଟୁଛନ୍ତି । ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରଶାରଣ କରାଯାଉଥିବା ବେଳେ ଲୋକେ ମଧ୍ୟ ସାଇବର୍ ଠକାମୀରୁ ବଞ୍ଚିବା ପାଇଁ ସତର୍କ ହେଉଛନ୍ତି । କିନ୍ତୁ ଲୋକେ ଯେତେ ସତର୍କ ହେଲେ ବି ସାଇବର ଠକ ଲୋକଙ୍କୁ ଲୁଟିବାContinue reading “ସାଇବର୍ ଠକଙ୍କ ନୂଆ ଚାଲ୍ । ଫିଙ୍ଗର ପ୍ରିଣ୍ଟ୍ ଚୋରାଇ ବ୍ୟାଙ୍କ ଖାତାରୁ ଲୁଟୁଛନ୍ତି ଟଙ୍କା । ଆପଣଙ୍କ ଆଧାରକାର୍ଡକୁ ଏପରି ରଖନ୍ତୁ ସୁରକ୍ଷିତ”

ଲୋୟର ପିଏମଜିରେ ଛାତ୍ର ସଂଘର ଆନ୍ଦୋଳନ : ୨୧ ବର୍ଷ ହେଲା ବାହାରିନି ଆୟୁଷ ଡାକ୍ତର ପଦବୀ

କନକ ବ୍ୟୁରୋ : ରାସ୍ତାକୁ ଓହ୍ଲାଇଲେ ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ । ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ର ସଂଘ । ସେମାନଙ୍କ ଅଭିଯୋଗ ଅନୁସାରେ ୨୧ ବର୍ଷ ହେଲା ଆୟୁଷ ଡାକ୍ତର ପଦବୀ ବାହାରି ନାହିଁ । ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ଛାତ୍ରଛାତ୍ରୀ । ତୁରନ୍ତ ଆୟୁଷ ଡାକ୍ତର ପଦବୀ ବାହାର କରିବା ଦାବିରେ ଆଜି ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି । କିଛିଦିନ ତଳେ କଳା ବ୍ୟାଚ୍ ପିନ୍ଧି ରାଜ୍ୟ ସରକାରଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣContinue reading “ଲୋୟର ପିଏମଜିରେ ଛାତ୍ର ସଂଘର ଆନ୍ଦୋଳନ : ୨୧ ବର୍ଷ ହେଲା ବାହାରିନି ଆୟୁଷ ଡାକ୍ତର ପଦବୀ”

କବିସୂର୍ଯ୍ୟନଗର ବୋଲସର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା : ପିଅନ ତାଲା ନଖୋଲିବାରୁ ଗଛ ତଳେ ବଣ୍ଟାଗଲା ଭତ୍ତା ଟଙ୍କା

କନକ ବ୍ୟୁରୋ : ଗଛ ତଳେ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟନ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବୋଲସର ପଞ୍ଚାୟତ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଦିନ ଦ୍ୱିପ୍ରହରରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଯୋଗୁଁ କାର୍ଯ୍ୟାଳୟ ସମ୍ମୁଖ ଗଛ ତଳେ ପିଣ୍ଡା ଉପରେ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଛନ୍ତି ଜିଆରଏସ । ପିଅନ ତାଲା ନଖୋଲିବାରୁ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଗଛତଳେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିଥିବା କହିଛନ୍ତି ଜିଆରଏସ୍ । ୧୫ତାରିଖରେ ହିତାଧିକାରୀଙ୍କୁ ଭତ୍ତା ଟଙ୍କାContinue reading “କବିସୂର୍ଯ୍ୟନଗର ବୋଲସର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା : ପିଅନ ତାଲା ନଖୋଲିବାରୁ ଗଛ ତଳେ ବଣ୍ଟାଗଲା ଭତ୍ତା ଟଙ୍କା”

ବଳକା ଚାଉଳ ଉଠାଉନି କେନ୍ଦ୍ର, ଡାଲି ଚାଷକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର : କୃଷିମନ୍ତ୍ରୀ

କନକ ବ୍ୟୁରୋ : ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା । ଚଳିତ ଅଧିବେଶନର ୩ ଦିନ ହୋ-ହଲ୍ଲା, ହଟ୍ଟଗୋଳରେ ଅଚଳ ହୋଇପଡିଥିବା ବେଳେ ୪ର୍ଥ ଦିନ ସ୍ୱାଭାବିକ ହୋଇଛି ପ୍ରଶ୍ନକାଳ । ଗୃହରେ ଆଜି ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କୃଷିମନ୍ତ୍ରୀ କହିଛନ୍ତି, ଦିନ ଥିଲା ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା, ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବ ପରେ ସ୍ଥିତି ବଦଳିଛି ।Continue reading “ବଳକା ଚାଉଳ ଉଠାଉନି କେନ୍ଦ୍ର, ଡାଲି ଚାଷକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର : କୃଷିମନ୍ତ୍ରୀ”

ଝରକା ଭାଙ୍ଗି ଘରେ ପଶିଲେ ଲୁଟେରା : ବୃଦ୍ଧାଙ୍କୁ ହାଣି ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ଫେରାର ଦୁର୍ବୃତ୍ତ

କନକ ବ୍ୟୁରୋ : ବୃଦ୍ଧାଙ୍କୁ ହାଣି ଘରୁ ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ବାହାନଗା ବ୍ଲକ ଜୁଣିଆ ରାମ ମନ୍ଦିର ନିକଟ ରାଜକିଶୋର ଗୁପ୍ତାଙ୍କ ଘରେ ତାଙ୍କ ମାଆ ଶାନ୍ତିଲତା ଏକୁଟିଆ ଥିବା ବେଳେ ଦୁର୍ବୃତ୍ତମାନେ ଝରକା ଭାଙ୍ଗି ଘରକୁ ପଶିଥିଲେ । ଶାନ୍ତିଲତାଙ୍କୁ ଭୟଭୀତ କରିବ ସହ ତାଙ୍କୁ ବାନ୍ଧି ଦେଇ ୮ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ କରିଥିଲେ । ତେବେ ଶାନ୍ତିଲତା ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁContinue reading “ଝରକା ଭାଙ୍ଗି ଘରେ ପଶିଲେ ଲୁଟେରା : ବୃଦ୍ଧାଙ୍କୁ ହାଣି ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ଫେରାର ଦୁର୍ବୃତ୍ତ”

Design a site like this with WordPress.com
Get started